Parameswar Ojha

Inspirational

3  

Parameswar Ojha

Inspirational

ପ୍ଲାନ୍

ପ୍ଲାନ୍

2 mins
205


ଆକାଶ ଫାଙ୍କା ବର୍ଷାର ନାଁ ଗନ୍ଧ ନାଇଁ । ବିଲ ଶୁଖିଲା ଫାଟି ଆଁ କରିଛି । ଏଇ ବେଳେ ଯଦି ପାଣି ମଡ଼ା ନହବ ତେଵେ ସବୁ ପରିବା ଶୁଖିକି ଛଣ ହେବା ଥୟ । ସକାଳ ପ୍ରହରୁ କୋଦାଳରେ ପାଣି ସିଆର କାଟି ଟିକେ ଥକି ପଡିଥିଲେ । ତ ପୁଅକୁ ଡାକ ପକାଇଲେ - ବିଜୁରେ ବିଲରେ ପାଣି ମଡ଼ା ହେବ ମଟରଟା ଟିକେ ଲଗେଇ ଦେଲୁ ।

ବିଜୁ ବ୍ୟସ୍ତ ହୋଇ କହିଲା -" ନାଇଁ ବାପା ମୋର ଡେରି ହେଲାଣି ମୁଁ କଲେଜ ଯିବି । ସହଜେ ତ ଡେରି ହେଲାଣି ମଟର ଲଗାଇଲେ ଆହୁରି ଡେରି ହୋଇଯିବ । ତୁମେ ମଟର ଲଗେଇ ଦିଅ , ମୋର ଆର ମାସରେ ଏକ୍ଜାମ୍ ଅଛି ମୁଁ ୟାଡେ ସ୍ୟାଡେ ମନ ଦେଇ ଡିଷ୍ଟର୍ବ ହେବାକୁ ଚାହେଁନା । "

ଠିକ୍ ସେତିକି ବେଳେ ବିଜୁର ମୋବାଇଲ୍ ରିଂ ହେଲା । ବିଜୁ ବାପାଙ୍କ ଠୁଁ ଟିକେ ଦୂରକୁ ପଳେଇଲା । ସେପଟରୁ ଜଣେ ଝିଅ କଅଁଳେଇ କହୁଥିଲା -" ହେଲୋ ବିଜୟ୍ , ତମେ କୋଉଠି ଅଛ ? ଜଲଦି ଆସ , ମୁଁ ପାର୍କରେ ବସି ବୋର୍ ହୋଇ ଗଲିଣି ପରା ? ତୁମେ ଆସିଲେ ଆମେ ଦୁହେଁ ପୁଣି ସାଙ୍ଗ ହୋଇ ଫିଲ୍ମ ଦେଖିବାକୁ ଯିବା ନା ନାହିଁ ? ନୂଆ ଫିଲ୍ମ ରିଲିଜ୍ ହୋଇଛି... ମନେ ନାହିଁ କି କାଲି ଆମ ପ୍ଲାନ୍ କଥା ? ନାଁ ଭୁଲି ଯାଇଛ ? "

ଏକଥା ଶୁଣିକି ବିଜୁ ଉତ୍ତର ଦେଲା -" ହଁ ମନେ ଅଛି ମନେ ଅଛି ... ତୁମେ ସେଇଠି ଥାଅ , ମୁଁ ପନ୍ଦର ମିନିଟ୍ ଭିତରେ ତୁମ ପାଖରେ ଯାଇ ପହଞ୍ଚୁଛି । "

ତାପରେ ସାଇକେଲ ହ୍ୟାଣ୍ଡେଲ୍ ବୁଲେଇ ବିଜୁ ଚାଲି ଆସିଲା ଘରୁ ।

ବାପା ମଟର ପାଇପ୍ ବିଲରେ ଖେଳାଉଥିଲେ ଆଉ ମନେ ମନେ କହୁଥିଲେ -" ହଉ ଜଲଦି ପାଠ ଶାଠ ପଢି ଭଲ ମଣିଷ ହୋଇ ଯାଆ । ଆଉ କେବେ ଆମ ଦୁଃଖ ଦୂର ହେବ କେଜାଣି ? "



Rate this content
Log in

Similar oriya story from Inspirational