Barsha rani Nanda

Fantasy

4  

Barsha rani Nanda

Fantasy

ପ୍ରେମ ର ଝଲକ୍

ପ୍ରେମ ର ଝଲକ୍

5 mins
235


ଭାରତ ଠୁ ଆମେରିକାର ପାଣି ପବନ ସମ୍ପୂର୍ଣ୍ଣ ଅଲଗା। କାର୍ଯ୍ୟ ବ୍ୟସ୍ତତାରେ ନିଜ କଥା ବି ଭୁଲିଯିବା ପାଇଁ ପଡୁଛି ସେଥିପାଇଁ ମା ବେଳେ ବେଳେ ଫୋନ୍ ରେ ଗାଳି କରନ୍ତି।ନିଜର ଯତ୍ନ ନେଉନୁ ଠିକ୍ ରେ ଖିଆ ପିଆ କରୁନୁ କେତେ ଶୁଖି ଗଲୁଣି।ପଳେଇ ଆସେ ଏମିତି ସବୁ ମତେ ଶୁଣିବା ପାଇଁ ପଡ଼େ। ଯାହା ବି ହେଉ ମା ମନ ପରା ତାଙ୍କର ବହୁତ ଧର୍ଯ୍ୟ ବୋଲି ଝିଅକୁ ଏତେ ଦୂରରେ ଛାଡିଛନ୍ତି। ପୁଣି ବେଳେ ବେଳେ କୁହନ୍ତି ତୋ ସାଙ୍ଗଝିଅ ସବୁ ବାହାସାହା ହେଇ ଛୁଆର ମା ହେଇ ସାରିଲେଣି ତୁ କିନ୍ତୁ ଆଜି ଯାଏଁ ବାହା ହେବାର ନାଁ ଧରୁନୁ ମା'ଙ୍କ କଥାକୁ ମୁଁ ଅଲଗା ଆଡେ ଭୁଲେଇ ଦେଇ କୁହେ ମା ଡାକ୍ତର ହେବା ପାଇଁ ଯେତେ କଷ୍ଟ କରିଛି ତାହା କେବେ ଭୁଲି ହେବନି।

ରୋଗୀ ସେବା କରି ମତେ ବହୁତ ଶାନ୍ତି ମିଳୁଛି ତୁମ ଝିଅକୁ ଏତେ ପ୍ରଶଂସା ମିଳୁଛି ତୁମେ କଣ ଖୁସି ନୁହଁ। ଏତିକିରେ ମା କାନ୍ଦି ପକେଇ କୁହନ୍ତି ବାପା ମା ତାଙ୍କ ଝିଅକୁ ଓଡ଼ିଶାରୁ ବାହାରକୁ ଛାଡୁ ନାହାନ୍ତି ତୁ ଯାଇ ବିଦେଶରେ ରହିଲୁ ତିନି ଦିନ ନହେଲେ ତୁ ଘରେ ଆସି ପହଞ୍ଚି ପାରୁନୁ। କେମିତି ଖୁସି ହେବି କହ ଆମର ଶେଷ ସମୟରେ ବି ବୋଧେ ଆମକୁ ତୋ ମୁହଁ ଚାହିଁବାକୁ ମିଳିବନି।ସେ ଯାହା ବି ହେଉ ମତେ କଉଠି ବାହା ବୟସ ହେଲାଣି ଯେ। ମତେ ଆଜି ଶିଘ୍ର କାମ ସାରିଦେଇ ଫେରିବାକୁ ପଡିବ।

ପ୍ରିୟାଂଶୁ କହିଛନ୍ତି ସନ୍ଧ୍ୟା ଛଅଟାରେ ଅପେକ୍ଷା କରିଥିବେ ଇଣ୍ଡିଆନ୍ ରେଷ୍ଟୁରାଣ୍ଟରେ।ପ୍ରିୟାଂଶୁ ଓ ମୋର ପ୍ରଥମ ଦେଖା ଏଇଟା। ଫେସବୁକରେ ଉଭୟ ଉଭୟଙ୍କୁ ଦୁଇ ବର୍ଷ ହେଲା ଜାଣିଥିଲେ ମଧ୍ୟ କେବେ ଭେଟ ହେଇନି ଆମର। ମୋବାଇଲ୍ ରେ ଫଟୋ ଦେଖିବା ଓ ସାମ୍ନାରେ ବସି କଥାବାର୍ତ୍ତା ହେବାରେ ବହୁତ ଫରକ୍। କିନ୍ତୁ ଯାହା ବି ହେଉ ଏଥର ବୋଧେ ଦେଖା ହେଇଯିବ।ବିଦେଶରେ ଆସି ରହିଲା ପରେ କେଉଁଠି ସମୟ ମିଳୁଛି।ପେଶାରେ ମୁଁ ଜଣେ ଡାକ୍ତର ଓ ପ୍ରିୟାଂଶୁ ସଫ୍ଟୱେର ଇଞ୍ଜିନିୟର।କାମ ବ୍ୟସ୍ତତା ଭିତରେ ମଧ୍ୟ ମୁଁ ନିଜକୁ ସଜ କରି ନେଇଛି। ଯେହେତୁ ମୋର ନେଭି ବ୍ଲୁ ରଙ୍ଗ ଟି ବହୁତ ପସନ୍ଦ ସେଇ ରଙ୍ଗର ଡ୍ରେସ୍ ଟା କେଉଁଠି ରଖିଛି ମିଳୁନି ସେଥିପାଇଁ ସେଇ ରଙ୍ଗର ହାଲୁକା ଶାଢ଼ିଟା ପିନ୍ଧିଛି। କେଜାଣି ପ୍ରିୟାଂଶୁଙ୍କର କ'ଣ ପସନ୍ଦ ସେଇଟା ତ ଜାଣିନି।ତାଙ୍କୁ ଭଲ ଲାଗିବ ନା ନାହିଁ କେଜାଣି। ବିଦେଶରେ ରହିଲା ପରେ ସମସ୍ତେ ବିଦେଶୀ ଚାଲି ଚଳଣୀକୁ ପସନ୍ଦ କରନ୍ତି, ବିଦେଶିନୀ ମାନଙ୍କ ପରି ମୁଁ କେବେ ସଟ୍ ଡ୍ରେସ୍ ପିନ୍ଧିନି ମତେ ଭଲ ହିଁ ଲାଗେନି।ଯାହା କହୁଛନ୍ତି କୁହନ୍ତୁ।

ମୁଁ ପହଞ୍ଚିବା ପୂର୍ବରୁ ପ୍ରିୟାଂଶୁ ଆସି ଅପେକ୍ଷା କରିଛନ୍ତି। ପହଞ୍ଚିବା ମାତ୍ରେ ଗୋଡଠୁ ମୁଣ୍ଡ ଯାଏଁ ଆଖି ବୁଲେଇ ଆଣିଲେ ପ୍ରିୟାଂଶୁ।ତାଙ୍କ ଆଖିରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ପ୍ରେମର ଝଲକ୍।

ସିଏ ମତେ ହେଲୋ କହିବା ପାଇଁ ହାତ ବଢେଇଲେ ମୁଁ ବିଦେଶରେ ରହିଲେ ବି ମୋ ଓଡ଼ିଆ ସଂସ୍କୃତିକୁ ଜମା ଭୁଲିନି, ମୁଁ କିନ୍ତୁ ତାଙ୍କୁ ହାତ ଯୋଡ଼ି ନମସ୍କାର କଲି।ଭିତରକୁ ଯାଇ ଦିଜଣ ବସିଲୁ।ରୋବର୍ଟ ଆସି ମେନୁ ଦେଲା ଯେହେତୁ ଦିଜଣ ଯାକ ଡିଉଟି ସାରି ଫେରିଥାଉ ଆମର କିଛି ଖାଇବା ପିଇବା ଇଛା ନଥାଏ ତେଣୁ ପ୍ରିୟାଂଶ୍ ଥଣ୍ଡା ଆଣିବା ପାଇଁ ବରାଦ୍ ଦେଲେ।ପ୍ରିୟାଂଶୁ କଥା ଆରମ୍ଭ କଲେ ବହୁତ ସୁନ୍ଦର ଦିଶୁଛ ପିହୁ ଠିକ୍ ପରୀ ଭଳି।ତା ଛଡା ପିହୁ ତୁମକୁ ଏଇ ଶାଢ଼ି ବହୁତ ମାନୁଛି ତା ସହ ଚୁଡ଼ି,ଟିକିଲି ବି ମିଶି ଯାଉଛି। ମୁଁ ତୁମକୁ ସୁନ୍ଦର ନାଁ ଟେ ଦେବି ଆଜି ଯାଏଁ ବୋଧେ ତୁମକୁ ସେଇ ନାଁ ରେ କିଏ ଡାକି ନଥିବେ।ପ୍ରିନ୍ ସେସ୍।ତମେ ଆଜି ଆସି ନଥିଲେ ଏଇ ରାଜକୁମାରୀ ଏତେ ସୁନ୍ଦର ବୋଲି ମୁଁ ଜାଣି ନଥାନ୍ତି। ମୋବାଇଲ୍ ରେ ଅପ୍ ଲୋଡ୍ ହେଇଥିବା ଫଟୋ ଠୁ ସାମ୍ନାରେ ତୁମେ ବହୁତ ସୁନ୍ଦର ଦିଶୁଛ। ଧନ୍ୟବାଦ୍ ପ୍ରିୟାଂଶୁ ଏତେ ସୁନ୍ଦର ନାଁ ଟେ ଦେଲ ,by the way ମୁଁ କଣ ସତରେ ପ୍ରିନ୍ ସେସ୍ ପରି ଦିଶୁଛି।ଆଜି ଯାଏଁ ମୋର ଏତେ ତାରିଫ୍ ବୋଧେ କେହି କରି ନାହାନ୍ତି ବହୁତ ବହୁତ ଧନ୍ୟବାଦ ତୁମକୁ।

ବିଦେଶରେ ଯଦି ଭାରତୀୟ ଦିଜଣ ଦେଖା ହେଇ ଯାଆନ୍ତି ତାହେଲେ କ'ଣ କଥା ହୁଅନ୍ତି ଆପଣ ନିଶ୍ଚିତ ଜାଣିଥିବେ ପ୍ରଥମେ ଆମେରିକାକୁ ଭାରତ ସାଙ୍ଗରେ ତୁଳନା ଆରମ୍ଭ ହୁଏ ତା'ପରେ ଭାରତର କଥା ଭାରତଠୁ ଯାଇ ଓଡ଼ିଶାରେ ପହଞ୍ଚି ଥାଏ ତାପରେ ନିଜ ଗାଁ କଥା ତାପରେ ନିଜ ଘର କଥା ଆଉ ତାପରେ ମା'ଙ୍କ ହାତ ରନ୍ଧା କଥା ପଡ଼େ।ଆମର ବି ବହୁତ ସମୟ ଧରି ଏଇ ସେମିତି କଥା ବାର୍ତ୍ତା ଚାଲିଲା ଥଣ୍ଡା ପିଇ ଆଉ କିଛି ବରାଦ୍ ଦେବା ପାଇଁ କହୁଥିଲେ ପ୍ରିୟାଂଶୁ କିନ୍ତୁ ଥାଉ ଆଉ କେବେ ବୋଲି କହି ମୁଁ ମନାକଲି ।ଏଇ ଓଡ଼ିଶାର କଥାବାର୍ତ୍ତା ହେବା ଭିତରେ ଯେତେ ବେଳେ ମା'ଙ୍କ ହାତ ରନ୍ଧା କଥା ଉଠିଲା ପ୍ରିୟାଂଶୁଙ୍କ ଆଖି ଜକେଇ ଆସିଲା ଆଉ ମୁଁ ମା'ଙ୍କ କଥା କହି କାନ୍ଦି ପକେଇଲି।ଆମେ ବିଦେଶରେ ରହୁଛୁ କିନ୍ତୁ ସବୁକିଛିକୁ ଭୁଲିବାକୁ ପଡୁଛି।

ପ୍ରିୟାଂଶୁ ବହୁତ କିଛି ପଚାରି ଚାଲିଥାନ୍ତି ଆଛା ପିହୁ ତୁମେ କେବେ ଯାଇଥିଲ ଓଡ଼ିଶା।ଦୁଇ ବର୍ଷ ହେଇଗଲା ପ୍ରିୟାଂଶୁ‌।ଏତେ ଦୂରରୁ ଯାଉଛି କିନ୍ତୁ ମାସଟିଏ ମଧ୍ୟ ଛୁଟି ମିଳୁନି ମତେ। ସେଥିପାଇଁ ହିଁ ଯିବାକୁ ଇଛା ହେଲେ ବି ଅଟକି ଯାଉଛି।କ'ଣ ବା କରିବି କିନ୍ତୁ ମା ଙ୍କ ହାତ ରନ୍ଧା ବହୁତ ମନେ ପଡୁଛି। ଯେତେ ବଡ଼ ରେଷ୍ଟୁରାଣ୍ଟ ରେ ଖାଇଲେ ବି ମୋ ମା'ଙ୍କ ର ହାତରନ୍ଧା ଅରୁଆ ଭାତ ଓ ମୁଗ ଡାଲିର ସେଇ ସ୍ବାଦ ମୁଁ ପାଉନି।ଜାଣିଛ ପ୍ରିୟାଂଶୁ ମା'ଙ୍କ ହାତ ତିଆରି ଚା ଟିକେ ପିଇବା ପାଇଁ ବହୁତ ଇଛା ହେଉଛି କିନ୍ତୁ ସେଇ ସ୍ବାଦ କେଉଁଠୁ ମିଳିବ ମୋତେ।

ପ୍ରିୟାଂଶୁ ମଧ୍ୟ ଚା ପିଅନ୍ତି କାମ ବ୍ୟସ୍ତ ଭିତରେ ଥିବା ଟେନ୍ ସନ୍ ରୁ ଆରାମ ପାଇବା ପାଇଁ।ଆଛା ତା ହେଲେ ରାଜକୁମାରୀ ର ଚା ବହୁତ ପସନ୍ଦ ଠିକ୍ଅଛି ଜଦି ଅନୁମତି ମିଳେ ତାହେଲେ ମୁଁ କିଛି କହିବି।ପ୍ରିୟାଂଶୁ ଅନୁମତି ମାଗୁଛ କ'ଣ କୁହ ।

ପ୍ରିୟାଂଶୁ - ପିହୁ ତୁମକୁ ଗୋଟେ ଛୋଟ ଅନୁରୋଧ ଯଦି କେବେ ସମୟ ମିଳେ ମୋ ପାଖକୁ ଆସିବ ତୁମକୁ ମୋ ହାତ ତିଆରି ଚା ପିଆଇବି।ସେ ଯାହା ବି ହେଉ ପ୍ରିୟାଂଶୁ ବିଦେଶରେ କିନ୍ତୁ ନିଜ ମାତୃଭୂମିର କେହି ଭେଟ ହେଇଯାଏ ବହୁତ ଖୁସି ଲାଗେ।

ପ୍ରିୟାଂଶୁ - ଡକ୍ଟର ମେମ୍ ଙ୍କୁ ଡାକିବା ମାତ୍ରେ ଆସିବେ ବୋଲି ମୋର ବିଶ୍ବାସ ନଥିଲା। ବହୁତ ଧନ୍ୟବାଦ ପିହୁ‌।ଅପେକ୍ଷାରେ ରହିଲି ମୋ ହାତର ଚା ପିଇବାକୁ କେବେ ଆସିବ।ଆଛା ହଉ ଠିକ୍ ଅଛି ପ୍ରିୟାଂଶୁ ସମୟ ଦେଖି ନିଶ୍ଚୟ ଯିବି।ମନେ ମନେ ମୁଁ କହୁଥାଏ ପ୍ରିୟାଂଶୁ ତୁମେ ମୋର ପସନ୍ଦ ଆସିଛ।ଏଥର ତୁମ ଅନୁମତିରେ ମା ଙ୍କୁ ନିଶ୍ଚୟ ତୁମ ଫଟୋ ଦେଖେଇବି।ଆଉ ମା ଙ୍କୁ କହିବି ମା ଏଥର ଖୁସି ତ ତୁମ ପାଇଁ ଜୋଇଁ ବାଛି ଦେଇଛି‌।ମା ନିଶ୍ଚୟ ଖୁସି ହେବେ କାହିଁକି ନା ସିଏ ତ ଏଇ ସମୟକୁ ହିଁ ଅପେକ୍ଷା କରି ରହିଥିଲେ।ଆଉ ମୁଁ ଜାଣିଛି ମତେ ତ ତୁମେ ନ ଦେଖିବା ଆଗରୁ ହିଁ ଫେସ୍ ବୁକ୍ ରୁ ପସନ୍ଦ କରି ଦେଇଛ। ଏତେ କଥା ଭାବିଲା ବେଳକୁ ପ୍ରିୟାଂଶୁଙ୍କ ସେଇ ପ୍ରିନ୍ ସେସ୍ ଡାକରେ ମୁଁ ଫେରିଲି ଭାବନା ରାଜ୍ୟରୁ।ଏଥର ଆମେ ଦୁହେଁ ଦୁହିଁଙ୍କ ରୁମ୍ କୁ ଫେରିଲୁ। କିଛି ସମୟ ପରେ ଦେଖିଲା ବେଳକୁ ପ୍ରିୟାଂଶୁଙ୍କ ମେସେଜ୍ ପିହୁ ପହଞ୍ଚି ଗଲ ଠିକ୍ ରେ।ଏତେ ଦିନ ହେଇଗଲା ମୁଁ ଯାଇ ହିଁ ପାରୁନି ପ୍ରିୟାଂଶୁ ପାଖକୁ ସେଥିପାଇଁ ସିଏ ଆଜି ଆସିଗଲେ ମୋ ପାଖକୁ ମତେ ବସେଇ ଦେଇ ନିଜେ କିଚେନ୍ କୁ ଯାଇ ମୋ ପାଇଁ ସେ ଚା କରିକି ଆଣିଛନ୍ତି। ମୁଁ ମଧ୍ୟ ଏଇ କେତେ ଦିନ ଭିତରେ ପ୍ରିୟାଂଶୁଙ୍କ ଅନୁମତିରେ ତାଙ୍କ ଫଟୋ ପଠେଇଛି ଘରକୁ ଆଉ ସିଏ ମୋର।ତାଙ୍କ ଘରର ଆଉ ମୋ ଘର ଲୋକ ବହୁତ ଖୁସି ଅଛନ୍ତି କାହିଁକି ନା ତାଙ୍କୁ ଆଉ ମତେ ଏଥର ଆଉ କିଛି ଅସୁବିଧା ହେବନି।ଆମେ ଏକା ଏକା ରହୁଥିଲୁ ବୋଲି ଘର ଲୋକ ବହୁତ ଚିନ୍ତାରେ ଥିଲେ କିନ୍ତୁ ଉଭୟଙ୍କୁ ଏବେ ସାହାରା ମିଳିଗଲା।ଆଗକୁ ଏକାଥରେ ନିର୍ବନ୍ଧ ଓ ବାହାଘର ପାଇଁ ଘରଲୋକ ନିଷ୍ପତ୍ତି ନେଇଛନ୍ତି।ପ୍ରେମର ଟିକିଏ ଝଲକ୍ ଆମ ଜୀବନର ଗତିପଥକୁ ବଦଳେଇ ଦେଇଛି। ବିବାହ ହେଲେ ଭଲପାଇବା ପୂର୍ଣ୍ଣ ରୂପ ପାଇଥାଏ ଆମ ଜୀବନରେ ମଧ୍ୟ ଭଲପାଇବା ପୂର୍ଣ୍ଣ ହୋଇଛି ଆମେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ। ଟିକେଟ ହେଇ ସାରିଛି ଏଥର କିନ୍ତୁ ଦୁଇ ମାସ ପାଇଁ ଆମେ ଛୁଟି ନେଇ ଗାଁ କୁ ଯାଉଛୁ। ଏଥର ଆଉ ଏକା ନୁହେଁ ଦି ଜଣ ଏକା ସାଙ୍ଗରେ ଯିବୁ ଅନ୍ତରୀକ୍ଷ ଯାନରେ।



Rate this content
Log in

Similar oriya story from Fantasy