Sunanda Mohanty

Tragedy Classics Fantasy

3  

Sunanda Mohanty

Tragedy Classics Fantasy

ପରିସ୍ଥିତି ଦାସ

ପରିସ୍ଥିତି ଦାସ

4 mins
160


ମଣିଷ ଗୋଟିକୁ ପ୍ରକୃତି ଗୋଟେ. କିଏ ନିଷ୍ପତ୍ତି ନେଇ ନପାରି ଦୋମୁହାଁ ତ କିଏ ଏପଟେ ଗୋଟେ କଥା ସେପଟେ ଗୋଟେ କଥା କହି ଦୋମୁହାଁ.ରୋଜା କିନ୍ତୁ ମାଆର ନିଷ୍ପତ୍ତି ଠିକ ନଥିବାରୁ କଣ ଏମିତି ଦୋମୁହାଁ କଥା କହୁଛୁ କହି ଅନୁତାପ କରୁଥିଲା. ମାଆ ଭାବୁଥିଲେ ଅଲଗା କଥା. ପିଲାଟା ଛୋଟ ରୋଜାର. କାଲି ଶାଶୁ ଘରକୁ ଫେରିବ, ଆଜି ବୁଲିଯିବା କେତେ ଦୂର ଠିକ ହେବ, ଏଇକଥା ଭାବି, ହଁ କି ନାର ଦ୍ଵନ୍ଦରେ ପଡୁଥିଲେ ମାଆ. ତା ଛଡା, ଖରା ଗରମ ଯେମିତି ହେଉଛି ସେଥିରେ ଛୋଟ ନାତୁଣୀଟା ଠିକଠାକ ଖିଆପିଆ କରୁନି ତ ତା ଦେହ ଖରାପ ହେବାର ସମ୍ଭାବନା ଅଧିକ ଦେଖି ମାଆ ଚିନ୍ତାରେ ପଡିଯାଉଥିଲେ କିନ୍ତୁ ରୋଜାର ମାନ ଅଭିମାନ ଦେଖି ବାହାରିବା ସାର ହେଲା.

   ଆଗ ସାଣ୍ଡରା ହାଟ ନୀଳକଣ୍ଠେଶ୍ଵର, ସେଠି ପାଣି ଲାଗି କରି ଫେରିଲେ ସମସ୍ତେ ସୁଆଣ୍ଡୋ । ଗୋପବନ୍ଧୁଙ୍କ ଜନ୍ମସ୍ଥଳୀରେ ଥିବା ଷଠିଘର ଓ ପାର୍କ ବୁଲିବାରେ ଆନନ୍ଦ ନଥିଲା କାରଣ ସେତେବେଳ ଯାଏଁ କିଛି ଖାଇପିଇ ନଥିଲା ଟିକି ନାତୁଣୀ, ଦ୍ୱିତୀୟରେ ପାର୍କ ବନ୍ଦ ହୋଇଯିବାରୁ ଦୁଇଟା ଯାଏଁ ଅପେକ୍ଷା କରିବାକୁ ପଡିଲା. ତଥାପି ରୋଜା କହୁଥାଏ, ଆସିଛି ମାନେ ଦେଖିକି ଯିବି. ପିଲାଦିନେ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀରେ କେତେ ଆସିଛି, ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଆମ ସ୍ଥାନୀୟ ଏମ ଏଲ ମାନଙ୍କଠୁଁ ପୁରସ୍କୃତ ହୋଇଛି ଆଜି ସେ ସ୍ଥାନର ନବକଳେବର, ଗୋପବନ୍ଧୁଙ୍କ ସ୍ମୃତପୀଠ ନଦେଖିଲେ ଅଧୁରା ରହିଯିବ ସବୁ ମୋର ତ ମାଆଙ୍କ ଆଖିରୁ ଲୁହ ଦୁଇଧାର ନିଗିଡି ଆସୁଥିଲା ଓ ବାପା କହୁଥିଲେ ସତରେ ଯେମିତି ଆସିପାରିବୁନି ଆରଥର. ଝିଅ କହୁଥିଲା ମତେ ଏତେ ଦୂରେ ବାହା କରିଛ ଯେ ବର୍ଷକୁ ଥରେ ଆସିବି ସେଥିରେ କଟକଣା କଣ ପାଇଁ. ଚୁପ ରହିଲେ ମାଆ ବାପା.

   ସେଠା ବୁଲା ସାରି ଗାଡି ଯେବେ ପୀର ଜାହାନିଆଁ ପୀଠକୁ ଅସ୍ତରଙ୍ଗ ଆଡ଼େ ଗଡା଼ଇଲେ ଜୋଇଁ, କଣ ଆଉ କହିବେ ମାଆ. ଝିଅକୁ କହିଛ, ସେଠି ଯାହା ମାନସିକ କରିବ ତାହା ନିଶ୍ଚୟ ହେବ ତ ଏବେ ଆଉ ବାରଣ କରିବା କଣ ଦରକାର? କହି ବାପା ମାଧବ ବାବୁ ବସିଲେ ଗାଡିରେ.ମାଆ ଚୁପ ଚାପ ନାତୁଣୀକୁ କୋଳକରି ଖୁଆଇବାକୁ ଚେଷ୍ଟା କରୁଥିଲେ. ପୀର ଜାହାନିଆଁପୀଠ ଦର୍ଶନସହିତ ସେଠିକା ଚାଚା ମାନଙ୍କର ଆନ୍ତରିକତା ଭରା ଭଲପାଇବା ସହ ବେଳାଭୂମିରେ ବୁଲା ଖୁବ ମଜ୍ଜା ଥିଲା ସତ କିନ୍ତୁ ତାହା ସ୍ମୃତି ହୋଇସାରିଥିଲା.

       ଆଜି ସକାଳୁ ସକାଳୁ ରୋଜା ନାତୁଣୀ ସହ ଜୋଇଁଙ୍କ ସଙ୍ଗେ ଫେରିଯିବା ପରେ ମାଆ କାନ୍ଦୁଥିଲେ. ବାପା କହୁଥିଲେ ଘର ଶୁନା ଶୁନା ଲାଗୁଛି. ମାଆ କହୁଥିଲେ ହେ ପୀର ଜାହାନିଆଁ ଠାକୁର ବାବା ମୋ ପିଲାଙ୍କୁ ଭଲରେ ପହଞ୍ଚାଅ.ରୋଜା ବାପା କହୁଥିଲେ କାଲି ନଯିବାକୁ ଅନୁରୋଧ କରୁଥିଲ ଆଜି ଭଲରେ ପହଞ୍ଚିବାକୁ ଡାକୁଛ ଠାକୁରଙ୍କୁ. ମାଆ କହୁଥିଲେ ଯୁଆଡେ ବାଆ ବତା ଅବା ବର୍ଷା , ସିଆଡେ ପା ଛତା. ସେଇଥି ପାଇଁ ତ ମଣିଷ ଅନେକ ସମୟରେ ଦୋମୁହାଁ ନୀତି ଅବଲମ୍ବନ କରିବାକୁ ବାଧ୍ୟ ହୁଏ. ମାଆ ସୁଶ୍ରୀ ନାତୁଣୀର ଖେଳନା ସବୁ ସଜାଡି ପୁଣି କେବେ ଆସିବ ପିଲାଟା ଚିନ୍ତାରେ ବୁଡିଗଲା ବେଳେ, ବାପା ମାଧବ ବାବୁ ଝିଅ ରୋଜାକୁ ଘନ ଘନ ଫୋନ କରୁଥିଲେ.


   ମଣିଷ ଗୋଟିକୁ ପ୍ରକୃତି ଗୋଟେ. କିଏ ନିଷ୍ପତ୍ତି ନେଇ ନପାରି ଦୋମୁହାଁ ତ କିଏ ଏପଟେ ଗୋଟେ କଥା ସେପଟେ ଗୋଟେ କଥା କହି ଦୋମୁହାଁ.ରୋଜା କିନ୍ତୁ ମାଆର ନିଷ୍ପତ୍ତି ଠିକ ନଥିବାରୁ କଣ ଏମିତି ଦୋମୁହାଁ କଥା କହୁଛୁ କହି ଅନୁତାପ କରୁଥିଲା. ମାଆ ଭାବୁଥିଲେ ଅଲଗା କଥା. ପିଲାଟା ଛୋଟ ରୋଜାର. କାଲି ଶାଶୁ ଘରକୁ ଫେରିବ, ଆଜି ବୁଲିଯିବା କେତେ ଦୂର ଠିକ ହେବ, ଏଇକଥା ଭାବି, ହଁ କି ନାର ଦ୍ଵନ୍ଦରେ ପଡୁଥିଲେ ମାଆ. ତା ଛଡା, ଖରା ଗରମ ଯେମିତି ହେଉଛି ସେଥିରେ ଛୋଟ ନାତୁଣୀଟା ଠିକଠାକ ଖିଆପିଆ କରୁନି ତ ତା ଦେହ ଖରାପ ହେବାର ସମ୍ଭାବନା ଅଧିକ ଦେଖି ମାଆ ଚିନ୍ତାରେ ପଡିଯାଉଥିଲେ, କିନ୍ତୁ ରୋଜାର ମାନ ଅଭିମାନ ଦେଖି ବାହାରିବା ସାର ହେଲା.

   ଆଗ ସାଣ୍ଡରା ହାଟ ନୀଳକଣ୍ଠେଶ୍ଵର, ସେଠି ପାଣି ଲାଗି କରି ଫେରିଲେ ସମସ୍ତେ ସୁଆଣ୍ଡୋ, ଗୋପବନ୍ଧୁଙ୍କ ଜନ୍ମସ୍ଥଳୀରେ ଥିବା ଷଠିଘର ଓ ପାର୍କ ବୁଲିବାରେ ଆନନ୍ଦ ନଥିଲା କାରଣ ସେତେବେଳ ଯାଏଁ କିଛି ଖାଇପିଇ ନଥିଲା ଟିକି ନାତୁଣୀ, ଦ୍ୱିତୀୟରେ ପାର୍କ ବନ୍ଦ ହୋଇଯିବାରୁ ଦୁଇଟା ଯାଏଁ ଅପେକ୍ଷା କରିବାକୁ ପଡିଲା. ତଥାପି ରୋଜା କହୁଥାଏ, ଆସିଛି ମାନେ ଦେଖିକି ଯିବି. ପିଲାଦିନେ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀରେ କେତେ ଆସିଛି, ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଆମ ସ୍ଥାନୀୟ ଏମ ଏଲ ମାନଙ୍କଠୁଁ ପୁରସ୍କୃତ ହୋଇଛି ଆଜି ସେ ସ୍ଥାନର ନବକଳେବର, ଗୋପବନ୍ଧୁଙ୍କ ସ୍ମୃତପୀଠ ନଦେଖିଲେ ଅଧୁରା ରହିଯିବ ସବୁ ମୋର ତ ମାଆଙ୍କ ଆଖିରୁ ଲୁହ ଦୁଇଧାର ନିଗିଡି ଆସୁଥିଲା ଓ ବାପା କହୁଥିଲେ ସତରେ ଯେମିତି ଆସିପାରିବୁନି ଆରଥର. ଝିଅ କହୁଥିଲା ମତେ ଏତେ ଦୂରେ ବାହା କରିଛ ଯେ ବର୍ଷକୁ ଥରେ ଆସିବି ସେଥିରେ କଟକଣା କଣ ପାଇଁ. ଚୁପ ରହିଲେ ମାଆ ବାପା.

   ସେଠା ବୁଲା ସାରି ଗାଡି ଯେବେ ପୀର ଜାହାନିଆଁ ପୀଠକୁ ଅସ୍ତରଙ୍ଗ ଆଡ଼େ ଗଡା଼ଇଲେ ଜୋଇଁ, କଣ ଆଉ କହିବେ ମାଆ. ଝିଅକୁ କହିଛ, ସେଠି ଯାହା ମାନସିକ କରିବ ତାହା ନିଶ୍ଚୟ ହେବ ତ ଏବେ ଆଉ ବାରଣ କରିବା କଣ ଦରକାର? କହି ବାପା ମାଧବ ବାବୁ ବସିଲେ ଗାଡିରେ.ମାଆ ଚୁପ ଚାପ ନାତୁଣୀକୁ କୋଳକରି ଖୁଆଇବାକୁ ଚେଷ୍ଟା କରୁଥିଲେ. ପୀରଜାହାନିଆଁପୀଠ ଦର୍ଶନସହିତ ସେଠିକା ଚାଚା ମାନଙ୍କର ଆନ୍ତରିକତା ଭରା ଭଲପାଇବା ସହ ବେଳାଭୂମିରେ ବୁଲା ଖୁବ ମଜ୍ଜା ଥିଲା ସତ କିନ୍ତୁ ତାହା ସ୍ମୃତି ହୋଇସାରିଥିଲା.

       ଆଜି ସକାଳୁ ସକାଳୁ ରୋଜା ନାତୁଣୀ ସହ ଜୋଇଁଙ୍କ ସଙ୍ଗେ ଫେରିଯିବା ପରେ ମାଆ କାନ୍ଦୁଥିଲେ. ବାପା କହୁଥିଲେ ଘର ଶୁନା ଶୁନା ଲାଗୁଛି. ମାଆ କହୁଥିଲେ ହେ ପୀର ଜାହାନିଆଁ ଠାକୁର ବାବା ମୋ ପିଲାଙ୍କୁ ଭଲରେ ପହଞ୍ଚାଅ.ରୋଜା ବାପା କହୁଥିଲେ କାଲି ନଯିବାକୁ ଅନୁରୋଧ କରୁଥିଲ ଆଜି ଭଲରେ ପହଞ୍ଚିବାକୁ ଡାକୁଛ ଠାକୁରଙ୍କୁ. ମାଆ କହୁଥିଲେ ଯୁଆଡେ ବାଆ ବତା ଅବା ବର୍ଷା , ସିଆଡେ ପା ଛତା. ସେଇଥିପାଇଁ ତ ମଣିଷ ଅନେକ ସମୟରେ ଦୋମୁହାଁ ନୀତି ଅବଲମ୍ବନ କରିବାକୁ ବାଧ୍ୟ ହୁଏ. ମାଆ ସୁଶ୍ରୀ ନାତୁଣୀର ଖେଳନା ସବୁ ସଜାଡି ପୁଣି କେବେ ଆସିବ ପିଲାଟା ଚିନ୍ତାରେ ବୁଡିଗଲା ବେଳେ, ବାପା ମାଧବ ବାବୁ ଝିଅ ରୋଜାକୁ ଘନ ଘନ ଫୋନ କରୁଥିଲେ.



Rate this content
Log in

Similar oriya story from Tragedy