Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Smruti Ranjan

Drama Romance Fantasy


3  

Smruti Ranjan

Drama Romance Fantasy


ପ୍ରେମର ପରିଭାଷା

ପ୍ରେମର ପରିଭାଷା

6 mins 215 6 mins 215


ସୁଜାତା ଆଜି ବହୁତ ଖୁସି..........। ଦିର୍ଘ ଛଅ ମାସ କାଳ ଅଖିଆ ଅପିଆ ନିନ୍ଦା ଅପବାଦକୁ ସହି ସ୍ଵାମୀଙ୍କ ଗଂଜଣାକୁ ଭୂକ୍ଷେପ ନ କରି ସେ ଆଜି ତା' ଲକ୍ଷ୍ୟ ହାସଲ କରିଛି । ଏହି ଲକ୍ଷ୍ୟ ଟିକକ ହାସଲ କରବାକୁ ଯାଇ ତା' ଚରିତ୍ରକୁ କାଠ ଗଡା ରେ ଛିଡ଼ା କରିବାକୁ ପଛେଇ ନାହାନ୍ତି ସ୍ୱାମୀ ବିକ୍ରମ ! ଯାହାକୁ ସେ ପରିବାର ବିରୁଦ୍ଧରେ ଯାଇ ଘରୁ ଲୁଚି ପଳେଇ ଆସି କୋର୍ଟରେ ମ୍ୟାରେଜ କରିଥିଲା ଶେଷରେ ସେ ତା' ଚରିତ୍ରକୁ ସନ୍ଦେହ କରୁଛି ଜାଣି ଭିତରେ ଭିତରେ ବହୁତ ଭାଙ୍ଗି ପଡିଥିଲା ! କିନ୍ତୁ ଲକ୍ଷ୍ୟ ପୂରଣ କରିବାର ଦୃଢ଼ ନିଷ୍ପତିକୁ ଆଖି ଆଗରେ ରଖି ସବୁ ନିନ୍ଦା ଅପବାଦକୁ ଅଣଦେଖା କରି ଚାଲିଥିଲା ସୁଜାତା । ଆଉ ଆଜି, ସେ ସମୟ ଉପନୀତ ହୋଇ ସାରିଛି । ଚାତକ ପକ୍ଷୀ ଭଳି ଚାହିଁ ରହିଛି ସୁଜାତା ବିକ୍ରମ ର ଆସିବା ବାଟକୁ । ଛଅ ମାସ ଧରି ହୃଦୟକୁ ଦଂସି ଚାଲିଥିବା ସେ ଭଅଁର ଟିକୁ ସ୍ୱାମୀ ବିକ୍ରମଙ୍କ ହାତରେ ଦଳି ଚକଟି ମାରିଦେବାକୁ ଚାହେଁ ସେ !! ସ୍ୱାମୀଙ୍କ ଜନ୍ମ ଦିନରେ ସରପ୍ରାଇଜ ଦେବା ପାଇଁ ଘର ଟିକୁ ଖୁବ ସୁନ୍ଦର ଭାବେ ସଜେଇବା ସହ ନିଜକୁ ମଧ୍ୟ ଗୋଟେ ନବ ବଧୂ ରୂପେ ସଜେଇ ଦେଇଛି।

                  ବାରମ୍ବାର ଆଇନା ଦେଖି ଲାଜେଇ ଯିବା ସହ ନିଜକୁ ନିଜେ ଗୁଣୁଗୁଣୁ ହେଇ ପ୍ରଶଂସା ରେ ପୋତି ପକାଉଛି।

ଖୁସି ର ଏହି ମୁହୂର୍ତ୍ତରେ ସୁଜାତାର ମନ ହେଲା ବାହାଘର ସମୟର ସେହି ଦୁର୍ଲଭ ଫୋଟୋକୁ ଦେଖି ସେହି ପୁରୁଣା ସ୍ମୃତିକୁ ଆଉ ଥରେ ଟିକେ ତାଜା କରିବାକୁ । ଆଲମୀରା ଭିତରୁ ଆଲବମଟିକୁ କାଢି ବାହାଘର ସମୟର ସେହି ବଧୂ ବେଶ ଫୋଟୋ ଦେଖି କିଛି କ୍ଷଣ ପାଇଁ ସେହି ପୁରୁଣା ଅତୀତର ସ୍ମୃତିରେ ନିଜକୁ ଭସେଇ ଦେଲା ସୁଜାତା.............,

       ଗାଁ ର ଏପାଖ ସାହିରେ ସୁଜାତା'ର ଘର ଆଉ ଆର ସାହିରେ ବିକ୍ରମ'ର ଘର । ସୁଜାତା'ର ବାପା କୌଳାଶ ଓ ବିକ୍ରମ'ର ବାପା ଆଲୋକ ଦୁହିଁଙ୍କ ଭିତରେ ଥିଲା ନିବିଡ଼ ବନ୍ଧୁତା। ଦୁହେଁ ରାଜନୀତିରେ ଛାମୁଆଁ ନେତା ଥିଲେ । ତେଣୁ ଦୁହିଁଙ୍କ ପରିବାର ମଧ୍ୟରେ ଖୁବ ଭଲ ସମ୍ପର୍କ ଥିବା ସହ ପୂଜାପର୍ବାଣୀ ଓ ଯାନି ଯାତ୍ରାରେ ଦବା ନେବା ଲାଗି ରହି ଥିଲା । ଫଳ ସ୍ୱରୂପ ସୁଜାତା ଆଉ ବିକ୍ରମ ମଧ୍ୟରେ ବନ୍ଧୁତା ଓ ବନ୍ଧୁତାର ଖିଅ କେତେବେଳେ ପ୍ରେମର ରଜ୍ଜୁରେ ପରିଣତ ହେଇଗଲା ଦୁହିଁଙ୍କୁ ଜଣା ମଧ୍ୟ ପଡ଼ିଲାନି। ଦୁହେଁ ଦୁହିଁଙ୍କୁ ନିବିଡ଼ ଭାବେ ପ୍ରେମ କରି ବସିଲେ । କହିବାକୁ ଗଲେ ଦୁଇଟି ଶରୀର କିନ୍ତୁ ଗୋଟେ ଆତ୍ମା ଥିଲା । ସବୁଠାରୁ ଖୁସିର ବିଷୟ ହେଉଛି ଦୁହିଁଙ୍କର ପରିବାର ବହୁତ ଖୁସି ଥିଲେ। ସୁଜାତା ଓ ବିକ୍ରମର ବିବାହ ସାରିଦେଇ ଦୁଇ ପରିବାର ଭିତରେ ଥିବା ସମ୍ପର୍କର ଅସ୍ଥାୟୀ ସେତୁ ଟାକୁ ସମ୍ପୂର୍ଣ ସୁଦୃଢ଼ ଭାବେ ଗଢି ତୋଳିବା ପାଇଁ ଆଲୋକ ଓ କୌଳାଶ ନିଜ ନିଜ ଭିତରେ କଥା ହୋଇ ସାରିଥିଲେ ।

     କିନ୍ତୁ ହଟାତ ଗ୍ରାମ ସରପଞ୍ଚ ନିର୍ଵାଚନକୁ ନେଇ ଆଲୋକ ଓ କୌଳାଶ ଦୁହିଁଙ୍କ ମଧ୍ୟରେ ମତାନ୍ତର ଘଟିଲା !! କ୍ଷୀର ନିର ପରି ସମ୍ପର୍କ ଟି ବିଷ ଜ୍ବାଳା ରେ ପରିଣତ ହୋଇଗଲା । ଦୁହେଁ ଦୁହିଁଙ୍କ ଜୀବନର ଶତ୍ରୁ ପାଲଟି ଗଲେ ।ସମ୍ପର୍କ ର ସେତୁ ଟି ଅଦିନ ଝଡରେ ଧ୍ୱସ୍ତ ହୋଇଗଲା। ଅଦିନ ଝଡ଼ରେ ବେଶି କ୍ଷତି ଗ୍ରସ୍ତ ହେଲେ ଦୁଇ ପ୍ରେମୀ ଯୁଗଳ। ପ୍ରେମର ବସାଟି ଭାଙ୍ଗି ରୁଜି ଚୁର ମାର ହୋଇଗଲା। ଦୁହିଁଙ୍କ ମଧ୍ୟରେ କଥା ହେବା ତ ଦୂର ଦୁହେଁ ଦୁହିଁଙ୍କୁ ଦେଖିବା ଯେମିତି ସାତ ସପନ ପାଲଟି ଗଲା। 

     ଯେମିତି କୌଳାଶ ନିଜ ଝିଅ ସୁଜାତାକୁ ନିଜର ଶେଷ ନିଷ୍ପତି ଶୁଣେଇ ଦେଲେ ବିକ୍ରମକୁ ସବୁଦିନ ପାଇଁ ମନରୁ ପାସୋରି ଦେବାକୁ !! ଠିକ ସେମିତି ଆଲୋକ ନିଜ ପୁଅ ବିକ୍ରମକୁ ନିଜର ଅନ୍ତିମ ବାଣୀ ଶୁଣେଇ ଦେଲେ ସୁଜାତାକୁ ସବୁଦିନ ପାଇଁ ଭୁଲି ଯିବାକୁ !!" ନିଜ ନିଜ ପିତାଙ୍କର ଏଭଳି ନିଷ୍ପତି ଶୁଣି ଦୁହେଁ ଭାଙ୍ଗି ପଡିଲେ । ବହୁ କଷ୍ଟରେ ଏକ ବିଶ୍ୱସ୍ତ ବନ୍ଧୁର ସହାୟତା ନେଇ ବିକ୍ରମ ସୁଜାତା ମଧ୍ୟରେ ଦେଖା ସାକ୍ଷାତ ହେଲା। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ଦିନେ ଅଧରାତିରେ ଦୁହେଁ ଘରୁ ଲୁଚି ସହରକୁ ଚାଲି ଆସିଲେ । ସେଠାରେ କୋର୍ଟ ମ୍ୟାରେଜ କରି ଦୁହେଁ ରହିବାକୁ ଲାଗିଲେ।

          କିଛି ଦିନର ରହଣି ଭିତରେ ବିକ୍ରମକୁ ଏକ ପ୍ରାଇଭେଟ ଠିକା ସଂସ୍ଥାର ସୁପର ଭାଇଜର ପଦବୀ ରୂପେ ଚାକିରୀ ମିଳିଲା । ତା ପରେ ଦୁଇ ଜଣ ଖୁସିରେ ରହିବାକୁ ଲାଗିଲେ । କିନ୍ତୁ ହଟାତ ମାସ ଗୋଟାକ ବିତିବା ପରେ ସୁଜାତା ଜିଦ୍ କଲା ଚାକିରୀ କରିବାକୁ !! ସୁଜାତା କହିବା ଅନୁସାରେ ବିକ୍ରମ ଅଫିସ ଚାଲିଗଲା ପରେ ଘରେ ବସିବସି ବୋର ହେଇ ଯାଉଥିବାରୁ ସେ ଚାକିରୀ କରିବାକୁ ଚାହୁଁଛି । କିନ୍ତୁ ବିକ୍ରମ ସୁଜାତାକୁ ରୋକଠୋକ ମନା କରିଦେଲା । ହେଲେ ସୁଜାତା ମଧ୍ୟ ହାର ନ ମାନିବାକୁ ବୋଧେ ସଂକଳ୍ପ ନେଇଥିଲା । ସେ ବିକ୍ରମ ଅଜାଣତରେ ଠିକ କରିଥିବା ଚାକିରୀ ରେ ଜଏନ କରିଗଲା ।

         ପ୍ରଥମ ପ୍ରଥମ ସୁଜାତା ବିକ୍ରମ ଅଫିସ ଚାଲିଯିବା ପରେ ଚୁପ୍ କରି ଅଫିସ ଚାଲିଯାଏ ଆଉ ଠିକ ବିକ୍ରମ ଆସିବା ପୂର୍ବରୁ ଅଫିସରୁ ଫେରି ଆସେ।ଏମିତି ରୀତିମତ କିଛି ଦିନ ସୁରୁଖୁରରେ କଟିଗଲା । କିନ୍ତୁ ପାଖ ପଡ଼ୋଶୀ ମାନେ ଧୀରେ ଧୀରେ ସୁଜାତାକୁ ସନ୍ଦେହ କରିବା ଆରମ୍ଭ କଲେ। ସୁଜାତା ଚାଲି ଚଳନକୁ ଲକ୍ଷ୍ୟ କରି କିଛି କଳହ ପ୍ରକୃତିର ପଡ଼ୋଶୀ ମାନେ ବିକ୍ରମ କାନରେ ଗୁରୁ ମନ୍ତ୍ର ଫୁଙ୍କିବା ଆରମ୍ଭ କଲେ। ପ୍ରଥମ ପ୍ରଥମ ବିକ୍ରମ ପଡ଼ୋଶୀ ମାନଙ୍କ କଥାକୁ ହେୟଜ୍ଞାନ କରି ଚାଲିଲା। କିନ୍ତୁ ଯୋଉଠି ଏ କଳା ମୁଣ୍ଡିଆ ପ୍ରାଣୀ ତିନି ତୁଣ୍ଡରେ ଛେଳିକୁକୁକୁରର ମାନ୍ୟତା ଦେଇ ଦେଉଛି ସେଠି ଆଉ ଅସମ୍ଭବ ବୋଲି କଣ ଅଛି !!

                ପଡ଼ୋଶୀ ମାନଙ୍କ ଠାରୁ ରୀତିମତ ସୁଜାତା ବିଷୟରେ ଶୁଣି ଶୁଣି ଶେଷରେ ବିକ୍ରମ ମନରେ ମଧ୍ୟ ସନ୍ଦେହର ବୀଜ ଅଙ୍କୁରିତ ହେବାକୁ ଲାଗିଲା। ଧୀରେ ଧୀରେ ସୁଜାତାକୁ ବିକ୍ରମ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଲା। ସତ କଣ ଜାଣିବାକୁ ବିକ୍ରମ ସୁଜାତାକୁ ଯେତେ ପ୍ରକାର ପ୍ରଶ୍ନ କଲେ ମଧ୍ୟ ସୁଜାତା ମୌନ ରହିବାରେ ନିଜ ଶ୍ରେୟ ମନେ କଲା।ସୁଜାତା ର ମୌନେ ରହିବା ଦେଖି ବିକ୍ରମ ପଡୋଶୀଙ୍କ ଶୁଣା କଥାକୁ ବିଶ୍ୱାସ କରିଗଲା । ଯାହା ଫଳରେ ବିକ୍ରମ କ୍ରୋଧର ଆବେଗ ରେ ବଶୀଭୂତ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଶେଷରେ ସୁଜାତାର ଚରିତ୍ର ଉପରେ ଆକ୍ଷେପ କରିବା ଆରମ୍ଭ କଲା। କିନ୍ତୁ ସୁଜାତା ଛାତିକୁ ପଥର କରି ସବୁ ସହିବାକୁ ପ୍ରସ୍ତୁତ ହେଇଗଲା। ବାହାଘରର ମାତ୍ର ଚାରିଟା ମାସ ଭିତରେ ବିକ୍ରମ ଥରୁଟିଏ ହେଲେ ସୁଜାତାକୁ ବୁଝିବାକୁ ଚେଷ୍ଟା କଲାନି । ଧୀରେ ଧୀରେ ବିକ୍ରମ ସୁଜାତା ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲା।

   

         .......ହଟାତ ଘର କବାଟର ଠକଠକ ଶବ୍ଦରେ ସୁଜାତା ଅତୀତର ସ୍ମୃତିରୁ ଫେରି ଆସିଲା। ଆଖିରୁ ବୋହି ଆସିଥିବା ଲୋତକ ବିନ୍ଦୁକୁ ପୋଛି ଦେଇ କବାଟ ଖୋଲିବାକୁ ଗଲା। କବାଟ ଖୋଲି ଦେଖିଲା ବିକ୍ରମ ସନ୍ଦେହ ଭରା ଚାହାଣିରେ ଚାହିଁ ରହିଛନ୍ତି । ଝଡ଼ ବେଗରେ ଘର ଭିତରକୁ ପ୍ରବେଶ କରି ଥରେ ଘର ଚାରି ପାଖକୁ ଆଖି ବୁଲେଇ ଆଣିଲା ବିକ୍ରମ । ଘର ଭିତରର ଦୃଶ୍ୟ , ସୁଜାତାର ବଧୂ ବେଶରେ ସଜେଇ ହେବା ଓ ତା ସହିତ ଘର ସାମ୍ନାରେ ନୂଆ ବାଇକ , ଏ ସବୁ ଦେଖି ବିକ୍ରମ ସୁଜାତାକୁ କ୍ରୋଧ ଭରା ଆଖିରେ ଚାହିଁ ପ୍ରଶ୍ନ କଲା," ଏ ସବୁ ଆୟୋଜନ କାହା ପାଇଁ? ଏ ଗାଡି କାହାର ? କାହା ପାଇଁ ନିଜକୁ ବଧୂ ବେଶରେ ସଜେଇ ଦେଇଛ ଆଜି ?"

           ପ୍ରତିଦିନ ର ଘଟଣା ପରି ସୁଜାତା ନୀରବରେ ବିକ୍ରମକୁ ଜନ୍ମ ଦିନର ଶୁଭେଛା ଜଣେଇବା ସହ ବିକ୍ରମ ହାତକୁ ଗୋଟେ ଛୋଟ ଗିଫ୍ଟଟେ ବଢ଼େଇ ଦେଇ କହିଲା,"ଆଶା କରୁଛି ମୋର ଏ ଛୋଟିଆ ଉପହାର ତମକୁ ପସନ୍ଦ ଆସିବ।" ବିସ୍ମୟରେ ବିକ୍ରମ ତରବର ଭାବେ ପ୍ୟାକେଟଟିକୁ ଖୋଲି ଦେଖିଲା ସେଥିରେ ସୁନ୍ଦର ଚାବି ରିଙ୍ଗ ଲାଗି ଥିବା ଗାଡି ଚାବିଟେ ଅଛି। ଦୁଆର ମୁହଁରେ ନୂଆ ଗାଡି!! ଜନ୍ମ ଦିନର ଉପହାର ସ୍ୱରୂପ ଗାଡି ଚାବି !! ଘଟଣାଟିକୁ ବୁଝିବାକୁ ବିକ୍ରମକୁ କ୍ଷଣେ ମଧ୍ୟ ବିଳମ୍ବ ହେଲାନି ।ତଥାପି ବିକ୍ରମ ଜାଣି ଶୁଣି କିଛି ନ ଜାଣିଲା ସୁଜାତାକୁ ପଚାରିଲା।

           ସୁଜାତା ଅଭିମାନ ଭରା ଚାହାଣିରେ ବିକ୍ରମ ଆଖିକୁ ଚାହିଁ କହିଲା," କିଛି ଜାଣି ପାରୁନା ନା ଜାଣି ମଧ୍ୟ ଅଜଣା ପରି ଅଭିନୟ କରୁଛ ?" ଠିକ ଅଛି ତମେ ଜାଣ ଅବା ନ ଜାଣ, ମୁଁ କିନ୍ତୁ ଆଜି ତମର ସେ ସବୁ ଅମୂଳକ ସନ୍ଦେହ ଦୂର କରି ଦେବାକୁ ଚାହେଁ।

--" କୋଉ ସନ୍ଦେହ !!"

--" ଯୋଉ ସନ୍ଦେହ ପାଇଁ ତମେ ମତେ ଚରିତ୍ର ହୀନର ଉପାଧି ଦେଲ !! ଯୋଉ ସନ୍ଦେହର ଜ୍ୱାଳା ମତେ ଏଇ ଚାରି ମାସ ଭିତରେ ପ୍ରତି କ୍ଷଣ ତିଳ ତିଳ କରି ଜାଳି ମାରୁଛି !!ଆଜି ମୁଁ ତମର ସେ ସବୁ ସନ୍ଦେହକୁ ଦୂର କରିଦେବାକୁ ଚାହେଁ। ମୁଁ ପ୍ରମାଣ କରିଦେବାକୁ ଚାହେଁ ଗୋଟେ ନାରୀ ଯଦି ଘରୁ ଗୋଡ଼ କାଢି ପଦାକୁ ଆସେ ତେବେ ସେ କେବେ ଚରିତ୍ର ହୀନ ହୋଇ ପାରେନି। ଚାକିରୀରେ ଜଏନ କରିବା ଦିନରୁ ତମେ ମତେ କହି ଆସୁଥିଲ କମ୍ପାନୀ ଗାଡିରେ ମୋର ଯିବା ଆସିବା।କିନ୍ତୁ ମୁଁ ସେଦିନ ସନ୍ଧ୍ୟାରେ ପରିବା କିଣି ଫେରୁଥିବା ସମୟରେ ଦେଖିଲି ତମେ ଗୋରୁ ଗାଈଙ୍କ ପରି ଗାଡ଼ିରେ ଲଦି ହେଇ ଆସୁଛ। ଥରେ ଦେଖିଥିଲେ ହୁଏତ ମୁଁ ଗୁରୁତ୍ୱ ନେଇ ନଥାନ୍ତି କିନ୍ତୁ ପ୍ରତି ଥର ଦେଖି ମୁଁ ବୁଝିଗଲି ତମେ ମତେ ମିଛ କହୁଛ ବୋଲି !! ମୁଁ କେତେ ଥର ତମକୁ ପଚାରିଛି କିନ୍ତୁ ତମେ ମତେ ପ୍ରତିଥର କିଛି ନା କିଛି ମିଛ କହି ଟାଳି ଆସିଛ। ତେଣୁ ମୁଁ ମନେମନେ କଠିନ ନିଷ୍ପତି ନେଲି ,ପଛେ ମତେ ଯେତେ କଷ୍ଟ କରିବାକୁ ପଡୁ ନା କାହିଁକି ମୁଁ ତମକୁ ତମ ଜନ୍ମ ଦିନରେ ଗାଡି କିଣି ଜନ୍ମ ଦିନର ଉପହାର ସ୍ୱରୂପ ଦେବି । ସେଥିପାଇଁ ତମେ ମତେ ଜେତେ ଯାହା ପଚାରିଲେ ମଧ୍ୟ ମୁଁ ଚୁପ୍ ରହି ଯାଉଥିଲି । ଲକ୍ଷ୍ୟ ପୂରଣ କରିବାକୁ ଯାଇ ମୁଁ ପାଖ ପଡ଼ା ପଡ଼ୋଶୀଙ୍କ ପାଖରୁ ନେଇ ତମ କଟୁ କଥାକୁ ମଧ୍ୟ ଅଣଦେଖା କରି ଚାଲିଥିଲି । କିନ୍ତୁ ଆଜି, ମୋର ସେ ସ୍ୱପ୍ନ ପୂରଣ ହୋଇ ସାରିଛି ।"ସବୁ ସନ୍ଦେହର ସୂତା ଖିଅ ଖୋଲି ସୁଜାତା ଘର ଭିତରକୁ ଚାଲିଗଲା।

    ସବୁ ସତ ଜାଣି ସାରିଲା ପରେ ବିକ୍ରମ ଆଖିରୁ ଅମାନିଆ ଲୁହ ର ବର୍ଷା ହେବାକୁ ଲାଗିଲା।କିଛି ନ ବୁଝି ନ ସୁଝି ସୁଜାତାକୁ ଚରିତ୍ର ହୀନ ର ଉପାଧି ଦେଇଥିଲା। କିନ୍ତୁ ସୁଜାତା , ମୂର୍ତ୍ତିମନ୍ତ ଦେବୀ ସ୍ୱରୂପ କାଲି ବି ନିରବ ଥିଲା ଆଉ ଆଜି ବି ନିରବ ରେ ଘରୁ ଭିତରୁ ବାହାରି ହାତରେ ମିଠା ଆଣି ବିକ୍ରମ ପାଟିରେ ଦେଇ ପୁନର୍ବାର ଜନ୍ମ ଦିନର ଶୁଭେଚ୍ଛା ଜଣେଇ ଦେଲା । ସୁଜାତାର ଏପରି ନୀରବ ବ୍ୟବହାର ଦେଖି ବିକ୍ରମ ଆଉ ନିଜକୁ ରୋକି ପାରିଲାନି । କାନ୍ଦି କାନ୍ଦି ଆଣ୍ଠେଇ ପଡ଼ି ହାତ ଯୋଡ଼ି ସୁଜାତାକୁ କ୍ଷମା ମାଗିବାକୁ ଲାଗିଲା। ଯେପରି ବସି ଯାଇଥିବା ଘିଅକୁ ଟିକେ ଉଷ୍ମ ର ଆବଶ୍ୟକତା ହୁଏ ତରଳି ବାକୁ ଠିକ ସେମିତି ବିକ୍ରମ ବ୍ୟବହାର ଦେଖି ସୁଜାତାର କୋହ ଲାଭା ପରି ଵିସ୍ଫୋଟ ହେଇ ବାହାରି ଆସିଲା। ଆଣ୍ଠେଇ ପଡ଼ି ବିକ୍ରମ ଗାଲରେ ଚାପୁଡ଼ା ଉପରେ ଚାପୁଡ଼ା ମାରି ହୃଦୟରେ ଚାପି ରଖିଥିବା ଅଭିମାନକୁ ଅଜାଡି଼ ଦେଲା ବିକ୍ରମ ଉପରେ ସୁଜାତ ।

         



Rate this content
Log in

More oriya story from Smruti Ranjan

Similar oriya story from Drama