kamal kumar dash

Tragedy

2  

kamal kumar dash

Tragedy

ନାନୀ ର ଝିଅ

ନାନୀ ର ଝିଅ

1 min
97



ଘରେ କାମକରୁଥିବା ଝିଅଟି ମନେ ମନେ କଣ କଣ ଗପୁଥିଲା | ମା ପଚାରିଲେ କଣ ଗପୁଚୁ ସେ କହିଲା ମା ଜାଣିଛ ? ମା ପଚାରିଲେ କଣ କହିଲେ ସିନା ଜାଣିବି ? ଝିଅ କହିଲା ,ମୋ ବାପା ନାନୀ ବାହାଘର ପାଇଁ ସବୁ ଜମି ବିକି ଦେଲା ,ଏବେ ଆମେ କାମ କରି ଚଳୁଛୁ ଦି କାମକୁ ନଗଲେ ଖାଇବାକୁ ମିଳିବନି | ନାନୀ ର ଝିଅର ଜନ୍ମ ଦିନ ତା ଶାଶୁ କହିଛି ସୁନା ଚେନ ଦେବାକୁ | କାରୋନା ଯୋଗୁଂ କାମ ନଥିଲା ବାପା ପାଖରେ ଟଙ୍କା ପଇସା କିଛି ନାହିଁ ,ସେ ମୋ ସୁନା ଚେନ ଟା ମାଗୁଛି ,ମୋ ମା ବି କାନ୍ଦୁଛି | ଏବେ ତ କିଛି ନାହିଁ ମତେ କଣ ଦେବ ? ମା ବୁଝାଇଲେ, ତୋର ବାହାଘର ଡେରି ଅଛି | ସେ ହସିଲା ନା ମା ବାପା ଆର ବର୍ଷ ମୋ ବାହା ଘର କରିବାକୁ କଥାବାର୍ତ୍ତା କରୁଛି | ମା ପଚାରିଲେ ସେ ପୁଅ କଣ କରୁଛି ? ସେ ଟିକେ ଡରି କହିଲା ସେ ପୁଟା ସୁରଟ ରେ କାମ କରୁଛି | ମା ପଚାରିଲେ ତୁ ତାକୁ ଦେଖିଚୁ ? ସେ ମନ| କଲା ଓ କହିଲା ତା ଫଟ  ଦେଖିଚି | ମା ପଚାରିଲେ ତୋ ବାପାର ତ ଟଙ୍କ| ପଇସା ନାହିଁ ,ତୋ ବାହାଘର କେମିତି କରିବ ? ସେ କହିଲା ଗାଁ ର ଘର ଡିହ ଖଣ୍ଡକ ବିକି ଦେବ ବୋଲି କହୁଛି , ତା ଆଖିରେ ଲୁହ ଆସିଗଲା | ମା ପଚାରିଲେ ଘର ଡିହ ବିକିଦେଲେ ରହିବ କେଉଁଠି ? ଏବେ ତ ଏ ସହରରେ ରହିବ ଗାଁ କୁ ଫେରିଲେ ଆଉ କେଉଁଠି ରହିବ ମୁଁ ଜାଣିନି |ସେ କାନ୍ଦୁଥିଲା ଆଉ ତାକୁ ବୁଝାଇବାକୁ ମା ଙ୍କ ପାଖରେ କିଛି ଶବ୍ଦ ନଥିଲା |


Rate this content
Log in

Similar oriya story from Tragedy