Satyabati Swain

Tragedy

4  

Satyabati Swain

Tragedy

ନିଶାର ଯାଦୁ

ନିଶାର ଯାଦୁ

5 mins
224



ମାଆ କଥା ମାନିଲି ନାହିଁ। ମାଆ କହୁଥିଲା ବାବୁ ତିନି 'ଶ ' କୁ ସବୁବେଳେ ଦୁରୁ ଜୁହାର କରିବୁ ଧନ।ନିଶା, ପଶା ଓ ବେଶ୍ୟା ଏମାନଙ୍କ ସହ ମିତ୍ରତା ଅର୍ଥ ଦୁଃଖ କଷ୍ଟ ଓ ଅକାଳ ମୃତ୍ୟୁକୁ ଗୁଆ ଦେଇ ନିମନ୍ତ୍ରଣ କରିବା ପରି। କିନ୍ତୁ ତୁ କି ଯାଦୁ ଜାଣିଛୁ ଯେ ମୁଁ ମାଆ କଥା ଭୁଲି ଯାଇ 

 ସେଇ 'ଶ' କୁ ଆପଣାର କଲି !


 ଜାଣିଥିଲି ତୁ ସଜଡ଼ା ଘର ଭାଙ୍ଗୁଥିବା ବିଟ ପୁରୁଷ ଓ ସ୍ତ୍ରୀ ଲୋକ ପରି। ଇସାର କଲେ କେହି ବି ଟାଣି ହୋଇ ଯାଆନ୍ତି ତୋ ପାଖକୁ।ଦୈବାତ ଥରେ ଯିଏ ତୋ ଇସାରା ନିମନ୍ତ୍ରଣ ପାଇ ତୋର ଆତିଥ୍ୟ ଗ୍ରହଣ କଲା ଆଜୀବନ ତୁ ତାକୁ ଖେଳନା କରି ନଚାଉ। ମେଣ୍ଢା କରି ଦେଉ। ତୋର ବିଭିନ୍ନ ରୂପ।ମଦ ରୂପରେ ତୁ କେବେ ହାଣ୍ଡିଆ ତ କେବେ ବିଅର୍, ରମ୍ ବା ହ୍ବିସ୍କ। ନାଲି ପାଣି ଭାବେ ପଲିଥିନରେ କେବେ ଛକ ଟୋକାଙ୍କୁ ଗିଳୁ ତ ଦାମୀ ଦାମୀ ବୋତଲ ଭିତରେ ତୁ ନାଚୁ ପାର୍ଟି,କ୍ଳବ,ବାର୍ ଆଦି ସ୍ଥାନରେ ।ତୋତେ ପେଗ୍ ନେବା ଆଜିକାଲି ଗୋଟେ କୁଆଡେ ଷ୍ଟାଟସ୍ ଓ ଫେସନ ହୋଇଛି !! ତୁ ଏବେ ସହରରୁ ଗାଁ ମୁଖୀ ହୋଇ ଗ୍ରାମ୍ୟ ଜୀବନ ନଷ୍ଟ କରିବା ଉପରେ। ତଣ୍ଟି ପଟେ ଯାଇ କଲିଜା ଖାଉ ତୁ ଲୋ ଦୁଷ୍ଟବୁଦ୍ଧି ।


ଗଞ୍ଜେଇ ସୋଡକାଏ ନ ନେଲେ ପରିଶ୍ରମୀ ମଣିଷ ଦେହରୁ କୁଆଡେ ଦରଜ ଯାଏ ନାହିଁ। ଚିଲମ ଭିତରେ ତୁ ଥାଇ ନିଆଁ ଧରେଇ ଦେଲେ ତାପରେ ଦେଖିବ କଣ ? ତ୍ରିଭୁବନ ତ ହେଇତି ଦିଶେ ଆଉ। ଖାଲି ତ୍ରିଭୁବନ କଣ ଦେଖାଉ କି ? ତା ସହ ଫୁସଫୁସ୍ ପୋଡ଼ୁ ବି । ଅଫିମ ଟେଳାଏ ମାରି ଦେଲେ ଆଃ କି ଦେଖିବ ! ମନକୁ ତ ତୁ ମନ ପବନ ଘୋଡାରେ ବସାଇ କୁଆଡେ ନାଇଁ କୁଆଡେ ଉଡାଇ ନେଉ। ଭାଙ୍ଗ ଟେଳାଏ ଗର୍ଭସ୍ଥ କରଦେଲେ କଣ ଦେଖିବ ? କି ନାଚ ! କି ଗୀତ ! କି ଗପ ସହ ହସ ରେ ବାବା ! ନନ୍ ଷ୍ଟପ୍ ବ୍ରେକଲେସ୍ ଗାଡି ତ ।


କୁହନ୍ତି ପାନ ବିଡ଼ି ନୁହେଁ ଛୋଟିଆ ନିଶା ; ଜଣା ପଡେ ନାହିଁ ଟାଣେ ପଇସା। କିଛି ନ ହେଲେ ବିଡ଼ି ,ପାନ ,ସିଗାରେଟ , ଗୁଡ଼ୁକା ଟିକେ ଖାଇବା ନା ? ବିଡ଼ି ସିଗାରେଟ ନ ଖାଇଲେ କିଏ ମରଦ କହିବେ ? ।କିନ୍ତୁ ଏସବୁ ଖାଇବା ଦ୍ୱାରା ମୁଖ କର୍କଟ ହୋଇ ଅକାଳେ ଯନ୍ତ୍ରଣାରେ ପ୍ରାଣ ଯାଉଛି ସେ କଥା କିଏ ବୁଝୁଛି ? ଯକ୍ଷ୍ମା ପୀଡିତ ହୋଇ କାଶି କାଶି ରକ୍ତ ବାନ୍ତି କରି ମଲେ ବି କେଉଁ ଜ୍ଞାନ ଉଦୟ ହେଉଛି କାହାର ?ଯିଏ ମରିଗଲା ହୁଏତ ସେ ଦୁଃଖ ଭୋଗିବାକୁ ରହିଲା ନାହିଁ ; କିନ୍ତୁ ତାର ପିଲା,ସ୍ତ୍ରୀ ଓ ପରିବାରକୁ ଦୁଃଖ ସମୁଦ୍ର ଭିତରକୁ ଠେଲି ଦେଇ ଚାଲିଗଲା ; ଏ କଥା ତୁ କଣ କାହାକୁ ବୁଝିବାକୁ ଦେଉ ! ତୁ ହାତ ମେଲେଇ ସଜବାଜ ହୋଇ କୋଳେଇ ନେବାରେ ଟାକି ବସିଥିବୁ। ତୁ କିଆଁ ମନା କରିବୁ ରେ ମଣିଷ ! ମୋ ସଂଗେ ସାଙ୍ଗ ହୁଏନା , ମୋ ପାଖକୁ ଆସନା। ତୋର ଗରଜ ପଡିଥିଲା ।ମରନ୍ତୁ ମଣିଷ ; ତୋର କଣ ଯାଉଛି ଯେ !


ଏବେ ପୁଣି ତୋର ନୂଆ ନୂଆ ଅବତାର ହୋଇଛି। କି କି ଗେଟଅପ୍ ନେଉଛୁ ତୁ ? ହେରୋଇନ୍, ବ୍ରାଉନ ସୁଗାର,ଚରସ ପୁଣି କୋକେନ୍ ରୂପରେ ତୋ ଆବିର୍ଭାବ ହେଇଛି। ଦୁର୍ମୂଲ୍ୟ ତୋର ଭାଉ। ଏତେ ଟିକେକୁ ହଜାର ହଜାର ଟଙ୍କା। ସବୁଠାରୁ ବଡ଼ କଥା ତୋର ଏ ଦାମୀ ରୂପର ଗ୍ରାହକ ଥରେ ଯିଏ ହେଲା ; ତାର ସର୍ବନାଶ ହେବା ଥୟ। ତୁ କି ଗୁଣି କରୁ ଯେ ତୋ ସାନିଧ୍ୟ ପାଇବାକୁ ମଣିଷ ପାଗଳ ହୋଇଯାଏ ? ଯାହା ନାହିଁ ତା କରି ପକାଏ। ତିନି ପାଞ୍ଜିରୁ ବି ଯାଏ ।


ଏବେ ଏବେ କୋକେନ୍ କବଳରେ ଆମ ଦେଶ। ଓଡ଼ିଶାରେ ମଧ୍ୟ ଚରସ,ହେରୋଇନ୍, ବ୍ରାଉନ ସୁଗାର ସହ କୋକେନ୍ ରାଜ୍ କଲାଣି । ସ୍କୁଲ,କଲେଜ ପିଲାଙ୍କୁ ମଧ୍ୟ ତୁ ଛାଡୁ ନାହୁଁ । ଆଧୁନିକ ଡିଜିଟାଲ ଯୁଗ ଏବେ ନିଶାର ଅଧିନ। ବିନା ନିଶା ପାଣିରେ କିଛି ବି ଉତ୍ସବ ହେଉ ନାହିଁ।


ତୋତେ ଖାଇଲେ ଶରୀର ଓ ମନରେ କ୍ଷଣିକ ଉନ୍ମାଦନା ସୃଷ୍ଟି ହୁଏ। କ୍ଷଣିକ ଉନ୍ମାଦନା ହୁଏତ କ୍ଷଣିକ ଆମୋଦ ଦିଏ, ଦୁଃଖ ଭୁଲାଏ କିନ୍ତୁ ସବୁ ସମୟ ପାଇ ନୁହେଁ। କେହି କେହି ନିଜର ଦୁଃଖ,ଅବସାଦ ଭୁଲିବା ପାଇଁ ତୋର ଶରଣ ଯାଆନ୍ତି। ଏଇ ମୌକାର ଫାଇଦା ଉଠାଇ ତୁ ସେମାନଙ୍କୁ ତୋ ହାତର ଖେଳନା କରି ଦେଉ। ବସ୍ ଉଠ୍ କରାଉ । ତୋତେ ନ ପାଇବା ଯାଏ ମଣିଷ ପାଗଳ ହୋଇଯାଏ ।


ଏବେ ବଳତ୍କାର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ। ନିଶାରେ ଚୁର୍ ହୋଇ ମଣିଷ ନିଜ ସମ୍ପର୍କୀୟ ମାନଙ୍କୁ ବଳତ୍କାର କରିବା ଘଟଣା ପ୍ରାୟତଃ ଦେଖା ଯାଉଛି।ସର୍ଭେ କୁହେ ଯେତେ ଶିଶୁ ଯୌନ ନିର୍ଯ୍ୟାତନା ସୃଷ୍ଟି ହେଉଛି ସେଥି ମଧ୍ୟରୁ ଅଧାରୁ ଅଧିକ ଅପରାଧୀ ନିଜ ପରିବାର ଓ ଚିହ୍ନା ଜଣା ଆତ୍ମୀୟ ସୋଦର ହୋଇଥାନ୍ତି ।

ଦେବ ଶିଶୁ ମଣିଷ କଣ ଏପରି କୁକର୍ମ କରି ପାରନ୍ତା !!

କେବଳ ନିଶା ଲୋ ତୋରି ପାଇଁ ଏପରି ଅପକର୍ମ ଘଟୁଛି। ମଣିଷକୁ ପଶୁ କରି ଦେଉଛୁ ତୁ ।


ନିଶା ! ବଡ଼ ବଡ଼ିଆ ପଇସା ବାଲା ତୋ ସାଙ୍ଗ ହେଲେ ହୁଏତ ସେମାନେ ସେତିକି ଦୁଃଖ ଦୁର୍ଦ୍ଦଶା ଦେଇ ଗତି କରନ୍ତି ନାହିଁ ଯେତିକି ଜଣେ ଦିନ ମଜୁରିଆ ମୋ ପରି, ଛୋଟ ମୋଟ ବ୍ୟବସାୟୀ ଭୋଗନ୍ତି ।ଧନୀ ପିଇଲା କି ନିଶା ଖାଇଲା ସଉକ କଲା। ଗରିବ ଖାଇଲା ତ ତାର ପରିବାର ଦୁଃଖ ସାଗରରେ ବୁଡ଼ିଲା । ଦିନ ସାରା ଖଟି ଖଟି ଯାହା କିଛି ରୋଜଗାର କଲି ତାକୁ ସନ୍ଧ୍ୟାରେ ନିଶା ଖାଇ ମୁହୂର୍ତ୍ତକରେ ଉଡେଇ ଦେଲି। ଏଣେ ପାଣି ହାଣ୍ଡି ତତେଇ ବାଟ ଚାହିଁ ବସିଛି ଘରଣୀ। ବୁଢା ବାପା ମାଆ ଓ କୁନି କୁନି ପିଲାମାନେ ଅନେଇଁ ବସିଛନ୍ତି ରନ୍ଧା ହେଲେ ଖାଇବେ । ରନ୍ଧା କଣ ହେବ ; ଖାଦ୍ୟ ସାମଗ୍ରୀ ଥିଲେ ତ ? ସଂଜକୁ ଖାଦ୍ୟ ସାମଗ୍ରୀ ଆଣି ଆସିବା ମଣିଷଟି ମୁଁ ନିଶାରେ ଟଳି ଟଳି ଖାଲି ହାତରେ ଆସେ।


ତୁ କହିଲୁ ଭୋକିଲା ପେଟରେ ଛୁଆ ଓ ବୁଢା ମଣିଷ ପେଟେ ପାଣି ପିଇ କାହିଁକି ଶୁଅନ୍ତି ? କେବଳ ତୋରି ପାଇଁ ତ !


ଆମ ଗାଁ ର ଗୌରାଙ୍ଗର ଗୋଟିଏ ବୋଲି ପୁଅ ବିନୟ ।ଇଞ୍ଜିନିୟରିଂ ଶେଷ କରିଥିଲା। ବାପା ମାଆ ବୋହୁ ଯୋଗାଡରେ ଲାଗି ପଡ଼ିଥିଲେ। ଦୁଇ ସାଙ୍ଗ ଓ ସେ ଏତେ ପିଇ ଦେଇଥିଲେ ଯେ ଚଳାଉଥିବା କାର ନେଇ ଗୋଟେ ଗଛରେ ଖୁବ୍ ଜୋରେ ପିଟି ଥିଲେ। ସେଥିରେ ଥିବା ତିନିଟା ମଣିଷ ଓ କାର ଟୁକୁରା ପଡିଥିଲା ଏଣେ ତେଣେ। କେତେ କୁଳ ତୋ ଯୋଗୁଁ ବୁଡୁଛି, କେତେ ମଥାର ସିନ୍ଦୁର ଲିଭୁଛି, କେତେ ପିଲା ଅନାଥ ହେଉଛନ୍ତି ତାର ଇୟତ୍ତା ନାହିଁ। ଏସବୁ କରି ତୁ କି ସୁଖ ପାଉ ?


ଏବେ ତୋ ବିନା ମରାସିଙ୍ଗି ଭାଇ ଶବ ମଶାଣୀକୁ ନେଉ ନାହାଁନ୍ତି ।କାମକୁ ଆସିଥିବା ଲୋକେ ବୋତଲଟିଏ ନ ପାଇଲେ କାମ କରିବାକୁ ଅନିଛୁକ। ବିବାହ, ବ୍ରତ କଥା ନ କହିଲେ ଭଲ । ତୁ ମାଛ ମାଂସ ସହ ଖାଲି ଭସଉଛୁ ସମସ୍ତଙ୍କୁ ।କିଏ ବାନ୍ତି କରି ପଡିଲାଣି ତ କିଏ ବେହୋସ। ନିର୍ବାଚନ ଋତୁରେ ତୋର ଖୁବ୍ ଜମେ । ଶିକ୍ଷିତ ବେକାର ମାନଙ୍କୁ ଭଲ କରି କଣ୍ଢେଇ ପରି ନଚାଉ ତୁ। ଭୋଟ ପାଇଁ କିଛିଟା ସାଧାରଣ ଗରିବ ଯୁବକଙ୍କୁ ତୁ ଟାର୍ଗେଟ କରୁ। ତୋରି ମୋହରେ କେତେ ଭଲ ପିଲା ନିଶାଡି ହୋଇ ଯାଆନ୍ତି ତାର ହିସାବ କେହି ରଖେ ନାହିଁ। ନିର୍ବାଚନ ସରିବା ଯାଏ ଠିପି ଖୋଲା ଓ ପଲିଥିନ ନାଲି ପାଣି ଯେତେ ପିଉଛ ପିଅ ।ମାତ୍ର ନିର୍ବାଚନ ସରିଗଲେ ତୁ ଯେଉଁ ଗଦ ଶୁଂଘେଇ ଥାଉ ସେ ପାଇଁ ପାଗଳ ହୋଇ ଯୁବ ଶକ୍ତି ଅର୍ଥ ଉପାର୍ଜନ ପାଇଁ ଅସଦ ଉପାୟ ଅବଲମ୍ବନ କରନ୍ତି । ଚୋରି,ଡକାୟତି,ହତ୍ୟା ଅପରାଧ ବଢି ଚାଲେ।


ନିଶା ଲୋ ! ତୁ ଏମିତି ନଷ୍ଟ ପଥରେ କାହିଁକି ମଣିଷକୁ ନେଇ ଯାଉ। କାହିଁକି ଯାଦୁ କରୁ ? ଡୁବେଇ ମାରୁ ? ତୁ ମୋତେ ଛାଡ଼ି ଦେ । ବଞ୍ଚେଇ ଦେ ମୋ ସଂସାର। ମୋତେ ତୋ କବଳରୁ ମୁକ୍ତି ଦେ।


  ନିଶା ଜୋରେ ଧରି ଦେଇଥିଲା। ବ୍ୟାଲାନ୍ସ ରହୁ ନଥିଲା । ପିଟି ଦେଲି ଗୋଟେ ଟ୍ରକରେ। ମେନ୍ଦେ ରକ୍ତ ଭାସୁଥିଲା ରାସ୍ତା ଉପରେ।ଲୋକେ କୁହା କୋହି ହେଉଥିଲେ ଟାଙ୍କି ଲୋଡ୍ କରି ଦେଇଥିଲା ଶଳା ଟା। ସ୍ପଟ୍ ଡେଥ୍ ।


Rate this content
Log in

Similar oriya story from Tragedy