Satyabati Swain

Children Stories

4  

Satyabati Swain

Children Stories

ମୁଁ ଡ଼ନ୍ ହେବି

ମୁଁ ଡ଼ନ୍ ହେବି

4 mins
303



ରୁଦ୍ରର ହଁ ମୁଁ ଡନ୍ ହେବି କଥା ଆମ ହିଟଲର୍ ଗ୍ୟାଙ୍ଗ ହୃଦୟରେ ଭୁମିକମ୍ପ ସୃଷ୍ଟି କଲା।

   ଏତକ କହିଲା ବେଳକୁ ରୁଦ୍ର ଆଖି ରକ୍ତ ବର୍ଣ୍ଣ ଧାରଣ କରିଥିଲା। ମୁଠି ମୁଠା ମୁଠା କରୁଥିଲା।ତା ସ୍ୱରରେ ତୀବ୍ର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଉଥିଲା ।

   ପତଳା ସମ୍ପର୍କ ବଗିଚାର ଏକ ଅବହେଳିତ ସୁନ୍ଦର ଫୁଲ ଟିଏ ସେ ।ସତରେ ତା ଆଖିରେ ଏକ ଚମତ୍କାରିତା ଅଛି । ଖୁବ୍ ମନଲୋଭା ତା ଆଖି। ନମୁ କହୁଥିଲା ବଦମାସି ଛତରାଟିଏ ସିନା ତା ଆଖି କିନ୍ତୁ ଭାରି ସୁନ୍ଦର କଥାଟି ସତ । ସୁନ୍ଦର କହିବା ଭୁଲ୍ ହେବ ମେଞ୍ଚେ ସମ୍ମୋହନ ଅଛି ସେ ଆଖିରେ । ଚେହେରା ବି ହିରୋ ପରି ବନେଇଛି। ନାକ ତଳ ଶାଗୁଆ ଦିଶି ଟିକେ ଟିକେ ନିଶ ଶୈଶବ କୈଶୋର ତାଠୁ ବିଦାୟ ନେବା ସୂଚନା ଦେଉଥାନ୍ତି। କ୍ଳାସ ଓ ବୟସ ତୁଳନାରେ ଯଥେଷ୍ଟ ବଡ଼ ପିଲା ପରି ଦେଖା ଯାଉଥିଲା।

     ତାର ବିକଳ ଭାବ ପାଇଁ ମନଟି ଦୁଃଖୀ ହୋଇଗଲା | ତା ସୁନ୍ଦର ମାଟିଆ ଆଖିରେ ଅନେକ କାହାଣୀ ପଢି ହେଉଥିଲା। କିନ୍ତୁ ସେ ଖରାପ ହେଲା କାହିଁକି ? ତାର ସ୍ଵଭାବ ଓ ସେ ନିଜେ ଯେ ଦୁଇ ଦୁଇଟି ଜୀବନ ବଞ୍ଚୁଛନ୍ତି ଏତକ ଅଛପା ରହିଲା ନାହିଁ ମୋତେ। ଏତେ ଦୁଃଖ ଭିତରେ ଜୀଉଁଛି ତ ମନ ଦେଇ ପଢିବା କଥା ! ସେ ସଙ୍ଗତ ଦୋଷରୁ ହୁଏତ ବିଗିଡି ଯାଇଛି। କିମ୍ବା ତା ପରିବେଶ ତାର ଏପରି ହେବା ପାଇଁ ଦାୟୀ ହୋଇଥାଇ ପାରେ। ବାପା ସ୍ନେହ ପାଉନାହିଁ। ହୁଏତ ଅଭାବ ଅଶ୍ରଦ୍ଧା ତାକୁ ଅସାମାଜିକ କରିଦେଇଛି। ତା ମାଆର ଆଶା ଭରସା ଓ ଜୀବନ କହିଲେ ତ ରୁଦ୍ର ହୋଇଥିବ | କିନ୍ତୁ ପୁଅ ନାଁ ରେ ରୁଦ୍ର ଏକ " ବଣ ବିଛୁଆତି" ।

    ଟିଟୁ କହିଲା ଏ ବିଛୁଆତି ଆମଠାରୁ ରକ୍ଷା ପାଇବା ପାଇଁ ମିଛ କହି ଥାଇପାରେ। ୟା କଥା ବିଶ୍ବାସ କରନି।କୁହ ଏହାକୁ କି ଦଣ୍ଡ ବିଧାନ କରା ଯିବ ?

    ନା ନା ମୁଁ ମିଛ କହୁନାହିଁ । ସେ ତା ଗୋଡ଼ ପ୍ୟାଣ୍ଟ ଟେକି କହିଲା, ଦେଖ ମୋ ବାବା କେମିତି ରଡ଼ରେ ବାଡେଇ ଫଟେଇ ଛନ୍ତି ମୋ ଗୋଡ଼।ଆଣ୍ଠୁ ତଳକୁ ପନ୍ଦର ଚାଖଣ୍ଡେ ହେବ ଗାଡ଼ ହୋଇଥିବା ଚିହ୍ନ ଦେଖି ଆମେ ଚକିତ ହେଲୁ।

    କାହିଁକି ତୋ ବାବା ତୋତେ ମାରନ୍ତି ? ନିଶ୍ଚିତ ତୋ ଦୁଷ୍ଟାମୀ ପାଇଁ ହୋଇଥିବ।

    ହଁ ମୁଁ ଦୁଷ୍ଟ।କିନ୍ତୁ କିଏ ମୋତେ ଦୁଷ୍ଟ କରିଛି ? କାହିଁକି ମୋ ବାବା ମୋ ମାଆକୁ ବାଧ୍ୟ କରନ୍ତି ଡିଭୋର୍ସ ପେପର୍ ରେ ସାଇନ୍ କରିବାକୁ ? କାହିଁକି ଝଡ଼ ପରି ଆସି ନିର୍ଧୁମ ମାରନ୍ତି ମୋ ମାଆକୁ ? ଆମେ ରହୁଥିବା ଘର କାହିଁକି ତାଙ୍କ ନାଁ ରେ କରିଦିଅ ଜୁଲୁମ କରନ୍ତି। ମୋ ଜେଜେ ତ ଘରଟି ମୋ ନାଁ ରେ ଉଇଲି କରି ଦେଇ ଯାଇଛନ୍ତି ମାରିବା ପୂର୍ବରୁ । ତାଙ୍କ ଦ୍ଵିତୀୟ ସ୍ତ୍ରୀ ଓ ପିଲାମାନେ କାଳେ ଭୁବନେଶ୍ୱରରେ ଆମରି ଘରେ ରହିବାକୁ ଚାହୁଁଛନ୍ତି । କିନ୍ତୁ ଆମ ସହ ନୁହେଁ, ଆମକୁ ସେ ଘରୁ ବାହାର କରି । 

    କିନ୍ତୁ ପୁଅ ଓ ସ୍ତ୍ରୀ ଥାଉ ଥାଉ ସେ ଦ୍ଵିତୀୟ ବିବାହ କଲେ କାହିଁକି ? 

    ବିବାହ କିଏ କରିଛି ? ସେ ସ୍ତ୍ରୀ ଲୋକଟି ଜଣେ ବିଧବା। ତାଙ୍କର ଝିଅଟିଏ ଅଛି ପ୍ରଥମ ସ୍ୱାମୀଙ୍କର।ସେ ଭଲ ଚାକିରିଟିଏ କରିଛନ୍ତି । ମୋ ବାବା ଜଣେ ଘୋଡା ମଦ୍ୟପ। କଣ୍ଟାକ୍ଟ୍ରି କରନ୍ତି। ସବୁବେଳେ କଣ୍ଟାକ୍ଟ୍ରି ମିଳେ ନାହିଁ। ବର୍ଷକୁ ଗୋଟିଏ ଦୁଇଟା କଣ୍ଟାକ୍ଟ୍ରି ମିଳେ ଯାହା ବାବାଙ୍କର ପିଇବାରେ ବାଏଁ ବାଏଁ ଉଡିଯାଏ। ତାଙ୍କର ପିଇବା ପାଇଁ ଟଙ୍କା ଓ ସେ ବିଧବା ସ୍ତ୍ରୀ ଲୋକକୁ ଜଣେ ପୁରୁଷ ଆବଶ୍ୟକ ଥିଲା ତ ଦୁହେଁ ମିଶି ଗଲେ। ରହୁ ରହୁ ବାବା ପୁରା ଏବେ ବସ୍ ଉଠ୍ ସେ ସ୍ତ୍ରୀ ଲୋକ କଥାରେ। ଏବେ ପାଞ୍ଚ ବର୍ଷର ଝିଅଟିଏ ହୋଇଛି ତାଙ୍କର। ସେ ସ୍ତ୍ରୀ ଲୋକର ଇଚ୍ଛା ଆମ ଘରକୁ ହାତେଇବା ଓ ମାଆ ଠାରୁ ଡିଭୋର୍ସ ନେଇ ବାବାଙ୍କୁ ଆଇନ ସମ୍ମତ ଅନୁଯାୟୀ ବିବାହ କରିବା ।

    ଭୁବନେଶ୍ବରରେ ତୁମେ ତେବେ ଚଳ କେମିତି ? ଏତେ ବଡ଼ ସ୍କୁଲରେ ତୋ ପାଇଁ ଫିସ ଆସେ କେଉଁଠୁ ? କିଏ ତୁମକୁ ଏ ଦିଗରେ ସାହାଯ୍ୟ କରନ୍ତି ?

    ଆମେ ଗୋଟିଏ ରୁମ୍ ରେ ମାଆ ପୁଅ ରହି ଅନ୍ୟ ରୁମ୍ ଗୁଡିକ ଭଡାରେ ଦେଇଛୁ। ମାଆ ସିଲେଇ ମେସିନ୍ ପକେଇଛି । ଏତିକିରେ ଆମେ ଦୁଃଖ କଷ୍ଟେ ଚଳି ଯାଉ।କିନ୍ତୁ ଭିତରେ ଭିତରେ ବାବା ଆସି ଆମ ଜୀବନର ଅଶାନ୍ତ ଝଡ଼ ସୃଷ୍ଟି କରନ୍ତି। ମୁଁ ପ୍ରତିବାଦ କରିବାରୁ ମୋତେ ନିର୍ଦ୍ଦୟ ଭାବେ ପିଟନ୍ତି ଆଖି ବୁଜି । ମୁଁ ଛୋଟ ଥିଲି ପିଟୁଥିଲେ କିନ୍ତୁ ମୁଁ ଏବେ ବଡ଼ ହେଲିଣି। ମୋ ଆଗରେ ମୋ ମାଆକୁ ମାରିବେ ! ଏତେ ସାହସ ! ଦେଇଛି ଏଥର ବାବାଙ୍କୁ ଠିକଣା ଜବାବ । ମୋ ବ୍ୟାଟ ଧରି ଗୋରୁଙ୍କ ପରି ପିଟି ଦେଇ ଯାଇଛି । ଆଉ ଏମିତି ଗୋଟେ ଦିନ ଆସିବ କେଉଁ ଦିନ ବାପାଙ୍କୁ ମାରି ମୁଁ ଜେଲ୍ ଯାଇଥିବି।

    ଏତକ କହିଲା ବେଳକୁ ରୁଦ୍ର ଆଖି ରକ୍ତ ବର୍ଣ୍ଣ ଧାରଣ କରିଥିଲା। ମୁଠି ମୁଠା ମୁଠା କରୁଥିଲା।ତା ସ୍ୱରରେ ତୀବ୍ର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଉଥିଲା ।

    ଆଦ୍ୟ ଯୌବନ ଏଇ ମାତ୍ର ଛୁଇଁ ଥିବ ରୁଦ୍ରକୁ । ପାରିବାରିକ ସୁଖ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ମିଳିନି ତାକୁ। ବୁଦ୍ଧି ହେବା ପରଠାରୁ ସେ ତା ବାବା ମାଆଙ୍କ କଳି ହିଁ ଦେଖିଛି। କଅଁଳ ଶୈଶବ ଓ କୋମଳ କୈଶୋର ଆକ୍ତାମାକ୍ତା ହୋଇଛି । ପରିବେଶ ହିଁ ରୁଦ୍ରକୁ ଅସାମାଜିକ ପିଲାଟିଏ କରିବାକୁ ବାଧ୍ୟ କରିଛି ।

    ଏତେ କଥା ବୁଝି ପାରୁଛୁ ଯଦି ତୁ କାହିଁକି ଦୁଷ୍ଟ ,ବାଳୁଙ୍ଗା,ବଦମାସ୍ ହେଉଛୁ କହିଲା ଶିବୁ।

    ଏତ କିଛି ନୁହେଁ ।ମୁଁ ତ ଭାବିଛି ଡନ୍ ହେବି। ଆଗ ମର୍ଡର କରିବି ମୋ ବାବାଙ୍କୁ। ତାପରେ ସେ ସ୍ତ୍ରୀ ଲୋକକୁ ଯିଏ ମୋ ମାଆକୁ ଆଜୀବନ କନ୍ଦାଉଛି। ଶାନ୍ତ ଶିଷ୍ଟ ଥିଲି ତ ଗୁଡାଏ ଦେହ ସାରା ଚିହ୍ନ ପୁରସ୍କାର ମିଳିଛି ମୋତେ ।କିନ୍ତୁ ଦୁଷ୍ଟ ବଦମାସ୍ ଛତରା ବାତେରା ତାଲିକାରେ ନାଁ ଲେଖାଇଲା ଦିନୁ ବାବା ମୋତେ ଟିକେ ଡରୁଛନ୍ତି।

    ଏହା ଅର୍ଥ ତୁ ଜାଣି ଜାଣି ଏମିତି ହେଉଛୁ ? କହିଲା ଶ୍ଵେତା।

    ହଁ ମୋର ପ୍ରତିଶୋଧ ନେବାର ଅଛି ନା ? ଭଲ ପିଲା ହେଲେ ମାଡ଼।ଖରାପ ପିଲା ହୋଇ ମୁଁ ହୋଇ ପାରିଛି ମୋ ମାଆ ପାଇଁ ସୁରକ୍ଷା ବାଡ଼। କହି ରଖୁଛି ମୁଁ ଡନ୍ ହେବି ଏବଂ ଅବିଶ୍ବାସୀ ଅବିବେକି ଲମ୍ପଟ ବାପା ମାନଙ୍କୁ ସାବାଡ଼ କରିବି।


ରୁଦ୍ର ! ନା ନା ତୁ ଡନ୍ ନୁହେଁ ବରଂ କହ ତୁ ହେବୁ ତ୍ରା ଣ କର୍ତ୍ତା ମସିହା।



Rate this content
Log in