Sunanda Mohanty

Abstract Action Fantasy

4  

Sunanda Mohanty

Abstract Action Fantasy

ମୁଠାଏ ମାଟି ପ୍ରୀତି

ମୁଠାଏ ମାଟି ପ୍ରୀତି

2 mins
317


କିଛି ଵର୍ଷ ପୂର୍ବେ ଆପାର୍ଟମେଣ୍ଟ ଘର ବା ଥାକ ଥାକିଆ ଘର ପ୍ରତି ବିତୃଷ୍ନା ଭାବ ଥିଲା, ସୁବୋଧ ବାବୁଙ୍କର । ଏମିତି ଗୋଟେ ଧାରଣା ଥିଲା କି ଶୂନ୍ୟରେ ଘର କରିବା କେତେଦୂର ଯୁକ୍ତିଯୁକ୍ତ? ଗୁଣ୍ଠେ କି ଦି ଗୁଣ୍ଠ ଜାଗା ହେଉ ପଛେ ମାଟି ମାଆ କୋଳେ ଜାଗା କିଣି ଘର କରିବାର ମଜ୍ଜା ନିଆରା ଭାବି କିଣୁ କିଣୁ ପଚିଶ ଡିସିମିଲ ଜମିର ମାଳିକାନା ପ୍ରାପ୍ତି ସହ ତୃପ୍ତି ମିଳିଥିଲା ସେତେବେଳେ, ସୁବୋଧବାବୁଙ୍କୁ ।ଯେତେ ପାରୁଛ ଘର କର ଉପରେ ତଳେ, ନିଜ ପସନ୍ଦରେ । ଏମିତିରେ ପିଲାମାନଙ୍କ ପଢା, ଚାକିରୀ, ବିବାହ ଆଦି ସତ କର୍ମ ସହିତ ଘରଟି ମଧ୍ୟ ମୁଣ୍ଡ ଟେକି ଥିଲା ଦ୍ବିତଳ ପ୍ରସାଦ ରୂପେ ।

    ଅଭିଭକ୍ତ ପୁରୀ ଜିଲ୍ଲାର ଭୁବନେଶ୍ୱର, ଆଜି ଖୋର୍ଦ୍ଧା ଜିଲ୍ଲାରେ, ଓଡ଼ିଶାର ରାଜାଧାନୀ, ସ୍ମାର୍ଟ ସିଟି ପ୍ରତି ଦୁର୍ବାର ଆକର୍ଷଣ ବଢୁଥିଲା ଲୋକମାନଙ୍କ ମନରେ ତ ଥାକ ଥାକ ଘର ଥିବା ଆପାର୍ଟମେଣ୍ଟଗୁଡିକ ମୁଣ୍ଡ ଟେକିଥିଲା ସେଠାରେ। ସୁବୋଧ ବାବୁଙ୍କ ନିକଟସମ୍ପର୍କୀୟ ସମସ୍ତେ କଳ୍ପନା ପାଖପାଖି ଆପାର୍ଟମେଣ୍ଟ ଠାରୁ ଆରମ୍ଭ କରି ପଟିଆ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଘର ଗୁଡିକ ଭିତରୁ ଖଣ୍ଡେ ଖଣ୍ଡେ ଘର କରିନେଇଥିଲେ ବନ୍ଧୁ ବାନ୍ଧବ, ଚିହ୍ନା ଜଣା। ଏବେ ପୁଅ ଝିଅଙ୍କର ଆଖି ସେଥିରେ ତ ନିଜ ଘରର ଦୋଷ ଦୁର୍ବଳତା ଦେଖାଇ ସଫେଇ ଦିଅନ୍ତି ଭୁବନେଶ୍ୱର ଆପାର୍ଟମେଣ୍ଟ ଘର ଖଣ୍ଡେ ଥିଲେ ପରପିଢିଙ୍କ ପଢ଼ାପଢି ଓ ମେଡିକାଲ ସୁବିଧା ମିଳିପାରିଥାନ୍ତା । ସୁବୋଧ ବାବୁ ମନେପକାନ୍ତି ସ୍ତ୍ରୀ ଅନୁପମାଙ୍କ କଥା, ଥରେ ଦୁଇଥର ସୁଯୋଗ ମିଳିଥିଲେ ମଧ୍ୟ ଆପାର୍ଟମେଣ୍ଟ ଘର ପ୍ରତି ସ୍ତ୍ରୀଙ୍କ ବିତୃଷ୍ନା ସୁବୋଧ ବାବୁଙ୍କୁ ନିବୃତ୍ତ କରିଛି ଥାକ ଥାକ ଘର କିଣିବା ପ୍ରସ୍ତାବ କାଟ ଖାଇଛି। ସେ କହନ୍ତି ଲିଫ୍ଟ ରେ ଯିବା ଓ ଆସିବା , ନିର୍ଦ୍ଦିଷ୍ଟ ଜାଗାରେ ବେସିନ ପାଖକୁ ଯାଇ ଛେପଠୁ ଆରମ୍ଭ କରି ନାକ କାନ ପାଟି ପରିସ୍କାର କରିବା ତାଙ୍କ ଦ୍ୱାରା ସମ୍ଭବ ନୁହେଁ, ହେଲେ ପିଲାମାନେ ସଫେଇ ଦିଅନ୍ତି ଏବେ ଆଉ କେମିତି ଚଳୁଛ ଯେ ଉପର ଘରେ? ତୁନି ପଡନ୍ତି ସୁବୋଧ ବାବୁ ଓ ପତ୍ନୀ ଅନୁପମା ।

   ଏବେ ଏବେ ନିକଟ ସମ୍ପର୍କୀୟ ଜଣେ ସୁନ୍ଦରପଦା ଆଡ଼େ ଥାକ ଥାକ ଘର ଭିତରୁ ଗୋଟିଏ ନିଜର କରି ଗୃହ ପ୍ରତିଷ୍ଠା କରିବା ପରେ, ପୁଅ ଅଣ୍ଟାଭିଡି ଆପାର୍ଟମେଣ୍ଟ ଘରଟିଏ କରିଛି. ପେନସନ କାଗଜ ପତ୍ର କଥା ବୁଝିବାକୁ, ଦେହ ଅସୁସ୍ଥ ହେଲେ ଘରୋଇ ହସ୍ପିଟାଲ ସମ, କୀଟ,ଆମ୍ରି ଆଦି ହସ୍ପିଟାଲ ଗଲେ ସେଇ ପୁରୁଣା କଥା ଶୁଣିବାକୁ ମିଳେ ସୁବୋଧବାବୁଙ୍କୁ , କଣ ଲାଭ ଗାଁରେ ଏତେବଡ ଘରଟିଏ କରି? ସେତେବେଳୁ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ଘର ଖଣ୍ଡେ କରିଥିଲେ କେତେ ଭଲ ହୋଇଥାନ୍ତା ।

     ପୁଅକୁ ଥରେ ଚାହିଁଲେ ସୁବୋଧ ବାବୁ କହିଲେ ଗାଁ ରେ ମତେ ଶାନ୍ତି। ମୋ ଚାରିପଟେ ଚିହ୍ନା ଜଣା ବନ୍ଧୁ ବାନ୍ଧବ। ସେଇ ମୋର ସ୍ୱର୍ଗ। ମାଟି ଟିକେ ପାଉଛି। ଚଉରା ଟିଏ ହେଇଛି । ପନିପରିବା ଗଛ, ଫୁଲ ଗଛ ସହ ଆମ୍ବ, ପିଜୁଳି, ନଡ଼ିଆ ପଣସ ଗଛ ଦେଖି ଓ ଫଳ ତୋଳି ସନ୍ତୋଷ ମିଳୁଛି । ପରବ ପୁନେଇଁରେ ଠାକୁରଙ୍କ ଭୋଗ ବଢା ଚାଲିଛି, ମେଳା ମଉଛବ, ଜାନି ଯାତରାରେ ଭାଇଚାରାର ନିବିଡ଼ତା ସ୍ପର୍ଶ ପାଉଛି, ଖୋଲା ଆକାଶ ତଳେ ବସି ସକାଳେ ସୂର୍ଯ୍ୟ କିରଣ ଓ ରାତିରେ ଜହ୍ନ ତାରା ଦେଖି ମନ ହୃଦୟର ଆବିଳତା ଦୂର କରିପାରୁଛି । ସେଠି ଯୋଉ ସୁବିଧା ଅଛି ତାକୁ ନେଇ ଅବଶିଷ୍ଟ ଜୀବନ ଜିଇଁ ପାରିବି ଏକା ଏକା ଭାବୁଛି। ଯେତେବେଳେ ମାଟି ଦରକାର ହେବ, କହିବୁ ନେଇକି ଆସିବି, ତୋ ବାଲକୋନିର ଫୁଲକୁଣ୍ଡ ପାଇଁ, ଯାଉଛି ଭଲରେ ଥାଅ ପୁଅ ଆଁ କରି ଚାହିଁଥିଲା, ସେଦିନୁ ବାପା ସୁବୋଧବାବୁ ଭୁବନେଶ୍ୱର ଆସିବା କେହି ଦେଖିନି।



Rate this content
Log in

Similar oriya story from Abstract