Pratap Chandra Mishra

Tragedy

4  

Pratap Chandra Mishra

Tragedy

ପ୍ରହେଳିକା

ପ୍ରହେଳିକା

4 mins
219



ଅନେକ ଦିନ ପରେ ପ୍ରଭାକର ବାବୁ ସକାଳ ଚାଲି ରେ ବାହାରିଲେ।

ହାତ ରେ ଆଶା ବାଡି ଧରି ରାସ୍ତା ମାପି 

ଗନ୍ତବ୍ୟ ସ୍ଥଳ ନୀତି ଦିନିଆ ସେହି ପାର୍କ ରାସ୍ତା କୁ ଯାଉଥିଲେ। ସେହି ପାର୍କ କୁ ତାଙ୍କର ଅବସର ନେଇଥିବା ବୟସ୍କ ବନ୍ଧୁ ମାନେ ମିଶି ଖଟି ଓ ସକାଳୁଆ କସରତ କରି ଘରକୁ ଫେରୁଥିଲେ। କିନ୍ତୁ ପ୍ରଭାକର ବାବୁ ଦଶ ଦିନ ହେବ ଅସୁସ୍ଥତା ଯୋଗୁଁ ପାର୍କ ଯାଇନଥିଲେ। ଆଜି ଟିକିଏ ସୁସ୍ଥ ହେଲା ପରେ ଅର୍ଦ୍ଧାଙ୍ଗିନୀ ଙ୍କ ବାରଣ ସତ୍ତ୍ୱେ ସେ ଜବରଦସ୍ତ ବାହାରକୁ ବାହାରି ପ୍ରକୃତି ର ଥଣ୍ଡା ହାୱା ଓ ମୁକ୍ତ ବାୟୁ ମଣ୍ଡଳକୁ ଉପଭୋଗ କରିବା ସହ ସାଙ୍ଗ ସାଥି ଙ୍କୁ ଭେଟିବା ମନ ଫୁର୍ତ୍ତି କରିବା ଉଦ୍ଧେଶ୍ୟ ରେ ଗୋଡ଼ କାଢି ଛନ୍ତି। କେତେ ଆଉ ରୁଦ୍ଧ କୋଠରୀ ରେ ରହିବେ ?

ତେଣୁ ଦୁର୍ବଳ ତନୁ ଓ ସକାଳୁଆ ଔଷଧ ଖାଇ ଧୀରେ ଧୀରେ ଯାଇ ପାର୍କ ର ସିମେଣ୍ଟ ବେଞ୍ଚ୍ ରେ ବସି ଥକା ମାରିଲେ।ପାର୍କ ଟା ଖାଲି ଖାଲି ଲାଗୁଥିଲା। ହାତ ଗଣତି କେତେ ଲୋକ ପାର୍କ ର ଚଲା ରାସ୍ତା ରେ ଚକ୍କର କାଟୁ ଥିଲେ।ସାଙ୍ଗ ସାଥି ଙ୍କ ର ଦେଖା ବି ନାହିଁ। ସେ ଭାବିଲେ ବୋଧେ ଟିକେ ଶୀଘ୍ର ଆସିଯାଇଛନ୍ତି। ଏମିତି ଥକା ମାରୁ ମାରୁ ସକାଳୁଆ ସୁଲୁ ସୁଲୁ ପବନ ରେ ନିଦୁଆ ନିଦୁଆ ଅନୁଭବ କଲେ।ଏବଂ କିଛି ସମୟ ପାଇଁ ଘୁମେଇ ଗଲେ। ଅଧା ନିଦ ଓ ଅଧା ସଚେତନ ଭିତରେ ପ୍ରଭାକର ବାବୁ ସେହି ପାର୍କ ରେ ନିଜକୁ ଏକ ପ୍ରକାର ନିଶ୍ଚଳ ହୋଇ ବସିଥିଲେ। ମନେ ମନେ ସେ ତାଙ୍କର ପ୍ରିୟ ସାଙ୍ଗ ଅଭିମନ୍ୟୁ କୁ ପାଖରେ ବସି ଥିବା ଅନୁଭବ କରୁଥିଲେ।ଅଭି ର ସ୍ତ୍ରୀ ପରଲୋକ ହୋଇଯାଇ ଥିଲେ। ପୁଅ ବୋହୂ ଆମେରିକା ରେ ରହନ୍ତି। ଏହି ସହର ରେ କର୍ମମୟ ଜୀବନ ରୁ ଅବସର ହେଲା ପରେ ଭଲ ବଙ୍ଗଳା କରିଥିଲା। କିନ୍ତୁ ପୁଅ ର ଭବିଷ୍ୟତ ପାଇଁ ଶୁଭ ମନାସି ଓ ତା ପରିଶ୍ରମ କୁ ଏକ କରି ଯେଉଁ କୁଟୀର ନିର୍ମାଣ କରିଛି ତାକୁ ହାତଛଡ଼ା କରି ବିଦେଶ ରେ ପୁଅ ହାତ ଟେକା କୁ ପସନ୍ଦ ନ କରି ଏଠାରେ ଏକୁଟିଆ ରହୁଛି। ପୁଅ ଓ ବୋହୂ କେତେ ପ୍ରକାରେ ଅନୁରୋଧ କଲେ ସାଥିରେ ଆମେରିକା ନେବାକୁ। କିନ୍ତୁ ଫଳ ଶୂନ। ଘରେ କେୟାର ଟେକର ସହ ଦିନଚର୍ଯ୍ୟା ହୁଏ ଓ ଜୀବନ ଅତିବାହିତ କରେ।ଭଲ କେୟାର ଟେକର ଟିଏ ପାଇଛି। ନିଜ ପୁଅ ବି ସେମିତି ସେବା କରିବ ନାହିଁ ବୋଲି ଅଭିମନ୍ୟୁ , ପ୍ରଭାକର କୁ କହିଥିଲା। ସବୁ କିଛି ପାଖରେ ଅଛି, ଖାଲି ନିଜ ସ୍ୱଜନ ପାଖରେ ନଥାଇ ନିସଂଗ ଜୀବନ ବିତାଉଛି। ହେଲେ ପ୍ରଭାକର ଭଳି ସାଙ୍ଗ ପାଇ ସେ ନିସଂଗତା ଭୁଲି ଯାଏ।

ପ୍ରଭାକର ବାବୁ ତାକୁ ମନେ ପକାଇ ଅଭିମନ୍ୟୁ ପାଖରେ ଅଛି ବୋଲି ଭାବି କିଛି କଥା ହେଉ ଥାନ୍ତି। ପାଖରେ ଟହଲ ମାରୁଥିବା ଲୋକେ ଏସବୁ ନଜର ଅନ୍ଦାଜ କରି ଚାଲି ଯାଇଥାନ୍ତି। ହେଲେ ପ୍ରଭାକର ବାବୁ କିନ୍ତୁ ଚିରାଚରିତ ସାଙ୍ଗ ସହ କଥା ହେଉଥାନ୍ତି।ଅଭିମନ୍ୟୁ ବାବୁ କହୁଥାନ୍ତି ପୁଅ କଥା, ବୋହୂ ର ହାତ ରନ୍ଧା ସ୍ଵାଦ କଥା ଓ ଗୁଲୁ ଗୁଲିଆ ନାତୁଣୀ ର ସବୁ ଛୋଟ ଛୋଟ ହରକତ କଥା। ଏ ସବୁ ଭିତରେ ଅଭିମନ୍ୟୁ ବାବୁଙ୍କୁ ନିଜ ଅନ୍ତର ତଳ କୋହ। ସ୍ତ୍ରୀ ଥିଲା ବେଳେ ମନ ଲାଖି ଖାଦ୍ୟ , ଅଭିମନ୍ୟୁ ବାବୁ ଙ୍କ ଯତନ ଓ ସୂକ୍ଷ୍ମ ରୁ ସୂକ୍ଷ୍ମ ଶରୀର ଗଠନ ,ସୁରକ୍ଷା ସମୃଦ୍ଧି ସବୁ ଦାୟିତ୍ୱ ତୁଲାଇ ନେଉଥିଲେ। ସେ ଟିକିନିଖି କଥା।ଏବଂ ବିଶାଳ ଘରେ ଖାଁ ଖାଁ ଜୀବନ କେମିତି ବିତେ ଦିବସ ସାରା ସେ ସବୁ ବଖାଣି କହୁଥିଲେ। ପୁରୁଣା ଆଲବମ ଦେଖି କୁନି ପୁଅର ଅଝଟ , ମା ର ଅଙ୍କୁଶ ପିଲା ର ଭବିଷ୍ୟତ ସଜାଡ଼ିବା ପାଇଁ , ଓ ଅଭିମନ୍ୟୁ ବାବୁ ଘରେ ପୁଅ ଓ ସ୍ତ୍ରୀ ପାଇଁ ସମୟ ନଦେଇ କିଭଳି ଧନ ଅର୍ଜନ ରେ ବ୍ୟସ୍ତ ଥିଲେ ସବୁ ମନ୍ପକାଇ ପ୍ରଭାକର ବାବୁ ଙ୍କ ସାମ୍ନା ରେ କହୁଛନ୍ତି।

ସେ ଶେଷ ରେ କୁହନ୍ତି ପ୍ରଭାକର ଙ୍କୁ ,ଦେଖ ପ୍ରଭାକର ଏ ବିଶାଳ ଦୁନିଆ ରେ ମୁଁ ଏଠି ଏକା। ତୋ ଛଡ଼ା ମୋର ଅତି ନିଜର କିଏ ନାହିଁ।ଯଦି ମୋର କିଛି ହୁଏ ତେବେ ପୁଅ କୁ ଜଣାଇ ମୋର କ୍ରିୟା କର୍ମ ତୁ କରାଇ ଦେବୁ। ଯଦି ସେ ଆସେ ଭଲ ନ ହେଲେ ତୋ ନିଜ ହାତ ରେ ନିଜେ ଦାହ ସଂସ୍କାର କରିଦେବୁ। ମୋର ସମ୍ପତ୍ତି ପୁଅ ନାଆଁ ରେ କରି ଆଲ ମାରି ରେ ରଖୀଦେଇଛି ।ତାହାକୁ ତୋ ପାଖରେ ରଖିଥିବୁ। ପୁଅ ଆସିଲେ ତାକୁ ଦେଇ ଦବୁ। ଏଭଳି କଥା ପ୍ରଭାକର ବାବୁ ଙ୍କୁ ଚକିତ କରାଇ ଦେଲା। ନିଦୁଆ ମତି ଚଞ୍ଚଳ ହେଲା।ଦେଖିଲେ ପାଖରେ ତ ଅଭିମନ୍ୟୁ ନାହିଁ।ସେ କାହା ସହ କଥା ହେଉଛନ୍ତି? ବୋଧେ ଏହା ତାଙ୍କର ପ୍ରହେଳିକା ଥିଲା। କାରଣ ବହୁତ୍ ଦିନ ହେଲା ସେ ଆସି ନ ଥିଲେ, ଏବଂ ତାଙ୍କଠାରୁ ଅଧିକ ସେ ଅଭିମନ୍ୟୁ କୁ ବୋଧେ ବେଶୀ ଭଲ ପାଉଛନ୍ତି। ତେଣୁ ଏହା ଭେଳିକି ଥିଲା। ଘଣ୍ଟା ଦେଖିଲେ। ସମୟ ହୋଇଯାଇଥିଲା ଘରକୁ ଫେରିବା ପାଇଁ। ତେଣୁ ପ୍ରଭାକର ବାବୁ ଘରକୁ ଫେରି ଆସିବାକୁ ବାହାରିଲେ ପାର୍କ ରୁ। ପୁଣି ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କରୁଥିଲେ।

ଘର ନିକଟତର ହେଲା ବେଳକୁ ଅଭିମନ୍ୟୁ ଘର ପଡେ। ଦେଖିଲେ ସେ ଘର ସାମ୍ନା ରେ ପୋଲିସ ଭିଡ଼ ଜମାଇ ଛନ୍ତି।

ଘଟଣା କଣ ଜାଣିଲା ବେଳକୁ ବୁଝିଲେ ଅଭିମନ୍ୟୁ ପରଲୋକ ହୋଇଯାଇଛି। କେୟାର ଟେକର ଛୁଟି ରେ ଥିଲା। ପଡୋଶୀ ଘର ଲୋକ କିଛି ଦୁର୍ଗନ୍ଧ ଆସୁଛି ଜାଣି ପୋଲିସ କୁ ଖବର କରିଥିଲେ। କବାଟ ଭାଙ୍ଗି ପୋଲିସ ଅବସ୍ଥା ଦେଖି ବାରି ପାରୁଥିଲେ ଅଭିମନ୍ୟୁ ବାବୁ ପ୍ରାୟ ଚାରି ଦିନ ହେବ ମୃତ୍ୟୁ ବରଣ କରିଛନ୍ତି। ପ୍ରଭାକର ବାବୁ ସେ ଭିଡ଼ ରେ ପହଞ୍ଚି ପୋଲିସ କୁ ଭେଟିଲେ। ଅବାକ୍ ହୋଇ କହୁଥିଲେ ଏଇନେ ଅଭିମନ୍ୟୁ ମୋ ସହିତ କଥା ହେଉଥିଲା ପାର୍କ ରେ। ଏହା ବିଶ୍ୱାସ ଯୋଗ୍ୟ ନୁହେଁ। କିନ୍ତୁ ବାସ୍ତବ ଚିତ୍ର ସାମ୍ନା ରେ ଥିଲା। ପୋଲିସ ଶବ କୁ ଜବତ କରି ପୋଷ୍ଟମର୍ଟମ କରିବାକୁ ନେଇଗଲେ। ପ୍ରଭାକର ବାବୁ ଅଭିମନ୍ୟୁ ବାବୁ ଙ୍କ ପୁଅ କୁ ଫୋନ୍ କରି ଜଣାଇ ଥିଲେ। ଏବଂ ହାତରେ ଅଭିମନ୍ୟୁ କହିଥିବା ପ୍ରକାରେ ସମ୍ପତ୍ତି ସମ୍ବନ୍ଧୀୟ କାଗଜ ପତ୍ର ଆଲମାରୀ ରୁ ବାହାର କରି ନିଜ ହାତରେ ଧରି ଭାବୁ ଥିଲେ ସତରେ କଣ ଅଭିମନ୍ୟୁ ପାର୍କ ରେ ମୋ ସହ ଥିଲା?


Rate this content
Log in

Similar oriya story from Tragedy