Sunanda Mohanty

Tragedy Classics Thriller

3  

Sunanda Mohanty

Tragedy Classics Thriller

ପାପୁଲି ଭୁତ

ପାପୁଲି ଭୁତ

3 mins
130


ସତକୁ ସତ ଏମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ଭଳି, ଗଣେଷ ପୂଜା ଦିନ ପୂଜା ଓ ହୋମ ସରିବା ପରେ ସ୍ବାମୀ ଦିପେନ ହୋମ ନଡ଼ିଆ ଖଣ୍ଡେ ଅରୁଣିତାଙ୍କ ହାତକୁ ଦେଇ କହୁଥିଲେ ମନସ୍କଆମାନା ପୂର୍ଣ୍ଣ ହେଉ ହେଲେ ନଡ଼ିଆ ହାତକୁ ନେଉ ନେଉ ଦିପେନଙ୍କ ପାପୁଲିରେ ନଜର ପଡିବା ମାତ୍ରେ ଛାନିଆଁରେ ଭୟଭୀତ ହୋଇ ଦଉଡି ପଳାଇବା ବେଳେ ମୁହଁ ମୋଡ଼ୁଥିଲା ଆଜି ପ୍ରଥମ ଥର ପାର. ଏତେ ଆଗ୍ରହରେ ବାବୁ ହୋମ ନଡ଼ିଆ ହାତକୁ ଦେଉଛନ୍ତି ତ ତୁମେ କାହିଁକି ଦଉଡି ପଳାଇଆସୁଥିଲ ଶୁଣେ କହି ପାର ଯେବେ ଏବେ ଆକଟ ସ୍ୱରରେ ଅରୁଣିତାଙ୍କୁ କହୁଥିଲା ମୁଁ ଭାବୁଥିଲି ବାବୁ ପିଆ ପି କରୁଥିବେ ହେଲେ ତୁମ ଢଙ୍ଗ ରଙ୍ଗ ଦେଖି ମତେ ଲାଗୁଛି ତୁମେ ହିଁ ପିଇଛ. ରାଗିବା ବଦଳରେ କରୁଣ ଆଖିରେ ଚାହିଁଲେ ଅରୁଣିମା ପାରକୁ ଆଉ ସେଇ ରାତିରେ କାନ୍ଦୁଥିଲେ ଅନୁତାପର ଅଶ୍ରୁ. ସବୁ ସତ ଫିଟାଇ ଦେବାକୁ ବାଧ୍ୟ ହେଲେ,ସ୍ୱାମୀ ଯେବେ ତାଙ୍କ ଦୁଇ ଯୋଡ଼ା ସୁନ୍ଦର ପାପୁଲିକୁ ଧରି କହୁଥିଲେ ଏଇ ପାପୁଲି ମୋର କୁଆଡେ ଭାରି ଲଷ୍ମୀବନ୍ତ ବୋଲି ମୋ ଜେଜେ କହୁଥିଲେ. ଜେଜେମା କହୁଥିଲା ଏଇ ପାପୁଲିରେ ଯାହା ହାତ ଛନ୍ଦି ହେଇ ଯିବ, ସେ ରାଣୀ ହେବ. ଆଉ ଏଇ ପାପୁଲି ଭିତରେ ମୋ ଜେଜେ ଜେଜେମାଙ୍କ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଥିଲା ବେଳେ ମୋ ବାପା ମାଆଙ୍କ କେତେ ଆଶୀର୍ବାଦର ଚି଼ହ୍ନ. ସେଇ ପାପୁଲି ଦ୍ବୟ ତୁମକୁ ରାଣୀର ସୌଭାଗ୍ୟ ବଦଳରେ ଡରକୁଳୀ ସଜେଇ ଦେଉଛି କାହିଁକି କହି କହି ହାତକୁ ପିଟି ଚାଲିଥିଲେ ତ ବହୁ ସରାଗରେ ସେଦିନ ସେଇ ଦୁଇ ହାତ ପାପୁଲିରେ ଆଙ୍କିଦେଉଥିଲେ ସ୍ନେହ, ପ୍ରୀତି ସରାଗର ଦାଗ ଅରୁଣିମା. ପୁଣି କହୁଥିଲେ ତୁମ ପାପୁଲି ସତରେ ଭାରି ଭାଗ୍ୟବନ୍ତ ମୋ ପାଇଁ ଦିପେନ ଯିଏ ମତେ କରିଛି ସୌଭାଗ୍ୟବତୀ ହେଲେ ମୁଁ ଭୁଲିପାରୁନି ଅତୀତର ସେହି ପାପୁଲି ଭୁତକୁ. ଯାହା ପାଇଁ ମୋ ସାଙ୍ଗ ଛନ୍ଦା ମୃତ୍ୟୁ ବରଣ କରିଥିଲା??

   ପାପୁଲି ଭୁତ?? ହଁ ଦିପେନ, ସେଦିନ ଛନ୍ଦା ରିକ୍ସାରୁ ଓଲ୍ହେଇ ରିକ୍ସା ବାଲାକୁ ପଇସା ବଢ଼େଇ ଦେଲା ବେଳେ ଦେଖିଥିଲା ତା ପାପୁଲି ଦ୍ବୟ ଲୋମମୟ, ବଡ ବଡ଼ ନଖ ସାଙ୍ଗକୁ ରକ୍ତ ଜୁଡୁବୁଡୁ. ପଇସା ଦେଇ କୌଣସି ମତେ କଲେଜ କ୍ୟାମ୍ପସ ଭିତରକୁ ଯାଇ ଭାବିଥିଲା ହୁଏତ ଆଖିର ଭୁଲ. କ୍ଲାସ ସାରି ନୋଟ ପ୍ରସ୍ତୁତ କରିବା ପାଇଁ ଲାଇବ୍ରେରୀରୁ ବହି ଆଣିବାକୁ ଯାଇଥିଲା. ଲାଇବ୍ରେରୀଆନଙ୍କ ଠାରୁ ବହିଟି ଗ୍ରହଣ କରୁ କରୁ ଦେଖିଥିଲା ସେଇ ହାତ, ଠିକ ସେହି ରିକ୍ସା ବାଲା ପରି. ସେଇଠୁ ଦଉଡି ଆସି ନିଜର ଗୋଟେ ସାଙ୍ଗ ମଧୁମିତା ଆଗରେ ସବୁ କହିବା ବେଳେ ସେ ତା ହାତ ପାପୁଲି ଦେଖାଇ କହିଲା ଏଇ ପାପୁଲିକୁ ଦେଖି ତୁ ଡ଼ରିଗଲୁ? ହଁ ଲୋ କହି ଚାହିଁଦେଲା ବେଳକୁ ମଧୁମିତାର ପାପୁଲି ଥିଲା ଠିକ ଅବିକଳ ନକଲ. ସେଇଠୁ ଏକା ନିଶ୍ୱାସରେ ଅଟୋ କିମ୍ବା ରିକ୍ସା ନକରି ଚାଲି ଚାଲି ଆସି ଘରେ ପହଁଚିଥିଲା . ତାର ଏମିତି ଅବସ୍ଥା ଦେଖି, ଝାଳ ଗମଗମ ବୋହି ଯାଉଥିବାର ଦେଖି ମାଆ ଯେବେ କାରଣ ପଚାରିଥିଲେ ଭରସା ପାଇ ମାଆଙ୍କ ଆଗରେ ସବୁ କହି ବସିଥିଲା ଛନ୍ଦା. ମାଆ କହିଥିଲେ ହଉ ବ୍ୟସ୍ତ ହୁଅନା, ହୁଏତ କୌଣସି ପ୍ରେତାତ୍ମାର ନଜର ପଡିଛି ତୋ ଉପରେ ବାପା ଆସନ୍ତୁ ଯାହା ପଦକ୍ଷେପ ନେବା. ମାଆ ବାଢ଼ିଦେଲେ ସ୍ନେହ ସରାଗ ମମତାରେ ଖାଦ୍ୟ. ପ୍ରକୃସ୍ଥିତ ହୋଇ ଖାଉଥିଲା ଛନ୍ଦା. ହଠାତ ମାଆ ପଚାରିଲେ ଆଉ ଟିକେ ତରକାରୀ ଦିଏ, ନାହିଁ ନାହିଁ ଦରକାର ନାହିଁ କହି ମାଆ ହାତକୁ ଚାହେଁ ତ ମାଆଙ୍କ ପାପୁଲି ଥିଲା ଏକଦମ ସେଇ ରିକ୍ସାବାଲା, ଲାଇବ୍ରେରୀଆନ, ସାଙ୍ଗ ମଧୁମିତାଙ୍କ ହାତ ପରି. ଗାୟତ୍ରୀ ମନ୍ତ୍ର ଓ ହନୁମାନ ଚାଳିଶା ବୋଲୁ ବୋଲୁ ଛନ୍ଦା ଲେଖିଚାଲିଲା ତା ଅନୁଭୂତି ସବୁକୁ ତା ପ୍ରତିଦିନର ଡାଇରୀରେ. ବାପା ଆସିଯାଇଥିଲେ. ସବୁ ଶୁଣି ବ୍ୟସ୍ତ ହୋଇ ସ୍ଥାନୀୟ ହସ୍ପିଟାଲକୁ ଘେନିଗଲେ.ଡାକ୍ତରଙ୍କୁ ଅପେକ୍ଷା କରିଥିବା ସମୟରେ ବାପା ବାହାରକୁ ଯାଇଥିଲେ ଅଳ୍ପ ସମୟ ପାଇଁ . ଡାକ୍ତର ପହଞ୍ଚି ଛନ୍ଦାକୁ ଟେଷ୍ଟ କରିବା ପାଇଁ, ତାର ଆଜି ଦିନର ଅନୁଭୂତି ବର୍ଣ୍ଣନା ଶୁଣିବା ସହ ଥେଟିସକୋପ ଧରି ପରୀକ୍ଷା କରିବାକୁ ଆଗେଇ ଆସିଲା ବେଳେ ଛନ୍ଦା ଦେଖିଥିଲା, ସେଇ ହାତ ଓ ମୁହଁ ଥିଲା ସେହି ରିକ୍ସାବାଲା ତ କେବେ ଲାଇବ୍ରେରୀଆନ ତ କେବେ ନିଜ ସାଙ୍ଗ ତ କେବେ ନିଜ ମାଆ. ଶେଷ ନିଶ୍ୱାସ ଯାଉ ଯାଉ ବାପା ଫେରିଆସି ଛନ୍ଦାଠୁ ଅସ୍ପଷ୍ଟ ଭାବେ ସବୁ ଶୁଣି କହିଥିଲେ ଡାକ୍ତର କାହାନ୍ତି ମାଆ, ସେ ଆସିନାହାଁନ୍ତି ଏଯାଏଁ. ଛନ୍ଦା କିନ୍ତୁ ନଥିଲା ଡାକ୍ତର ଆସିବା ଯାଏଁ. ଛନ୍ଦା ଚାଲିଗଲା ଡାଇରୀ ଛାଡ଼ିଦେଇ, ଆଉ ତା ଡାଇରୀର ଲେଖା ଗପ ପରି ଲାଗୁ ଲାଗୁ କେବେ ସତ ପାଲଟି ଯାଏ ଦିପେନ. ଏସବୁ ତୁମ ମନର ଡର ଅରୁଣିତା . ବାହାରେ ସବୁ ଶୁଣୁଥିବା ପାର ଦଉଡି ଯାଇ ଠାକୁର ଘରେ ଥୋଇଥିବା ବିଭୁତି ପରି କିଛି ଗୁଣ୍ଡ ଅରୁଣିତାଙ୍କ ପାଟିରେ ଦେଇ କହୁଥିଲା ଆକୁ ଖାଇ ମୋ ବର ମୁଣ୍ଡରୁ ମଦ ଭୁତ ଛଡେଇଛି, ଏ ପାପୁଲି ଭୁତ କଣ ତାଠୁ ବଡ଼. ହସୁଥିଲେ ଦିପେନ. ପାର ଔଷଧ ଖାଇ ଶାରୀରିକ ସୁସ୍ଥ ହେଲେ କି ନାହିଁ ଅରୁଣିତା ଜଣା ନଥିଲେ ବି ଗଣେଷ ପ୍ରଭୁ ବିଘ୍ନେଶ୍ୱରଙ୍କ କୃପାରୁ ମାନସିକ ସ୍ତରରେ ସୁସ୍ଥ ହୋଇଥିଲେ ଖୁବ।

    



Rate this content
Log in

Similar oriya story from Tragedy