Mamatamanjari Das

Inspirational

3  

Mamatamanjari Das

Inspirational

ନିର୍ଜନ ସମୟର ସାଥୀ

ନିର୍ଜନ ସମୟର ସାଥୀ

4 mins
172


ଆମେ ସଭିଏଁ ଜାଣିଛୁ ଖୁବ୍ ଛୋଟ ଏଇ ଆମ ଜୀବନରେଖା । ଚାଲୁଚାଲୁ କେତେବେଳେ ଯେ ଆମ ପାଦ ଅଟକିଯିବ ତାହା ଠଉରେଇବା ଭାରି ମୁସ୍କିଲ ! କାର୍ଯ୍ୟସବୁ ଅଧାରେ ରହିଯାଏ ସ୍ବପ୍ନ ବି ସବୁ ଅଧୁରା ହେଇ ରହିଯାଏ ଆଉ ଚିନ୍ତା, ଭୟ, କ୍ରୋଧ ଭିତରେ ଆମ ଜୀବନରେଖା ସୀମିତ ହେଇ ରହିଯାଏ । ପ୍ରାୟତଃ ଅନେକ ଚେହେରା ଶୁଖିଲା ଶୁଖିଲା ମୁହଁ ସହିତ ଓଦା ଓଦା ଆଖିରେ ଜୀବନରେଖାର ଶେଷସୀମାରେ ପହଞ୍ଚିଥାନ୍ତି। ତେବେ କଣ ଆମମାନଙ୍କ ଜୀବନରେଖା ଏଇଭଳିଭାବେ ସମାପ୍ତ ହେଇଯିବ ?? କେବେନୁହଁ.... ଯେବେ ଜାଣିଛୁ ଖୁବ୍ କମ୍ ସମୟର ଅତିଥି ଆମେ ତେବେ ଆମ ମୁହଁ ଶୁଖିଲା ମୁହଁ ବଦଳରେ ସର୍ବଦା ହସ ହସ ହେବା ସହିତ ଓଦାଆଖି ବଦଳରେ ଆଖି ଆମର ସ୍ୱପ୍ନିଳ ହେବା ଦରକାର । ଭୂମିଷ୍ଠ ବେଳୁ ତ ଆମେ କାନ୍ଦିଲୁ ତେବେ ହସିବୁ ଆଉ କେତେବେଳେ ! ନାଇଁ ଆପଣମାନେ କହୁନାହାନ୍ତି ମୁଁ କଣ ମିଛ କହୁଛି ??

ଆଜିର ଆଧୁନିକ ଯୁଗରେ ଆମେ ଏତେ କାର୍ଯ୍ୟ ବ୍ୟସ୍ତ ଯେ ଆମପାଖରେ କାହାରି ପାଇଁ ସମୟ ନାହିଁ । ଅଧୁନା ଯୁଗରେ ଦେଖିବାକୁ ଗଲେ ସମସ୍ତେ ଏକପ୍ରକାର ନିଃସଙ୍ଗ ଜୀବନ ଯାପନ କରୁଛନ୍ତି । ନିଃସଙ୍ଗ ତାର ନିର୍ଜନତା ଭିତରେ ଚାଲିବା କେତେ କଷ୍ଟ ତାହା କେବଳ ଅନୁଭବି ହିଁ କହି ପାରିବ । ତେବେ ଚାଲନ୍ତୁ ମୋ ବାନ୍ଧବୀ ଆହୁତି ପାଖକୁ ଯିବା ।

ଆହୁତି ପଟ୍ଟନାୟକ ।ଏକଦା ଭିଡ ଭିତରେ ବାରି ହୋଇ ପଡୁଥିବା ଚେହେରା । ଜମିଦାର ଅଭୟ ପଟ୍ଟନାୟକଙ୍କର ଏକମାତ୍ର ଅଲିଅଳି କନ୍ୟା । ଖୁବ୍ କମ୍ ବୟସରେ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ ବାପ ମାଆ । କୋଡିଏ ବସନ୍ତ ଛୁଇଁବା ବେଳକୁ କୋଳ ମଣ୍ଡନ କରିଥିଲେ ପୁଅ ଲିପୁ ଆଉ ଝିଅ ଲିସା ।

ହସ ଖୁସିର ସଂସାର ରଥ ଗଡି ଚାଲିଲା ଆଗକୁ ଆଗକୁ । ଦୁଃଖ ବୋଲି କିଛି ଜାଣି ନଥିଲେ ସେ । ପତି ଆଦିତ୍ୟ ଜଣେ ଉଚ୍ଚ ପଦସ୍ଥ ଅଫିସର । ପିଲାମାନଙ୍କୁ ଖୁବ୍ ପଢାଇଲେ ।ଭଲ ଚାକିରୀରେ ବି ନିଯୁକ୍ତି ପାଇଲେ ଦୁହେଁ ନିଜ ମନ ପସନ୍ଦର ଜୀବନ ସାଥୀ ବାଛି ବାହା ହୋଇଗଲେ । ଘରେ ସବୁବେଳେ ବନ୍ଧୁ ବାନ୍ଧବଙ୍କ ଭିଡ । କାହିଁକି ନା ଆହୁତି ଖୋଲା ହାତରେ ସମସ୍ତଙ୍କୁ ସବୁ ଜିନିଷ ଦେଇ ଥାଆନ୍ତି । ପତିଦେବ ତାଙ୍କର ବହୁତ ଭଲ ଲୋକ । ସବୁବେଳେ ପିଲାଙ୍କ ପରି ତାଙ୍କର ଆଗରେ ପଛରେ ବୁଲୁ ଥାଆନ୍ତି । ତେଣୁ ପିଲାମାନେ ବାହାରେ ରହିଲେବି ସେ କେବେ ଅନୁଭବ କରନ୍ତି ନାହିଁ ନିର୍ଜନ ତାକୁ ।

ସମୟ ବଡ ବିଚିତ୍ର । ସେ କେତେବେଳେ କାହାକୁ କୋଉଠି ପହଞ୍ଚାଏ ସେକଥା କେହି ବି କହି ପାରିବେ ନାହିଁ । ତାଙ୍କ ଖୁସିରେ ବି ସମୟଟା ଦାଉ ସାଧିଲା । ପତି ଆଦିତ୍ୟ ହଠାତ ହୃଦଘାତର ଶୀକାର ହେଲେ । ପୁଅ, ଝିଅ କାମର ଆଳ ଦେଖାଇ ରହିଗଲେ।ବନ୍ଧୁ ବାନ୍ଧବ କାଳେ ଦେବାକୁ ପଡିବ ଭାବି ବାଟ କାଟି ଦେଲେ । ସ୍ଵାମୀଙ୍କୁ ମେଡ଼ିକାଲରେ ଜଗି ଜଗି ଦୁଇ ସପ୍ତାହ କଟିଗଲା । ସେ ବି ଚାଲିଗଲେ ଆର ପାରିକୁ । ବହୁତ ସ୍ୱଭିମାନୀ ଥିଲେ ଆହୁତି ।ବାହାର ଦୁନିଆ ମୋଟେ ଦେଖି ନଥିବା ଆହୁତି ନିଜେ ମୁଖାଗ୍ନି ଦେଇ ସ୍ୱାମୀଙ୍କର ଦାହ ସଂସ୍କାର କଲେ ।

ଏତେ ବଡ ଘରେ ଏବେ ସେ ସମ୍ପୂର୍ଣ୍ଣ ଏକା । ସମସ୍ତେ ଥାଇ ବି ସେ ଆଜି ନିର୍ଜନରେ ଜୀବନ ନିର୍ବାହ କରୁ ଥାଆନ୍ତି । ଅଚାନକ ତାଙ୍କର ସରୀର ଅସୁସ୍ଥ ହେବାରେ ଲାଗିଲା । କ୍ଲିନିକ୍ ଯାଇ ପରୀକ୍ଷା କଲାପରେ ଜାଣି ପାରିଲେ ସେ ଡାଇବେଟିସର ଶୀକାର ହୋଇଛନ୍ତି । ଡାକ୍ତର ତାଙ୍କୁ ପ୍ରତିଦିନ ଚାଲିବାକୁ କହିଲେ । ବୟସ ମାତ୍ର ପଚାଶ,ମାତ୍ର ଲାଗୁଛନ୍ତି ପଚସ୍ତରି ଅତିକ୍ରମ କଲା ପରି ।

ପର ଦିନ ସେ ଚାଲିବାକୁ ଗଲେ । କିନ୍ତୁ ବାଟରେ ଥକି ଯାଇ ଗୋଟିଏ ରାସ୍ତା କଡ ବେଞ୍ଚ୍ ଉପରେ ବସି ପଡିଲେ । କିଛି ସମୟ ପରେ ସେହି ବେଞ୍ଚ୍ ରେ ମୁଁ ବି ଯାଇ ବସି ପଡିଲି । କଥା ବାର୍ତ୍ତା ଆଦାନ ପ୍ରଦାନ ଆମର ଚାଲିଲା । ପ୍ରତିଦିନ ଆମର ସେହି ନିର୍ଦ୍ଦିଷ୍ଟ ସମୟରେ ଦେଖା ହୁଏ । କିଛି ଆଳାପ କରୁ । ମୁଁ ବ୍ୟସ୍ତତା ଭିତରେ ଥିବାରୁ ଶୀଘ୍ର ଚାଲିଆସେ । କିନ୍ତୁ ସେ କେବେ ମୋ ବିଷୟରେ ପଚାରି ନଥିଲେ କି ମୁଁ ବି ତାଙ୍କ ବିଷୟରେ ପଚାରି ନଥିଲି ।

ଦିନେ ହଠତ ମୋର କାହିଁକି ତାଙ୍କ ବିଷୟରେ ଜାଣିବା ପାଇଁ ଇଛା ହେଲା । ପଚାରିଦେଲି ପୁଅ ଝିଅଙ୍କ କଥା, ଆଖିରୁ ତାଙ୍କର ବୋହି ପଡିଲା ଅଶ୍ରୁର ଧାର । ମୁଁ ବି ନିଜକୁ ରୋକି ପାରିଲିନି । ସମୟ ମୋର ହୋଇ ଯାଇଥିଲା । ସେ ମୋତେ ତାଙ୍କର ଠିକଣାଟା ଦେଲେ ଆଉ କହିଲେ ଯଦି ସମୟ ହେବ ଆସିବ ଭଉଣୀ, ସବୁ କହିବି । ରବିବାର ମୋର ଛୁଟି । କିନ୍ତୁ ସେ ଦିନଟି ମୁଁ ସଂକଳ୍ପ ନେଇଥାଏ ତାଙ୍କ ଘରକୁ ଯିବାପାଇଁ ।

ଦିନ ତିନିଟା ବେଳେ ବାହାରିଲି ତାଙ୍କ ପାଖକୁ । ସେ ବୋଧେ ନିଶ୍ଚିତ ଥିଲେ ମୁଁ ଯିବି ବୋଲି । ରୋଷେଇ କରି ନିଜ ନଖାଇ ଅପେକ୍ଷାରେ ଥିଲେ । ବିରାଟ କୋଠା । କଲିଂ ବେଲ୍ ମାରିବା ପାଇଁ ଯାଉଛି କବାଟ ଖୋଲିଲେ ସତେ ଯେପରି ଜାଣିଗଲେ ମୁଁ ଆସିଛି । ଘରଟା ଖାଁ ଖାଁ ଲାଗୁଥାଏ । ଫଟୋଟିଏ ଦେଖିଲି ଫୁଲମାଳ ଚଢା ହୋଇଛି । ଜାଣିଗଲି ଏ ନିଶ୍ଚୟଁ ତାଙ୍କର ପତିଦେବ । ଖାଇବାକୁ ଡାକିଲେ, ଇଚ୍ଛା ନଥିଲେ ବି ତାଙ୍କ ଆଦରକୁ ଭାଙ୍ଗି ପାରିଲି ନାହିଁ । ପଚାରିଲି ପିଲାମାନେ ଦେଖା ଯାଉ ନାହାନ୍ତି କୁଆଡେ ଯାଇଛନ୍ତି କି ? କେବଳ ଲୁହ ଦୁଇଟୋପା ଥିଲା ତାଙ୍କର ଉତ୍ତର। ଶେଷରେ ସେ ତାଙ୍କର ଜୀବନ କାହାଣୀ ଗୋଟି ଗୋଟି କରି ମୋ ଆଗରେ ବଖାଣି ବସିଲେ । ହୃଦୟଟା ପୁରା ଭାରି ହୋଇଗଲା । ବିନା ଶ୍ରାବଣରେ ବି ଚିବୁକ ଭିଜାଇ ଲୁହ ଦୁଇଧାର ବୋହି ଆସିଲା ।

କୁଣ୍ଡେଇ ପକେଇଲି ଆହୁତି ଦେବୀଙ୍କୁ । କଥା ଦେଲି ବଞ୍ଚିଥିବା ଯାଏ ତାଙ୍କ ନିର୍ଜନ ସମୟର ସାଥୀ ହୋଇ ରହିବି । ସେବେଠୁ ଚାଲିଛି ଆମ ସମ୍ପର୍କ ର ଗାଡି । ପ୍ରତିଟି ରବିବାର ମୁଁ ତାଙ୍କ ସହ ଥାଏ । ଆଉ ଯେତେବେଳେ କିଛି ଦରକାର ପଡେ ସେ ମୋତେ ଫୋନ୍ କରନ୍ତି । ବାସ୍ ଏଇତ ଜୀବନ ବନ୍ଧୁ……। କଷ୍ଟକରି ମଣିଷ କରିଥିବା ବାପ ମାଆଙ୍କୁ କେବେବି ହତାଦର କରନି କି ସ୍ଵାର୍ଥ ପାଇଁ କାହାରି ସହ ସମ୍ପର୍କ ଯୋଡନି । ଅଢେଇ ଦିନର ଜୀବନ ଏତେ ବଢେଇ କରି ମିଳିବ ବା କଣ୍ ?



Rate this content
Log in

Similar oriya story from Inspirational