Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଫଳକ

ଫଳକ

2 mins
297



ବଂଧୁ ଗଣ, ଆମେ ଓଡ଼ିଆ ଆମ ପରିଚୟ ସ୍ଵୟଂ ଜଗନ୍ନାଥ। ଏହାଠୁ ଅଧିକ୍ କିଛି ନାହିଁ। ଆମ ଭାଷା, ଆମ ଚଲଣି, ଆମ ଖାଦ୍ୟ, ଆମ ପର୍ବ ପର୍ବାଣୀ, ଆମ ପାରିବାରିକ ଜୀବନ, ଆମ ଚିନ୍ତା ଓ ଚେତନା ବିରଳ। ଆମ ଘର ମନ୍ଦିର, ଆମ ଘରେ ସ୍ଵୟଂ ବଡ଼ ଠାକୁର ଆମର ମୂରବୀ। ଆମେ ପ୍ରତେ କ ଧର୍ମକୁ ସମ୍ମାନ ଦେଉ, ପ୍ରତେକ୍ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱ ରକ୍ଷା କରୁ। ଅନେକତା ଭିତରେ ଏକତା ରଖି ଚାଲୁ।

ତେବେ କାହିଁକି ଆମେ ଆମର ବିଦ୍ୱେଷ ଭାବ ବଜାଇ ରଖୁ। କାରଣ ହେଇପାରେ ଆମର ସ୍ବାଭିମାନ ପାଇଁ। ଆମ ସ୍ଵାଭିମାନ ଆମକୁ କାହା ପାଖରେ ହାତ ପତେଇବା, ନୀଚ କରିବା, ଭେଦଭାବ ରଖିବା, ଅହଙ୍କାର କି ଗର୍ବ ରଖି ଚାଲିବା ବ୍ୟକ୍ତି ଠାରୁ ଦୂରେଇ ରଖେ। ଆମେ ପରିଶ୍ରମୀ, ଆମ ରୋଜକାରର କିଛି ଅର୍ଥ ଦେବ କର୍ମରେ ବିନିଯୋଗ କରୁ ଓ ଆନନ୍ଦ ଖୁଶି ପାଇଁ ବାର ମାସରେ ତେରପର୍ବ ସହିତ ଜଡିତ ରହୁଛୁ। ଆମର ଖାଦ୍ୟ ଛପନ ପ୍ରକାର ପିଠା ପଣା, ପଖାଳ, ଶାଗ, ପନିପରିବା ମିଶ୍ରିତ ଡାଲମା ଯାହା ଆମ ସ୍ୱାସ୍ଥ୍ୟର ସମ୍ପୂର୍ଣ ଯତ୍ନ ନେବା ସାମଗ୍ରୀରେ ଭରପୁର ଖାଦ୍ୟପ୍ରାଣ ଭରିରଛି। ଆମ ପରିବେଶ ନଦୀ ଶାଗର ଜଙ୍ଗଲ କୋଳରେ, ଅଥଚ ଆମର ପର ମୁଖା ପେଶିତା ଅର୍ଥାତ୍ ଅନ୍ୟର ଚଲଣୀକୁ ଅନୁକରଣ କରିବାକୁ ମନ ବଲୋଉଛେ।

ବଂଧୁ ଗଣ, ଖାରବେଳ ଗଙ୍ଗ।ଠୁ ଗୋଦାବରୀ ଜୟ କରି ଆମର ସ୍ୱାଧୀନ ରାଜା ଥିଲେ। ଅତୀତରେ ଆମେ କଲିଙ୍ଗ ବାସୀ ସାହସୀ ଥିଲୁ। ଅଶୋକଙ୍କ ସହ ପରାକ୍ରମଦେଖେଇଛୁ।

ଆମେ ନୌ ବାଣିଜ୍ୟ କରି ବିଭବଶାଳୀ ଥିଲୁ। ମରହଟ୍ଟା ଓ ମୁସଲମାନଙ୍କ ଆକ୍ରମଣରେ ଆମେ ଦୃବଳ ହୋଇପଡ଼ିଲୁ। କଳାପାହାଡ଼ ଆମର ଧାରମିକ ବିଶ୍ଵାସ ଉପରେ କୁଠାରଘାତ କଲା। ପରେ ପରେ ଇଂରେଜ ମାନଙ୍କ ଦୈତ୍ୟ ଶାସନ ଆମର ଅଣ୍ଟା ଭାଙ୍ଗିଦେଲା। ଗୋଟିଏ ଜାତି ଆର୍ଥିକ, ଧାର୍ମିକ କ୍ଷତି ସହିଲା ପରେ କୃଷିକୁ ଜୀବିକା କରି ବଞ୍ଚିଗଲା। ହେଲେ ତାର ସ୍ଵାଭିମାନ କାହା ପାଖରେ ହାତ ପତାଇ ନାହିଁ। ଏହି ସ୍ଵାଭିମାନର ରକ୍ତ ଓଡ଼ିଆଙ୍କ ଭିତରେ ରହିଛି। 

ବଂଧୁ ଗଣ, ସ୍ୱାଧୀନ ଭାରତ ପରେ ଓଡ଼ିଶାର ଶାସନ ଗଣତନ୍ତ୍ରର ଅଧୀନ। ରାଜ୍ୟର ଉନ୍ନତି ସରକାରଙ୍କ ଦାଇତ୍ୱ।

ଅନେକ ଉନ୍ନତି ହେଇଛି ଓ ଆହୁରି ଉନ୍ନତି ହେବାକୁ ବାକିଅଛି। କୃଷିକୁ ମୁଖ୍ୟ ଜୀବିକା କରି ଚାଲୁଥିବା ଓଡ଼ିଆ କୃଷି ଭିତ୍ତିକ ପରିବାର ଓ କୃଷିର ଆଧୁନୀକରଣ, ତଥା କୃଷିର ସାମୁହିକ ଉନ୍ନତି ଆଶାଜନକ ହୋଇପାରୁନାହିଁ। ଗୋପାଳନ, ମତ୍ସ ଚାଷ, ଉଦ୍ୟାନ କୃଷି, ଆନୁସାଙ୍ଗିକ ଆବଶ୍ୟକ ଯଥେଷ୍ଟ ନୁହେଁ। ଆମେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବା ଓ ଅଧୀକ ମୂଲ୍ୟ ଦେଇ ହାତ ପତେଇବା , ସରକାର୍ ଏଥିପ୍ରତି ଦୃଷ୍ଟି ଦେବେ ଉଚିତ୍। ଆମ ଜଳ ବାୟୁ ଓ ମୃତ୍ତିକା ଏତେ ଉର୍ବର ତାହା ଆମର ଆବଶ୍ୟକତା ପୂରଣ ହୋଇ ପଡୋଶୀ ରାଜ୍ୟକୁ ଦେଇପାରିବ। ଆମେ ଓ ଆମ ସରକାର ପଦକ୍ଷେପ ନେବା ଉଚିତ୍।

ଖାଦ୍ୟ ଜାତ ଦ୍ରବ୍ୟ କୃଷି ଜଡ଼ିତ। ତେଣୁ କୃଷକର ସର୍ବାଙ୍ଗୀନ ଉନ୍ନତି ରାଜ୍ୟର ଉନ୍ନତି।

ବନ୍ଧୁଗଣ, ଆମ ସରକାର ଆମ ଭାଷା ଓଡ଼ିଆରେ ଫଳକ ଲେଖିବାକୁ ବଧ୍ୟାତା ମୂଳକ ରୂପେ ଘୋଷଣା କରିଛନ୍ତି। ଯାହା ଆଜକୁ ପଚାଶ ବର୍ଷ ତଳେ ହେବା ଯଥାର୍ଥ ଥିଲା ତାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଅଛି। ସ୍ଵାଗତ ଯୋଗ୍ୟ। ଏହା ଆମ ସ୍ବାଭିମାନର ନିଦର୍ଶନ। ଭାଷା ପ୍ରିତୀ ଜାତିର ଗୌରବ। ମା, ମାତୃ ଭୂମୀ,ମାତୃଭାଷା, ଆମ ପ୍ରାଣ ସହିତ ଜଡ଼ିତ। ଏକତା, ଅଖଣ୍ଡତା, ପ୍ରେମ ସ୍ଥାପନର ସେତୁ ନିର୍ମାଣ। ଏହି ସବୁ ଆମର ପରିଚୟ। କେତେ ଦିନ ବୋକା ଲୋକଟି ପରି ଅମଡ଼ା ବାଟରେ ଚାଲିବା।


Rate this content
Log in

Similar oriya story from Action