Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

ମୁଁ ଫେରି ଆସିବା ପରେ

ମୁଁ ଫେରି ଆସିବା ପରେ

5 mins
150



ମୁଁ ଫେରି ଆସିଛି। କେତେ ବର୍ଷ ପରେ ଫେରିଲି କି ! ଜଙ୍ଗଲ ଭିତରେ ମୋ ଘରଟା କାହିଁ ! ଜଙ୍ଗଲ !କି ଜଙ୍ଗଲ ? ଏଠି ଗୋଟିଏ ବୋଲି ତ ଗଛ ନାହିଁ !!! ରଙ୍ଗ ବେରଙ୍ଗର କୋଠା ବୁଟ୍ କୋଟ ପିନ୍ଧା ବାବୁ । ବିଭିନ୍ନ ରଙ୍ଗର କାର୍ । କେତେ ଦୂର ହେବ ଯୋଉଠି ଆକାଶକୁ ଧରଣୀ ଛୁଇଁବା ଛୁଇଁବା ପରି ହେଉଛି !ଗିଧ,ସାଗୁଣା ମାନେ ଉଡି ବୁଲୁଛନ୍ତି ?ମଡ଼କ ପଡ଼ିଛି କି ? କଳା ଚାଦର ଘୋଡେ଼ଇ ହୋଇଛି ବସୁମତୀ। ଘନ ମେଘ ! ପବନ ବୋହୁ ନାହିଁ ତ ? ବର୍ଷିବ କେମିତି ? କଳା ମେଘ ନା କଳା ଧୁଆଁ ! ଆରେରେ ଆରେରେ ଚାରିଆଡେ ନିଆଁ ଜଳୁଛି ! ଏତେ ସଂଖ୍ୟକ ମଡ଼ା ! ମହାମାରୀ । ବିପଦ । ସିଆଡେ କିଏ ଅନାଉଚି ? ଯାହାର ବୟସ ହେଲା ସେ ମରିଗଲା । ନା ନା ନା, ବିନା ବୟସରେ ମୃତ୍ୟୁ। ଛ' ମାସ ଠାରୁ ଷାଠିଏ ଉପର । ଆହୁରି ଅନେକ ଚାହିଁ ରହିଛନ୍ତି । ଏ ଦୁର୍ଗନ୍ଧିଆ ଜାଗାରୁ ଉବୁରିବେ କେତେବେଳେ। କୋଉ ମାନେ ଅପେକ୍ଷା ତାଲିକାରେ ଅଛନ୍ତି। ଆଉ କାହାର ତାଲିକାକୁ ନାଁ ଚଢିନି । ଆଖିରୁ ଲୁହ କେତେବେଳୁ ଶୁଖି ଗଲାଣି। ଲୁହ ନା ତାମସା । ଜଣେ ଶବଟା ଉପରେ ଖୁବ୍ ରାଗି ଯାଇ କହୁଛି , "ଆବେ ଫୋପାଡି ଦିଅ ଏଟାକୁ।ଏମିତି ବେଳ ରେ ମଲା; ଏଇ ମେଞ୍ଚଡଟା ପାଇଁ..... ମୋ ବାହାଘର କେବେ ହେବ କେଜାଣି ?"

  ଗୋଟିଏ ମଡ଼ା ପାଇଁ ଦଶ ଚାଳିଶ । ପ୍ରଧାନ ରାସ୍ତାକୁ ଲାଗି ଶ୍ମଶାନଟି ।

ମାଳ ମାଳ କାର, ଅଟୋ ରିକ୍ସା,ବାଇକ୍, କାର, ବାସ୍, ଟ୍ରକ୍ ; କ୍ଷୀପ୍ର ଗତିରେ ଦଉଡୁଛନ୍ତି।କେହି ସିଆଡେ ଚାହୁଁ ନାହାନ୍ତି । ଜନ୍ମ ହେଲେ ତ ମରିବ । ସେ ବେଳ ଆସୁ ?ହିସିକା ହେଇ ଗଲେଣି ଦେଖି ଦେଖି । 

  ମୁହଁ ଫେରେଇଲି ସିଆଡୁ । କେଁ କଟର କରୁଥିବା ସାଇକେଲ୍ ରେ କେତେ ଜଣ ଯାଉଛନ୍ତି ।


 । ଛିଡି ଯାଇଥିବା ଜୋତା, ରିଫୁକରା ପୂରା ପେଣ୍ଟ ପିନ୍ଧିଥିବା ଲୋକ ପାଦ ଚଲା ରାସ୍ତା ରେ ପାଦେ ପାଦେ ଯାଉଛନ୍ତି । ଯୋଉମାନେ ଖାଲି ପାଦରେ ଚାଲୁଛନ୍ତି ସେମାନେ ଘଡ଼ିଏ ଅଟକି ଯାଇ ଦେଖୁଛନ୍ତି ସଗର୍ବରେ ମଥା ଉପରକୁ ଟେକି ଚାହିଁ ରହିଥିବା ଅଟ୍ଟାଳିକାମାନଙ୍କୁ । ଏଇଠି ଦିନେ ଦିଗନ୍ତ ବିସ୍ତାରି ସବୁଜ ଶ୍ରୀରେ ହସି ଉଠୁଥିଲା ଧାନ କ୍ଷେତ । ବଗ ବଗୁଲୀ, ହଂସ, ହଂସ ରାଳୀ, ପାରା, ଚିଲ, ଗେଣ୍ଡାଳିଆ ଚକ୍କର କାଟୁଥିଲେ କଳରବ କରି। ଋଷି ଜଟା ପରି ତଳକୁ ଓହଳି ପଡିଥିବା ଚାଳଘର ଭିତରୁ ଧୂଆଁ ଉଠୁଥିଲା ଉପରକୁ।ଚଷା ଭରଣ ଭରଣ ଧାନ ଫଳଉ ଥିଲା । ଗବେ ଗବେ ବାରିରୁ ପୋଟଳ, ଭେଣ୍ଡି, ବାଇଗଣ, ସାଗ , ସାରୁ କରୁଥିଲା । ପାହାଳ, ରୁଦ୍ରପୁର, ନ‌ହରକଣ୍ଟା

ହଂସପାଳ, ଚକେଇ ସିଆଣୀ ଆଦି ଗାଁରେ , ପାଟି ଗୋଳ , ମାଲି ମୋକଦ୍ଦମା , ହଣା କଟା , ଠକେଇ, ନାବାଳିକା ଗଣଧର୍ଷଣ; କିଛି ନ ଥିଲା । ସେମାନେ ଅଳ୍ପରେ ବି ବହୁତ ଖୁସିରେ ଥିଲେ । ମନ ବଦଳିଲା । ଲୋଭ ବଢିଲା ।ବେଶି ପଢିଲେ । ଅନୁପ୍ରେରିତ ହେଲେ ବିଦେଶୀମାନଙ୍କ ଢାଞ୍ଚାରେ। ସେଠୁ ଆରମ୍ଭ ହେଲା ବିଳାସମୟ ନା ନା ନା ବିଲୟମୟ କଳୁଷିତ ଜୀବନ। ଭୁଷୁଡି ପଡିଲା ଗ୍ରାମିଣ ଜୀବନ ଧାରା । ଟାଉଟର ଦଲାଲ ମାନେ ପୁଳା ପୁଳା ଟଙ୍କା ର ଲୋଭ ଦେଖାଇ କିଣି ନେଇଗଲେ ଚାଷ ଜମି ଗାଁ। ଗଛ ଓପଡା ଗଲା। ଖାଲୁଆ ଜମି ପୋତା ଗଲା । ଧାନ ବିଲ ଛାତିରେ ଠିଆ କଲେ ସୁଦୃଶ୍ୟ କୋଠା । ଯୋଉ ମାନେ ଟଙ୍କା ପାଇଲେ ମଦ ପିଇ ମାତାଲ୍ ହେଲେ, ଜୁଆ ଖେଳିଲେ। ଦିନ କେଇଟାରେ ଟଙ୍କା ଉଡି ଗଲା । ଏବେ ବିନା ଜୋତାରେ ,ବିନା ଛତାରେ, ଭୀଷଣ ଖରାରେ ଛଟ୍ ପଟ୍ ହେଉଛନ୍ତି। 

 ‌   ଆଜିକାଲି ଚାଲିବା ଲୋକ ବହୁତ । କିନ୍ତୁ ସେମାନଙ୍କ ଦେଖା ମିଳିବ ପାର୍କ ଭିତରେ , ନହେଲେ ଆପାର୍ଟମେଂଟ୍ ର ଚୌହଦି ଭିତରେ।ଏମାନେ ବାବୁ ଭାୟା  ଶ୍ରେଣୀର । ଦିନ ସାରା ଖରା କାକରରେ ନଟ ପଟ ହୁଅନ୍ତି କେବଳ ଗରିବ ଲୋକମାନେ । ସେମାନଙ୍କ ବିନା ଏମାନେ ଅଚଳ।

      ଦୀର୍ଘ ଜୀବନ ପାଇଁ ଏମାନଙ୍କର ଚାଲିବା ଅଭ୍ୟାସ । ଏବେ ବୟସ୍କ ଏବଂ ବୃଦ୍ଧଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ପୃଥିବୀରେ ମାଟି ଅଳ୍ପ _ କୋଉଠି ରହିବେ ଏତେ ଲୋକ? ହଁ, ରହିବା ପାଇଁ ଜାଗା ଅଛି କିନ୍ତୁ ଗାଁରେ ।ସହରମାନଙ୍କୁ ଯେତେ ଲୋକ ଆସିଛନ୍ତି ସମସ୍ତେ ଗାଁରୁ । ଆଉଥରେ ପୁଣି ଫେରିଯିଵେ ସେଇଠିକୁ ! ସେଠି ମଉଜ ମଜଲିସ୍ ପାଇଁ ନାଇଟ କ୍ଲବ ଅଛିନା ପାଞ୍ଚ ତାରକା ହୋଟେଲ୍ ଅଛି ?

 ଧେତ୍ ତେରି ଗାଁ କଥା କୁହନା । ସେ ଗୁଡିକ ଏବେ ବର୍ଜ୍ୟ ବସ୍ତୁ । ସହରରେ ରହୁଥିବା ଜେଜେ ମାନେ ଝୁରି ହୁଅନ୍ତି ସେମାନଙ୍କର ମାଟି ମଟାଳ ଗାଆଁକୁ; ଯୋଉଠି ସେମାନଙ୍କର ଷଠିଘର ଅଛି। 

ଅଶି ଉପରେ ଅଶି ତଳେ ସମସ୍ତେ ସମାନ ଦିଶନ୍ତି ସହରରେ । ଚଷମାରୁ, ଠକରା ଗାଲରୁ, ଜାଣିଲେ ଜାଣିବ ବୟସ; ଚୁଟି କି ନିଶରୁ ନୁହେଁ।

    ସବୁଜିମାରେ କିଛି ସମୟ କଟେଇବା ପାଇଁ ବଣଭୋଜିର ବନ୍ଦୋବସ୍ତ ହୁଏ। ପାହାଡ଼ ବୁକୁ ଚିରି କୁଳୁ କୁଳୁ ନାଦରେ ବୋହି ଯାଉ ଥିବା ବଣ ଝରଣା , ଅଜଣା ଚଢେଇଙ୍କର ମାନଙ୍କର ମତାଣିଆ ଗୀତ ,ଘଞ୍ଚ ଶାଳ, ପିଆଶାଳ ଆଦି ତରୁବର ମାନଙ୍କ ଭିତରୁ ବୋହି ଆସୁଥିବା ଶୀତଳ ସମୀର ସମସ୍ତଙ୍କୁ ପୁଲକିତ କରେ। ଘରଟିଏ ତୋଳି ସେଠି ରହିଯିବା ପାଇଁ ମନ ହୁଏ ; କିୟତ ସମୟ ପାଇଁ ଆସିଥିବା ଅତିଥିମାନଙ୍କୁ। ସାତେ ସାଥ୍, ମନ ଚଗଲା ହୋଇଯାଏ । ଢମା ଭିତରେ ଥିବା ମଦ ବୋତଲ ଆଡ଼କୁ ଟାଣି ହୋଇ ଯାଏ ମନ । ରୋଷେଇ କରା, ମଦ ପିଆ ସାଙ୍ଗରେ ଚାଲିଥାଏ। ରୋଷେଇ ସରିଯାଏ, ମଦ ପିଆ ସରି ଯାଏ । ମାଟି ମାକୁ ଆଶ୍ରା କରି ଶୋଇ ପଡିନ୍ତି ସମସ୍ତେ। କୁକୁର ମାନେ ମନ ଭରି ଖାଆନ୍ତି । ଗୋଦାମରେ ବସ୍ତା ଲଦିବା ପରି ଜଣକୁ ଉପରେ ଆଉ ଜଣକୁ ଲଦି, ଡ୍ରାଇଭର, ହେଲପର୍ ବାସ୍ ଭିତରେ  ସେମାନଙ୍କୁ ଦୁଇଶ ମାଇଲ୍ ଦୂର ସହରକୁ ନେଇ ଆସନ୍ତି ।

     ହୋସ ଆସିଯାଏ ସହର ବି ଆସିଯାଏ । ଆଖି ଖୋଲି ଦେଖନ୍ତି ବହଳିଆ କୋଠା । ଗଛ ଲତା , ପାହାଡ଼ ଝରଣା, କାକଳି _କେତେ ଦୁରରେ ! ଭୋଜି ଭାତ !! ଭୋକ ଲାଗୁଛି କାହିଁକି ? ପରଷ୍ପରକୁ ମଟ ମଟ ଚାହୁଁ ଥିବାରୁ ହେଲପର୍ କୁହେ" ଆଜ୍ଞା ମାନେ ଭାଗ୍ୟ ଭଲ କୁକୁର ମାନେ ସୁଭୋଜନ କଲେ ; ବାଘ ସିଂହ , ମାଂସ ଗନ୍ଧ ପାଇଁ ନାହାନ୍ତି । ଆମେ ଖାଇଲୁ ପେଟ ଭରି ।ଉଚ୍ଛିଷ୍ଟ ତ ଖାଇଵେନି....କଂସାଏ ଦି କଂସା ଭଜା ମାଛ ନେଇ ଆସିଛି ଖାଇବେକି ?"

   ତଥାପି ସହରରେ ଭିଡ଼ । ଜବର ଦଖଲ କରୁଛନ୍ତି ସରକାରୀ ଜମି । ନାଳ ନର୍ଦ୍ଦମା ଉପରେ ଘର କରୁଛନ୍ତି । ଗୋଟାଏ ଯୋଡେ ବସ୍ତି ଭାଙ୍ଗି ଦେଲେ ଲାଭ କ'ଣ ? ଶିକ୍ଷିତ ଅଶିକ୍ଷିତ ବେକାର ମାନଙ୍କ ଅବିଶ୍ରାନ୍ତ  ସ୍ରୋତ ଗଡୁଛି ସହର ଆଡ଼କୁ । ବାଙ୍ଗାଲାଦେଶୀ ରିଫୁଇଜି ମାନଙ୍କ ପରି । କାମ ବହୁତ କିନ୍ତୁ ନିମ୍ନ ଶ୍ରେଣୀର । ପୁରୁଷମାନେ ନବନିର୍ମାଣ ହେଉଥିବା ଦଶ ତାଲା ପନ୍ଦର ତାଲା ଉପରେ , ଜୀବନକୁ ମୁରଛି୍ , ରାଜ ମିସ୍ତ୍ରୀ ଆଉ ବାଲି ଚଲେଇବା, ଇଟା ବୋହିବା କାମରେ ସେମାନଙ୍କ ଭାରିଯା ମାନଙ୍କୁ ନିଯୁକ୍ତି ମିଳେ । ପୁଅଟିଏ ଆଶା କରି ନ ପାଇବାରୁ ଘରୁ ତଡ଼ା ଖାଇ ପଳେଇ ଆସିଥିବା ମାଇକିନାଟି ମଦ ପିଇ ରାତି ଅଧରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ମାରୁଥିବା ସ୍ବାମୀ ମାନଙ୍କର କବଳରୁ ଖସି ଆସୁଥିବା ନିର୍ଯ୍ୟତିତା ଆହୁରି ଅନେକ ନିରିମାଖି ଗଢି ଉଠି ଥିବା ବହୁତଳ ପ୍ରାସାଦ ଗୁଡିକରେ ରହୁଥିବା ବାବୁମାନଙ୍କ ଘରେ ବାସନ ମାଜନ୍ତି ଘର ପୋଛନ୍ତି ।ରୂପ ଚର୍ଯା କରୁ କରୁ ଶିଶୁର ଯତ୍ନ ନେଇପାରୁନଥିବା ସୁନ୍ଦରୀମାନଙ୍କ ଛୁଆ କାଖେଇ ରୋଷେଇ କରି ଅଧିକ ଦି ପଇସା କମାନ୍ତି । 

 ଇଏ ତ ଗଲା ମୂର୍ଖ , ଅଶିକ୍ଷିତ , ମରଦ ମାଇକିନାଙ୍କ କଥା । ମାଟ୍ରିକ ପାଶ୍ ରୁ ବି.ଏ ପାଶ୍ କରା ଟୋକାମାନେ ବାତାନୁକୁଳିତ ଅଫିସ୍ ରେ ଚାକିରି ନ ପାଇ ମଲ୍ ରେ, ଏ.ଟି.ଏମ. ରେ, ଆପାର୍ଟମେଂଟ ଗୁଡିକରେ ସିକୁରିଟ ଗାଡ଼ ଚାକିରି କରନ୍ତି ଅଳ୍ପ ଦରମାରେ । ଆଉ ଯେଉଁ ତକ ବଳି ପଡିଲେ ସେମାନେ ଚୋରି , ରାହାଜାନୀ ,ଛିନତାଇ ଦଳରେ ସାମିଲ୍ ହେଉଛନ୍ତି । ସମସ୍ତଙ୍କର ଅମାପ ଧନ ଦରକାର ।

  ମୁଁ ଫେରି ଆସିବା ପରେ ଏ ସବୁ ଦେଖୁ ଦେଖୁ ଅସଂଖ୍ୟ ପ୍ରଶ୍ନ ଉଙ୍କି ମାରୁଥିଲା ମନରେ । ଗଲା ଜନ୍ମର ମଣିଷ , ଏ ଜନ୍ମରେ ଚୁଟିଆ ମୂଷା !! କୁକୁର କୁଟୁ କରି , ଖାଦ୍ୟ ପଦାର୍ଥ, ଧାନ ଚାଉଳ_ କିଛି ନମିଳିଲେ, ଜାମା ପେଣ୍ଟ, କାଗଜ ପତ୍ର ନଷ୍ଟ କରୁଛି ,ରାଗରେ । କି ଦିନ କି ରାତି , ମୈଥୁନରେ ବ୍ୟସ୍ତ । ପଲ ପଲ ପିଲା । ସେମାନଙ୍କର ଖାଦ୍ୟ ଦରକାର । ଗୋଟାଏ ଘର ଲଣ୍ଡ ଭଣ୍ଡ କରିଦେଇ ଆଉ ଗୋଟାକୁ ଯାଉ । ଧରା ପଡିଲେ ମଲୁ । ଏ ଅଞ୍ଚଳରେ ଦୁର୍ଭିକ୍ଷ ପଡିବ ଆଗରୁ ଜାଣି ପାରୁ । ପିଲା ଛୁଆ ଧରି ସେ ଜାଗାରୁ ଚମ୍ପଟ୍ ମାରୁ । ମୁଁ ଏବେ ବୁଢ଼ା ଚୁଟିଆ । ଅଥର୍ବ, ପଙ୍ଗୁ । ଚାଲି ପାରୁନି । ସମସ୍ତଙ୍କୁ ପଠେଇ ଦେଇ , ଘୁସରି ବୁଲୁଛୁ ମୁଁ । 

ଧରା ପଡ଼ିଗଲି ।ମୋ ତଣ୍ଟି ଧରିଛି ଲୋକଟା ।ଏଥର ବି ପାପ କଲି। ପୁଣି ଜନ୍ମ ହେବି ; କୋଉ ଇତର ଜୋନିରେ ପୁଣି ରହିବି ! ନା ନା ନା, ଆଉ ଜନ୍ମ ହେବିନି । 

ଚୌରାସି କୋଟି ଜୋନି ଭ୍ରମଣ କରି ଥରେ ମଣିଷ ରୂପରେ ମହୀମଣ୍ଡଳକୁ ଆସିଥିଲି । ବଚନବଦ୍ଧ ହୋଇଥିବା ଭଗବାନ୍ ଙ୍କ କଥା ନ ରଖି , ଚୋରି କଲି , ଡକାୟତି କଲି, ପର ଧନ ବଳ ପୂର୍ବକ ହାସଲ କଲି , ଅତପର ହତ୍ୟା, ଲୁଣ୍ଠନ, ଏମିତି ଅସୁମାରୀ ଅନ୍ୟାୟ ଅନୀତି କରି ସୁନାର ଲଙ୍କା ତୋଳିବାକୁ ଇଚ୍ଛା କଲି ।  "ଏଇଥରକ ମୋତେ କ୍ଷମା କର

 ପ୍ରଭୁ ।ଲୋକଟା ମୋତେ ମାରି ଦଉଛି । ମୁଁ ମରିଗଲି । ଏଥର ପୁଣି କେଉଁ ନିକୃଷ୍ଟ ଗର୍ଭରେ ବାସ କରିବି କେଜାଣି !!!"



Rate this content
Log in

Similar oriya story from Abstract