Pratap Chandra Mishra

Inspirational

4  

Pratap Chandra Mishra

Inspirational

ପରିବର୍ତ୍ତନ

ପରିବର୍ତ୍ତନ

5 mins
255


ବହୁ ବର୍ଷ ପରେ ଗାଆଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗାଆଁ କୁ ଅଯୋଧ୍ୟା ରୁ ପୁଣ୍ୟ ମହାତ୍ମା ସାଧୁ ଗୋବିନ୍ଦ ଜି ମହାରାଜ ଆସୁଛନ୍ତି। ସେ ପବିତ୍ର ଧାମ ପୁରୀ ଶ୍ରୀ କ୍ଷେତ୍ର ଯିବା ବାଟରେ ଦୁଇ ଦିନ ରହଣି କୁସୁମ ପଲ୍ଲୀ ଗାଆଁ ରେ ରହିବେ। ପ୍ରଭୁ ଶ୍ରୀ ରାମଙ୍କ କେତେ, ଭକ୍ତ ମହାରାଜ ଆସିବା ଖବର ଜାଣି , ସାଧୁ ବାବାଙ୍କୁ ଅନୁରୋଧ କରି କିଛି ମହତ୍ ବାଣୀ ପ୍ରଦାନ କରି ଯିବେ ବୋଲି ଗୁହାରି କରିଥିଲେ। ତେଣୁ ସେ ମହାତ୍ମାଙ୍କ ସ୍ଵାଗତରେ ଗାଁ ଚଳ ଚଞ୍ଚଳ ହୋଇଯାଇଛି। ଗାଆଁ ର ଯୁବକ ମାନେ ରାସ୍ତା ଘାଟ ସଫା କରିବା, ଆବର୍ଜନା ଏକାଠି କରି ପୋତି ଗନ୍ଧ ମୟ ପରିବେଶକୁ ନିର୍ମଳ କରିବା କାମକୁ ଉତ୍ସାହ ପୂର୍ଣ୍ଣ ମନ ନେଇ କରି ଚାଲିଥାନ୍ତି। ତେବେ ଆଧ୍ୟାତ୍ମିକ ଚେତନାକୁ ବିରୋଧ କରୁଥିବା ବ୍ୟକ୍ତି ଯେଉଁ ମାନେ ନାସ୍ତିକ ମନବୃତ୍ତି ନେଇ ବଞ୍ଚନ୍ତି ,ସେମାନେ ଏହି କାମରେ ସହଯୋଗ ତ କରୁନାହାନ୍ତି, ବିଭିନ୍ନ ବିଭ୍ରାନ୍ତି କର ଉକ୍ତି କହି ଉତ୍ସାହୀ ଯୁବକ ଙ୍କ ମନକୁ ନିରୁତ୍ସାହିତ କରୁଥାନ୍ତି।ହେଲେ ସେହି ମହତ୍ କାର୍ଯ୍ୟଭାର ନିଜ କାନ୍ଧ ରେ ନେଇଥିବା ଯୋଗୀ ଭାଇନା ,ପ୍ରଭୁଙ୍କ ଉପରେ ବିଶ୍ୱାସ ରଖି ମନ ଭଙ୍ଗ ନକରି ଲକ୍ଷ୍ୟ ହାସଲ କରିବାକୁ ପ୍ରୋତ୍ସାହନ ଦେଇ ପରିବେଶ କୁ ନିୟନ୍ତ୍ରଣ କରୁଥାନ୍ତି। ଏବଂ ସାଧୁ ମହାତ୍ମାଙ୍କ ରହିବା,ଖାଇବା, ତାଙ୍କର ସତ୍କାରର ସମସ୍ତ ବ୍ୟବସ୍ଥା ପାଇଁ ଯତ୍ନ ସହକାରେ ଯୋଗାଡ଼ି,ଦୁଇ ଦିନ ର ପ୍ରବଚନ ବ୍ୟବସ୍ଥାର ଆୟୋଜନ କରିଥାନ୍ତି। ପ୍ରଭୁ ଙ୍କ ଗୁଣ ଗାନ,କୀର୍ତ୍ତନ, ଭଜନ ସହ, ଗୋବିନ୍ଦ ଜି ମହାରାଜଙ୍କ ଭଳି ସିଦ୍ଧ ପୁରୁଷ ଙ୍କ ମୁଖରୁ ସେହି ପ୍ରଭୁ ଶ୍ରୀ ରାମ ଙ୍କ ବିଷୟରେ ଶୁଣି ଜୀବନ ଧନ୍ୟ କରିବାକୁ ବ୍ୟଗ୍ରତାର ସହ ପ୍ରତୀକ୍ଷା ରତ ଗାଆଁ ବାସି।


କିନ୍ତୁ ନାସ୍ତିକ ବାଦି ମାନେ ସାଂସ୍କୃତିକ କାର୍ଯ୍ୟରେ ବ୍ୟାଘାତ ଘଟାଈବାକୁ ଚେଷ୍ଟିତ। ବିଭିନ୍ନ ଆଳ ଦେଖାଇ ହିଂସା କରିବାକୁ ଯୋଗୀ ଭାଇନା ଙ୍କ କାମରେ ବାଧା ଦେଉଥାନ୍ତି। କିନ୍ତୁ ଭାଇନା ସେ ସବୁକୁ ଖାତିର ନ କରି ଚେତାବନୀ ମାଧ୍ୟମରେ ଅନୁରୋଧ କରନ୍ତି, ପୁଣ୍ୟ ଅର୍ଜନ କରିବା ପାଇଁ, ସାଧୁ ବାବାଙ୍କ ଆଶୀର୍ବାଦ ନେଇ ନିଜକୁ ପ୍ରକୃତିକୁ ସୁଧାରିବା ପାଇଁ। 


ତେବେ ଯୋଗୀ ଭାଇନା ସମସ୍ତ ବନ୍ଦୋବସ୍ତ କରି ଗୋବିନ୍ଦ ଜି ମହାରାଜ ଆସିବା ବେଳ ହେଲା ବେଳେ ବାଟରେ ପାଛୋଟି ଆଣିବାକୁ ଫୁଲ ମାଳ, ଚନ୍ଦନ ପୂଜା ସାମଗ୍ରୀ ନେଇ ମର୍ଯ୍ୟାଦା ପୂର୍ବକ ବାସ ସ୍ଥଳ କୁ ଆଣି ଥଇଥାନ କରାଇଲେ। ତାଙ୍କର ସେବା ଯତ୍ନ ରେ ଯେମିତି କିଛି ବି ଅବହେଳା ନହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ଉକ୍ତ କାର୍ଯ୍ୟ ରେ ନିୟୋଜିତ କରୁଥିବା ସାଥି ଙ୍କୁ କହି ଥିଲେ। ସବୁ ଠିକ୍ ଚାଲିଥିଲା ବେଳେ,ଅସନ୍ତୋଷ ନାସ୍ତିକ ମାନେ ସାଧୁ ମହାତ୍ମା ଙ୍କ ରାସ୍ତା ରେ ବିଭିନ୍ନ ପ୍ରକାର ବିଭ୍ରାନ୍ତି କର ପରିସ୍ଥିତି ସୃଷ୍ଟି କରିଥିଲେ।ଯେମିତି ସଫା ରାସ୍ତା କୁ ଆବର୍ଜନା କରିବା, ମହାତ୍ମା ଙ୍କ ପଛରେ ନିନ୍ଦା କରିବା, ସନାତନ ଧର୍ମ ବିରୁଦ୍ଧରେ କଟାକ୍ଷ ବଚନ ଯେମିତି ଗୋବିନ୍ଦ ଜି ଜାଣି ପାରିବେ ଇତ୍ୟାଦି ।ହେଲେ ସାଧୁ ବାବା ଠିକ୍ ବୁଝୁଥିଲେ, ଯୁଗେ ଯୁଗେ ଆସ୍ତିକ ଥିଲେ ନାସ୍ତିକ ବି ଥିଲେ।ତେଣୁ ଭଗବାନ ବିଭିନ୍ନ ଯୁଗରେ ନାସ୍ତିକ ସଂହାର କରିବା କୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପ ନେଇ ଅବତାର ଗ୍ରହଣ କରୁ ଥିଲେ।ଏବଂ ଦୃଷ୍ଟ ସଂହାର କରୁଥିଲେ। ନାସ୍ତିକ ନଥିଲେ ଆସ୍ଥିକର ଗୁରୁତ୍ଵ କାହୁଁ ଆସିବ? ଭଗବାନ ଙ୍କ ଉପଲବ୍ଧ କେମିତି ଲୋକେ ଜାଣିବେ? ତେଣୁ ସାଧୁ ବାବା ନୀରବରେ ସବୁ ଅନୁଧ୍ୟାନ କରୁଥାନ୍ତି। ତା ଛଡା ନାସ୍ତିକ ଙ୍କ ତୁଳନା ରେ ଭଗବତ ପ୍ରେମୀ ଙ୍କ ଆଗ୍ରହ ଉତ୍ସାହ ତାଙ୍କୁ ବେଶ ଉତ୍ଫୁଲିତ କରୁ ଥିଲା। 

ଯୋଗୀ ଭାଇନା କ୍ରୋଧ ସମ୍ବରଣା ପୂର୍ବକ କୌଣସି ଆସାନ୍ତି କୁ ପ୍ରଶ୍ରୟ ଦେବା ସପକ୍ଷରେ ନ ଥିଲେ।ସେ ପଣ କରିଥିଲେ ଗୋବିନ୍ଦ ଜି ଗଲା ପରେ ସେହି ଦୃଷ୍ଟ ମାନଙ୍କୁ ପାନେ ମଜା ଚଖାଇବେ।ଏବେ କିନ୍ତୁ କାର୍ଯ୍ୟକ୍ରମ ରେ ଧ୍ୟାନ କେନ୍ଦ୍ରୀଭୂତ କରିବା ନିହାତି ଆବଶ୍ୟକ ଭାବି ସମସ୍ତ ଙ୍କୁ ଏକାଠି କରି ଦାଇତ୍ଵ ନିର୍ବାହ କରୁଥିଲେ। 

ରାତି ରେ ପ୍ରବଚନ ଚାଲିଲା। ପ୍ରଭୁ ଶ୍ରୀ ରାମ ଙ୍କ ବାଲ୍ୟ ଲୀଳା ଠାରୁ ପ୍ରାରମ୍ଭ କରି ଗୋବିନ୍ଦ ଜି ମହାରାଜ ପ୍ରାଞ୍ଜଳ ଭାବେ ସମୟ ଦୃଷ୍ଟି ରୁ ସଂକ୍ଷେପରେ ଉପସ୍ଥିତ ଗାଆଁର ଲୋକ ମାନଙ୍କୁ କହୁଥାନ୍ତି। ସୁନ୍ଦର ମନୋରମ ପରିବେଶରେ ଲାଗୁଥିଲା ଯେମିତି ପ୍ରଭୁ ବୀର ହନୁ ମାନ ଙ୍କ ସହ କୁସୁମ ପୁର ଗାଆଁ ରେ ସଦ୍ୟ ବିରାଜ ମାନ।

କାର୍ଯ୍ୟକ୍ରମ ଭିତରେ ଅସନ୍ତୁଷ୍ଠ ବ୍ୟକ୍ତି ମାନେ ସାଧୁ ମହାରାଜଙ୍କୁ ବିଭିନ୍ନ ବିଭ୍ରାନ୍ତି କର ପ୍ରଶ୍ନ ପଚାରୂ ଥାନ୍ତି। ସାଧୁ ଵାବା ବି ବିରକ୍ତ ନହୋଇ ସେ ସବୁର ଉତ୍ତର ସହଜ ରେ ବୁଝାଇ ଦେଉଥାନ୍ତି।ଯୋଗୀ ଭାଇନା ଓ ସାଥି ମାନେ କ୍ରୋଧିତ ହେବା ଜାଣି ସାଧୁ ବାବା ଶାନ୍ତ ରହିବା କୁ ନିର୍ଦ୍ଦେଶ ଦେଇ ପରିସ୍ଥିତି କୁ ନିୟନ୍ତ୍ରଣ ରେ ପରିଚାଳିତ କରୁଥାନ୍ତି।

କାର୍ଯ୍ୟକ୍ରମ ସରିଲା ପରେ ଯୋଗୀ ଭାଇନା ଗ୍ଲାନି ର ସହ ମହାତ୍ମା ଙ୍କୁ ପ୍ରତିକୂଳ ପରିସ୍ଥିତି ପାଇଁ କ୍ଷମା ମାଗୁଥିଲେ। କିନ୍ତୁ ଗୋବିନ୍ଦ ଜି ବୁଝାଉଥିଲେ ଭଗବାନ ଙ୍କ ଦୃଷ୍ଟ ସଂହାର କଥା। ସେ କହିଥିଲେ ଦୃଷ୍ଟ ଙ୍କ କାମ ହେଲା ଅନ୍ୟ ର କ୍ଷତି ପହଞ୍ଚାଇବା। ଭଗବତ ବିଶ୍ୱାସୀ ମାନେ ସେଭଳି ବ୍ୟକ୍ତି ଙ୍କୁ ସତ୍ ମାର୍ଗ କୁ ଆଣିବା କାମ। ତେଣୁ ଏଥିରେ ବିଚଳିତ ହେବା ର କିଛି ନାହିଁ। ସେମାନଙ୍କ ର କାର୍ଯ୍ୟ କଳାପ କୁ ଆମ୍ଭେ ଚିନ୍ତା କରି ଆମର ମୂଲ୍ୟବାନ ସମୟ ପ୍ରଭୁ ଙ୍କ ଚିନ୍ତା ଚେତନା ରୁ କାହିଁକି ବିରାମ ଦେବା?ପ୍ରଭୁ ସେମାନଙ୍କୁ ଉଚିତ୍ ପଥ ଦେଖାଇବେ। କାରଣ ସୃଷ୍ଟି କର୍ତ୍ତା ସେ ଜଣେ। ସେ ହିଁ ସଭିଙ୍କୁ ଏ ଧରା ବକ୍ଷ କୁ ପ୍ରେରଣ କରିଛନ୍ତି। ପ୍ରାଣୀ କିଭଳି ତା ଜୀବନ ଗ୍ରହଣ କରିବ ସେ ନିଜେ ହିଁ ନିଜର କାରଣ ହେବ । ନର୍କ ଓ ସ୍ବର୍ଗ ଦୁଇଟି ବାଟ।ପ୍ରାଣୀ ନିଜ କର୍ମ ବଳ ରେ ସେ ତା ବୈଭବ ନିଜେ ଆଦରି ଥାଏ। ତେଣୁ ତୁମେ ତୁମ କର୍ମ କର,ଦୃଷ୍ଟ ମାନେ ତାଙ୍କ ପ୍ରିୟ କର୍ମ କରନ୍ତୁ।ଏଥିରେ ବିବ୍ରତ ହୋଇ ମୂଳ ଲକ୍ଷ୍ୟ ଭ୍ରଷ୍ଟ ହେବା କିଛି ଆବଶ୍ୟକ ନାହିଁ।ଯୋଗୀ ଭାଇନା ଓ ସାଥୀମାନେ ବାବା ଙ୍କ ମହତ୍ ଉପଦେଶ ପାଇ ଆସ୍ଵସ୍ଥ ହେଲେ। ବାବା ଙ୍କ ଖାଦ୍ୟ ପାନୀୟ ଓ ବିଶ୍ରାମ ବ୍ୟବସ୍ଥା କରି ନିଜ ସ୍ଵସ୍ଥାନ ଫେରି ଥିଲେ। ପର ଦିନ ଶେଷ କାର୍ଯ୍ୟକ୍ରମ ।ବାବା ପ୍ରବଚନ ସାରି ପ୍ରାତଃ କାଳ ରୁ ଗନ୍ତବ୍ୟ ସ୍ଥାନକୁ ଚାଲିଯିବେ। ତେଣୁ ସମସ୍ତେ ଆହୁରି ସଜାଗ ହୋଇଗଲେ। ସନ୍ଧ୍ୟାରେ ପ୍ରବଚନ ଆରମ୍ଭ ହେଲା। ଗୋବିନ୍ଦ ଜି ମହାରାଜ ପ୍ରଭୁ ଶ୍ରୀ ରାମ ଙ୍କ କଥା କହିବା ସହ ଦୃଷ୍ଟ ମାନଙ୍କୁ ସତ୍ ମାର୍ଗ କୁ ଆଣିବା କୁ ପ୍ରଚେଷ୍ଟା ବି କରୁଥିଲେ।ସେଦିନ ଦସ୍ୟୁ ରତ୍ନାକର ଙ୍କ ବାଲ୍ମୀକି ଉପାଖ୍ୟାନ ସୁନ୍ଦର ଭାବେ କହି ଥିଲେ। ପୁଣି ଆଧୁନିକ ଯୁଗର ଚଣ୍ଡାଶୋକ ଧର୍ମାଶୋକ ହେବାର ବୃତ୍ତାନ୍ତ ବି କହିଥିଲେ। ନାସ୍ତିକ ମାନେ ଆସ୍ତିକ୍ ହୋଇ ଅମର ହେବାର ଜ୍ୱଳନ୍ତ ବୃତ୍ତାନ୍ତ ଅସନ୍ତୁଷ୍ଟ ମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା।ସେମାନେ ଅଦୃଶ୍ୟ ରେ ବାବା ଙ୍କ ବାଣୀ ବାଣୀ କୁ ମର୍ମ ମର୍ମ ରେ ଭେଦୁ ଥିଲେ। ଶେଷ ରେ ଆଉ ସମ୍ଭାଳି ନ ପାରି ସର୍ବ ସମ୍ମୁଖ ରେ ପ୍ରବଚନ ସଭା ରେ ବାବା ଙ୍କ ଚରଣ ରେ ଲୋଟି ଯାଇ ନିଜ ନିଜ କୁ କର୍ମ ର ପ୍ରାୟଶ୍ଚିତ ପାଇଁ କ୍ଷମା ମାଗୁଥିଲେ। ଗୋବିନ୍ଦ ଜି ମହାରାଜ ପ୍ରଭୁ ଙ୍କ ବାଣୀ ଶୁଣାଇ ଅତୀବ ଶ୍ରଦ୍ଧା ରେ ସେମାନଙ୍କୁ ସେବା ର ଅବସର ଯୋଗାଇ ପ୍ରଭୁ ଙ୍କ ନାମ ଗାନ କରି ଧନ୍ୟ ହେବାକୁ ପରାମର୍ଶ ଦେଇଥିଲେ। ସେତେ ବେଳେ ସେ ଏକତା ର ବଳ ବିଷୟରେ ଛୋଟିଆ ଗଳ୍ପ ଟିଏ କହିଥଲେ । ଗୋଟିଏ ଦଣ୍ଡ ଜଣେ ସହଜ ରେ ଯେମିତି ଭାଙ୍ଗି ଯାଇ ପାରିବ ସେମିତି ଦଣ୍ଡ ଗୁଛ କୁ ଜଣେ ଭାଙ୍ଗି ନପାରିବ। ତେଣୁ ଗାଆଁ ଲୋକ ଙ୍କୁ ଏକାଠି ରହି ପରସ୍ପର କୁ ସାହାଯ୍ୟର ହାତ ବଢାଇ ପ୍ରଭୁଙ୍କ ସେବାରେ ନିୟୋଜିତ କରି ଜୀବନ ଅତିବାହିତ କରିବାକୁ ଉପଦେଶ ଦେଇ ସଭା ଭଙ୍ଗ କରି ସ୍ୱସ୍ଥାନ ଫେରି ଥିଲେ। ପ୍ରାତଃ ପୂର୍ବ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁସାରେ ଗନ୍ତବ୍ୟ ମାର୍ଗରେ ଚାଲି ଯାଇଥିଲେ। 


ଯିବା ରାସ୍ତାରେ ଯୋଗୀ ଭାଇନା ଓ ସାଥୀମାନେ ଗୋବିନ୍ଦ ଜି ମହାରାଜ ଙ୍କ ଆଶିଷ ନେଇଥିଲେ ଏବଂ ବହୁ ବର୍ଷ ପରେ ସ୍ୱଳ୍ପ ସମୟ ପାଇଁ ବାବାଙ୍କ ପାଦ କୁସୁମ ପୁର ଗାଆଁରେ ପଡ଼ି ଧନ୍ୟ ହେବା ସହ ଅସନ୍ତୁଷ୍ଟ ମାନଙ୍କୁ ସମାଜର ମୁଖ୍ୟ ଧାରାକୁ ଆଣି ଦେଇଥିବା ସାଧୁ ଙ୍କୁ କୋଟି ପ୍ରଣାମ ଜଣାଇଥିଲେ। ସର୍ବ ଶେଷ ରେ ଗାଆଁ ରେ ବାବା ଙ୍କ ଉପଦେଶ ଅନୁଯାୟୀ ସମସ୍ତେ ଗୋଟିଏ ପରିବାର ଭଳି ହିଂସା ଦ୍ୱେଷ ଭୁଲି ସହଯୋଗ ର ହାତ ବଢ଼ାଇ,ଗାଆଁ ର ଉନ୍ନତି ମୂଳକ କାମ ରେ ସରକାରଙ୍କ ଯୋଜନାର ଭରପୁର ଉପଯୋଗ କରି ସୁସ୍ଥ ଓ ଶାନ୍ତ ଭାବେ ଜୀବନ ବିତାଇବାକୁ ଲାଗିଲେ।

ଏକ ମନ,ଏକ ପ୍ରାଣ,ଏକତା ବଳରେ କୁସୁମ ପୁର ଗାଆଁ ସେହି ପଞ୍ଚାୟତରେ ଆଦର୍ଶ ଗାଆଁ ଭାବେ ସରକାର ଙ୍କ ଦ୍ଵାରା ପୁରସ୍କୃତ ହୋଇ ପାରିଲା। ଯୋଗୀ ଭାଇନାଙ୍କ ପ୍ରୟାସ ଗାଆଁ ଯୁବକ ମାନଙ୍କୁ ଆଧ୍ୟାତ୍ମିକ ପରିବେଶ ସହ ସମସ୍ୟା ର ମୁକାବିଲା କେମିତି ସମ୍ଭବ ଗୋବିନ୍ଦ ଜି ମହାରାଜ ଙ୍କ ପ୍ରତ୍ୟେକ ବାଣୀ ଚିର ସ୍ମରଣୀୟ ହୋଇ ରହି ଥିଲା। ଗାଆଁ ରେ ନିଷ୍ପତ୍ତି ନିଆଯାଇ ଥିଲା ପ୍ରତି ବର୍ଷ କାର୍ତ୍ତିକ ମାସରେ ସାଧୁ ବାବାଙ୍କୁ ଡକାଇ ପ୍ରବଚନ କରିବେ।


Rate this content
Log in

Similar oriya story from Inspirational