Anita Jena

Abstract Romance Fantasy

4  

Anita Jena

Abstract Romance Fantasy

ନିଆରା ଉପହାର

ନିଆରା ଉପହାର

3 mins
242



ପରେଶ୍ ଅଫିସ୍ ରୁ ଘରକୁ ଫେରିଲେ , ଆଉ ଘର ବାହାରେ ଗାଡ଼ି ପାର୍କ କରି ଭିତରକୁ ଗଲେ । ହେଲେ ଏ କଣ ଘର ଭିତର ଟା ପୁରା ଅନ୍ଧାର କଣ ପାଇଁ ? ପ୍ରୀତି କଣ ଘରେ ନାହାଁନ୍ତି କି ବୋଲି ଭାବିଲେ ପରେଶ୍ ।  

  ପରେଶ୍ କବାଟ ଖୋଲି ଭିତରକୁ ଗଲେ ଆଉ ଯାଉ ଯାଉ ହଠାତ୍ ଘର ର ଲାଇଟ୍ ଅନ୍ ହେବା ସହିତ ସମସ୍ତେ ହାପି ଵାର୍ଥ ଡେ ବୋଲି ଚିଲ୍ଲେଇ ଉଠିଲେ । ପରେଶ୍ ସବୁ ଆଡେ ନଜର ବୁଲେଇ ଆଣି ଦେଖିଲେ ତାଙ୍କର ସମସ୍ତ ଅନ୍ତରଙ୍ଗ ବନ୍ଧୁ, ତାଙ୍କର ପିଲାଦିନ କଟିଥିବା ଆଶ୍ରମ ଆଉ ତାଙ୍କ ପତ୍ନୀ ପ୍ରୀତି ଆଗରେ ଛିଡ଼ା ହୋଇଛନ୍ତି । ଘର ଭିତର ସଜ୍ଜା ହେଇଛି ଫୁଲ ଆଉ ବେଲୁନ ରେ । ଟେବୁଲ୍ ରେ ଥୁଆ ହେଇଛି ଗୋଟିଏ କେକ୍ । ସମସ୍ତେ ପରେଶ୍ ଙ୍କୁ ସ୍ଵାଗତ କରିବା ସହିତ ଖୁସି ରେ ଚିଲ୍ଲେଇ ଉଠିଲେ । 

  ପରେଶ୍ ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇ ଭିତରକୁ ଯାଇ ଫ୍ରେସ୍ ହେଇ ଆସିବା ପାଇଁ କିଛି ସମୟ ମାଗିଲେ । ପରେଶ୍ ଙ୍କ ପଛେ ପଛେ ପ୍ରୀତି ବି ରୁମ୍ କୁ ଗଲେ ଆଉ ପରେଶ୍ ଙ୍କ ହାତ କୁ ବଢେଇ ଦେଲେ ଗୋଟିଏ ନୂଆ ଡ୍ରେସ୍ ଆଉ କହିଲେ ଏଇଟା ପିନ୍ଧି କି ତଳକୁ ଆସିବ । 

  ପରେଶ୍ କହିଲେ ପ୍ରୀତି ଏ ସବୁ କଣ ପାଇଁ ? ପ୍ରୀତି କହିଲେ ତୁମେ ଆଗ ଆସ ସମସ୍ତେ ଅପେକ୍ଷା କରିଛନ୍ତି ତଳେ । ପ୍ରୀତି ତଳକୁ ଆସି ଆସିଥିବା ଅତିଥି ମାନଙ୍କର କଥା ବୁଝୁ ଥାନ୍ତି । କିଛି ସମୟପରେ ପରେଶ୍ ତଳକୁ ଆସିଲେ ଆଉ ଅତିଥି ମାନଙ୍କ ସହିତ କଥା ହେଲେ । କେକ୍ କଟା ସରିବା ପରେ ଅତିଥି ମାନେ ଡିନର କରିବା ପାଇଁ ଚାଲିଗଲେ । ପ୍ରୀତି ଏଥର ପରେଶ୍ ଙ୍କ ପାଖକୁ ଆସି କହିଲେ ପରେଶ୍ ଏବେ ତମ ପାଇଁ ମୋ ତରଫ ତୁ ତମ ଜନ୍ମଦିନ ର ଉପହାର ଆସିବ । ପରେଶ୍ କହିଲେ ଆରେ ଏତେ ବଡ଼ ପାର୍ଟି ଦେଲ ଆଉ ଏତେ ସବୁ ସାଜ ସଜ୍ଜା କଲ , ଆଉ ପୁଣି କି ଉପହାର ? ପ୍ରିତୀ କହିଲେ ଏବେ ତମେ ଆଖି ବନ୍ଦ କର ଆଉ ବାହାରକୁ ଚାଲ । ପରେଶ୍ ଆଖି ବନ୍ଦ କରି ବାହାରକୁ ଗଲେ ଆଉ ଆଖି ଖୋଲି ଦେଖିଲେ ଅନାଥ ଆଶ୍ରମ ର କିଛି ପିଲା ହାତ ରେ ବେଲୁନ ଆଉ ଫୁଲ ଧରି ଛିଡ଼ା ହୋଇଛନ୍ତି ଆଉ କହୁଛନ୍ତି ପରେଶ୍ ଭାଇ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ । 

  ପିଲା ମାନଙ୍କୁ ଦେଖି ପରେଶ୍ ଆଶ୍ଚର୍ଯ୍ୟ ହୋଇଗଲେ ଆଉ କହିଲେ ପ୍ରୀତି ଥାଙ୍କ ୟୁ ସୋ ମଚ୍ । ଏଇଟା ମୋ ପାଇଁ ବେଷ୍ଟ ଉପହାର ମୋ ଜନ୍ମଦିନ ରେ । ତମେ ଜାଣିଛ ଏଇ ପିଲା ମାନଙ୍କୁ ଦେଖିଲେ ମୋତେ ମୋର ପିଲାଦିନ କଥା ମନେ ପଡ଼ିଯାଏ । ପିଲା ଟି ଦିନରୁ ହିଁ ମୁଁ ଅନାଥ ଆଶ୍ରମ ରେ ଦିନ କାଟିଛି। ସେଠାକାର ପରିବେଶ ମୋତେ ଅନେକ କିଛି ଶିଖେଇ ଦେଇଛି । ହେଲେ ବଡ଼ ହେବା ସହିତ ନିଜ କାର୍ଯ୍ୟ ରେ ବ୍ୟସ୍ତ ଏତେ ରହିଲି ଯେ ଏ ପିଲା ମାନଙ୍କ ପାଇଁ ଆଉ ଆଶ୍ରମ ପାଇଁ କିଛି କରିବାକୁ ଭୁଲି ଗଲି । ହେଲେ ମୋତେ ବହୁତ୍ ଖୁସି ଲାଗୁଛି ତମେ ମୋର ସବୁ ଇଚ୍ଛା କୁ ସମ୍ମାନ ଜଣେଇ ପିଲା ମାନଙ୍କୁ ଏଠି କି ଡାକିଛ ମୋ ଜନ୍ମଦିନ ରେ , ଆଶ୍ରମ ର ସମସ୍ତ ସଦସ୍ୟ ଙ୍କୁ ଦେଖି ଆଜି ମୋତେ ବହୁତ୍ ଖୁସି ଲାଗିଲା । ସବୁ ଜନ୍ମଦିନ ଠାରୁ ଏ ବର୍ଷ ର ଜନ୍ମଦିନ ମୋ ପାଇଁ ଖୁବ୍ ନିଆରା ସାଜିଛି ଆଉ ତମ ଉପହାର ବି ଖୁବ୍ ନିଆରା । 

 ଗୋଟିଏ ଅନାଥ ର ଜୀବନ କୁ ସଜାଡିବାରେ ତୁମର ଅବଦାନ ଖୁବ୍ ଅତୁଳନୀୟ । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ତମକୁ ସ୍ତ୍ରୀ ଭାବରେ ପାଇ । ସତ କହିବି ଆଜି ମୋର ଜନ୍ମଦିନ ବୋଲି ବି ମୋର ମନେ ନ ଥିଲା । କାର୍ଯ୍ୟ ବ୍ୟସ୍ତତା ରେ ନିଜକୁ ଏମିତି ହଜେଇ ଦେଇଛି ଯେ ମୋର ଦାୟିତ୍ଵ ଆଉ କର୍ତ୍ତବ୍ୟ କୁ ବି ଭୁଲି ଯାଇଥିଲି । ଏଇ ଟିକ କ ଖୁସି ତମ ଯୋଗୁଁ ହିଁ ପାଇ ପାରୁଛି ମୁଁ ଜୀବନ ରେ । ସତ କହିବି ତୁମେ ମୋ ପାଇଁ ଖୁବ୍ ନିଆରା । 

   ଏ ସବୁ ଉପହାର ତୁମର ମୋ ପାଇଁ ସବୁବେଳେ ଅମୂଲ୍ୟ ହେଇ ରହିବ । ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରୀତି ମୋ ଜୀବନରେ ଆସି ଥିବାରୁ ଆଉ ସୁନ୍ଦର୍ ଭାବରେ ମୋ ଅସଜଡା ଜୀବନ କୁ ସଜାଡି ଦେବା ପାଇଁ । ।

  ପ୍ରୀତି ଖୁସି ରେ ପରେଶ୍ ଙ୍କୁ ଜାବୁଡ଼ି ଧରି କହିଲେ ଆଇ ଲଭ ୟୁ ମାଇ ଲଭ୍ ।





Rate this content
Log in

Similar oriya story from Abstract