CHINMAYEE PRADHAN

Romance Tragedy Classics

3  

CHINMAYEE PRADHAN

Romance Tragedy Classics

ନିୟତିର ଖେଳ

ନିୟତିର ଖେଳ

2 mins
177


ସକାଳ ପହରୁ ଠାକୁର ଘରେ ପଶିଛି ଯେ ପଶିଛି। ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲାଣି। ଅଖିଆ ଅପିଆ ସେମିତି ଅଧିଆ ପଡିଛି। ଯାହା ତ ହବା କଥା ହବ। ଏମିତି ଠାକୁରଘରେ ବସି ରହିଲେ କଣ ସବୁ ମିଳିଯିବ! କିଏ ବୁଝେଇବ ତାକୁ? ତା ଇଚ୍ଛା ଯାହା କରୁ। ଏତକ କହି ଦେଇ ବୋଉ ପୋଖରୀକୁ ଲୁଗା ସଫା କରିବା ପାଇଁ ଗଲା। ବାପା ଦିନ ମଜୁରିଆ। ସକାଳୁ ଉଠି ଯାଆନ୍ତି ସଞ୍ଜରେ ଫେରନ୍ତି। ଗୀତା ସେମିତି ବସିଥାଏ ଦୀପ ଜଳାଇ। ତା ଆଖି ଆଗରେ ଭାସି ଉଠୁଥିଲା ତା ପିଲାଦିନ।

ସେଦିନ ସେ ଭାରି ଖୁସି ଥିଲା ଯେଉଁଦିନ ତା'ର ଦ୍ବିତୀୟ ଶ୍ରେଣୀ ହେଇଥିଲା। ଖୁସିରେ ନାଚି ନାଚି ସ୍କୁଲରୁ ଆସି ସମସ୍ତଙ୍କୁ କହି ବୁଲିଲା ତାର ଦ୍ବିତୀୟ ହେଇଗଲା ବୋଲି। ଏଥର ସେ ଖାତା କଲମରେ ଲେଖିବ ଓ ବହି ପଢିବ। ପ୍ରଥମ ଶ୍ରେଣୀରେ ତ ଖାଲି ସିଲଟ ଖଡିରେ ଲେଖୁଥିଲା। ଯେତେ ସୁନ୍ଦର ଚିତ୍ର ଆଙ୍କିଲେ ବି ଲିଭେଇବାକୁ ପଡୁଥିଲା। ଖାତାରୁ ଆଉ ଲିଭିବନି। ପାଠପଢାରେ ତାର ଭାରି ମନ। ଷଷ୍ଠ ଶ୍ରେଣୀରେ ପଢୁଥିବା ସମୟରେ ଥରେ ହସ୍ତାକ୍ଷର ଲେଖୁଥିବା ବେଳେ କଲମରୁ ସ୍ଯାହି ସରିଗଲା। ପଡିଶା ଘର ଜଣକୁ କଲମ ମାଗିବାରୁ ସେ କହିଲେ, 'ତୋ ବାପା ଯଦି କଲମ କିଣି ଦେଇ ପାରୁନି ତାହେଲେ ପାଠ କାଇଁ ପଢଉଛି।' ଏ କଥା ତାକୁ ଭାରି ବାଧିଥିଲା। ତଥାପି ସେ ଆଉଥରେ ମାଗିଥିଲା କିନ୍ତୁ ସେ ଦେଇ ନ ଥିଲେ। ସେ କାନ୍ଦି କାନ୍ଦି ସ୍କୁଲ ଯାଇଥିଲା। ବୋଉ ଠାରୁ ଟଙ୍କାଟିଏ ମାଗିକି ନେଇ ରିଫିଲ୍ କିଣି ଲେଖିଥିଲା। ପ୍ଲସ୍ ଟୁ ପର୍ଯ୍ୟନ୍ତ ଖଣ୍ଡିଏ ନୂଆ ବହି କିଣିନି। ଉପର ଶ୍ରେଣୀ ପିଲାଙ୍କୁ ଓ ସାଂଗ ସାଥୀମାନଙ୍କୁ କହି ଆଣି ପଢିଛି। ଖାତା ପାଇଁ କାଗଜ ଯୋଗାଡ କରିବା ବି କଷ୍ଟ ହେଇପଡେ। ସେଥିପାଇଁ ତ ଖାତାରେ ଅଭ୍ୟାସ ନ କରି ଘୋଷି ମନେମନେ ଅଭ୍ୟାସ କରେ ମନେ ପକାଇ। ଅଶୀ ପ୍ରତିଶତ ନମ୍ବର ରଖି ପ୍ଲସ୍ ଟୁ ପାସ୍ କଲା। ପ୍ଲସ୍ ଥ୍ରୀ ଆଡମିଶନର ଶେଷ ତାରିଖ। ବାପା ବହୁ ପ୍ରୟାସ କରିଥିଲେ କିନ୍ତୁ ଟଙ୍କା ଯୋଗାଡ କରି ପାରିଲେନି। ଶେଷ ଆଶା ତ ସେଇ ଚକାଡୋଳା। ଠାକୁରଘରେ ଗୁହାରି କଲା। ସତରେ ଅନ୍ତରରୁ ଡାକିଲେ ଭଗବାନ ନିଶ୍ଚୟ ଶୁଣନ୍ତି। ତା ଡାକ ବି ଶୁଣିଲେ। ବାପା ମନ ଦୁଃଖରେ ଯାଉଥିବା ବେଳେ ତାକୁ ପ୍ରାଥମିକ ସ୍କୁଲରେ ପଢେଇ ଥିବା ଦିଦି ଦେଖାହେଲେ ଓ ମନ ଦୁଃଖର କାରଣ ପଚାରିଲେ। ବାପାଙ୍କ ଠାରୁ ସବୁ ଶୁଣି ସାରି ସେ ପାଞ୍ଚଶହ ଟଙ୍କା ବଢେଇ ଦେଲେ। ବାପା କଲେଜ ଯାଇ ଆଡମିଶନ କରି ବାକି ଟଙ୍କା ପଛରେ ଦେବାକୁ କହି ଆସିଲେ। ଘରକୁ ଫେରି ଗୀତାକୁ କହିଲେ ସବୁ। ଗୀତା ଠାକୁରଙ୍କୁ ଧନ୍ୟବାଦ ଦେଇ ପ୍ରଣାମ କଲା। ସବୁ ତାଙ୍କରି ଇଚ୍ଛା ଯେତେ ଅଭାବ ଅସୁବିଧା ଥିଲେ ମଧ୍ୟ ପାଠପଢାରେ ସେ କେବେ ହାର୍ ମାନିନି । ବିଲରେ କାମ କରିଛି। ଟିଉସନ୍ କରି ତା ଖର୍ଚ୍ଚ ସେ ଯୋଗାଡ କରିଛି। ପ୍ଲସ୍ ଥ୍ରୀ ପରେ ଆଇ. ଏ. ଏସ୍ ପରୀକ୍ଷା ଦେଇଛି। ଆଜି ଶେଷ ଫଳାଫଳ ବାହାରିବ। ପ୍ରିଲିମିନାରି ଓ ମେନ୍ ଦିଟା ଯାକ କ୍ଲିୟର ହେଇଛି। ଆଜି କଣ ହେବ କେଜାଣି। ଠାକୁର ଘରେ ବସି ଭାବୁଥିଲା ସେ। ପଡିଶା ଘର ପୁଅ ଗୌରବ ଆସି ଖବର ଦେଲା, ଗୀତା ଦାସ ପଂଚମ ସ୍ଥାନରେ ଅଛନ୍ତି। ଗୀତାନାନୀ ତୁ ପାସ୍ କରି ଯାଇଛୁ। ଏଇ ମୋବାଇଲ୍ ରେ ତୋ ରେଜଲ୍ଟ ଦେଖ୍। ଗୀତା ବିଶ୍ଵାସ କରିପାରୁନଥିଲା । ସତରେ ଭଗବାନ ତା ଡାକ ଶୁଣିଛନ୍ତି। ଖୁସିରେ ସେ ତାଙ୍କ ଫଟୋକୁ କୁଣ୍ଡେଇ ପକେଇ ଗେଲ କରି ପକେଇଲା। ବାପା ବୋଉଙ୍କ ଖୁସି କହିଲେ ନ ସରେ। ବାପା କହିଲେ ସବୁ ସେଇ ନିୟତିର ଖେଳ।  


Rate this content
Log in

Similar oriya story from Romance