Akshayakumar Dash

Romance Inspirational Others

3  

Akshayakumar Dash

Romance Inspirational Others

ପାଗଳ

ପାଗଳ

2 mins
185


। ମୋକଥାରେ ଏକ ମତ ହେବ, ମୋନୀଲ ତାର ପଢା ଘର କାନ୍ଥ ସାରା ସିନେମା ଜଗତର ହିରୋଇନଙ୍କ ଫଟୋ ମାରି ରଖିଛି।ଅଚାନକ ତାର ପଢା ଘରକୁ ମତେ ଡାକିନେଲା।ଦେଖିଲି, କହିଲି ଏମିତି ସବୁ ଅଭିନେତ୍ରୀଙ୍କ ପ୍ରତିଛବି କାହିଁକି ଲାଗେଇଛ?ଅନୀଲ ମୁରୁକି ହସି କହିଲେ, କଣ ତୁମକୁ ଭଲ ଲାଗୁନାହିଁ?ଉତ୍ତର ଦେବପୂର୍ବର ସେ କହିଲା, ଏଥିରେ ଦର୍ଶନ ଅଛି। ଉତ୍ସାହିତ ହୋଇ ପଚାରିଲି, ସେ ଦର୍ଶନ କଣ?ଠୋ ଠୋ ହୋଇ ହସିଉଠିଲା।ହସ ବନ୍ଦ କରି କହିଲା ମୋକଥାରେ ତୁମେ ଏକମତ ହେବ , ପ୍ରତେକ ବ୍ୟକ୍ତିର କିଛି ନା କିଛି ପାଗଲାମୀ ଅଛି।ମୋର ଏପରି ଛବି ପସନ୍ଦ କରି କାନ୍ଥରେ ଇଠାମାରି ରଖିବା ପାଗଲାମୀ ଧରିନିୟ।ଦର୍ଶନ ଶାସ୍ତ୍ର ରେ ସ୍ନାତକ ଛାତ୍ର ଥିଲା ଅନୀଲ।ତାର ବିଚକ୍ଷଣ ବୁଦ୍ଧି। କାହାକୁ ଦେଖି ତତ୍କାଳୀନ ମନ୍ତବ୍ୟ ଦେବା ,ତାହାର ସ୍ୱଭାଭିକ ଗୁଣ।ଅନ୍ୟଟି ହେଲା ସାଙ୍ଗ ପ୍ରିୟ।ମତେ ଭେଟିବା ପାଇଁ ସେ ଦୈନିକ ପାଞ୍ଚ କିଲୋମିଟର ରାସ୍ତା ଚାଲି ଚାଲିଆସେ।ତାହାକୁ ଭେଟିବାକୁ ମୁଁ ବେଳେ ବେଳେ ତା ଘରକୁ ଯାଏ। ଆଜି ରବିବାର,ଭାବିଲି ଅନୀଲ ଘର ଆଡ଼େ ଯିବି। ସାଇକେଲ ବାହି ପହଁଚିଲି। ଅନୀଲ କଣ ବୋଧେ ତାର ପଢ଼ାଘରେ ଲେଖୁଥାଏ। ମତେ ଦେଖି ଡାକିନେଲା।ଆଗରୁ କେବେ ପଢା ଘରକୁ ମତେ ଡାକିନାହିଁ।ପଢା ଟେବୁଲ ଉପରେ ନଜର ପଡିଲା, ଟେବୁଲ ଉପରେ କେତେକ ଦର୍ଶନ ପୁସ୍ତକ ସହିତ ଯୌନ ଉଧିପକ ପୁସ୍ତକ ପଡିଛି। ମୁଁ ସେଥିରୁ ଗୋଟେ ଧରି ଫର୍ଦ୍ଦ ନେଉଟାଉଥିବା ଦେଖି କହିଲା , ସେ ବହିକୁ ପଢ଼। ସେ ବହିଟି ଓସ ଙ୍କ ଲିଖିତ ପୁସ୍ତକ ।man ଆଣ୍ଡ woman ସେକ୍ସ। ମତେ ବସିବାକୁ କହି ସେ ଚେୟାରରେ ବସିଗଲା।ମୁଁ କହିଲି, ତୁମେ ଭଲ ଭଲ ବହି ସଂଗ୍ରହ କରିଛି। ସେ କହିଲା, ମଣିଷର ରୁଚି ଭିର୍ଣ ଅଟେ। ହେଲେ ,ଭୋକ, ସମସ୍ତଙ୍କର ଅଛି।ଏହିଯେଉଁ ପୁସ୍ତକ ଦେଖିଲ, ତାହାର ବିଷୟ ବସ୍ତୁ ମତିଷ୍କର ପରଦା ହଟାଏ।ଆମର ଗତାନୁଗତିକ ଧାରଣାକୁ ମାର୍ଜିତ କରେ। ବାହାରୁ କଳିଙ୍ଗ ବେଳ ବାଜିଉଠିଲା। ବୋଧେ କ୍ଷୀର ଵାଲା କ୍ଷୀର ଦେବାକୁ ଡାକୁଛି କହି ଉଠିଲା। ମୁଁ ବି ତାର ସହିତ ଉଠି ଜରୁରୀ କାମରେ ଅନ୍ୟତ୍ର ଯିବାର କଥା ଥିଲା । କେବଳ ପଦେ ତାର ମୁହଁରୁ ବାହାରି ଆସିଲା, ଯୌନତା ପାଇଁ ଜୀବନ ସହିତ ସ୍ୱାର୍ଥ ଜଡିତ। ଏହିକଥାଟି ମୁଁ ଶୁଣି ଅଧିକ ତପାଖରୁ ଜାଣିବାକୁ ଆଗ୍ରହ ଥିଲା , କାର୍ଯ୍ୟ ବ୍ୟସ୍ତତା ଦୃଷ୍ଟିରୁ ବିଦାୟ ନେଲି।



Rate this content
Log in

Similar oriya story from Romance