ପ୍ରେମ ...!
ପ୍ରେମ ...!
ସୁମନ ପୁଅକୁ କହିଲା ବାବୁରେ ! ରାତି ରାତି ବକ୍ତୃତା ହୁଏନା, ତାଛଡା ମୋତେ ଏହି ନୂଆଁ ମୋବାଇଲ୍ ବିଷୟରେ ଜାଣିବାର ଅଛି , ତେଣୁ ଆଗାମୀ ପ୍ରତିଯୋଗିତା ବେଳକୁ ଭାଗ ନେବୁ। ହଁ ଭରିଲା ଅନିମେଶ । ପରଦିନ ଦପ୍ତର ଚାଲିଗଲା ସୁମନ। ନୂଆଁ ମୋବାଇଲ୍ ସହ ନୂତନ ଉତ୍ସାହ । ସମସ୍ତ କର୍ମଚାରୀ ଦେଖିନେଲେ। ତାପରେ ନିଜ ସିଟ୍ ରେ ଆସି ବସିଲା ସେ।
କିଛି ସମୟ ପରେ ପାଖ ଚୌକିରେ ଆସି ବସିଗଲା ନୂଆଁ ଚାକିରୀରେ ଯୋଗ ଦେଇଥିବା ଝିଅ ଅର୍ଚ୍ଚିତା । ଟଣା ଟଣା ଆଖି, ଆଧୁନିକ ପରିପାଟି , ସୁନ୍ଦର ଭ୍ରୁଲତା , ଜିନ ପ୍ୟାଣ୍ଟ୍ ସାଙ୍ଗକୁ ସୁମଧୁର କଥା । ସୁନ୍ଦର ଓଠକୁ ଦୁଇଫାଳକରି ସ୍ମିତ ହସିବା ସମୟରେ ଲାଗୁଥିଲା ଯେମିତି ମୁକ୍ତା ଝରୁଛି ।ସବୁକର୍ମଚାରୀଙ୍କ ନଜର କେନ୍ଦ୍ରୀଭୂତ ହେଉଥିଲା ତା ଉପରେ।
ସବୁଠି ବର୍ଣ୍ଣନା ସୁନ୍ଦର, ' ଦୁହିତା ଦୁଇ କୂଳକୁ ହିତା, ଜନନୀ ଭଗିନୀ ଜାୟା ' ଇତ୍ୟାଦି । କିନ୍ତୁ ସୁନ୍ଦରୀ ତରୁଣୀର ବାଙ୍କ ଚାହାଣୀରେ ସବୁକିଛି ଓଲଟ ପାଲଟ ହୋଇଯାଏ ।
ସୁମନ ମୋବାଇଲ୍ ହାତରେ ଧରିଥିଲା କିନ୍ତୁ ନଜର ଥିଲା ନିଜ ପ୍ୟାଣ୍ଟ୍ ସହ ଅର୍ଚ୍ଚିତାର ଜିନ ପ୍ୟାଣ୍ଟ୍ ର ସଙ୍ଗମ ସ୍ଥଳରେ। କହିବାର ତାତ୍ପର୍ଯ୍ୟ ଦୁହିଁଙ୍କ ଗୋଡ ସମ୍ପୂର୍ଣ୍ଣ ପାଖାପାଖି ଥିଲା କୌଣସି ଏକ ଅଜଣା ଆନନ୍ଦ ପୁଲକିତ କରୁଥିଲା ସୁମନକୁ ।
ସତେ ଯେମିତି ପିମ୍ପୁଡ଼ି ମିଠା ଖଣ୍ଡେ ପାଇଯାଇଛି। କ୍ଷଣିକ ଖୁସିରେ ପିମ୍ପୁଡ଼ି ଭୂଲିଯାଇଛି କିଛିକ୍ଷଣ ଭିତରେ ତା ଅନ୍ତ ନିଶ୍ଚିତ।
ଏହା ହିଁ ଜୀବନ ଦର୍ଶନ । ମୋବାଇଲ୍ ଦେଖିବା ଭିତରେ ଗପି ଚାଲିଥିଲେ ଦୁହେଁ। ଏସବୁ ଦେଖି ଦପ୍ତରର ଅନ୍ୟ କର୍ମଚାରୀଙ୍କ ଆଖିରେ ଈର୍ଷାର ନୀଳବତୀ ଜଳି ଉଠିଥିଲା। ଈର୍ଷା ବିଷଧର ସର୍ପଠାରୁ ଭୟଙ୍କର। ଜଣେ ଜଣକୁ ପସନ୍ଦ କଲେ ଦେଖଣାହାରୀ ସଜେଇଦିଅନ୍ତି ଝିଅଟିକୁ ଚରିତ୍ରହିନା ପାଣିରେ ସର ପକେଇଲା ପରି କଥା କହି। ଅର୍ଚ୍ଚିତା କହିଲା, ସୁମନ ବାବୁ, ଆପଣ ବଡ଼ଲୋକ । ଆମ ପାଖରେ ପଇସା
ଅର୍ଥର ଅଭାବ , ତେଣୁ ଦେଖି ଖୁସି ହେବା କଥା।
ସୁମନ କହିଲା ନା ନା , ମୁଁ କୋଟିପତି ନୁହଁ କିନ୍ତୁ ଇଚ୍ଛା ଥିଲେ ଉପାୟ ମିଳେ। ଚାଲ ଆଜି ଦପ୍ତର କାମ ସରିଲା ପରେ ନେଇଆସିବା। ଖୁସି ହୋଇଗଲା ଅର୍ଚ୍ଚିତା। ଚାରି ଆଖିର ମିଳନ ହେଲା। ଗାଢ଼ ରଙ୍ଗର ଲିପଷ୍ଟିକ ଦିଆ ଓଠକୁ କାମୁଡି ଚଟାଣରେ ପାଦ ନଖରେ ଗାର ଟାଣୁଥିଲା ସେ । ସୁମନ ଘରକୁ ଯିବା ସମୟରେ ଡାକିଲା ଅର୍ଚ୍ଚିତାକୁ । ଅର୍ଚ୍ଚିତା ସହ ଯାଇ ମୋବାଇଲ୍ ଦୋକାନରେ ଧାର ସୂତ୍ରରେ ମୋବାଇଲ୍ ଟିଏ କିଣି ଦେଇଦେଲା। କିଛି ସମୟ ବାର୍ତ୍ତାଳାପ ପରେ ଘରକୁ ଫେରିଲା।
ରାୟଗଡ଼ା ରହଣିରେ ବହୁତ୍ ଲୋକଙ୍କ ସହ ପରିଚିତ ଥିଲା ସେ। ତେଣୁ ମୋବାଇଲ୍ ନେବାରେ ଅସୁବିଧା ହେଲାନାହିଁ।