ଫାଦର୍ସ ଡେ
ଫାଦର୍ସ ଡେ




ବାହାରେ ଝିପ୍ ଝିପ୍ ବର୍ଷା କଳାହାଣ୍ଡିଆ ବାଦଲ୍ ସବୁ ମାଡି ଆସୁଥାନ୍ତି ଶ୍ରାବଣର ଅସ୍ତିତ୍ବ ଯାହିର କରିବାକୁ। ମୁଁ ବାଲକୋନୀ ର ଡୁମ୍ ଭିତରେ ଚାହା ପିଉ ପିଉ ଏଇ ବାଦଲ୍ ସବୁର ଯୋର ଯୋର ଭାସି ଆସୁଥିବା ଦେଖୁଥାଏ । ଭାବୁଥାଏ ଏହି ବାଦଲ ଗୁଡାକ ଗୋଟେ ଗୋଟେ ଘୋଡା ପରି ଦୌଡୁଥିବା ବାପା... ଯିଏ ପରିବାରଟାକୁ ଚଳାଇବା ପାଇଁ ଦିନରାତି ଦୌଡୁଥାଏ ।
କାଲି ପରି ଲାଗୁଛି....ମାନସୀ ସହ ପ୍ରଥମେ ଦେଖା ହୋଇଥିଲା ବ୍ୟାଙ୍କିଙ୍ଗ ପରିକ୍ଷା ହଲ୍ ଭିତରେ । ମୋ ଡାହାଣ ପାଖ ବେଞ୍ଚରେ ବସି ପରିକ୍ଷା ଦେଉଥାଏ । OMR ସିଟରେ ଗୋଲ୍ ବୁଲଉ ବୁଲଉ କଣେଇ କଣେଇ ମୋତେ ଦେଖୁ ଥାଏ ।
ନିଶ୍ଚିତ କିଛି ଗୋଟେ ଆକର୍ଷଣ ଥିଲା ସେ ଚାହାଣିଟାରେ । ମୁଁ ବି ତା ଆଖିରେ ଆଖି ମିଶାଇ ମତୁଆଲା ହୋଇପଡେ । ଭଲପାଇ ବସେ ମାନସୀକୁ । ପରିକ୍ଷା ସରିଗଲା ପରେ ଦୁହେଁ ଦୁହିଙ୍କୁ ସଂପୁର୍ଣ୍ଣ ପରିଚିତ ହୋଇଯାଉ ଆଉ ପୁଣି ମିଶିବାର କଥା ଦେଇ ଯିଏ ଯା ଘରକୁ ଫେରିଯାଉ ।
କିଛିଦିନ ପରେ ବ୍ୟାଙ୍କିଙ୍ଗ ପରିକ୍ଷାର ରେଜଲଟ୍ ବାହାରି ଆସେ ମାନସୀ ଆଉ ମୁଁ ସେଥିରେ ପାଶ୍ କରିଯାଉ । ତାପରେ ଉଭୟେ ଭାୟାବସ୍ ପାସ୍ କରି ଚାକିରିରେ ଜଏନ୍ କରିଥାଉ ।
ଆମ ଭଲପାଇବାର ସ୍ବୀକୃତି ମିଳିଯାଏ ।ବାହାଘର ପରେ ମାନସୀ କୁ ନେଇ ଚାଲିଆସେ କଲୋନିକୁ । ଉଭୟେ working couple ହୋଇଥିବାରୁ ଘରକାମ ସହ ଚାକିରୀଟାକୁ ସମ୍ଭାଳୀବାକୁ ହୁଏ ଅଣ୍ଡରଷ୍ଟାଣ୍ଡିଂରେ।
କିଛିବର୍ଷ ପରେ ମୁଁ ପିତୃତ୍ବ ଲାଭକରେ । ଜନ୍ମହୁଏ ରୋହନ୍ । ଏବେ କିନ୍ତୁ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଯାଏ। ମାନସୀ କିଛି ଦିନ ଛୁଟି ନିଏ ଆଉ ମୁଁ କିଛି ଦିନ, ରୋହନ୍ ବଡ ହୋଇଯାଏ ।
ବିଦେଶକୁ ଚାଲିଯାଏ କେଉଁ ଏକ software କମ୍ପାନୀକୁ । ପିତୃତ୍ବର ସମ୍ପର୍କଟା କେବଳ କିଛି ଫୋନ୍ କଲ୍ ନହେଲେ ରାତି ଅଧରେ ଭିଡିଓ କଲ୍ ରେ ସୀମିତ ହୋଇ ରହିଯାଏ ।
ଭୁଲି ଭୁଲି ଯାଉଥାଏ ସେଇ ଜଞ୍ଜାଳ ସବୁ ଯାହା ରୋହନକୁ ଛୋଟରୁ ବଡ କରିବା ପାଇଁ ସହ୍ୟ କରିଥାଏ । ହାତ ଧରି ଚାଲି ଶିଖାଇବା ଠାରୁ ଆରମ୍ଭ କରି କଲେଜର ପ୍ରୋବ୍ଲେନ୍ ସଲ୍ଭ କରିବା । ପାଠପଢା ଶେଷ ପରେ ରୋହନ୍ ବିଦେଶ ଚାଲିଗଲା ! ଘରଟା ଖାଁ ଖାଁ ।
ଚାହା କପ ଟା ସରିଲା ବେଳକୁ ହଠାତ୍ ରୋହନ୍ ର ଫୋନ୍ ଆସେ Wish U a happy Father's Day Daddy !!! ରୋହନ ର wishଟା ଶୁଣିଲା ପରେ ଛାତିଟା କୁଣ୍ଢେ ମୋଟ ହୋଇଯାଉଥାଏ । ଖୋଜୁଥାଏ ରୋହନ୍ କୁ ଠିକ୍ ସେଦିନ ଯେମିତି ରଜଦାଣ୍ଡରେ ସୂଦ୍ଧୋଦନ ଖୋଜୁଥିଲେ ବୁଦ୍ଧଦେବଙ୍କୁ, ରାଜା ଦଶରଥ ଖୋଜୁଥିଲେ ପ୍ରଭୂ ଶ୍ରୀରାମଙ୍କୁ, ନନ୍ଦରାଜା ଖୋଜୁଥିଲେ ଶ୍ରୀକୃଷ୍ଣଙ୍କୁ ।
ତଳକୁ ଆସି ଖବର କାଗଜ ଓଲଟାଇଲା ବେଳକୁ ହେଡିଂ ଥାଏ ଅମୁକ ଗାଁରେ ଆର ଟାଙ୍ଗିଆ ଚୋଟରେ ବାପା ମୃତ । ସମୁକ ଗାଁ ରେ ବଧୁ ହତ୍ୟା ଅଭିଯୋଗରେ ଶ୍ବଶୁର ଶାଶୁଙ୍କୁ ଦଶ ବର୍ଷ ଜେଲ୍ ଦଣ୍ଡ.। ଝିଅ ଅନ୍ୟ ଜାତିର ପିଲା ସାଙ୍ଗେ ଫେରାର ହେଇଯିବାରୁ ବାପା ଗାଁ ମୁଣ୍ଡ ବରଗଛରେ ଦଉଡି ଦେଇ ମୃତ । ଖବର କାଗଜ ବନ୍ଦ କରିଦିଏ । ଭାବୁଥାଏ ପିତୃତ୍ବର ବୋଝଟାକୁ ମୁଣ୍ଡାଇ ଚାଲିବା କେତେ କଷ୍ଟକର ଠିକ୍ ସେହି କଳାହାଣ୍ଡିଆ ବାଦଲ ପରି ବିଶାଳକାୟ !! ବର୍ଷି ଯାନ୍ତି ବରଷାର ବିନ୍ଦୁ ହୋଇ ଆଉ କେବେ ବଦନାମର ସ୍ଫୁଲିଙ୍ଗ ଚଡଚଡି ହୋଇ ...।
ଆଜି ପିତୃଦିବସରେ ଠିକ୍ ବୁଝିହୁଏ, ବାପାଙ୍କ ସ୍ନେହ ସହାନୁଭୁତି ମାଁଙ୍କ ଠାରୁ କମ୍ ଅନୁଭୁତ ହୁଏ, କାରଣ ଶୈଶବରେ ମାଁ ଯେମିତି ସ୍ନେହ ଆଉ ପ୍ରେମ ଦେଇ ଲାଳନ ପାଳନ କରେ ବାପାଙ୍କ ପାଇଁ ସେତେଟା ସୁଯୋଗ ସୃଷ୍ଟି କରିନଥାଏ । ବାପାଙ୍କ ସ୍ମୃତି ସବୁ ଝାପସା ଝାପସା ଲାଗେ। କାଳକ୍ରମେ ପିତା ପୁତ୍ରର ସମ୍ପର୍କଟା ଧିରେ ଧିରେ ବଦଳି ବଦଳି ଚାଲିଥାଏ । ଯେଉଁ ପୁଅ ବାପାର ହାତଧରି ଚାଲି ଶିଖିଥିଲା ସେ ଆଜି ତା ବାପାଙ୍କୁ ପରିଣତ ବୟସରେ ଏକ ବୋଝ ଭାବିନିଏ। ଦିନେ ଯେଉଁ ବାପାଙ୍କ କାନ୍ଧରେ ବସି ଯାତରା ଦେଖୁଥିଲା ଆଜି ସେହି ବାପାଙ୍କ କାନ୍ଧରୁ ଅଲଗା ହୋଇ ଦୁର ରାଇଜରେ ବାସ କରେ, ଶେଷବେଳ ପରେ ନିଜ କାନ୍ଧ ଟିକେ ଦେବାରେ ଅସମର୍ଥ ହୋଇଯାଏ। ବାପାଟା ଅଲୋଡା ହୋଇପଡେ । ନହେଲେ ଫକିର ମୋହନଙ୍କର 'ଡାକ ମୁନିଷୀ ' ଗଳ୍ପ .....ଏତେ ଆଦୃତ ହୋଇନଥାନ୍ତା ଆଉ ଏବେକାର ସିନେମା 'ଅବତାର" ଏବଂ "ବାଗବାନ୍' ଏତେ ହିଟ୍ ହୋଇନଥାନ୍ତା ।