ପାଲା
ପାଲା
ବଂଧୁ ଗଣ, ପାଲା ସଂସ୍କୃତି ଆମ ସମାଜର ଅଙ୍ଗ। ନିକଟ ଧର୍ମଶାଳା ଶବ୍ରେଜିଷ୍ଟର ଅଫିସ ପ୍ରାଙ୍ଗଣରେ ଆଜକୁ ପ୍ରାୟ ସହେ ବର୍ଷ ଧରି ପ୍ରତିବର୍ଷ ଏପ୍ରିଲ ମାସ ପହିଲାରୁ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୁଏ। ଏହି ମଞ୍ଚରେ ଓଡ଼ିଶାର ସୁନାମ ଧନ୍ୟ ଗାୟକ ବାଦୀ ପାଲା ପରିବେଷଣ କରି ଆସୁଛନ୍ତି। ମନୋଜ୍ଞ ପରିବେଶ ଭିତରେ ଅସ୍ଵସ୍ଥ ବୃକ୍ଷ ଓ ବଟ ବୃକ୍ଷର ସୁଶିତଳ ମନ୍ଦ ବାତାୟନ ।ମୁକ୍ତ ମଣ୍ଡପରେ ପାଲା ଗାୟକ ସହିତ ପାଳିଆ ମାନଙ୍କର ତାଳ ଓ ମୃଦଙ୍ଗର ମୃଦୁ କମ୍ପନ ଶିହରଣ ସୃଷ୍ଟି କରେ। ଗାୟକ ବସନ୍ତ ବର୍ଣ୍ଣନା କରି ଯଥା ବସନ୍ତ ବିଜୟ ବାରତା ପ୍ରକାଶିଲା ଭୁବନେ, ପାଦପ ଆନିତ ପତର ପରଭୃତ ପଠାନେ।ଗଙ୍ଗାଧର ମେହେର ଭଞ୍ଜ ସାହିତ୍ୟ ବୋଲି ପାରିବେଶକୁ ସାଣିତ୍ ଓ ରସ ମୟ କରିଦିଅନ୍ତି। କଡ଼ରେ ଧର୍ମଶାଳା ବାଣିପୀଠ , ଏକ ହତାରେ ତହସିଲ କାର୍ଯ୍ୟାଳୟ ଚାଲେ।
ବଂଧୁ ଗଣ, ଆମ ଓଡ଼ିଶାର ପାଲା କି ଦାସକାଠିଆ ପରିବେଷଣ ପ୍ରାୟ ପୃଥିବୀରେ ବିରଳ କେଉଁଠି ନାହିଁ କହିଲେ ହେବ। ପାଲା ଆମ ଓଡ଼ିଶାର ବରପୁତ୍ର କବି ଓ ଲେଖକଙ୍କ ଲେଖନୀ ନିଶୃତ୍ କବିତା ଗାୟକ୍ ଲଳିତ କଣ୍ଠରେ ବୋଲିବା ସହିତ ପ୍ରାଞ୍ଜଳ ଭାବରେ ବୁଝାଇ ପାରନ୍ତି। ପ୍ରକୃତି ବର୍ଣ୍ଣନା, ଲୋକଗୀତ, ଛନ୍ଦ, ଅଳଂକାର, ବିଶେଷ କରି କ୍ଲିଷ୍ଟ ଶବ୍ଦ ଯାହା ଆମେ ବ୍ୟବହାର କରିନାହ।ନ୍ତି ତାହାର ଅର୍ଥ ଗାୟକ ପ୍ରକାଶ କରନ୍ତି। ଏହି ପାଲା ର ଦୁଇଜଣ ଗାୟକ ଯଥା ସେନାପତି ବାବୁ ଯେକି ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଜଗସିହପୂର୍ ଓ ଶତପଥୀ ବାବୁ ଯେକି ଓଡିଆ ଅଧ୍ୟାପକ ଦ୍ବୟ ଙ୍କ ଦକ୍ଷତା ଶ୍ରୁତି ମଧୁର।
ବନ୍ଧୁଗଣ, ଏହି ବ୍ୟକ୍ତିଟି ସାହିତ୍ୟ ଅନୁର।ଗୀ ସ୍ବତନ୍ତ୍ର ଦୃଷ୍ଟି କୋଣରୁ ପ୍ରାୟ ପଚାଶ ବର୍ଷ ଧରି ଏଠାରେ ପାଲା ଦେଖିଆସୁଛି। ଏହି ଧର୍ମଶାଳା ବାଣିପୀଠରେ ପଢ଼ିବାର ସୁଯୋଗ ପାଇଛି। ପିଲାଟି ବେଳୁ ପାଲା ଦେଖିଆସୁଥିବା ମଞ୍ଚ ଆଜି ବୟସର ଅପରାହ୍ନରେ। ଦୁଃଖର କଥା ପିଲାଟି ବେଳୁ ଦେଖିଆସୁଥିବା ଦର୍ଶକ ମାନଙ୍କ ପାଲା ଦେଖିବାର ଭିଡ ଏବେ କମିଯାଇଛି। ପୁରୁଣା ସମ ବୟସ୍କ ବା କିଛି ପ୍ରାପ୍ତ ବୟସ୍କ ବ୍ୟକ୍ତି ପାଲାର ଦର୍ଶକ। ମହିଳା ସଂଖ୍ୟା ଗଣତି।
ବଂଧୁ ଗଣ, ସତ୍ୟ ନାରାୟଣ ପାଲା ଆମ ଧର୍ମୀୟ ଭାବନାରେ ବିଶ୍ଵ ମଙ୍ଗଳ ଓ ପାରିବାର ଶୁଭ କାମନା ସହିତ ସାହିତ୍ୟ ଚର୍ଚ୍ଚା। ଏହା ଦୁଇ ପ୍ରକାର ଠିଆ ପାଲା ଓବସା ପାଲା। ଗାୟକ ତାଙ୍କର ସାଥିଙ୍କ ସହ ବସିକରି ପରିବେଷଣ କରିବା ବସା ପାଲା। ଭ୍ରମରବର୍ ପାଲା ଏହାର ବିଷୟ ବସ୍ତୁ। ସେଇପରି ଠିଆ ରୂପରେ ପରିବେଷଣ ତଥା ନୈଷଧ, ରଘୁବଂଶ ଆଦି ବିଷୟ ଉପସ୍ଥାପନା। ଉଭୟ ପାଲାରେ ସତ୍ୟ ନାରାୟଣ ପ୍ରିତ୍ୟାର୍ଥେ ପରିବେଷଣ। ଶିରିଡ଼ି, ପଞ୍ଚାମୃତ, ଖେଚୁଡ଼ି ଆଦି ପ୍ରାସାଦ ବଣ୍ଟନ କରାଯାଏ। ଚାମର ଚାଳନା, କେନ୍ଦ୍ର ବିନ୍ଦୁ।
ବନ୍ଧୁଗଣ, ଆମ ସଂସ୍କୃତି ପରମ୍ପରା ବିଶ୍ଵଦରବାର ରେ ପହଞ୍ଚିବା ଉଚିତ୍। ପାଲା ପରି ସାହିତ୍ୟ ପରିବେଷଣ ପରିବେଶ ବିରଳ। ଆମ ଠାକୁର ଜଗନ୍ନାଥ ଓ ତାଙ୍କ ସର୍ଜନା ସଂସ୍କୃତି ବିଶ୍ୱକୁ ଦିନେ ଆଲୋକ ଦେଖାଇବ ନିସନ୍ଦେହ। ଆମେ ବୋକାଲୋକ ଆମ ସଂସ୍କୃତିକୁ ପୂଜା ନକରି ଅପ ସଂସ୍କୃତି ପ୍ରତି ଢ଼ଳି ଯାଉଛେ।