Mamatamanjari Das

Abstract

4  

Mamatamanjari Das

Abstract

ନୂଆ ଦୀଗନ୍ତ

ନୂଆ ଦୀଗନ୍ତ

2 mins
350


ଗୋଟିଏ ଗାଁରେ ଦୁଇ ଜଣ ବେପରୀ ରାମ୍ ଓ ଶ୍ୟାମ ନାମରେ ରହୁଥିଲେ । ରାମ୍ ଥିଲା କର୍ମଠ ,ଭକ୍ତି ପରାୟଣ ଧାର୍ମିକ ଭାବନାର ବ୍ୟକ୍ତିଟିଏ । ସେ ନିଜର ବେପାରକୁ ଭଗବାନ ମାନୁଥିଲା ।


ଶାମ୍ ଥିଲା ରାମର ବୀପରିତ । ତା'ଭିତରେ ଥିଲା କୁଟିଳତା ପୂର୍ଣ୍ଣ । ସେ ସେବା ମନୋଭାବର ନଥିଲା । ଦୁହିଁଙ୍କ ପରିବାର ଭତରେ ମିତ୍ରତା ବହୁତ ଥିଲା ।


କିନ୍ତୁ ଅଚାନକ୍ ରାମ୍ ର ବ୍ୟବସାୟରେ ବାଧା ପ୍ରାପ୍ତ ହେଲା । ସେ ଯେତେ ଚେଷ୍ଟା କଲେବି ଆଗକୁ ବଢି ପାରିଲା ନାହିଁ । ବାରମ୍ବାର କ୍ଷତି ହେବାରୁ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଲା । ରାମ୍ ର ସ୍ତ୍ରୀ ସର୍ବଦା କହିବାରେ ଲାଗିଲା ଶାମ୍ ର ପରିବାରକୁ ଦେଖ । ତାର ବେପାର ଭଲ ହେବାରୁ ତା ପରିବାର କିପରି ଭଲରେ ଚଳି ପାରୁଛନ୍ତି ।


ଏସବୁ ପରିସ୍ଥିତିର ପ୍ରତିଦିନ ସାମ୍ନା କରୁଥିବା ରାମ୍ ର ମନରେ ଜୀବନ ପ୍ରତି ବିତସ୍ପୃହ ଭାବ ସୃଷ୍ଟି ହେଲା । ସଂସାର ପ୍ରତି ବୈରାଗ୍ୟ ଭାବନା ଯାତ ହେବାରୁ ଦିନେ ସେ ଘରେ କାହାକୁ କିଛି ନକହି ଘରଛାଡି ଘୋର ଜଙ୍ଗଲ ଭିତରକୁ ଯାଇ ଗୋଟିଏ ସ୍ଥାନରେ ବସିଗଲା ଓ ବଡ ପାଟିରେ ଭଗବାନଙ୍କ ଉଦ୍ଦେଶ୍ୟରେ କହିଲା " ହେ ଭଗବାନ , ମୁଁ ଜୀବନ ସଂଗ୍ରାମ ରେ ହାରିଗଲି । ଯଦି ପାରୁଛ ମୋତେ ନୂଆ ଦୀଗନ୍ତର ପଥ ଦେଖାଅ ନହେଲେ ମୁଁ ଜୀବନ ହାରିଦେବି ।


କିଛି ସମୟ ପରେ ଅଦୃଶ୍ୟରୁ ଶୁଭିଲା "ହେ ମଣିଷ ତୋ କଥା ମୋତେ ଶୁଭୁଛି ,ହେଲେ ମୋ କଥା ବି ତୁ'ଶୁଣ୍ । ତାପରେ ଜୀବନ ହାରିବାର ନିର୍ଣ୍ଣୟ ନେବୁ ।


ଭଗବାନ କହିଲେ । ଏଇ ଯେଉଁ ଘାସ ଉପରେ ତୁ'ବସିଛୁ ଓ ତୋ ସାମ୍ନାରେ ଯେଉଁ ବାଉଁଶ ଗଛ ଦେଖୁଛୁ ତାର ବୀଜ ମୁଁ ଏକା ସାଙ୍ଗରେ ପୃଥିବୀ ପୃଷ୍ଠରେ ବୁଣିଥିଲି । କିନ୍ତୁ ବୁଣିବାର ପ୍ରଥମ ବର୍ଷ ଘାସ ଚାରା ଟିକିଏ ଦେଖାଦେଲା ,ଦ୍ୱିତୀୟ ବର୍ଷ ଘାଷ ସବୁଜ ରଙ୍ଗ ଆସିଲା ,ମାତ୍ର ବାଉଁଶର ଚାରା ଟିକିଏ ବି ଦୃଶ୍ୟ ହେଉ ନଥିଲା । ତୃତୀୟ ବର୍ଷ ଘାସ ତାର ସବୁଜ ବଳୟ ବିସ୍ତାର କରି ସାରିଥିଲା ।କିନ୍ତୁ ବାଉଁଶ ଏକ କ୍ଷୁଦ୍ର ବୀଜ ହୋଇ ଭୂଇଁରୁ ଗଜୁରୀ ଥିଲା । ତଥାପି ମୁଁ ଭାବିଲି ଠିକ୍ ଅଛି ଗଜୁରୀ ଲାଣି ।ମୁଁ ହାର ନମାନି ଦୁହିଁଙ୍କ ର ଯତ୍ନ ନେଉଥାଏ । ଚତୁର୍ଥ ବର୍ଷ ବାଉଁଶ ଭୂମି ଉପରେ ଛିଡା ହେଲା ଆଉ ପଞ୍ଚମ ବର୍ଷରେ ଶହେ ଫୁଟ୍ ର ଉଚତାରେ ମୁଣ୍ଡ ଟେକି ଠିଆ ହେଲା ।


ମୋତେ ଧୈର୍ଯ୍ୟର ସହ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡିଲା ବାଉଁଶ ଗଛଟିର ବୀଜ ପୋତି । ଆଉ ସାମାନ୍ୟ ବେପାର କରି ତୁ' ହାରି ଯାଉଛୁ ଅନ୍ୟର ବରା ବରି କରି । ଭରସା ଯଦି ନିଜ ଉପରେ ନ ରଖିବୁ ତେବେ ତୁ'ଆଗକୁ ବଢିବା ମଧ୍ୟ ଅସମ୍ଭବ,ନୂଆ ଦୀଗନ୍ତ ବା ପାଇବୁ କୁଆଡୁ ?


ଏଥର ବେପାରୀ ଟି ନୀଜର ଭୁଲ୍ ବୁଝି ପାରି ଭଗବାନଙ୍କୁ କ୍ଷମା ମାଗି ଗାଁକୁ ଫେରି ଆସିଲା ।ହାରିଯାଇଥିବା ଜୀବନକୁ ଭୁଲି ସେ ନୂଆ ଦୀଗନ୍ତ ଆଶାରେ ତା' ବେପାର ଶୈଳୀକୁ ପରି ମାର୍ଜିତ କରି ନୂତନ ରୂପ ରେଖ ଦେଲା । ଏଥର ତା' ବେପାର ବହୁତ ଭଲ ଚାଲିଲା । ପରିବାର ମଧ୍ୟ ଖୁସିରେ ରହିଲେ ।


ତେଣୁ କୌଣସି କାର୍ଯ୍ୟରେ କ୍ଷତି ହେଲେ କେବେ ହାର ମାନନ୍ତୂ ନାହିଁ । ନିଜ ଉପରେ ଭରସା ରଖି ନୂଆ ଦୀଗନ୍ତ ପଥରେ ଧୈର୍ଯ୍ୟର ସହ ଆଗେଇ ଚାଲନ୍ତୁ ନିଶ୍ଚୟଁ ସଫଳ ହେବେ ।


Rate this content
Log in

Similar oriya story from Abstract