Bidulata Sahoo

Others Children

4  

Bidulata Sahoo

Others Children

ପାର୍ଟି

ପାର୍ଟି

1 min
197


ମୋ ନାତୁଣୀ ଛଅ ବର୍ଷର ପିଲାଟିଏ |ସେ ସ୍କୁଲ୍ ଯାଉଥିଲା |କରୋନା ପାଇଁ ଏବେ ସ୍ରୁଲ୍ ବନ୍ଦ |ପିଲାମାନେ କୌଣସି ବନ୍ଧୁ ଘରକୁ ଯାଉନାହାନ୍ତି କି ଯାତ୍ରା, ମେଳନ,ଖେଳ,ପାର୍ଟି ସବୁ ଏବେ ବନ୍ଦ |ସେମାନେ ଘରେ ରହିରହି ବିରକ୍ତ ହୋଇ ଗଲେଣି |


 ଆଜି ମୁଁ ଦ୍ୱିପହରେ ଶୋଇକରି ଉଠିଲା ବେଳକୁ ଦେଖିଲି ସେ ଘରେଥିବା ଚାରୋଟି କଣ୍ଢେଇକୁ ସୋକେସ ରୁ ଆଣି ଡ୍ରଇଁରୁମ ସୋଫା ଉପରେ ଧାଡିକରି ବସେଇ ଦେଇଛି |ସମସ୍ତଙ୍କୁ ଗୋଟିଏ ଗୋଟିଏ ମାସ୍କ ପିନ୍ଧାଇ ଦେଇଛି |ତା ସ୍କୁଲ୍ ସାଙ୍ଗଙ୍କ ନାଁ ଅନୁସାରେ ତାଙ୍କ ନାଁ ଦେଇଛି |


ଟିପୟ ଉପରେ କେତୋଟି ପ୍ଲେଟ୍ ରେ ବିସ୍କୁଟ୍, ସେଉ, କିସ୍ ମିସ,ଖଜରା ସଜେଇ ଥୋଇଛି |ପାଣି ବୋତଲବି ରଖିଛି |ମୁଁ ଏସବୁ ଦେଖି ବିରକ୍ତ ହୋଇ କହିଲି କାହିଁକି ଘର ମଇଳା କରୁଛୁ ?

ସେ ଦୌଡିଆସି ମୋତେ ଧରିପକେଇ କହିଲା ଜେଜେମା ପ୍ଲିଜ୍ ପ୍ଲିଜ ମୋ ସାଙ୍ଗମାନେ ଅଛନ୍ତି କିଛି କୁହନି |ତୁମେ ଭାବ ଯେ ଆମେ ପାର୍ଟି କରୁଛୁ |

 ତା କଅଁଳ ମୁହଁରେ ସେ ନିରୀହ ଚାହାଣୀ ଦେଖି ମୋ ରାଗ ଶାନ୍ତ ପଡିଗଲା |ମୁଁ ଚୁପ୍ ଚାପ ଅନ୍ୟ ରୁମ୍ କୁ ଚାଲିଗଲି |


ମନେମନେ ଭାବଲି ସତେରେ ପିଲାମାନେ କେତେ ବୋର ହୋଇଗଲେଣି |ତା ମନର କଥାକୁ ସେ କଣ୍ଢେଇ ଖେଳ ମାଧ୍ୟମରେ ପ୍ରକାଶ କରୁଛି |ତାକୁ ମୁଁ ବିରକ୍ତ ହେବାଟା ଠିକ ହେବନି |


Rate this content
Log in