Anita Jena

Abstract Classics Inspirational

3  

Anita Jena

Abstract Classics Inspirational

ମୂଳମନ୍ତ୍ର

ମୂଳମନ୍ତ୍ର

3 mins
230



ଆରେ ସାଙ୍ଗ କହିଲୁ କହିଲୁ ବାହାଘର ପରେ ତୋ ଭାଉଜ ଙ୍କୁ ନେଇ ବୁଲେଇବା ପାଇଁ କୁଆଡ଼େ ଯିବି ? କୋଉ ଜାଗା ଟା ତାକୁ ବେଶୀ ଭଲ ଲାଗିବ ? କୋଉଠି କି ଗଲେ ସେ ବେଶୀ ଖୁସି ହେବ ? ଆଉ ମୋତେ କଣ କରିବାକୁ ପଡ଼ିବ? ଏକା ନିଃଶ୍ୱାସ ରେ କହିଦେଇ ଗଲା ବିଶୁ । ସବୁ ଶୁଣି ସାରି ତାର ସାଙ୍ଗ ବାପି ଖାଲି ହସି ଦେଇ କହିଲା ସାଙ୍ଗ ଏ ସବୁ କଥା ପଛରେ ଆଗ ତୁ କହିଲୁ ତୋ ମତ ରେ ତୁ କ'ଣ କହୁଛୁ ? ତୁ କ'ଣ ଭାବୁଛୁ ? କଣ କଲେ ଭାଉଜ ଖୁସି ହେବେ ? 

  ବିଶୁ କହିଲା ବୁଝିଲୁ ବାପି ଭାବୁଛି ତୋ ଭାଉଜ କୁ ବରଫ ଦେଶ କୁ ବୁଲେଇ ନେବି । ସେଠି ମଜା କରିବୁ , ବୁଲିବୁ ଆଉ ଅନେକ ଗୁଡ଼ିଏ ଫଟୋ ଉଠେଇ ତତେ ଛାଡ଼ିବୁ । ଜୀବନ ରେ ଆଉ କଣ ଦରକାର ? 

  ବାପି ଟିକେ ହସିଦେଇ କହିଲା ସାଙ୍ଗ ସମ୍ପର୍କ ର ପ୍ରକୃତ ମାନେ କ'ଣ ଏଇ ବୁଲିବା ? ଟଙ୍କା ଅଛି ବୋଲି ଏମିତି ଉଡେଇ ବୁଡ଼େଇ ଖର୍ଚ୍ଚ କରିବା ? ଆଉ କିଛି ଦିନ ଗଲେ ତୁମେ ଦୁହେଁ ବିବାହ ବନ୍ଧନ ରେ ଆବଦ୍ଧ ହେବ । ଜାଣେ ତମେ ଦୁହେଁ ପରସ୍ପର ଙ୍କୁ ବହୁତ୍ ଆଗରୁ ଜାଣିଛ ହେଲେ ସବୁବେଳେ ମନେ ରଖିବି ସମ୍ପର୍କ ର ସୂତା ଖିଅ ଟା ବିଶ୍ବାସ ଭରସା ରେ ହିଁ ଶକ୍ତ ହେଇ ରହିଥାଏ । ଯଦି ତୁ ତାକୁ ସବୁଦିନ ଏମିତି ଭଲ ପାଇବା ଦେବୁ ତାହେଲେ ତାକୁ ନେଇ କୁଆଡ଼େ ବୁଲେଇବା କୁ ଯିବାକୁ ପଡିବ ନାହିଁ । 

  ଜାଣିଛୁ ଗୋଟିଏ ସ୍ତ୍ରୀ ସବୁବେଳେ ତା ସ୍ବାମୀ ପାଖରୁ କ'ଣ ଚାହେଁ ? ଟିକିଏ ସମ୍ମାନ ଆଉ ଭଲ ପାଇବା । ସ୍ତ୍ରୀ ଚାହେଁ ତା ସ୍ବାମୀ ତା ସାଙ୍ଗ ରେ ସବୁବେଳେ ସବୁ ପରିସ୍ଥିତି ରେ ସାଙ୍ଗ ରେ ରହୁ । ସବୁ ଦୁଃଖ ର ଆଉ ସବୁ ସୁଖ ର ସାଥି ସାଜି ତା ହାତ ଧରି ଚାଲୁ । ହେଲେ ଆଜି କା ଦୁନିଆ ରେ ପ୍ରେମ ଭଲ ପାଇବା ଆଉ ସମ୍ପର୍କ ସବୁ ଗୋଟିଏ ଗୋଟିଏ ଖେଳ ପାଲଟି ଗଲାଣି ଲୋକ ଙ୍କ ପାଇଁ । ଇଚ୍ଛା ହେଲା ପ୍ରେମ କରିବେ, ଇଚ୍ଛା ହେଲା ବିବାହ କରିବେ ଆଉ ଇଚ୍ଛା ହେଲା ଛାଡ଼ି ଦେବେ ସମ୍ପର୍କ କୁ ଭାଙ୍ଗି ଦେବେ । 

  ସମସ୍ତେ କୁହନ୍ତି କୁଆଡ଼େ ବିବାହ ବନ୍ଧନ କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ହେଇ ଥାଏ ହେଲ କିଏ ଆଜି କାଲି ମନେ ରଖୁଛି ଏ ସବୁ ? ଘର ର ସବୁ ଦାୟିତ୍ଵ ବହନ କରିବା ସହିତ ଘର ର ବାହାର , ବନ୍ଧୁ ବାନ୍ଧବ ସମସ୍ତଙ୍କୁ ସ୍ତ୍ରୀ ବାନ୍ଧି ରଖିବା ପାଇଁ ଚେଷ୍ଟା କରେ ସମ୍ପର୍କ ର ରୁଜ୍ଜୁ ରେ । ହେଲେ ତା ବଦଳ ରେ ସେ କଣ ପାଏ ? କଣ ଆଶା କରେ ? ସେଇଟା ବୁଝିବା ହିଁ ଆମ ମାନଙ୍କର ପ୍ରଥମ କର୍ତ୍ତବ୍ୟ । ନୂଆ ନୂଆ ବାହାଘର ପରେ କିଛି ଦିନ ପାଇଁ ତାଙ୍କୁ ବାହାରକୁ ବୁଲେଇ ନେଲେ ଯେ ଆମ କର୍ତ୍ତବ୍ୟ ସରିଗଲା ଆଉ ସେ ସବୁ ଖୁସି ପାଇ ଗଲେ ସେ ସବୁ ଭାବିବା ଆମର ମସ୍ତ ବଡ଼ ଭୁଲ୍ । କାହିଁକି ଜାଣିଛୁ ଗୋଟିଏ ସ୍ତ୍ରୀ ର ତ୍ୟାଗ କୁ ବୁଝିବା ପାଇଁ ବହୁତ୍ କଷ୍ଟ । ସେ ଯାହା ସବୁ କରେ ତା ବଦଳରେ ଏ ସବୁ କିଛି ବି ନୁହେଁ । ତାକୁ କିଛି ଦିନ ର ଖୁସି ଦବା ବଦଳରେ ଯଦି ସାରା ଜୀବନ ତା ସହିତ ରହି ତା ସୁଖ ଦୁଃଖ ର ସାଥି ହେଇ ପାରିବା ତାହେଲେ ହିଁ ଯାଇ ବିବାହ ର ସମ୍ପର୍କ ଯଥାର୍ଥ ହବ । 

   ମୁଁ ଜାଣେ ନାହିଁ ତୁ ମୋ କଥାକୁ କେତେ ଦୂର ବୁଝିଲୁ ଆଉ କଣ ବୁଝିଲୁ ? ହେଲେ ସାଙ୍ଗ ମନେ ରଖ ସବୁବେଳେ ଗୋଟିଏ ସଫଳ ଆଉ ଅଭିନ୍ନ ସମ୍ପର୍କ ରେ ବିଶ୍ବାସ , ଭରସା ଆଉ ବୁଝାମଣା ହିଁ ମୂଳମନ୍ତ୍ର ହେଇଥାଏ । ଦୁନିଆ ରେ ସମସ୍ତଙ୍କ ର ଭାବନା ଅଲଗା ଅଲଗା , ଅନ୍ୟ କୁ ଖୁସି କରିବାର ଉପାୟ ବି ଅଲଗା ଅଲଗା , ତେଣୁ କରି ତୁ ମୋ କଥା କୁ କେଉଁ ହିସାବ ରେ ଗ୍ରହଣ କରିବୁ ଜାଣିନି ମୁଁ ହେଲେ ଏଇଟା ହିଁ ସତ ମୋ ମତ ରେ । 

  ବାପି ର ଏ ସବୁ କଥା ଶୁଣି ବିଶୁ ଟିକେ ଗମ୍ଭୀର ଦେଖା ଗଲା , ଆଉ କହିଲା ଆରେ ୱା ସାଙ୍ଗ କେତେ ସହଜ ରେ ତୁ ବୁଝେଇ ଦେଲୁ ଗୋଟିଏ ସଫଳ ସମ୍ପର୍କ ର ମୂଳମନ୍ତ୍ର କୁ । । ।




Rate this content
Log in

Similar oriya story from Abstract