STORYMIRROR

Sunanda Mohanty

Fantasy Thriller Others

4.4  

Sunanda Mohanty

Fantasy Thriller Others

ପରିବେଶବିତ

ପରିବେଶବିତ

3 mins
384



ଛେଳିଟି ମାଆ କଥା ନମାନି ମାମୁଁଘର ଯିବ ବୋଲି କହି ଗଲାଯେ ଗଲା ଆଉ ଫେରିଲାନି. ମାଆ ଛେଳି ଚାହିଁ ଚାହିଁ ଛୁଆ ଛେଳିକୁ ଖୋଜି ଖୋଜି ଯାଇ ବାପ ଘରେ ପହଁଚିଲା ପରେ କାହାକୁ ପାଇଲାନି. କେତେ ଖୋଜି ଖୋଜି ଭାବିଲା ବାଘମାମୁଁ ନିଶ୍ଚୟ ମୋ ପିଲା ଛେଳିକୁ ଖାଇଯାଇଛି. ମନଦୁଃଖରେ ଫେରିଲା ବେଳେ ଦେଖିଲା ବାଟରେ ଗୋଟେ ଜାଗାରେ ଏଣ୍ଡୁଅ, ଝିଟିପିଟି, ନେଉଳ, ଚମ୍ପେଇନେଉଳ, ଗୁଣ୍ଡୁଚିମୂଷା ଆଦି ଅନେକ ସରୀସୃପ ମିଶି ବଣଭୋଜି କରୁଛନ୍ତି.ଛେଳି ଛୁଆର ନିଖୋଜ ଖବର ଶୁଣି ସେମାନେ ମାଆ ଛେଳିକୁ ସାନ୍ତ୍ୱନା ଦେଇ କହିଲେ ଆଜି ଆମ ନୂଆବର୍ଷରୁ ବାକି ଥିବା ଫିଷ୍ଟ ସରିଯାଉ, ଆମେ ଯାଇ ତୁମ ବାପାଙ୍କ ଘର ଠିକଣା ରଖିଲୁ ଖୋଜିକି କହିଦେବୁ.

  ସେଠାରୁ ଯାଉ ଯାଉ ବିଲୁଆ ସଙ୍ଗେ ଦେଖା ହେଲା. ବିଲୁଆ ତ ବହୁତ ଚତୁର. ତା ପାଖରେ ମଧ୍ୟ ସବୁ ଖବର ମହଜୁଦ ଥାଏ ତ ସେ କହିଲା ବନ୍ୟା ସହ ବାତ୍ୟା ଆସୁଥିବା ଜାଣି ସେମାନେ ଅନ୍ୟ ଜଙ୍ଗଲକୁ ଚାଲିଯାଇଛନ୍ତି ବୋଲି ମୁଁ ଜାଣେ. ଖୁସିରେ ଛେଳି ଏଥର ତା ଛୁଆ ଛେଳିକୁ ଫେରିପାଇବା ଆଶାରେ ତା ପିତାଙ୍କ ଘର ଛେଳିମାନଙ୍କୁ ଖୋଜି ଖୋଜି ଏ ଜଙ୍ଗଲରୁ ସେ ଜଙ୍ଗଲ ଯାଏ ବୁଲୁ ବୁଲୁ କିଛି ବି ସନ୍ଧାନ ପାଇ ପାରିଲା ନାହିଁ.ସେଦିନ ମନଦୁଃଖରେ ଖରାକୁ ପିଠି କରି କେତେ କୁଆଡେ ଚିଠି ଲେଖିଲେ ମଧ୍ୟ କିଛି ଉତ୍ତର ନାହିଁ. ବାଟରେ ବନ୍ୟାରେ ଭାଷିଗଲେ ଵା ଝଡ଼ ତୋଫାନରେ ଏଣେ ତେଣେ ହଜିଗଲେ ଭାବି ମନଦୁଃଖରେ ଥିବା ବେଳେ ବିଲୁଆ ଆସି ଜଣେଇଲା ବୁଝିଲୁ ଛେଳି ତୋ ବାପଘର ଛେଳି ସଦସ୍ୟଙ୍କ ଠିକଣା ମିଳିଯିବ. ସେମାନେ ଅନ୍ୟ ଜଙ୍ଗଲରେ ଘର କରି ରହିଲେଣି ଏବେ ତେଣୁ ତାଙ୍କ ପୁରୁଣା ଘରଟାକୁ ବିକ୍ରି କରିବା ପାଇଁ ସଫେଇ କର୍ମଚାରୀମାନଙ୍କୁ ତାଙ୍କ ଘର ସଫା କରିବାକୁ ପଠେଇ ହରଡ଼ଘଣାରେ ପଡିଛନ୍ତି. ମାନେ ପଚାରିଲା ଛେଳି. ଆଲୋ ନାଇଁଲୋ ହୁଣ୍ଡୀ ସେ ପୁରୁଣା ଘରୁ ଗୋଟେ କଙ୍କାଳ ବାହାରିଛି ତେଣୁ ଆମ ଭାଲୁ ବୈଜ୍ଞାନିକ, ଜିରାଫ ପରିବେଶବିତ ମାନେ ଅନୁସନ୍ଧାନ ପାଇଁ ଯାଇଛନ୍ତି.ଛେଳି କହିଲା ଏତେ କଥାରୁ ମତେ କଣ ମିଳିବ ଯେ!ମତେ ମୋ ଛୁଆ ଦରକାର କହି କାନ୍ଦିବାକୁ ଲାଗିଲା.

   ଠିକ ଏତିକି ବେଳେ ଛୁଆ ଛେଳି ଫେରିଆ

ସିଥିଲା. ତା ଗୋଡ଼ରୁ ମୁଣ୍ଡ ଯାଏଁ ଆଉଁସି ଦେଇ ଛେଳି ଖୁବ କାନ୍ଦୁଥିଲା ତ ଛୁଆ ଛେଳି କହିଲା କାନ୍ଦୁଛୁ କାହିଁକି?ଆମେ ପଶୁ ଜନ୍ତୁ ମାନଙ୍କର କୋଉ ଆୟୁଷ ବଳ ଅଛି!କହ ଏଯାଏଁ ବଞ୍ଚି ରହିଥିବାରୁ କେତେ କଥା ଜାଣିଲି ମାମୁଁଘର ଯାଇ. କଣ ଜାଣିଲୁ ଧନ?

   ଛେଳି ଛୁଆ କହିଲା ମଣିଷମାନେ ଜାଣିବା କଥା. ବହୁତ ଦିନ ଧରି କୌଣସି ଘରକୁ ପରୀତ୍ୟେକ୍ତ କରି ରଖିଲେ, ଧୂଳି ଜମି ପୋକ ଜୋକ ସୃଷ୍ଟି ହୁଅନ୍ତି. ଆଉ ଖାଲି ପଡ଼ିଥିବା ଅନ୍ଧାର ଘରେ କୀଡାମାନେ ଏହି ପୋକ ଜୋକ ଜାତୀୟ କୀଟ ଖାଇ ଓ ଜମିଥିବା ଧୂଳି, ମଳି, ଅଳିଆ ଭକ୍ଷଣ ସହିତ ସେସବୁ ସଂସ୍ପର୍ଶରେ ଆସିବା ଦ୍ୱାରା ଗୋଟେ ନୂଆ ରୂପ ପାଇଯାଆନ୍ତି. ମାମୁଁଘର ଛାଡି ସମସ୍ତେ ବାତ୍ୟା ଭୟରେ ମତେ ନେଇ ଦୂର ଜଙ୍ଗଲକୁ ଚାଲି ଯିବା ଦ୍ୱାରା ଘର ବର୍ଷ ବର୍ଷ ଧରି ଖାଲିପଡ଼ିଥିଲା. ତାକୁ ଏବେ ମାମୁଁ ବିକିବାକୁ ଚାହିଁ ସଫେଇ କର୍ମଚାରୀଙ୍କୁ ପଠାଇବାରୁ ସେମାନେ ଖଟ ଉପରେ ଗୋଟେ କଙ୍କାଳସାର ଭୂତ ଭଳି ଜୀବ ଆବିଷ୍କାର କରିବା ପରେ ବୈଜ୍ଞାନିକ ଭାଲୁ ମଉସା ଓ ପରିବେଶବିତ ଜିରାଫ ଭାଇ ସେଠାକୁ ଯାଇ ପରୀକ୍ଷା ନିରୀକ୍ଷା କରି ଗୁଣ୍ଡୁଚି, ନେଉଳ, ଝିଟିପିଟି ଇତ୍ୟାଦି ସରୀସୃପଙ୍କ ସହାୟତାରେ ଏସବୁ ଜାଣିବାକୁ ପାଇଛନ୍ତି. ମୁଁ ତେଣୁ ଏସବୁ ତତେ କହିବାକୁ ଚାଲି ଆସିଛି. ଆଉ ଘର ଖାଲିକରି ଓ ଅନ୍ଧାର ରଖି ବହୁଦିନ ଧରି ରଖିଲେ ତାହା ଭୂତକୋଠି ହୋଇଯାଏ କଥାଟାର ସତ୍ୟାସତ୍ୟ ଏବେ ପ୍ରମାଣିତ ହେଲା. ବିଲୁଆ କହିଲା ମୋ କଥା ତୋ ମାଆ ବିଶ୍ୱାସ କରିନଥାନ୍ତା. ତୁ ଫେରିଆସି ଭଲକଲୁ. ଚାଲ ସମସ୍ତେ ମିଶି ମଣିଷ ସମାଜକୁ ଏ ବାର୍ତ୍ତା ପହଞ୍ଚେଇ ଦେବା. ଛେଳି ମାଆ କହୁଥିଲା ତୋର ଆଉ ଏତେ ପରିବେଶବିତ ହେବା ଦରକାର ନାହିଁ ତ ଛୁଆ ଛେଳି କହୁଥିଲା ତେବେ ଜୀବ ଜଗତର ସୁରକ୍ଷା ଦରକାର ନା ନାହିଁ!ନିଦରୁ ଉଠି ମୁନା କହୁଥିଲା ଜାଣିଛୁ ମାଆ ଗାଁ ଘର ଖାଲି ପକେଇବା ଉଚିତ ନୁହେଁ. ଚାଲ ଗାଁକୁ ଫେରିଯିବା ଆମେ . ପୁଅ ମୁହଁକୁ ଡବଡ଼ବ କରି ଚାହିଁ ରହିଥିଲେ ମାଆ ତ ବାପା କହିଲେ ସେ ଯାହା ସବୁ ସ୍ୱପ୍ନରେ ଦେଖିଛି ତାହା ସତ୍ୟ. ଦେଖୁନ ସମସ୍ତେ ଏ ଭିଡିଓ ଦେଖ. ନଇଁ ପଡି ସମସ୍ତେ ଦେଖୁଥିଲେ ପ୍ରମାଣ ଭରା ପ୍ରାମାଣିକ ଭିଡ଼ିଓ 


Rate this content
Log in

Similar oriya story from Fantasy