STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ନିଆରା ସରସ୍ବତୀ ପୂଜା

ନିଆରା ସରସ୍ବତୀ ପୂଜା

2 mins
246



ଗାଁ ସ୍କୁଲରେ ଅନେକ ଦିବସ ଯଥା ଗାନ୍ଧି ଜୟନ୍ତୀ, ଶିଶୁଦିବସ, ଗୁରୁଦିବସ ଭଳି ସ୍ବାଧୀନତା ଦିବସ, ଜନରାଜ୍ୟ ଦିବସ ସହିତ ସୁବାଷ ବୋଷଙ୍କ ଜୟନ୍ତୀ, ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଆଦି ଦିବସ ପାଳନ ଫଳରେ ଆମ ରାଜ୍ୟ ତଥା ଦେଶର ବରପୁତ୍ରମାନଙ୍କ ବିଷୟରେ ପିଲାମାନେ ଅନେକ କଥା ଜାଣିବାକୁ ପାଇଥାନ୍ତି. ପିଲାମାନଙ୍କ ସୃଜନଶୀଳତା ବଢେଇବା ଦିଗରେ ମଧ୍ୟ ଏସବୁ ଦିବସ ପାଳନର ଉପକାରିତା ମିଳିଥାଏ. ସେହିଭଳି ମଝିରେ ମଝିରେ ଗଳ୍ପ କଥନ, କବିତା ଲିଖନ, ବକୃତା ପ୍ରତିଯୋଗିତା, ଡ୍ରଇଂ ଓ ରଙ୍ଗ ତୁଳୀ ସାହାଯ୍ୟ ନେଇ ଅଙ୍କନ ପ୍ରତିଯୋଗିତା ଖୁବ ଲାଭପ୍ରଦ ହୋଇଥାଏ ତ ଜନରାଜ୍ୟ ଦିବସର ଅଵ୍ୟବହିତ ପୂର୍ବରୁ ଜାତୀୟ ପତାକା ଅଙ୍କନରେ ସର୍ବାଧିକ ପିଲା ଵା ଛାତ୍ର ଛାତ୍ରୀମାନଙ୍କ ଯୋଗଦାନ ତଥା ଆକର୍ଷଣୀୟ ପତାକା ଚିତ୍ର ଅଙ୍କନ ସମସ୍ତଙ୍କୁ ମୁଗ୍ଧ କରିଥିଲା. ଗୋବିନ୍ଦ ବୋଲି ପିଲାଟିଏ ସେଦିନ ବକୃତା ସହିତ ଜାତୀୟ ପତାକା ଅଙ୍କନ କରି ସମସ୍ତଙ୍କୁ ଚମତ୍କୃତ କରିଥିଲା. ତା ପୂର୍ବରୁ ମଧ୍ୟ ସେ ଗାନ୍ଧି, ଗୋପବନ୍ଧୁ, ଶାସ୍ତ୍ରୀ, ଜବାହରଲାଲ ନେହେରୁ, ସୁବାଷ ବୋଷ, ସ୍ୱାମୀବିବେକାନନ୍ଦଙ୍କ ସହ ବୀର ସୁରେନ୍ଦ୍ର ସାଏଙ୍କର ବଢିଆ ଚିତ୍ର ଅଙ୍କନ କରି ଖୁବ ପ୍ରଶଂସା ସାଉଁଟିଥିଲା.

  ଏବେ ସରସ୍ବତୀ ପୂଜା ପାଳନ ପାଇଁ ପ୍ରାଥମିକ ମିଟିଙ୍ଗ ଚାଲିଥାଏ. ପରିବାପତ୍ରର ଚଢା ଦରଦାମ ପିଲାଙ୍କୁ କିଛି ମାତ୍ରାରେ ଜଣାଥାଏ. ଶ୍ରେଣୀରେ ବହୁତ ଛାତ୍ର ଛାତ୍ରୀ ଥାଆନ୍ତି,ସେମାନେ ଆର୍ଥିକ ସ୍ୱଚ୍ଛଳ ନୁଁହଁନ୍ତି ବୋଲି ତାଙ୍କ ସାଙ୍

ଗସୁଖ ଓ ଶ୍ରେଣୀଶିକ୍ଷକ ତଥା ବଡ଼ସାରଙ୍କୁ ଜଣାଥାଏ ତ ଏବର୍ଷ ସ୍କୁଲରେ ଫିଷ୍ଟ ନକରି କେବଳ ପୂଜା କରିବା ପ୍ରସ୍ତାବ ଗୃହୀତ ହୋଇଥିଲା. ଗୋବିନ୍ଦ ଉଠିପଡ଼ି କହିଥିଲା ଯେ ପିଲାମାନଙ୍କ ରଙ୍ଗ ତୁଳୀ ଦ୍ୱାରା ଅଙ୍କିତ ମାଆ ଦେବୀ ସରସ୍ବତୀଙ୍କ ଚିତ୍ର ପୂଜା କରିବାରେ ଅସୁବିଧା ହେବକ!ତାର ଯୁକ୍ତି ଥିଲା ପ୍ରତିମା ଵା ମୂର୍ତ୍ତି ପୂଜା କରିବା ଠିକ କିନ୍ତୁ ବିସର୍ଜ୍ଜନ ବେଳେ ଗଡିଆ, ପୋଖରୀ, ନଈ,ନାଳ ଓ ନଦୀ ପ୍ରଦୂଷିତ ହୁଏ. ଛାତ୍ରଛାତ୍ରୀଙ୍କ ହାତଅଙ୍କା ଫୋଟୋଚିତ୍ର ପୂଜା ପାଇଲେ ସେମାନଙ୍କ ଅଙ୍କନ ପ୍ରତି ମନୋବଳ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଭଲ ଚିତ୍ରଶିଳ୍ପୀ ହେବାକୁ ପ୍ରେରଣା ମିଳିଯିବ. ଗୋବିନ୍ଦର କଥାକୁ ସମର୍ଥନ କରି ଛାତ୍ରଛାତ୍ରୀମାନେ ତାଳିମାରୁଥିଲେ ତ ସାର, ଗୁରୁମା, ଗୁରୁଜୀ ଓ ଶିକ୍ଷାକର୍ମୀମାନେ ଏ ପ୍ରସ୍ତାବରେ ସମ୍ମତି ପ୍ରକାଶ କାରିଥିଲେ ମଧ୍ୟ ଛୋଟ ମୂର୍ତ୍ତିଟିଏ କିଣି ତାଙ୍କ ଚତୁଃପାର୍ଶ୍ୱରେ ପିଲାଙ୍କ ହାତଅଙ୍କା ଦେବୀ ସରସ୍ବତୀମାଆଙ୍କ ରଙ୍ଗ ଓ ତୁଳୀର ସୁନ୍ଦର ଫଟୋଚିତ୍ର ଚତୁଃର୍ଦିଗରେ ଶୋଭା ପାଉଥିଲେ.

  ସରସ୍ବତୀଦେବୀଙ୍କ ପୂଜା ଦିନ ଏମିତି କେହି ଛାତ୍ର ଛାତ୍ରୀ ନଥିଲେ ଯେଉଁମାନେ କି ଦେବୀ ସରସ୍ବତୀଙ୍କର ଫଟୋ ଚିତ୍ରଟିଏ ଅଙ୍କନ କରିନଥିଲା. ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସମସ୍ତଙ୍କ ପେଣ୍ଟିଙ୍ଗସବୁକୁ କାନ୍ଥରେ ଟାଙ୍ଗି ପୂଜା କରିଥିଲେ.ସ୍କୁଲରେ ଫୁଟିଥିବା ଗେଣ୍ଡୁ ଫୁଲ ସହ ଅନ୍ୟାନ୍ୟ ଫୁଲର ମାଳ, ତୋଡ଼ା ଓ ଟାହିଆ ପ୍ରସ୍ତୁତିରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସମକକ୍ଷ କେହି ନଥିଲେ.


Rate this content
Log in