Manju Rath

Others

2.5  

Manju Rath

Others

ପ୍ରେମ

ପ୍ରେମ

1 min
214


ପାଠ ପଢା ସରିଲା ଦିନୁ ମୁଁ ନିଜ କୁ ଭଲପାଇବାର 

ଜୀବନ ର ଗୋଟିଏ ପ୍ରସ୍ଫୁଟିତ ଫୁଲ ର ବାସନା ବୋଲି 

କେବେ ହୃଦୟଙ୍ଗମ କରି ନ ଥିଲି 

ଯେତେବେଳେ ମୋ ଜୀବନରେ ସାଥୀ ଟିଏ ମୋ ମନ 

କଥା ବୁଝିବା ପାଇଁ ଆଗେଇ ଆସିଲେ 

ମୁଁ ଭାବିଥିଲି ପ୍ରେମ ଏକ ଅବୁଝା କାହାଣୀ 

ସେଥିରେ ମୁଁ ପାଦ ଥାପିବି ନାହିଁ 

କାଦୁଅ କୁ ଯିବି କାହିଁକି ଗୋଡ ଧୋଇବି କାହିଁକି 

ମୋତେ ଏତେ ସବୁ ପ୍ରେମ ର ଭାବ ଜଣା ନ ଥିଲା 

ମୁଁ ମୋ ଦୁନିଆରେ ବ୍ୟସ୍ତ ଥିଲି 

ସତରେ ପ୍ରେମ କିଏ କଣ କରେ ପ୍ରେମ ତ ହେଉ 

ହେଉ ହୋଇଯାଏ 

ପ୍ରେମ ବିନା ମଣିଷ ବଞ୍ଚି ପାରେନା 

ଭଲପାଇବାରେ ଏମିତି ମଜିଯାଏ ଯେ ଖରାପ 

କେଉଁଟା ଏବଂ ଭଲ କେଉଁଟା ସେ ଜାଣି ପାରେନା 

ପ୍ରକୃତ ଭଲପାଇବାର ନିସ୍ୱାର୍ଥ ଭାବନା ଯେବେ 

ମନ ରେ ସଜାଏ କିଛି ପାଇବାର ଆଶା ନ ରଖି 

ଦେଇଜାଣେ ସେଇ ପ୍ରେମ କୁ ବୋଧେ ପ୍ରେମ କହନ୍ତି 

ସେ ଯାହା ବି ହେଉ ମୋ ଜୀବନର ସାଥୀ ଟିଏ 

ଯେବେ ଦୁଃଖ ସୁଖ ରେ ଛିଡା ହୁଏ 

ସେଦିନ ମୁଁ ଅନୁଭବ କଲି ପ୍ରେମ ଏକ ବିଶ୍ୱାସ ମମତା 

ଭଲପାଇବାର ନୈସର୍ଗିକ ସ୍ରଷ୍ଟା ର ସୃଷ୍ଟି ।



Rate this content
Log in