ନମୁନା
ନମୁନା


ପ୍ରୀତିଙ୍କୁ ଆଶ୍ଚର୍ଯ୍ୟ କରି, କାଠହଣା ପକ୍ଷୀ ଦୁଇଟି କିନ୍ତୁ ଏବେ ପୁଣି ତାଙ୍କ ଉତ୍ତର ପଟକୁ ଫେରିଛନ୍ତି ଓ ସାମ୍ନାରେ ଥିବା ନଡ଼ିଆ ଗଛରୁ ତାଙ୍କ ଝରକାରେ ନିର୍ଭୟରେ ଖେଳୁଛନ୍ତି.ପ୍ରୀତି କିନ୍ତୁ ଅଜଣା ଭୟରେ ଶୀହରିତ. ପ୍ରକୃତି କୋଳରେ ବଢୁଥିବା ଏ ନିରୀହ ପକ୍ଷୀ ଦୁଇଟିଙ୍କର କଣ ଦୋଷ ଆଦିକନ୍ଦବାବୁ ଓ ତାଙ୍କ ସ୍ତ୍ରୀଙ୍କ ଆବର୍ତ୍ତମାନରେ? ପ୍ରୀତି ବୁଝି ବି ଅବୁଝା ହେଉଥିଲେ. ପ୍ରୀତି ଥୋଉନଥିଲେ ଚାଉଳ କି ରଖୁନଥିଲେ ପାଣି ଆଗପରି ସେ ଦୁଇ ପକ୍ଷୀ ଦମ୍ପତ୍ତିଙ୍କ ପାଇଁ . ସ୍ୱାଭୀମାନି ପକ୍ଷୀ ଦୁଇଟି କଣ ବୁଝିଲେ କେଜାଣି ଆଉ ଆଉ ଆସୁନାହାଁନ୍ତି ପ୍ରୀତିଙ୍କ ଘର ଆଗ ସାମ୍ନା ନଡ଼ିଆ ଗଛକୁ କି ତାଙ୍କ ଝରକାରେ ତଳ ଉପର ହୋଇ କ୍ରିଙ୍ଗ କ୍ରିଙ୍ଗ କରିବାକୁ. ପ୍ରୀତି ଅବିଶ୍ୱାସ ଆଖିରେ ପ୍ରକୃତି କୋଳରେ ବଢିଥିବା,ଗଛର କାଠ ହାଣି କୋରଡ଼ କରି କାଠହଣା ରୂପେ ପରିଚିତ ପକ୍ଷୀ ଦୁଇଟି କଣ ପ୍ରୀତିଙ୍କ ମାନସ୍ତତ୍ଵ ପଢି ଦେଲେ ନା କଣ!ନିଜକୁ ଧିକ୍କାର କରୁଥିଲା ବେଳେ ଦେଖନ୍ତି ପ୍ରୀତି ପକୃତିର ସର୍ବୋତ୍ତମ ସୌନ୍ଦର୍ଯ୍ୟ ପୂର୍ଣ୍ଣ ନୀଳ ଆକାଶକୁ ଉଡିଯାଉଛନ୍ତି ପକ୍ଷୀଦୁଇଟି ଅଦୂରରେ. ସତେକି ଅଭିମାନରେ. ପ୍ରୀତି ଦୁଃଖରେ ଚାଉଳ ଗିନା ଓ ପାଣି କପ ଭରି ଅପେକ୍ଷା କରନ୍ତି ସେମାନଙ୍କୁ ସବୁଦିନ.କିଛିଦିନ ପାଇଁ ଦକ୍ଷିଣ ପଟେ ତ୍ରିତ୍ତଳ ଅଟ୍ଟାଳିକା ଆଗରେ ଥିବା ନଡ଼ିଆ ଗଛରେ ଖେଳୁ ଖେଳୁ, ସେହି କୋଠାର ଝରକାରେ ଖେଳୁଥିଲେ ସେମାନେ.କୋଠା ମାଲିକ ଆଦିକନ୍ଦବାବୁ. ଆଗପଛ ହୋଇ ଆଦିକନ୍ଦ ବାବୁ ଓ ତାଙ୍କ ସ୍ତ୍ରୀ ଚାଲିଯିବାରେ ନିରୀହ ପକ୍ଷୀ ଦୁଇଟିଙ୍କୁ ଦୋଷୀ ଭାବିବା ଅନୁଚିତ ଭାବି ପ୍ରୀତି ମନଦୁଃଖ କରୁଥିଲେ।
ଏଣିକି ପ୍ରୀତି ଖାଲି ଉତ୍ତର ପଟେ କାହିଁକି ପୂର୍ବ ପଶ୍ଚିମ ଓ ଦକ୍ଷିଣ ଦିଗର ଝରକା ପଟେ ମଧ୍ୟ ରଖନ୍ତି ପକ୍ଷୀଙ୍କ ପାଇଁ ଚାଉଳ ଓ ପାଣି. ଆଉ କାଠହଣା ଦୁଇଟି ଆଗ ପରି ନଆସିଲେ ମଧ୍ୟ ଆସନ୍ତି ପାରା ବଣି ଓ ଅନ୍ୟ ଅନ୍ୟ ପକ୍ଷୀ ଯାହାର ନାମ ଜଣା ନଥାଏ ପ୍ରୀତିଙ୍କୁ. ପ୍ରକୃତି କୋଳରେ ଖାଇ ପିଇ ବଢୁଥିବା ପକ୍ଷୀ ତାଙ୍କ ଘରେ ଦାନା ଖାଇବା ପାଣି ପିଇବା ଦେଖି ଖୁବ ଖୁସି ହୁଅନ୍ତି ପ୍ରୀତି. ସେଦିନ ଗୋଟେ ଇଛା ଜାଗିଲା ପ୍ରୀତିଙ୍କର, ପ୍ରତିଦିନର ଠାକୁର ଭୋଗ ସେଓ କି ଡାଲିମ୍ବ ଖଣ୍ଡେ ଲେଖାଏଁ ପକ୍ଷୀଙ୍କ ପାଇଁ ଥୋଇଲେ କେମିତି ହୁଅନ୍ତା!ସେଇଆ କଲେ ପ୍ରୀତି ହେଲେ ଶିଆଳିଆପତନୀ ସେସବୁ ଖାଇ ଗ୍ରିଲ ଫାଙ୍କରେ ଘରେ ପଶି ଘରର ସ୍ୱଚ୍ଛ ପରିବେଶକୁ ଅସ୍ୱଚ୍ଛ କରିବା ଦେଖି ସାନ ପୁଅ କାହ୍ନା କହୁଥିଲା, ତୁ ଆଉ ପକ୍ଷୀଙ୍କ ପାଇଁ ଫଳ ରଖେନା ମାଆ. ଗାନ୍ଧୀ ଜୟନ୍ତୀ ଆସୁଛି. ତାଙ୍କ ସ୍ୱଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଛାତ୍ରର ଭୂମିକା ବିଷୟରେ ବକୃତା ପ୍ରସ୍ତୁତ କରୁଛି ମୁଁ. ଆମ ଘରେ ଘଟୁଥିବା ଏଇ ଘଟଣାର ଉଦାହାରଣ ଦେଇ କହିବି ସ୍ୱଚ୍ଛ ରଖିବାକୁ ହେଲେ ପ୍ରକୃତି କୋଳରେ ଥିବା ସମସ୍ତ ସଜୀଵ ଓ ନିର୍ଜୀଵ ଜନ୍ତୁ ବା ବସ୍ତୁ ଓ ପଦାର୍ଥକୁ ସେଇ ପ୍ରକୃତି କୋଳରେ ବଢିବାକୁ ଛାଡ଼ି ଦେବା ଉଚିତ, ନଚେତ ସ୍ୱଚ୍ଛତାର ନଷ୍ଟ ହେବାର ସମ୍ଭାବନା ରହିଛି. ହସିଦେଲେ ମାଆ ସତ କିନ୍ତୁ ପୁଅ କାହ୍ନା ଯାହା କହୁଥିଲା ସେସବୁ ସତ. ତଥାପି ପ୍ରୀତିଙ୍କ ମୁହଁରୁ ହସ ଲିଭି ସାରିଥିଲା ।
,୍