Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ନୀଳଚନ୍ଦ୍ର ଓ ନୀଳପରୀ

ନୀଳଚନ୍ଦ୍ର ଓ ନୀଳପରୀ

2 mins
200


ସେଦିନ ମଧ୍ୟାହ୍ନରେ କୋରାପୁଟ ପାଖ ରାଣୀଡୁଡୁମା ଜଳପ୍ରାପତକୁ ଲାଗିଥିବା ପାର୍କରେ ଗାଡି ଦୁଇ ଚାରୋଟି ଲାଗିଲା. ଗେଟ ପାଖରେ ଥିବା ଦରୱାନ ଚମକି ପଡିଲା ଯେବେ ସେ ଦୁଇ ପରିବାରର ସଦସ୍ୟ ମାନଙ୍କୁ ନୀଳ ପୋଷାକରେ ଦେଖିଲା. ଥରେ ଚାହିଁଲା ଆକାଶର ନୀଳ ନୀଳିମାକୁ ଆଉ ଥରେ ଛାଡ଼ି ଛାଡ଼ି ଆସୁଥିବା ବର୍ଷା ଋତୁରେ ଧରାରେ ନୀଳ ସବୁଜିମା ବିସ୍ତିର୍ଣ୍ଣ ନୀଳ ଆଉ ଖାଲି ନୀଳରାଶିକୁ. ତପରେ ଗେଟ ଖୋଲି ଦେଇଥିଲେ ମଧ୍ୟ ବୁଲି ବୁଲି ନୀଳ ବାଟାଲିଆନମାନଙ୍କୁ ଚାଁହୁଥିଲା ବେଳେ ପ୍ରଥମ ପରିବାରର ଛୋଟ ସଦସ୍ୟ କାଢ଼ୁଥିଲା ବ୍ୟାଟ ଓ ବଲ, ତା ମଧ୍ୟ ଥିଲା ନୀଳ ରଙ୍ଗର. କିଛି ବାଟ ଯାଇ ଦକ୍ଷିଣକୁ ବସିଥିବା ଜଣେ ବାବାଙ୍କୁ କିଛି ପଇସା ଦେଇ, ସେଇ ଦିଗରେ ଆଗେଇ ଯାଇ ଛୋଟୁ ଆରମ୍ଭ କରିଦେଇଥିଲା ତାର ବ୍ୟାଟିଙ୍ଗ ଚଉକା ଓ ଛକା. ହଠାତ ଗୋଟେ ବଡ଼ ଛକାରେ ବଲ ଉଡ଼ିଗଲା କାହିଁ କେତେବାଟ ନୀଳ ସବୁଜିମା ଭିତରକୁ ତ ସେଇ ଦିଗରେ ଆଗେଇ ଯାଉ ଯାଉ, ବିପରୀତ ଦିଗରୁ ନୀଳ ଶାଢ଼ୀ ପରିହିତା ସୁନ୍ଦର ଯୁବତୀ ଜଣେ ବଲଟି ଧରି ଆସି ଦେଖିଲେ ନୀଳ ସୁଟ ପରିହିତ ଯୁବକ ଜଣେ ବ୍ୟାଟ ଧରି ଠିଆ ହୋଇଛନ୍ତି. ଯୁବତୀ କିଛି କହିବା ପୂର୍ବରୁ, ଛୋଟୁ ଆସିଯାଇ କହିଥିଲା ଦାଦା ମୋ ବଲ ଖୋଜିଦିଅନା. ଦେଖିଲା ଝିଅଟିଏ ହାତରେ ତା ବଲ ଧରି ଉପସ୍ଥିତ. ମୋ ବଲ ମୋ ବଲ କହି ବଲ ନେଇ ସାରିଥିଲା ଛୋଟୁ. ହସିଦେଇ ଝିଅଟି ଫେରି ପଡୁ ପଡୁ ଛୋଟୁ କହୁଥିଲା ଏ ନୀଳପରି କିଏ ଦାଦା. ଝିଅଟି କିଛି ଶୁଣିଥିଲା କି ନାହିଁ କେଜାଣି ଦାଦା କିନ୍ତୁ କାନମୋଡି ଛୋଟୁକୁ କହିଥିଲେ ବଡ଼ମାସ. କାନ ଧରି ଛୋଟୁ ଭୁଲ ମାଗୁଥିଲା ଦାଦାଙ୍କୁ ତ ଦାଦା କହିଲେ ଦେଖିଚାହିଁ ଖେଳିବା ଦରକାର. କାହା ଦେହରେ ବାଜିବ. ଛୋଟୁ କହିଲା ନିଶ୍ଚୟ ଦାଦା. ଆଉ ଦାଦାଙ୍କ ଆଖି ପହଁରି ଯାଉଥିଲା ନୀଳ ନୀଳିମା ବିସ୍ତାରି ଧରାରୁ ଆକାଶ ଯାଏଁ. ସତରେ ପ୍ରକୃତି କେଡେ ସୁନ୍ଦର.ଯୁବକ ନିର୍ଲିପ୍ତ, ଛୋଟୁର ଦାଦା ଅଟକି ଯାଇଥିଲେ ସେଇ ନୀଳନୟନା ପାଖରେ. କହିଲେ ମନକଥା ମାଆ ଓ ଭାଉଜଙ୍କୁ ତ ମାଆ ଆଗେଇ ଗଲେ ଦ୍ୱିତୀୟ ପରିବାର ସହ ସଂଶ୍ଲିଷ୍ଟ ହୋଇ ଆଗେଇବାକୁ ଆଉ ଦୁଇ ପାଦ. ଅପୂର୍ବ ସଂଯୋଗ ଥିଲା. ନୀଳନୟନା, ନିର୍ଲିପ୍ତାର ମଧ୍ୟ ସେଦିନ ଜନ୍ମଦିନ ଥିଲା ଆଉ ସେଇଥିପାଇଁ ସେମାନେ ସେଦିନ ସେମିତି ନୀଳ ଡ୍ରେସ ଓ ଶାଢୀରେ ସଜେଇ ହୋଇ ଆସିଥିଲେ ଠିକ ଯେମିତି, ନିର୍ଲିପ୍ତଙ୍କ ପରିବାର ଲୋକେ ତାଙ୍କ ଜନ୍ମ ଦିନ ପାଳିବାକୁ ସାଜିଥିଲେ ନୀଳଚନ୍ଦ୍ର ଓ ନୀଳମୟୂରୀ. ହେଲେ ପ୍ରକୃତ ନୀଳମୟୂରୀ ନିର୍ଲିପ୍ତା ଦାସ ପାଇଁ ନିର୍ଲିପ୍ତ ଏକଦମ ଫିଟ. ତ ସାହାନାଇବାଜିଥିଲା, ଶୁଭ ଶଙ୍ଖ ଧ୍ୱନିରେ ଦୁଇପରିବାର ଏକ ହୋଇ, ନିର୍ବନ୍ଧ, ରିଙ୍ଗ ସେରିମନି ରୁ ବିବାହ ପକ୍କା କଣ ବରଯାତ୍ରୀ ସମସ୍ତେ ନୀଳ ପୋଷାକରେ ଆସିଥିଲେ ନିର୍ଲିପ୍ତାଙ୍କୁ ନେବାକୁ ତ ନିର୍ଲିପ୍ତା ବି ଘେନି ଯାଇଥିଲା ସମସ୍ତଙ୍କ ପାଇଁ ନୀଳ ପୋଷାକ,ଶାଢ଼ୀ ସହ ଛୋଟୁ ପାଇଁ ସ୍ୱତନ୍ତ୍ର ନୀଳ ବଲ ଓ ବ୍ୟାଟ. ଛୋଟୁର ସାଙ୍ଗ ମାନେ କହୁଥିଲେ ତୋ ନୀଳ ଦାଦା ସାଙ୍ଗକୁ ନୀଳପରୀ ଖୁଡିଙ୍କ ଯୋଡି ଖୁବ ସୁନ୍ଦର.ନୂଆ ଖୁଡିଙ୍କୁ ପାଇ ଛୋଟୁ ମନ ବହୁତ ଖୁସି ଥିଲା।



Rate this content
Log in

Similar oriya story from Fantasy