Siddhartha Tripathy

Abstract Fantasy Inspirational

3.0  

Siddhartha Tripathy

Abstract Fantasy Inspirational

ପ୍ଲେ ବୟ

ପ୍ଲେ ବୟ

4 mins
141



ଭାରି ଅଡ଼ୁଆ ଲାଗେ ରବିବାର ଆସିଲେ। ଆତ୍ମଗତ ଜୀବନରେ ନିଃସଙ୍ଗତା ଭରିଯାଏ। ଆଖିରେ ଜକେ ଲୁହ, କୋହରେ ବତୁରିଯାଏ ମନ ଓ ହୃଦୟ। ସମ୍ପର୍କର ବାଲି ବନ୍ଧରେ ଫାଟ, ଭାଙ୍ଗିଯିବାର ଆଶଙ୍କାରେ ଆଶା ବନ୍ଦୀ ହୁଏ।


ପୁଣି ଗହିରା ଇଲାକାରୁ ଛଣାହୋଇ ଆସି ଟେବୁଲ୍ ରେ ଭିଡ଼ ଜମେଇଥିବା ପ୍ରେମିକାମାନଙ୍କ ପ୍ରତ୍ୟାଖାନର ଧମକ ପରିସ୍ଥିତିକୁ ଜଟିଳ ତଥା ଅସ୍ଥିର କରେ।

ହେଃ, ବାଜେ ଚରିତ୍ର ଏମାନେ। ଏମାନଙ୍କ ଜବାବରେ ଠିକଣା ନାହିଁ। କେବଳ ଲାଗି ରହିବେ। ଗଣ୍ଠି ପକେଇ ବସିବେ। କହିବେ, ଏ ଗଣ୍ଠି ଆଉ ଫିଟିବ ନାହିଁ। ଅଥଚ ପର ମୁହୂର୍ତ୍ତରେ ସବୁ ଓଲଟପାଲଟ।ଦେଢ଼ଦିନ। ଅଢେଇ ଦିନ ବା ମାତ୍ର କେଇ ସମୟ ହେଉ ପଛେ, ଚରିତ୍ର ହୋଇ ରହିବାକୁ ନାରାଜ।


ବାହାଘର ମଜା ବାହାରୁଛି ଏବେ ମୁଣ୍ତ ହୋଇଗଲା ଚନ୍ଦା ହୋ,

ଜାଣିଥିଲେ ବାହାହୋଇ ମୁଁ ନଥାନ୍ତି ଏ ବଡ଼ ଅଡୁଆ ଧନ୍ଦା ହୋ । "


ସୁନ୍ଦର ଓଡିଆ ଗୀତକୁ ପୁରୁଷପ୍ରଧାନସମାଜରେ ପୁରୁଷମାନଙ୍କ ପସନ୍ଦ। କିନ୍ତୁ ପୁରୁଷ ବାହାହୋଇ ଚନ୍ଦା ହୋଇ ଯାଏନା। ବରଂ ତାର ପୂର୍ବପିଢ଼ିର ପ୍ରଭାବରୁ ସେ ଚନ୍ଦା। ଦୋଷ ଲଦାହୁଏ ନାରୀ ଜାତି ଉପରେ। ସବୁଠି ଦୋଷୀ ସାବ୍ୟସ୍ତ ହୁଏ ନାରୀ। ପୁରୁଷ ପିତ୍ତଳ ମାଠିଆ।

କଳା ମଚମଚ ଚେହେରା ଯୁବକ ବି ଖୋଜିବସେ ତନୁପାତଳୀ। କିନ୍ତୁ ଝିଅଟିର ସୁନ୍ଦର ସ୍ବାମୀ ବାଛିବାର ଅଧିକାର ନଥାଏ।


ଆକାଶରେ କଳା ମେଘର ବାଦଲଖଣ୍ଡ ମାନ ଡେଣା ଝାଡି ଉଡି ବୁଲୁଥିଲେ। ବାହାରେ କୁଣ୍ଡା ଝଡ଼ା ବର୍ଷା ଆରମ୍ଭହୋଇଯାଇଥିଲା। କଫି ମଗ ଧରି ବାଲକୋନୀକୁ ଆସିବା ବେଳେ ଶାଶ୍ଵତ ଦୂର ଆକାଶକୁ ଏକ ଲୟରେ ଚାହିଁ ରହିଥିଲା।ଶାଶ୍ଵତ କାହାର ପଦପାତ ଶୁଣି ପଛକୁ ଚାହିଁବା ବେଳେ ହଠାତ୍ ତା ନଜର ଲମ୍ବିଗଲା,କବାଟ ଆଡ଼କୁ।ସେଇଠି କିଛି ଗୋଟାଏ ଥିବାର ଦେଖି ଜୋର ରେ ଚିତ୍କାର କରି ଉଠିଲା ଶାଶ୍ଵତ....ଆଉ ତାପରେ।

ସୁଖ ଝଟକେ ଯେ ଚକ୍ଷୁ ଚମକାଇ,

ଦୁଃଖ ବଜ୍ରେ ପରେ କରେ ଧରାଶାୟୀ।"

ଆଜିକାଲି ହତ୍ୟା, ଧର୍ଷଣ, ଲୁଣ୍ଠନର ହିସାବ ନାହିଁ। ତିରିଶ ବର୍ଷ ତଳେ ପଢୁଥିବା ବିଭିନ୍ନ ଲେଖକଙ୍କ କାହାଣୀ ଆତ୍ମତୃପ୍ତି ଦେଉଥିଲା। କିନ୍ତୁ କେବେ ବି କେହି କଳ୍ପନା କରି ନଥିଲା ସେତେବେଳର କାହାଣୀ ଏକବିଂଶ ଶତାବ୍ଦୀର ସତ୍ୟ ରୂପାନ୍ତର ହେବ।


" ........ ଘର ସାରା ମେଞ୍ଚା ମେଞ୍ଚା ବାସି ରକ୍ତର କଳା ଦାଗ। ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଚାରିଆଡ଼େ ମାଛି ଭଣ ଭଣ ।


ପ୍ରତାରଣାର ପ୍ରତିକ୍ରିୟା ଅଛି, ତା ବୋଲି ପ୍ରତିଶୋଧର କ'ଣ ସୀମା ନାହିଁ ? ...."


ଆରେ ! ଶାଶ୍ଵତ କ'ଣ ସବୁ ଭାବି ଯାଉଛି, ଏଇଟା ମନୁଷ୍ୟର ଶବ ନୁହଁ, ବରଂ ମୂଷା ମରି ଗନ୍ଧାଉଛି। ବସି ଖେଳେଇଲା ମୋବାଇଲ। ନଜର ନିକ୍ଷେପ ହେଲା ପ୍ଲେ ବୟ ବିଜ୍ଞାପନ ଉପରେ।


ରବିବାରଟାରେ ଏକା ଏକା ବିଷର୍ଣ୍ଣ ମୁହୂର୍ତ୍ତ ଅତିବାହିତ କରିବା ଭାରୀ କଷ୍ଟକର। ଏପଟେ ଅର୍ଦ୍ଧନଗ୍ନ ସୁନ୍ଦରୀ ଯୁବତୀ ସଦୂର ଦିଲ୍ଲୀରୁ ନିଜ ନମ୍ୱରରେ ପ୍ଲେ ବୟ ପାଇଁ ନିବେଦନ କରୁଛି। ଛଅହାତିଆ ତଉଲିଆ ଉପରକୁ ଉଠି ଯାଉଛି ଅଦ୍ଭୁତ ଏକ କାମୋଦ୍ଦିପନାରେ। 


ପ୍ରଥମତଃ ଅବିବାହିତ ଯୁବକ, ଦ୍ବିତୀୟତଃ ପ୍ରେମର ବିଷଜ୍ୱାଳାରେ ଜର୍ଜରିତ ହେବା ଅପେକ୍ଷା ଅର୍ଥ ଉପାର୍ଜନ ସହ ଧନାଢ୍ୟ ଯୁବତୀଙ୍କ ସହ ସାନିଧ୍ୟ ତା' ପୁଣି ଗୋପନରେ।

ନମ୍ବରଟିକୁ ସାଇତି କଲ୍ କଲା ଶାଶ୍ଵତ। କଲ୍ ଯାଉନାହିଁ ଭାବି ମେସେଜ କଲା ସେ। ସେପଟୁ ତୁରନ୍ତ ଲମ୍ବା ଚଉଡା ନିର୍ଦ୍ଦେଶନାମା ଆସିଗଲା। ଲେଖାଥିଲା ଆମ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତୁ। ପ୍ରଥମେ ପାଞ୍ଚଶହପଚାଶଟଙ୍କା ସଦସ୍ୟତା ଦେୟ। ତାସହ ଆଧାର କାର୍ଡ ଓ ଫଟୋ।ସଙ୍ଗେ ସଙ୍ଗେ ସେଇ ନମ୍ବରରେ ପଇସା ପଠେଇ ଅପେକ୍ଷା କଲା ଶାଶ୍ଵତ।


କିଛି ସମୟପରେ .......


ଆସିଗଲା ସଦସ୍ୟତା ପ୍ରମାଣପତ୍ର। ମୋବାଇଲରେ ଦେଖି ଖୁସିରେ କୁରୁଳି ଉଠି ଏକା ଏକା କୋଠରୀ ଭିତରେ ଉଲଗ୍ନ ହୋଇ ନୃତ୍ୟ କରିବାକୁ ଲାଗିବା ସହ କହୁଥିଲା ,

ହେ ରବିବାର ! ତମେ ନିଃସଙ୍ଗ ବାର ନୁହଁ ବରଂ ତମେ ଆମୋଦପ୍ରମୋଦ ତଥା ଅର୍ଥ ଉପାର୍ଜନର ବାର।


କି ସୁନ୍ଦର ବ୍ୟବସ୍ଥା। ଖର୍ଚ୍ଚ ଟଙ୍କା ପାଞ୍ଚଶହ ପଚାଶ, ତା ପ୍ରତିବଦଳରେ କ୍ଷମତା ଅନୁଯାୟୀ ଶିକ୍ଷିତା ରମଣୀମାନଙ୍କ ସହ ସମ୍ଭୋଗ ସାଙ୍ଗକୁ ଅର୍ଥ ଉପାର୍ଜନର ପ୍ରଶସ୍ତ ମାର୍ଗ। ବାଃ ! ରେ ଅନଲାଇନ।


ତଳେ ଲେଖାଥିଲା , ଶାଶ୍ଵତ ସାମନ୍ତରାୟ, ପ୍ଲେ ବୟ।

କିଛିସମୟ ପରେ ଅଧିର ହୋଇ ଶାଶ୍ଵତ ସେଇ ମହିଳା ଜୁବେନାକୁ ଲେଖିଲା, ବର୍ତ୍ତମାନ ମୁଁ ତମ କଂପାନୀ କର୍ମଚାରୀ। ମୋସହ ବାର୍ତ୍ତାଳାପ କରନ୍ତୁ। ତୁରନ୍ତ ସେପଟୁ କଲ୍ ଆସିଲା। ଖୁସିରେ ଫୋନ ହାତରୁ ଖସୁ ଖସୁ ଅଟକି ଗଲା ଓ ଶାଶ୍ଵତ କହିଲା, ହମ ଶାଶ୍ଵତ ସାମନ୍ତରାୟ ଆପ କା ପ୍ଲେ ବୟ। ଏ କ'ଣ ? 


ସେ ଦେଖିଥିଲା ଆର୍ଦ୍ଧନଗ୍ନ ଜୁବେନାର ଛବି ଅଥଚ ଫୋନରେ ପୁରୁଷ କଣ୍ଠସ୍ୱର !!! ଯାହାହେଉ ହିନ୍ଦୀରେ ଗପି ବୁଝିଲା ଏହି ବ୍ୟକ୍ତି ଜୁବେନା ଦପ୍ତରର କର୍ମଚାରୀ। ସେହି ବ୍ୟକ୍ତିର ନାମ ଅଖତାର। ସେ କହିଲା, ଆପଣ ଆଉ ମାତ୍ର ପାଞ୍ଚହଜାର ତୁରନ୍ତ ଦିଅନ୍ତୁ। ଆଜି ହିଁ ଆପଣଙ୍କୁ ସେଇ ଅଞ୍ଚଳରେ ସୁଯୋଗ ମିଳିବ। 


କଥା କଥାରେ ଅର୍ଥ ପଠେଇଦେଲା ଶାଶ୍ଵତ। କାମଜ୍ୱାଳାରେ ଶରୀର ଥରୁଥିଲା।


ପୁଣି କିଛି ସମୟ ପରେ ......

ଅଖତାର ଫୋନ କଲା। ଆଜ୍ଞା ! ଆପଣ ଅର୍ଥ ପଠେଇବା ବିଳମ୍ୱ କଲେ , ତେଣୁ ଆମ ଆକାଉଣ୍ଟରେ ଚଢ଼ି ପାରିଲା ନାହିଁ। ପୁଣି ଛଅହଜାର ପଠାନ୍ତୁ। 


ଶୀଘ୍ରତାରେ, ବ୍ୟସ୍ତତାରେ ଶାଶ୍ଵତ ଛଅହଜାର ସ୍ଥାନରେ ପାଞ୍ଚହଜାର ପଠେଇ ଦେଲା। ପୁଣି ଅଖତାର ଫୋନ। ଆଜ୍ଞା ! ପୁଣି ଭୁଲ କଲେ। ସାତହଜାର ପଠାନ୍ତୁ। ବ୍ୟସ୍ତ ହୁଅନ୍ତୁନାହିଁ। ଆପଣ ପ୍ରଥମ ନାରୀ ସମ୍ଭୋଗ ପରେ ସମସ୍ତ ଅର୍ଥ ଫେରି ପାଇବେ।


ବିବ୍ରତ ହୋଇ ଉଠିଲା ଶାଶ୍ଵତ। କାମ ଆଉ ଅର୍ଥ ଲାଳସାରେ ସେ ପ୍ରାୟ ଏକ ଲକ୍ଷ ଛାଡ଼ିସାରିଲାଣି । ତା ପାଖରେ ବି ଆଉ ଅର୍ଥ ନାହିଁ। ତାଛଡ଼ା ଅଖତାର ଅଲଗା ନମ୍ବର ସବୁରେ ଅର୍ଥ ମାଗି ଚାଲିଛି।


ସୁନ୍ଦରୀ ରମଣୀ ଫଟୋ ଶାଶ୍ଵତ ପାଇ ସାରିଛି, ତାଛଡ଼ା କଟକର ତାରକା ହୋଟେଲ୍ କୋଠରୀ ନମ୍ବର ୪୨୦ ବି। ବିଶ୍ବାସ ନକରିବ ବା କେମିତି ?


କିଛି ସମୟପରେ ......

ଅଖତାରର। ଫୋନ । ଆଜ୍ଞା ସେଇ ରମଣୀ ଆସୁଥିବା କାରଚାଳକକୁ ସେମାନଙ୍କ ଖାଇବା ପିଇବା ପାଇଁ ଦଶହଜାର ପଠାନ୍ତୁ। ବିକଳ ହୋଇ ଶାଶ୍ଵତ କହିଲା,ମୋ ପାଖରେ ଆଉ ନାହିଁ। ଅଖତାର କହିଲା, କାହାଠୁ ଆଣି ପଠାନ୍ତୁ, ନଚେତ ସବୁ ଅର୍ଥ ଡୁବିଯିବ। ସେ ରମଣୀ ଆପଣଙ୍କ ପାଖରେ ପହଞ୍ଚିଲେ ସମସ୍ତ ଅର୍ଥ ଦେଇଦେବ।


ଅନାନ୍ୟୋପାୟ, କାମ ଜର୍ଜରିତ ଶାଶ୍ଵତ ବୁଝପାରୁନଥିଲା, ସେ ମହିଳା ତାକୁ କାହିଁକି ଏତେ ଅର୍ଥ ଦେବ ? 

ଏଇଠି ଦୋଷୀ ଶାଶ୍ଵତ ନୁହଁ। ସେ ଖରାପ ଚରିତ୍ରର ବି ନୁହଁ। କିନ୍ତୁ .....


ଭୁଲ ରାସ୍ତା ପ୍ରଶସ୍ତ, କିନ୍ତୁ ଠିକ୍ ରାସ୍ତା ଅଣ ଓସାରିଆ ଆଉ କଠିନ। ସମସ୍ତେ କିଛି କିଛି ଭୁଲ୍ କରିଥିବେ ଓ ଅନୁତାପ ମଧ୍ୟ। ତେଣୁ ଶାଶ୍ଵତକୁ ଗାଳି ଦେଇ ଲାଭ କ'ଣ ? 


କୁମ୍ଭୀର ମଝି ନଈରେ । ସବୁ ସଞ୍ଚିତ ଅର୍ଥ ଗଲା, ଆଉ ଦଶହଜାର ଦେବାକୁ ତ ହେବ । ସହକର୍ମୀ ତପନକୁ କାମ ଅଛି କହି ଦଶହଜାର ମାଗି ତୁରନ୍ତ ପଠେଇ ତାଗିଦ୍ କଲା ଅଖତାରକୁ । ଆଉ ମାଗିବ ନାହିଁ। ମୁଁ ଦେଇ ପାରିବି ନାହିଁ। ଅଖତାର କହିଲା, ଆପଣ ହୋଟେଲ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ। ଖୁସିରେ ନାଚି ଉଠିଲା ଶାଶ୍ଵତ।


ପ୍ରସ୍ତୁତ ବି ହେଲା।

କିଛି ସମୟ ପରେ .....


ପୁଣି ଅଖତାରର ଫୋନ। ଆଜ୍ଞା ! ସେ ମହିଳା ଆସୁଥିବା କାର ରାସ୍ତାରେ ଅଟକି ଯାଇଛି। ତିରିଶ ହଜାର ପଠାନ୍ତୁ। ଅସମ୍ଭବ କହିଲା ଶାଶ୍ଵତ। ଏତେବେଳକୁ ସେ ଦୁଇଲକ୍ଷ ଦେଇସାରିଛି । ଠକିଗଲା ବୋଧେ। ରୋକ୍ ଠୋକ୍ ମନା କଲା ପରେ ଅଖତାର କହିଲା, ତାହେଲେ ଆପଣ ଦେଇଥିବା ଅର୍ଥ ହରେଇବେ। ପାଗଳପ୍ରାୟ ତାରକା ହୋଟେଲ୍ କୁ ଦୌଡିଲା ଶାଶ୍ଵତ। ବୁଝି ଜାଣିଲା ସେଇଠି କୋଠରୀ ନମ୍ବର୍ ୪୨୦ ନାହିଁ। ନଥ କରି ବସିଗଲା ସେ। ଆଉ ଅଖତାରକୁ ଫୋନ କଲା। ସେ ଫୋନ ଆଉ କାମ କରୁନଥିଲା। ଛାଡ଼ିଗଲା ରମଣୀ ସମ୍ଭୋଗ ନିଶା। ଦୌଡିଲା ପୋଲିସ୍ ଷ୍ଟେସନ୍। ସେଇଠି ଲାଞ୍ଚ ଦଶହଜାର। ଆଜିକୁ ଦୁଇବର୍ଷ ବିତିଗଲାଣି। ୟାରି ଭିତରେ ଶାଶ୍ଵତ ସଂସାର କଲାଣି। ପୋଲିସ୍ କହୁଛି ତଦନ୍ତ ଚାଲିଛି। କାନମୁଣ୍ଡ ଆଉଁସି ଚୁପ୍ ଶାଶ୍ଵତ। ରବିବାର ଆସିଲେ ମନେ ପଡେପ୍ଲେ ବୟ।

କାମୁକତାର ଚରମ ପରିଣତି ।

ହେ ଏକବିଂଶ ଶତାବ୍ଦୀର ପଥଭ୍ରଷ୍ଟ ଯୁବପିଢୀ ! କ୍ଷଣିକ ଉତ୍ତେଜନାରେ ନଷ୍ଟ କରନାହିଁ ନିଜର ଭବିଷ୍ୟତ। ଦୌଡ ନାହିଁ ମାୟା ମରୀଚିକା ପଛରେ। ନଚେତ ଜଳି ଯିବ ନିଜେ ଓ ସଚରାଚର ବ୍ରହ୍ମାଣ୍ଡ।



Rate this content
Log in

Similar oriya story from Abstract