Sunanda Mohanty

Abstract Drama Children

4  

Sunanda Mohanty

Abstract Drama Children

ନାତୁଣୀ ଓ ପାର୍ବଣ

ନାତୁଣୀ ଓ ପାର୍ବଣ

3 mins
360



ଭାରତୀଙ୍କ ପରିବାର ଉପରେ ରହି ତଳ ଟାକୁ ଗୋଟେ ମିଲଟାରୀ ସ୍କୁଲକୁ ଦେଇଦେଇଛନ୍ତି। ପିଲା କହିଲେ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ, ଆଉ ଗୁରୁମା ଚାରି ପାଞ୍ଚ ଜଣ, ଦୁଇଜଣ ସାର। ସେହି ଦୁଇଜଣ ସାରଙ୍କ ଭିତରୁ, ଜଣେ ମୁଖ୍ୟ, କୁନା ସାର। ବହୁତ ବଡ ପାଟି ତାଙ୍କର। ସାଇଲେନ୍ସ କହିଲେ ସତରେ ପିଲା ଚୁପ ହୋଇଯାଆନ୍ତି। ଉପର ଘରେ ଭାରତୀ ଏକୁଟିଆ।ପିଲା ଦୁହେଁ ବାହାରେ ରହି ପଢନ୍ତି। ବଡ ଝିଅ ବାହା ହୋଇ ଟିକି ନାତୁଣୀ ଟିଏ ତାଙ୍କର।ସ୍ୱାମୀ ଅଫିସ ଗଲା ପରେ, କାମଦାମ ଭିତରେ ଭାରତୀ ତଳ ଖବର ସହ ପିଲାଙ୍କ ଗୁଣୁଗୁଣୁ ସ୍ୱର ଓ ପାଠପଢ଼ା ସବୁ ଶୁଣିପାରନ୍ତି। ଜଣେ ସ୍ତ୍ରୀ ଲୋକ ପ୍ରାୟ ଚାଳିଶ ବୟସର, ସୁକାନ୍ତି,ଆସି ଷ୍ଟାଫ୍ ମାନଙ୍କ ପାଇଁ ରୋଷେଇ କରେ, ଆଉ ଘର ର କ୍ଲାସ ରୁମ୍ ଗୁଡିକୁ ସଜାଡ଼ି ପରିଷ୍କାର ରଖିବା ସଙ୍ଗେ ଅନ୍ୟ ପିଲାମାନଙ୍କର ମଧ୍ୟାର୍ଣ ଭୋଜନ, ଯିଏ ଯାହା ଘରୁ ଆଣିଥିବେ, କେମିତି ସବୁ ଖାଇବେ, ସେସବୁ ତଦାରଖ କରିବା ଭିତରେ ତାକୁ ଅନ୍ୟ ଗୁରୂମା ମାନେ ମଧ୍ୟ ସାହାଯ୍ୟ ସହଯୋଗ କରନ୍ତି।


   ଏବେ ସେହି ପରିଚାରିକା ସହ ତା ନାତୁଣୀ ଟିଏ ଆସୁଛି ଯିଏ କି ପ୍ରତି ମୁହୂର୍ତ୍ତରେ ଆଇ ଆଇ ବୋଲି ଖନେଇ ଖନେଇ ଡାକି ଅସ୍ତବ୍ୟସ୍ତ କରେ ସୁକାନ୍ତିକୁ। ପିଲାଟା ଘରେ କାହିଁ ରହିବ, ସ୍କୁଲ ତ ବେସରକାରୀ, ସାର ଓ ଦିଦି ମାନଙ୍କୁ କହି ଅନ୍ୟ ପିଲାଙ୍କ ପାଖେ ବସି ଏ ଫର ଆପଲ, ବି ଫର ବଲ ଇତ୍ୟାଦି ଶିଖିବ ବୋଲି ଭାବି, ସୁକାନ୍ତି ନାତୁଣୀକୁ ନେଇ ସ୍କୁଲ ଆସେ ସିନା, ନାକେଦମ୍ ହୁଏ, ଅନବରତ କହିଲେ ଭୁଲ ହେବନି, ଝିଅଟି ଆଇ ଆଇ ହେଉଥାଏ। କୋଉ ଦିଦି ହେ ଚୁପ କହନ୍ତି ତ କୋଉ ଦିଦି ତାକୁ ଅଣ୍ଟି, ଡାକିବା ଶିଖାଅ କହନ୍ତି। କୁନା ସାର ଦାଣ୍ଡ ପଟେ ଚେୟାର ଟେବୁଲ୍ ପକେଇ ଅଫିସ କାମରୁ ବାଡ଼ି ଖଣ୍ଡେ ଧରି ଉଠି ଆସନ୍ତି ବଡ ପାଟିରେ କହି କହି, କିଏସ ସିଏ, ତ ସୁକାନ୍ତି ନାତୁଣୀ କିଛି ସମୟ ଚୁପ ହୋଇଯାଏ ସତ ହେଲେ ପୁଣି ଆଇ ଆଇ ହୋଇ, ସୁକାନ୍ତି କୁ ରୋଷେଇ କରେଇଦିଏନି।


ସମ୍ପର୍କ ର ମୂଲ୍ୟ ନବୁଝି, କୁନା ସାର, ତାଙ୍କର ତଥା ଷ୍ଟାଫ୍ ମାନଙ୍କର୍ ଭୂରି ଭୋଜନରେ ଝିଅଟା ବ୍ୟାଘାତ କରିବା ଦେଖି, ସେଇ ଡାଣ୍ଡପଟୁ ଗୋଟେ ବଡ ରଡ଼ି ଦେଇ କିଏସ କହି ଦୁଇଟି ବେତରେ, ତାଳ ଲୟ ସହ ଖୁବ ଜୋରରେ ପିଟି ଚାଲନ୍ତି ବାଡ଼ିରେ ,ଆଉ ରହି ରହି କହୁଥାନ୍ତି କିଏସ ସିଏ। ତ ପିଲାଟା ଛାନିଆଁରେ କିଛି ସମୟ ତୁନି ପଡେ, ତା ପରେ ଯୋଉ କଥାକୁ ସେଇ କଥା। ହେଲେ ଦିଦି ମାନେ ସୁକାନ୍ତି ସହ ମିଶି ପ୍ରସ୍ତୁତ କରିସାରିଥାନ୍ତି ଭୂରି ଭୋଜନ ,ପୁରୀ ଡାଲମା। ଝିଅଟାକୁ କୋଳେଇ ନେଇ ସୁକାନ୍ତି ଖୁଆଉଥାଏ ନାତୁଣୀକୁ ତାର। ଉପରୁ ବହେ ହସି ହସି ବେଦମ୍ ହୁଅନ୍ତି ଭାରତୀ ଆଉ ମନେ ପକାନ୍ତି ତାଙ୍କ ନାତୁଣୀକୁ।


  ଏମିତିରେ ପାର୍ବଣ ଋତୁରେ ଭାରତୀଙ୍କୁ ଭୀଷଣ ଜର, ରାକ୍ଷୀ ପୂର୍ଣ୍ଣମୀ ପାଇଁ ଝିଅ ଆସିଥିଲା। ଭାଇଦୁହିଁଙ୍କୁ ରାକ୍ଷୀ ପିନ୍ଧେଇ, ଗଲାବେଳେ ଆସି ନେଇଗଲା ଭାରତୀଙ୍କୁ। ଝିଅ ,ଶାଶୁ ଶଶୁର ସ୍ଵାମୀ ଓ ଟିକି ନାତୁଣୀ କୁ ନେଇ ତା ପରିବାର। ଖନେଇ ଖନେଇ କଥା କହିବା ଆରମ୍ଭ କରିଥାଏ ସିଏ। ଜେଜେମା ତାର ଜେଜେଙ୍କୁ ବାପା ଡାକିବାକୁ ଶିଖାଉଥିଲା ବେଳେ ମାଆ ତାର ବାପାଙ୍କୁ ପାପା ଡାକିବାକୁ ଶିଖାଉଥାଏ। ପିଲାଟା ବୁଝି ପାରେନି ଫରକ ତ, ଗଡବଡ ହୁଏ ବୁଝିବା ତାର। ଝିଅ ପୁଣି ଶିଖାଉଥାଏ ଭାରତୀ ଙ୍କୁ ନାନୀ ଡାକିବାକୁ ତ ଭାରତୀ ଚିଡିଉଠି ଆଈ ହିଁ ଡାକିବାକୁ କହୁଥିଲେ। ମାଆ ର ମାଆ ଆଈ, କି ସୁନ୍ଦର ଓଡ଼ିଆ ଡାକ, ଆଉ ତାର ଭାବ ବୋଲି ତାକୁ ବୁଝାଇଥିଲେ। ନାତୁଣୀ ଟା କିନ୍ତୁ ଆଇ ଫର ପାଖରେ ଅଟକି ଯାଏ, ତ ଭାରି ଖପା ହୁଏ ଝିଅ।


   ସେଦିନ ନାତୁଣୀର ବୁଷ୍ଟର ଡୋଜ ବାକି ଥାଏ ତ ବାପା ମାଆ ଯାଇ ଇଞ୍ଜେକସନ ଦେଇ ଆଣିଲେ, ଆଉ ତା ପରଠୁ ଆଇ ଫର ଇଞ୍ଜେକସନ ବୋଲି ହିଁ କହୁଥିଲା ଭାରତୀଙ୍କ ନାତୁଣୀ।


  ସେଦିନ ଦୁର୍ଗା ପୂଜା ଦେଖିବାକୁ , ବାହାରିଲୁ ସମସ୍ତେ। କିଏ କୋଉ ଶାଢ଼ୀ ପିନ୍ଧିବ କିଏ କୋଉ ସାର୍ଟ ପିନ୍ଧିବା କଥା ହେଉଥାନ୍ତି ତ ଭାରତୀ ସ୍ଵାମୀ ଆଣି ଆସିଥିବା ସମସ୍ତଙ୍କ ପାଇଁ ଲୁଗା ପଟା ଦେଲେ ପିନ୍ଧିବାକୁ। ସବୁ ଜିନିଷ ଓ ସମସ୍ତେ ପ୍ରସ୍ତୁତ ବେଳକୁ କୋଉଠି ଥିଲା କାଳବୈଶାଖୀ ପରି ଝଡ଼ ମାଡ଼ିଆସିଲା। ମେଘ, ଅନ୍ଧାର ବିଜୁଳି ଘଡଘଡି ସହ ପବନ। ଖୁବ୍ ଡରିଗଲା ନାତୁଣୀ, ଛାଡ଼ିଗଲା ତାଣ୍ଡବ। ବାଟସାରା ନାତୁଣୀ କହୁଥାଏ,"ହିପତେ ସିପତେ ଅନ୍ଧାର, ପବନ, ବାଣ ଫୁଟିଲା, ବାଜା ବାଜିଲା, ମୁଁ ଡଇଲି କାନ୍ଦିଲି"ଅର୍ଥ ଘରର ଏପଟେ ସେପଟେ ଅନ୍ଧାର ହୋଇଗଲା। ପବନ ସାଙ୍ଗକୁ ଘଡଘଡି ବିଜୁଳି ମାରିଲା, ମୁଁ ଡରିଲି ଓ କାନ୍ଦିଲି। ସହର ସାରା ନିଜ୍ଜନିଆ ଲାଗୁଥିଲେ ବି ସବୁ ଠିକ ଠାକ୍ ଲାଗୁଥିଲା, ନାତୁଣୀ ଖୁବ୍ ଖୁସିରେ ଶିରୋଲୋଟା ପ୍ରଣାମ କରୁଥିଲା। ମାଆ ଦୁର୍ଗା ମୋ ନାତୁଣୀଟିକୁ, ଆୟୁଷ ଆଶିଷ ଦେଇ ନିରୋଗ ରଖ ମାଆ କହି ଫରିଥିଲୁ। ତା ପରଦିନ ଟ୍ରେନରେ ବସି କାନ୍ଦୁଥିଲେ ଭାରତୀ ବିଦାୟ ଦୁଃଖରେ। ପହଞ୍ଚିଲା ପରେ ଝିଅ ଫୋନ୍ କରି କହୁଥିଲା ନାତୁଣୀ କହୁଛି, "ଆଜା ଆଈ ତେନରେ ବସି ପଲେଲେ"ଯାହାର ଅର୍ଥ ବୁଝି ହେଉ ଥିଲେ ବି ପୁଣି ସେ କୁଆଡ଼େ କହୁଥିଲା ପୁଣି ଆସି ମୋ ପାଉଁ ଆନି, ଅର୍ଥ ପୁଣି ଆସିବେ ମୋ ପାଇଁ ଆଣିବେ। କାନ୍ଦ ଭିତରେ ତଳୁ ସୁକାନ୍ତି ନାତୁଣୀ ଆଈ ଆଈ ହେଉଥିଲା ତ ସୁକାନ୍ତିକୁ କହୁଥିଲେ ଭାରତୀ ତାକୁ ଟିକେ ଉପରକୁ ଆଣିବାକୁ। ତାକୁ କେତେ କଥା ଦେଲେ ବି ସେ ଭାରତୀଙ୍କ ପାଖରୁ ଛାଟି ପିଟି ସୁକାନ୍ତି ଆଡ଼କୁ ଚାଲିଥିଲା। କାନ୍ଦି ପକେଇ ଭାରତୀ କହୁଥିଲେ ଯୋଉ ଗଛର ଡାଳ ଯିଏ ନା। ସୁକାନ୍ତି ଫେରୁ ଫେରୁ ନାତୁଣୀ କୁ ଗେଲ କରି ହସୁଥିଲା।


Rate this content
Log in

Similar oriya story from Abstract