Susant Purohit

Drama Inspirational

3  

Susant Purohit

Drama Inspirational

ପରମାତ୍ମା ସମ୍ଭାଳିବେ

ପରମାତ୍ମା ସମ୍ଭାଳିବେ

4 mins
7.6K


ଏକ ସହରରେ ଜଣେ ବୈଦ୍ୟ ଥିଲେ । ସେ ଜଣେ ଅତ୍ୟନ୍ତ ଧାର୍ମିକ ତଥା ପରମାତ୍ମାଙ୍କ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ଥିଲେ । ତାଙ୍କର ସବୁଦିନ ପାଇଁ ଏକ ବିଚିତ୍ର ଅଭ୍ୟାସ ଥିଲା । ସେ ପ୍ରତ୍ୟହ ପ୍ରାତଃକାଳରୁ ଉଠି ନିତ୍ୟକର୍ମ ସାରି ଭଗବତ ପୂଜା ଆରାଧନା ସାରି ତାଙ୍କ କ୍ଲିନିକକୁ ବାହାରୁ ଥିଲେ ।  ସେ ଗଲା ସମୟରେ ତାଙ୍କ ପତ୍ନୀ ସେହି ଦିନର ସବୁ ଆବଶ୍ୟକ ଜିନିଷର ତାଲିକାଟିଏ କରି ତାଙ୍କ ହାତରେ ଧରେଇ ଦଉଥିଲେ ।

କ୍ଲିନିକରେ ଠିକ ୯ଟାରେ ପହଂଚି ବୈଦ୍ୟ ପ୍ରଥମେ ଚୌକିରେ ବସି ପତ୍ନୀ ଦେଇଥିବା ତାଲିକାଟିକୁ ପଢି ହିସାବ କରୁଥିଲେ କେତେ ଟଙ୍କା ଲାଗିବ । ତା ପରେ କ୍ଲିନିକକୁ ରୋଗୀ ମାନେ ଆସିବା ଆରମ୍ଭ ହଉଥିଲା ଓ ବୈଦ୍ୟ ସେମାନଙ୍କ ନିଦାନ କରି ଔଷଧ ପ୍ରସ୍ତୁତ କରି ଦଉଥିଲେ । ଭଲ ଚିକିସ୍ତକ ଭାବେ ତାଙ୍କର ସୁନାମ ରହିଥିଲା । ତେବେ ଯେଉଁ ସମୟରେ ତାଙ୍କର ତାଲିକା ମୁତାବିକ ଦର୍କାର ଅର୍ଥ ଆସିଯାଉଥିଲା , ସେହି ମୁହୁର୍ତରେ ସେଭଗବାନଙ୍କ ଉଦେଶ୍ୟରେ ଧନ୍ୟବାଦ ଦେଇ କ୍ଲିନିକ ବଂଦ କରି ଘର ଅଭିମୁଖେ ଫେରୁଥିଲେ । ଅଧିକ ଅର୍ଜନ ପାଇଁ କେବେ ରହୁନଥିଲେ ।
   ପରମାତ୍ମାଙ୍କ କୃପାରୁ କେବେଭି ତାଙ୍କର ଅସୁବିଧା ହଉନଥିଲା । ଯେତିକି ଦର୍କାର ସେତିକି ମିଳିଯାଉଥିଲା ।
ଆଉ ତାଙ୍କ ଦର୍କାର ମୁତାବକ ଅର୍ଥ ଉପାର୍ଜନ ହେଲା ପରେ ବୈଦ୍ୟ ଫେରିବା ସମୟରେ କେହି ରୋଗୀ ଆସିଲେ ତାକୁ ଚିକିତ୍ସା କରୁଥିଲେ କିନ୍ତୁ ପଇସା ନଉ ନଥିଲେ, କହୁଥିଲେ ଆଜିର ଘଡା ତ ପୂର୍ଣ୍ଣ ହେଲାଣି । 

   ଦିନେ ସକାଳେ ସେମିତି ବୈଦ୍ୟରାଜ କ୍ଲିନିକ ପହଂଚି ବସି ସବୁ ଦିନ ପରି ପତ୍ନୀ ଦେଇଥିବା ତାଲିକା ଦେଖି ହିସାବ କରିବାକୁ ଗଲା ବେଳେ ତାଯୁବ ହେଇ ମୁଣ୍ଡରେ ହାତ ଦେଇ ବସିଲେ ।
ତାଲିକାରେ ସବୁଦିନିଆ ଜିନିଷ ଲେଖା ହେବା ପରେ ତଳେ ପତ୍ନୀ ଲେଖିଥିଲେ " ଝିଅ ବାହାଘର ପାଇଁ ଯୌତୁକ ଜିନିଷ , ଏହା ପରମାତ୍ମା ହିଁ ଯୋଗାଡ଼ କରିଦେବେ , ତୁମେ ବ୍ୟସ୍ତ ହେବନି " ........

      ବୈଦ୍ୟରାଜ ଆଉ ସେ ବିଷୟ କିଛି ନ ଭାବି ଚିକିସ୍ଥା କାର୍ଯ୍ୟରେ ବ୍ୟସ୍ତ ରହିଲେ । ମଧ୍ୟାନ୍ନ ଆଡକୁ ଘର ଖର୍ଚ୍ଚ ପୁରା ବାହାରି ସାରିଲା ବେଳେ ସେ ଚୌକିରୁ ଉଠି କ୍ଲିନିକ ବନ୍ଦ କରିବା ଉଦ୍ୟମ କଲା ବେଳେ ଜଣେ ସାହେବ ବେଶୀ ଭଦ୍ରବ୍ୟକ୍ତି ତାଙ୍କ ଦୁଆର ସମ୍ନାରେ କାରରୁ ଓଲହେଇ ଦୌଡ଼ିକି ତାଙ୍କ କ୍ଲିନିକକୁ ଆସୁଥିବାର ଦେଖିଲେ । ଅଗତ୍ୟା ସେ ଫେର କ୍ଲିନିକ ଖୋଲି ତାଙ୍କୁ ବସିବାକୁ କହି ରୋଗ ବିଷୟ ପଚାରିଲେ । କିନ୍ତୁ ସାହେବ ଜଣକ ହସି ହସି କହିଲେ , " ଆପଣ ମୋତେ ଚିହିଁ ପାରୁ ନାହାନ୍ତି କି ?" 

  "ନା ସେଇପରି କାହାକୁ ବହୁ ବର୍ଷ ଆଗରୁ ଦେଖିଥିଲା ପରି ଲାଗୁଛି , ହେଲେ ଠିକ ମନେ ପଡୁନି " ବୈଦ୍ୟରାଜ କହିଲେ

" ଏତେ ବର୍ଷ  ପରେ କେମିତି ବା ଚିହ୍ନନ୍ତେ ? ତାପରେ ଗଲା ୧୦ ବର୍ଷ ଆଗରୁ ଆମେ ଇଂଲଣ୍ଡ ଯାଇ ସେଇଠି ସ୍ଥାୟୀ ଭାବେ ରହିଗଲୁଣି । ମୋ ନାଁ ବିପିନ ସିଂ। ମୁଁ 12 ବର୍ଷ ଆଗରୁ ଆପଣଙ୍କୁ ଭେଟିଥିବା  କଥାଟି ବର୍ଣ୍ଣନା କଲେ ଆପଣ ମନେ  ପକେଇବେ "
ମୁଁ ଆପଣଙ୍କ ଦୀର୍ଘ 12 ବର୍ଷ ଆଗରୁ ଭେଟିଥିଲି ଏଇଠି । ଭେଟିଥିଲି କହିଲେ ଠିକ ହେବନି । ଭଗବାନ ସ୍ୱୟଂ ଏମିତି ସଂଯୋଗ କରେଇ ମୋତେ ଆପଣଙ୍କୁ ଭେଟେଇଥିଲେ । ଆପଣ ଭି ମୋ ପାଇଁ ଭଗବାନଙ୍କ ସାକ୍ଷାତ ଦୁତ ।
ଏମିତି ଏକ ଖରା ଦିନ ଥିଲା । ଦୂର ସହରରୁ  କାର ଯୋଗେ ଆସୁ ଆସୁ ଏଇ ସମୟରେ ଆପଣଙ୍କ କ୍ଲିନିକ ପାଖେ ମୋ ଗାଡ଼ି ପଙ୍କଚର ହେଲା । ଡ୍ରାଇଭର ଚକ ଖୋଲିକି ନେଇଗଲା ଗ୍ୟାରେଜ ଯାହା ଟିକେ ଦୁରେରେ ଥିଲା  । ମୁଁ ସେଇଠି ଖରାରେ ଗୋଟେ ଛୋଟ ଗଛ ତଳେ ଠିଆ ହେଇଥିଲି । ଗରମ ବହୁତ ହଉଥିଲା । ଆପଣ କ୍ଲିନିକ ଭିତରୁ ମୋତେ ଦେଖି ମୋ ପାଖକୁ ଆସି ଡାକି ନେଇଥିଲେ । ପାଣି ଦେଇ କ୍ଲିନିକରେ ବସେଇ ମୋ ବିଷୟ ପଚାରିଥିଲେ । " 
" ସେତେବେଳେ ବଡ଼ ସହରରେ ଆମ ବ୍ୟବସାୟ ଭଲ ଚାଲିଥିଲା । ମୁଁ ବାପା ମାଙ୍କ ଏକ ମାତ୍ର ସନ୍ତାନ ଥିଲି ଓ ମୋର ବାହାଘର 5 ବର୍ଷ ଆଗରୁ ହେଇଥିଲା । ତେବେ ଆମର କୌଣସି ସନ୍ତାନ ସନ୍ତତି ହଉ ନଥିଲେ । ସବୁ ବଡ଼ ଡାକ୍ତରଙ୍କୁ ଦେଖେଇ ବହୁତ ଔଷଧ ଖାଇ ମଧ୍ୟ କିଛି ଫଳ ହେଇ ନଥିଲା । ଏଥିଯୋଗୁଁ ଆମ ସମସ୍ତଙ୍କ ମନ ବହୁତ ଦୁଃଖ ରହୁଥିଲା । "

" ମୁଁ ଏହା ଆପଣଙ୍କୁ କହୁଥିଲା ବେଳେ ଲକ୍ଷ୍ୟ କରୁଥିଲି ଆପଣ ମଝିରେ କାଚ ଥାକକୁ ଯାଇ କିଛି ବୋତଲ ଆଣୁଥିଲେ ଓ ବସି ତାହାର ଔଷଧ ତିଆରି କରୁଥିଲେ । କଥା ସରିଲା ବେଳେ ଆପଣ ମୋ ହାତକୁ କେଇଟି ସାନ ବୋତଲ ଓ କାଗଜ ଖୋଲରେ ଔଷଧ ଧରେଇ ତାହାର ବିଧି ବତେଇଲେ । ମୁଁ ଭାବିଲି ଏତେ ତ ଡାକ୍ତର ଦେଖିଲେଣି । ଆଉ ଜଣଙ୍କ ଔଷଧ ଖାଇଲେ କଣ ଅଛି । ସତରେ ସେତେବେଳେ ମୋର ଆଉ ଭରସା ନଥିଲା । ମୁଁ ଔଷଧର ଦାମ ଦେବାକୁ ଚାହିଁଲି , ଆପଣ ନେଲେ ନାହିଁ , କହିଲେ ଆଜି ପାଇଁ ଯାହା ଦରକାର ପରମାତ୍ମା ଦେଇ ସାରିଛନ୍ତି । ଏହି ଔଷଧଭି ପରମାତ୍ମାଙ୍କ ନାରେ ଦେଉଛି ନିଶ୍ଚେ ସଫଳ ହେବ । "

"ବାସ, ମୁଁ ଘରକୁ ଗଲି , ଆପଣଙ୍କ ଔଷଧ ବ୍ୟବହାର କଲୁ। ସତକୁ ସତ 3 ମାସ ଭିତରେ ମୋ ପତ୍ନୀ ଗର୍ଭବତୀ  ହେଲେ ଓ ଆମର ଏକ ପୁତ୍ର ସନ୍ତାନ ହେଇଥିଲା । ତାହା ପରେ ବ୍ୟବସାୟ ଚାପରେ ଆମେ କିଛି ଦିନ ପାଇଁ ଇଂଲଣ୍ଡ ଯାଇଥିଲେ ବି ଆଉ ଆସି ପାରିଲୁନି । ସେଇଠି ସ୍ଥାୟୀ ଭାବେ ରହିଗଲୁ । ଏବେ ମୁଁ ଏକ ବିଶେଷ କାର୍ଯ୍ୟରେ ଭାରତ ଆସିଛି ଓ ତାହାର ଏକ ବଡ଼ ଅଂଶ ଆପଣଙ୍କୁ ଆର ମାସରେ ଭେଟିବାର ଥିଲା । ତେବେ ବିଧିର ବିଧାନ ଅଲଗା ଆପଣଙ୍କୁ ଆଜି ହିଁ ଭେଟିବାକୁ ଆସିବାକୁ ହେଲା ।

"ମୁଁ ଇଂଲଣ୍ଡରେ ଥାଇ ଆପଣଙ୍କ ଖବର ନେଉଥିଲି ମୋ ଲୋକଲ ଏଜେଣ୍ଟ ଦ୍ୱାରା । ଆପଣଙ୍କ ଝିଅର ବାହାଘର ଠିକ ହେଲାଣି । ଶୀଘ୍ର ହେବ । ଏହା ସଂଗେ ମୋ ମାମୁଁ ଏଠି ତାଙ୍କ ଝିଅ ସହ ଏକୁଟିଆ ଥିଲେ । ତାଙ୍କ ଝିଅର ବି ବାହାଘର ଠିକ ହେଇଛି । ମାମୁଁଙ୍କ ବ୍ୟବସାୟ ଏବେ ଭଲ ଚାଲୁ ନଥିବାରୁ ମୁଁ ତାଙ୍କ ଝିଅର ସବୁ ଯୌତୁକ ଦ୍ରବ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲି । ତେଣୁ ଦିଲ୍ଲୀ ଆସି ମାମୁଁଙ୍କ ଝିଅକୁ ନେଇ ତା ପାଇଁ ସବୁ ଜିନିଷ କିଣିଲା ବେଳେ ମୁଁ ଆପଣଙ୍କ ଝିଅ ପାଇଁ ମଧ୍ୟ ଗୋଟିଏ ସେଟ କିଣିଲି । ଏବେ ମୁଁ ଆପଣଙ୍କ ଝିଅର ଯୌତୁକ ପାଇଁ ଯାହା ଦରକାର ସବୁ ଗୋଟିଏ ଟ୍ରକରେ ସାଙ୍ଗରେ ନେଇକି ଆସିଛି । ଆପଣ ସେ ସବୁ ନେବାକୁ ମନା କରନ୍ତୁନି । ଏହା ପରମାତ୍ମା ଦେଇଛନ୍ତି ବୋଲି ଗ୍ରହଣ କରନ୍ତୁ ।

କହିବା ବାହୁଲ୍ୟ ମାତ୍ର , ବୈଦ୍ୟରାଜଙ୍କ ଆଖିରୁ ଝରି ଯାଉଥିଲା ଦୁଇଧାର ଆନନ୍ଦାସୃ ........
" ସବୁ ସେଇ ପରମାତ୍ମାଙ୍କ ମାୟା , ବିଶ୍ୱାସେ ମିଳନ୍ତି ପ୍ରଭୁ ଆଉ ସବୁ "

ସୁଶାନ୍ତ ପୁରୋହିତ
ଅବସର ପ୍ରାପ୍ତ ଅଧ୍ୟକ୍ଷ
ଲଷ୍ମୀନାରାୟଣ କଲେଜ , ଝାରସୁଗୁଡା
ବର୍ତମାନ ଆବାସ : ଭୁବନେଶ୍ୱର


Rate this content
Log in

Similar oriya story from Drama