ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ନୀଳକଣ୍ଠପୁରିଆ

ନୀଳକଣ୍ଠପୁରିଆ

3 mins
198



      ବ୍ରାହ୍ମଣୀ ନଦୀକୂଳ ସନ୍ନିକଟ ନୀଳକଣ୍ଠପୁର ଗାଆଁରେ ଶୋକାକୁଳ ପରିବେଶ l

ଯୁଆଡ଼େ ବି ଦେଖ ଖାଲି କାନ୍ଦବୋବାଳି,

ଜଣେ କି ଦି ଜଣ ନୁହଁ ଏକାବେଳକେ ଛଅଜଣ ଶହୀଦ ହୋଇଛନ୍ତି ଗୋରାପୁଲିସଙ୍କ ଗୁଳିଚୋଟରେ l ନଈପଠା ହୋଇଯାଉଛ ରକ୍ତରଞ୍ଜିତ।

ସବୁଠୁ ଚର୍ଚ୍ଚାରେ ଥିଲା ବାପଛେଉଣ୍ଡ ଥିବା ବାର ବରଷର ବାଳକ ବାଜିଆ l ତାର ଅଭାବନୀୟ ପରିସ୍ଥିତି ଦେଖି ତାର ମାଆ ରାଣିଆ ରାଉତ l ବୁକୁଫଟାଇ କାନ୍ଦି ଚାଲିଥିଲେ l

କାନ୍ଦଣା ଶୁଣି ସମବେଦନାରେ ନଈପାଣି ଧୀର ସ୍ଥିର ହୋଇ ଯାଉଥିଲା ତା ସହିତ ଶରଦ ଆକାଶରେ ପବନ ବି ଥମି ଯାଉଥିଲା ।

ଆଲୋ ଏ ବାଜିଆ ମାଆ !

ସହିଦ୍ ର ମାଆ କଣ କେବେ କାନ୍ଦି ଥାଏ???

ତୋ ପୁଅ ତ ଏଇ ମାଟି ପାଇଁ, ଏଇ ଜାତି ପାଇଁ

ନିଜ ଜୀବନକୁ ବାଜି ଲଗେଇ ଦେଇଛି,

ସେଦିନ ଆମ୍ବ ତୋଟାରେ ହେଉଥିବା ପରଜା ମେଳି ସଭାରେ ପରା ଦାସେ ଆପଣ କହୁଥିଲେ

" କର୍ମେ ଜିଏଁ ନର

କର୍ମ ଏକା ତାର 

ଜୀବନର ମାନଦଣ୍ଡ...

 .....ତାର ନାଆଁ ପୁଣି ବାଜି...

ତୁ ଇମିତି ଭାଙ୍ଗି ପଡ଼ିଲେ କି ହେବ??

ଆଲୋ ନାନୀ ଜାଣିଛୁ ତୋ ପୁଅ ପାଇଁ ଚାରି କାନ୍ଧ ନୁହେଁ ଲୋ ଏକା ବେଳକେ ଛଅ କାନ୍ଧ...."


ଚମକିପଡ଼ିଲେ ରାଣିଆ , ପଡୋଶୀ ପଧାନ ଘରବୋହୂର ଏଇ କଥାପଦକରେ..

ବାଜି...ବାଜି....ବାଜି...

ଶବ୍ଦ ଶୁଣୁଶୁଣୁ ଆଖିଆଗରେ ନାଚି ଯାଉଥିଲା ବାରବର୍ଷତଳେ ପୁରସ୍ତମକ୍ଷେତ୍ରରେ ଘଟିଥିବା ସେଇ ମଧୁ ବର୍ଣ୍ଣବୋଧ ଦୃଶ୍ୟରାଜି ,

ନବକଳେବର - ଯୋଡ଼ା ଆଷାଢ଼ ର ସମୟ

ଚୁଡ଼ା ଚିନି ନେଇ ସ୍ବାମୀ ହରିଆ ରାଉତଙ୍କ ସହିତ ଦିଅଁ ଦରଶନରେ ପୁରୀ ଯାଇଥିଲେ ଜେନାଦେଈପୁର ରେଳଷ୍ଟେସନରୁ ଚଢ଼ି l ରାଣିଆର ନିଦ ହେଉ ନ ଥାଏ l କେତେବେଳେ ଶିରିଖେତରରେ ପହଞ୍ଚିବେ l

ରେଳଗାଡ଼ିର ଚ୍ଛୁକ୍ ଛୁକ ଶବଦରେ ଛାତି କମ୍ପନ ବଢ଼ିବଢ଼ି ଯାଇଥାଏ l ଦିଅଁଦର୍ଶନ କଥା ଭାବୁଭାବୁ ଆଖିରେ ନିଦ ଲାଗିଗଲା l ସେ ଶୋଇରହିଲା ହରି ରାଉତଙ୍କ ପାଖକୁ ଆଉଜିହୋଇ l ହଠାତ୍ ରାଣିଆର ଧଡ୍ କିନା ନିଦ ଭାଙ୍ଗିଗଲା l ଜୟ ଜଗନ୍ନାଥ ଶବଦରେ l ଆଖୁ ମଳିମଳି ଦେଖନ୍ତି ତ ସେଇ ବଗିରେ ଦୁଇ ଅନ୍ଧଦମ୍ପତି ଓ ତାଙ୍କର ଗୋଟାଏ କୁନିପୁଅ ତାଙ୍କ ଆଡକୁ ଆସୁଛନ୍ତି l ଆଗେ ଆଗେ ପୁଅ l ସେମାନଙ୍କୁ ବାଟ ଦେଖାଉଥାଏ l ପଛେ ପଛେ ଅନ୍ଧୁଣିଟି ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇଚାଲିଲା ବେଳେ ଅନ୍ଧଟି ଭୂଜୁଣୀ ହାତ ବଢ଼େଇଦେଇ କହିଚାଲିଥିଲା "ବାବୁ, ଭିକ ମୁଠେ ଦିଅ ବାବୁ, କାଳିଆ ସାଆନ୍ତେ କୁଶଳରେ ରଖିବେ l ତମର ଧରମ ହେବ l ରାଣିଆର ଦେହ ସହିଲାନି , ଗଣ୍ଠିଲି ଫିଟାଇ ମୁଠେ ଚୁଡ଼ା, ଟିକେ ଗୁଡ଼ ଦେଲେ ଖାଇବାକୁ l ଅନ୍ଧଟି ଅହି ସୁଲକ୍ଷଣୀ ହେଇଥା, କହି ଶୁଭ ଆଶୀର୍ବାଦଟେ ଦେଲେ l କିଛି ସମୟ ପରେ ପୁରୀ ଷ୍ଟେସନ୍ ଆସିବାରୁ ଓହ୍ଲେଇ ପଡ଼ି ସିଧା ପହଞ୍ଚିଲେ ବାଟ ମଙ୍ଗଳାଙ୍କ ନିକଟରେ l ହରିଆ କହୁଥାନ୍ତି ରାଣୀଆକୁ "ବୁଝିଲ ଏଇ ହେଉଛନ୍ତି ଜଗତର ମାଆ, ସବୁ କର୍ମରେ ବାଟ ଦେଖାନ୍ତି l ଯାତ୍ରା ମଙ୍ଗଳ କରନ୍ତି l" ସତେ କି??? 

ହଁ... 

 ଉତ୍ତର ପାଇ ଓଢଣୀ ଟେକି ମୁଣ୍ଡିଆଟେ ମାରି କହିଲେ "ହେ ମା ମଙ୍ଗଳା, ଆମ ରାଇଜକୁ ମଙ୍ଗଳ ଦେ, ଫିରିଂ ମାନଙ୍କୁ ଅନ୍ୟାୟ ଅତ୍ୟାଚାର ଶେଷ ହେଉ l ମା ତୁମ ନାଆଁ ଯଶ ରହୁ ଏଇ ଜଗତରେ l

ହରିଆ ଏଇପରି ପ୍ରାର୍ଥନା ଶୁଣି ନିଜେ ମଧ୍ୟ ଦେଶର, ମାଟିର ଓ ଜାତିର ମଙ୍ଗଳ ଚିନ୍ତା କଲେ l ତାପରେ ଅଠରନଳା ଦେଇ ପହଞ୍ଚିଲେ ବଡଦାଣ୍ଡରେ l କେତେ କେତେ ଯୋଗୀ ଭିକାରୀ, ସାଧୁ, ପଣ୍ଡା ପଡ଼ିହାରି ଦେଖି ଆତ୍ମହରା ହୋଇଗଲେ l

 କିଛି ସମୟପରେ ଉଭୟେ ବାଇଶି ପାହାଚରେ ପାଦଥୋଇଲେ l ଦୁହେଁ ମନାସି ଥିଲେ ପ୍ରଥମ ଗର୍ଭ ଯାହାବି ହେବ ତାକୁ ବାଇଶି ପାହାଚରେ ଗଡେଇ ଦେବେ ।

ରଣିଆ କହୁଥିଲେ ମୋର ଝିଅ ହେବ , ଝିଅ... ଝିଅ... ଝିଅ....


ହରିଆ କହୁଥିଲେ ଉହୁଁ ....

ଜମାରୁ ନୁହେଁ ଦେଖିବ ଆମର ହେବ ପୁଅ.. ପୁଅ.... ପୁଅ l ଏଇମିତି କଥା କଟାକାଟି ଚାଲିଲା କିଛି ସମୟ l  

କିଛି ସମୟପରେ ସ୍ଵ ସ୍ଥିତିକୁ ଆସି ଶୁଭ ମନାସି ଘରକୁ ଖୁସି ମନରେ ଫେରି ଆସିଲେ l ଦଇବ ଯୋଗକୁ ପୁଅ ଜନ୍ମ ହେବା ଆଗରୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ l

ତାଙ୍କରି କଥାକୁ ସମ୍ମାନ ଜଣାଇ ପୁଅର ନାଆଁ ରଖିଥିଲେ ବାଜି l

ସତକୁ ସତ ହରି ରାଉତ ବାଜିରେ ଜିତିଗଲେ। 

ଆଉ ଆଜି...

ବାଜିପଣର ଆଭାସ ପରଜାମେଳିରେ ଦେଖେଇ ଦେଇ ଚିରଦିନ ପାଇଁ ନୀଳକଣ୍ଠପୁରିଆ ଭାବେ ନାଆଁ ଲେଖି ଦେଲେ ଭାରତର ପ୍ରତିଟି ଜନମାନସରେ l


Rate this content
Log in

Similar oriya story from Tragedy