Lopamudra Parida

Action Inspirational

2.4  

Lopamudra Parida

Action Inspirational

ପଣସ

ପଣସ

2 mins
203



ନୂଆ ନୂଆ ଶାଶୁଘରେ ଦିନ ......


ନଇଁ ପଡି ବାପା ତା ' ଚାରିପଟେ ଖଞ୍ଜା ଖଞ୍ଜି କରି ହଳଦିଆ କୁଟା ସବୁ ସଜିଲକି ପାଳଦଉଡିରେ ଟାଣେଇକି ଗଣ୍ଠି ପକଉଥିଲେ ମୁଁ ଭିତର ଘରୁ ହାତେ ଓଢଣାରେ ବାହାରି ଆସିଲା ବେଳକୁ ।ସିଏ ନୂଆ ପୀତବର୍ଣ୍ଣୀ ନବତନି ପରି ଦିଶୁଥାଏ ।ଫିକା ହଳଦୀଆ ଘେର ଫ୍ରକଟେ ପିନ୍ଧା ଖୁସି ଖୁସିଆ କୁନି ଝିଅ ଟେ ପରି ।


ଜୀଗିଶା ମୋ ଦେଇ ସମ୍ଭଳା ପଡେନା ।ଯୋଉଠି ପ୍ରଶ୍ନ ଟେ ପଶିଲା ଉତ୍ତର ଖୋଜୁଥାଏ ।


_ ବାପା ଏଇଟି କଣ ? ଏମିତି କଲେ କ'ଣ ହୁଏ ? କୁଟା କାଇଁ ବନ୍ଧୁଛନ୍ତି ଗଛରେ ?


ବୋକାପଣ ତ ଗୋଟାପଣେ ଦିଶିଯାଏ ମୁହଁ କୁ ଅବଲୋକନ କରୁ କରୁ ।ସେଥିରେ ପୁଣି ସରଳତା ନେସା ।ବାପା ଧରିସାରିଥିଲେ, ଏ ମହାତ୍ମାଙ୍କର ମୁଣ୍ଡ ରେ ମସଲା କମ ପଡିଛି ,ୟାଙ୍କ ଅବୁଝା ଅଙ୍କ ଇୟେ । ସେ ମୁହଁ କୁ ଯଥା ସମ୍ଭବ ଗମ୍ଭୀର ରଖି କହିଲେ 


_ ତୁ ଜାଣିନୁ କି ଆଜି ପରା ଅମୁକ ପୂଜା ।ଯା ଚଞ୍ଚଳ ପୂଜା ଜିନିଷ ସଜିଲ କର ।


ଲେଉଟାପାଦରେ ଚଞ୍ଚଳ ହେଇ ଦିଅଁ ଘରୁ ତୁରନ୍ତ ଚନ୍ଦନ, ସିନ୍ଦୁର, ଦୀପ,ଘଣ୍ଟି ଧରି ସୁନାବୋହୁ ହାଜର ।


_ ସାଲୁ କନାଟେ ଆଣିଲୁନି, ଭୋଗ ଦିଟା ଦେଲୁନି ।


କହି ବାପା ହସି ହସି ବାହାରିଗଲେ ବିଲ ଆଡେ ।ମୁଁ ଦାରୁଭୁତ ମୁରାରୀ ।ବୋଉ ତେଣୁ ଆସି ମୋ ହାତରେ ପୂଜା ସରଞ୍ଜାମ ସବୁ ଦେଖି ପଚାରିଲାରୁ ମୁଁ ସବୁ ବୃତାନ୍ତ ବଖାଣିଲି ।ସିଏ ବି ବୋଝଟେ ହସିଲେ ଆଉ କହିଲେ," ତୁ ସତରେ ଏଡେ ବୋକି ନା କ'ଣ ?ଆଲୋ ଗଛ ଉଷୁମ ପାଇ ଭଲ ଫଳ ଦବ ବୋଲି ଏମିତି କରାହୁଏ ।ମିଠା,ବହୁତ ଆଉ ବଡ ଫଳ ହବ ।କାଳେ ବିଜ୍ଞାନ ପଢିଛୁ ପରା ? " 


_ କିନ୍ତୁ ବାପା ଯେ କହିଲେ ......


_ ଗମାତ ଖେଳୁଥିଲେ ।ଯା ଚଞ୍ଚଳ ଭାତ ବସା ।କହି ଛାତକୁ ଧୁଆ ଗହମ ଶୁଖେଇବାକୁ ଚାଲିଗଲେ ।


ସବୁ ବିଜ୍ଞାନ କୋଉ ବହିରେ ଥାଏ ଯେ ।


ସଲଜ୍ଜେ ମୁଁ ହସିଦେଲି।କିନ୍ତୁ ଫୁଲ ,ସିନ୍ଦୁର ସବୁରେ ଗଛକୁ ସଜେଇ ବି ଦେଲି ।ଆଉଁସି ଦେଇ ଚାହିଁଲାରୁ ସିଏ ବି ମତେ ଚାହିଁ ହସିଦେଲା ଫଗୁଣର ରଙ୍ଗ ମାଖିହେଇ


Rate this content
Log in

Similar oriya story from Action