Manju Rath

Others

4  

Manju Rath

Others

ପୋଷା ଜୀବ

ପୋଷା ଜୀବ

1 min
344


ଏକୋଇଶ ଦିନ ହୋଇଥିଲା କୁକୁର ଛୁଆଟିକୁ l ମୋ ପୁଅ ଜିଦ୍ ଧରି ବସିଲା ତାକୁ ଘରକୁ ଆଣିବାପାଇଁ l ମୁଁ ଜଣେ କର୍ମଜୀବୀ ମହିଳା ହୋଇଥିବାରୁ ମୁଁ ମନେ ମନେ ମୋ ପୁଅ ଉପରେ ବିରକ୍ତ ହେଲି l କାରଣ ତା ପାଇଁ ସମୟ ବାହାର କରିବାକୁ ପଡିବ ଯତ୍ନ ର ସହ ଲାଳନ ପାଳନ କରିବାକୁ ପଡିବ l ସବୁ ଦିନ ପାଇଁ ସେ ଟିକି ଛୁଆଟି ଆମ ଘରର ସଦସ୍ୟ ହୋଇଯିବ l ଶେଷରେ ସେହି ଜୀବଟିକୁ ସ୍ୱାଗତ କରାଗଲା ଦେଖୁ ଦେଖୁ ତା ପ୍ରତି ମମତା ର ମୋହ ଛନ୍ଦି ହୋଇଗଲା l ବର୍ତ୍ତମାନ ସେ ଏକ ବର୍ଷ ର ହୋଇଗଲାଣି l ଆମେ ଯେଉଁ ଆଡେ ବୁଲିବାକୁ ଯାଉଁ ସେ ବି ଆମ ସାଥେ ଯାଏ l ନାମ ବି ମୋ ପୁଅ ବାଛି କି ଦେଇଛି ବୋଲ୍ଟୁ ତା ନାମ l ସବୁ କିଛି ଜାଣିପାରେ ସବୁ କିଛି ଶୁଣି ପାରେ l ମମତା ର ଦୌଡି ଧରି ଆମ ବିଶ୍ବାସୀର ପାତ୍ର ହୋଇଯାଇଛି l


Rate this content
Log in