ମୁଳୁ ମାରିଲେ ଯିବ ସରି
ମୁଳୁ ମାରିଲେ ଯିବ ସରି
ପ୍ରଥମକରି ସାହିତ୍ୟରେ ରୁଚି ରଖି ଯେବେ ଲଷ୍ମଣ ପରି ସାନଭାଇ ବା ଅନୁଜ ଆକାଶ କବିତା ଲେଖିଥିଲା ତାହା ଦେଖି ତା ସ୍ତ୍ରୀ ବା ଶ୍ରୀମତୀ ଲିପି ଚମକି ପଡି କହିଥିଲେ ଓଡିଶାରେ କଳା, ସ୍ଥାପତ୍ୟ, ପ୍ରପାତ, ହ୍ରଦ, ନଦୀ କଣ ନାହିଁ ଯେ ଓଡ଼ିଆ ଶବ୍ଦ ବଦଳରେ ତୁମେ ସେ ଇଂରାଜି ଶବ୍ଦ ଯୋଡି କବିତାର ମାଧୁର୍ଯ୍ୟକୁ ଜୋର ଜବରଦସ୍ତ କଦର୍ଯ୍ୟ କରୁଛ, ମୁଁ ବୁଝିପାରୁନି ତ! ଅଗ୍ରଜ ବା ରାମ ପରି ବଡ଼ଭାଇ ଯାହାର ବଡ଼ ସାହିତ୍ୟିକ ହୋଇକି ମଧ୍ୟ ଲୁଗା ଦୋକାନ ଆଗରେ କେଡେ ସୁନ୍ଦର ସୁନ୍ଦର ଭାବେ କବିତାର ପଂକ୍ତି ଗୋଟେ ଗୋଟେ ଓଡ଼ିଆ ଭାଷାରେ ଏମିତି ଖଞ୍ଜି ଦିଅନ୍ତି ଯେ ଗ୍ରାହକ ପରକୁ ପର ଆସୁଥାଆନ୍ତି ଓ ଯାଉଥାଆନ୍ତି. ସରସ୍ବତୀଙ୍କ ସାଙ୍ଗକୁ ଲଷ୍ମୀଙ୍କୁ ମିଶାଇ ରଖିବା କଳା ଭାଇଙ୍କଠୁ ଶିଖିପାରୁନ?ଅନୁଜ ଆକାଶ ଏଥିପ୍ରତି ଯେ ଦୃଷ୍ଟି ଦେଇନାହାଁନ୍ତି ତା ନୁହଁ କିନ୍ତୁ ଭାଇଙ୍କ ଭଳି ଶୁଦ୍ଧ ଓଡ଼ିଆ ଲେଖିବା ଭିତରେ ମଝିରେ ମଝିରେ ବିଶୁଦ୍ଧ ଇଂରାଜି ସହ ବିଦେଶୀ ହ୍ରଦ, ପ୍ରପାତ, ସରୀସୃପ, ବିଛା,
କଙ୍କଡାମାନେ ଅନ୍ୟ ନାମ ବହନ କରି ପଶି କବିତା ଦୁଇଧାଡ଼ି ବିକୃତିଆ ଲାଗେ ତ ଶେଷକୁ ପତ୍ନୀଙ୍କ ଅନୁରୋଧରେ ଓଡ଼ିଶାର ଆରାଧ୍ୟ୍ୟ ଜଗନ୍ନାଥଙ୍କୁ ଦର୍ଶନ କଲେ ବ୍ୟବସାୟ ଆଗକୁ ବଢିବ ବିଚାରି ପୁରୀ ଆସିଥିଲେ ସ୍ୱାମୀ ସ୍ତ୍ରୀ ଆକାଶ ଓ ଲିପି. ବାଟ ସାରା ଅନେକ ଓଡ଼ିଆ ସ୍ଲୋଗାନର ପଂକ୍ତି ଓ ଭାବଧାରା ଯେମିତିକି, ଝିଅ ହେଲେ ପାଠୋଇ.. ଦେଶ ଯିବ ଆଗେଇ, ଗୋଟିଏ ହାତରେ ବାଜେନା ତାଳି.. ଗଛ ଲଗାଇଲେ ରଖିବ ମାଳି... ଯତ୍ନରେ ଯିଏ ଦେଉଥିବ ଚାରାରେ ପାଣି ଢାଳି,ଏମିତି ଅନେକ ଦୁଇଧାଡିର କବିତାରେ ଲିପି ଭାବୁଥିଲେ ଏଣିକି ସେ ଫେରିଲେ ଦୋକାନ ଆଗରେ ଲେଖିବେ ଆକାଶର ରଙ୍ଗ ନୀଳ... ପ୍ରତିଦିନ ଆସ ପିନ୍ଧିବ ମୋ ଦୋକାନ ପୋଷାକ ଭଳି ଭଳି... ମିଳିଯିବ ଥଳକୂଳ... ପ୍ରେମରେ ନଥିବ ପରୀକ୍ଷା ବେଳ... ସୁନ୍ଦର ଦିଶିବ ରାତିର ଅନ୍ଧକାର ଦିନର ସକାଳ ବେଳ. ଏତିକି ବେଳେ ଆକାଶର କାର ଅଟକି ଥିଲା ଚନ୍ଦନପୁରରେ. ଚୁଡାଘଷା ଓ ଡ଼ାଲମା ସହିତ ମାଲପୁଆ ତଥା ଛେନା ରାବିଡି ଖାଇବାକୁ ଏତେ ଧାଡି ଧାଡି ଦୋକାନ ଥିଲେ ମଧ୍ୟ ମେଣ୍ଢାବନ୍ଧା ଯାଇଥିବା ଦୋକାନ ଆଗରେ କାରଟି ଆପେ ଆପେ ଅଟକିଯିବାରେ ନିଶ୍ଚୟ ମେଣ୍ଢାର କିଛି ଭୂମିକା ଅଛି ବୋଲି ଭାବି ଖୁସିରେ ଫାଟି ପଡୁଥିଲା ଆକାଶ.ଯା ହେଉ ଜଗନ୍ନାଥ ଦର୍ଶନ ସାଙ୍ଗକୁ ତାକୁ ବୁଦ୍ଧି ମିଳିଛି. ଏଥର ସେ ତା ଦୋକାନ ଆଗରେ ମେଣ୍ଢାଟିଏ ବାନ୍ଧିବ. ତା ଆକର୍ଷଣରେ ନିଶ୍ଚୟ ଗ୍ରାହକଙ୍କର ଭିଡ଼ ଜମିବ ଓ ବଡ଼ ଭାଇଙ୍କ କବିତାକୁ ଟକ୍କର ଦେଇ ଦୋକାନର କାରବାର ବଢିବ.ଭଲ ଲାଭ ହେବ. ବଡ଼ ଭାଇ ପ୍ରକାଶର କବିତାଠୁ ମେଣ୍ଢା ପରି ନିରୀହ ଜନ୍ତୁର ଆକର୍ଷଣ ନିଶ୍ଚୟ ଗ୍ରାହକଙ୍କୁ ଟାଣି ଆଣିବ.
ସତକୁ ସତ କଥାଟା ଏକଦମ ସତ ହୋଇଗଲା. ଦିନକୁ ଦିନ ନୂଆ କବିତା ମାୟା
ରେ ନପଡ଼ି ଲୋକେ ମେଣ୍ଢାର ଶିଙ୍ଘ ଦେଖି ଯେମିତି ନିଜେ ନିଜେ କବି ପାଲଟି ଯାଇ ଛବିଳ ବର୍ଣ୍ଣବୋଧରେ ଥିବା କବିତା "ମେଣ୍ଢାମୁଣ୍ଡଟି ବଡ ଟାଣ... ତା ମୁଣ୍ଡିଆକୁ ସାବଧାନ " ମନେପକାଇ ଆସୁଥିଲେ ଆକାଶ ଲୁଗା ଦୋକାନକୁ ଆଉ ବଡ଼ଭାଇର ବେଉସା ଖାଲି ବୁଡୁନଥିଲା ବରଂ ଭାଉଜ ଅଭିଯୋଗ ବାଢୁଥିଲେ ତୁମ ମେଣ୍ଢା ଆମ ହାତଲେଖା କବିତା ଖାଇଯାଉଛି. ଖାଲି ଦୋଷାରୋପ ନୁହେଁ ବରଂ ଆହୁରି କେତେ କଥା ଦେଖେଇ ଶିଖେଇ କହିବା ଆରମ୍ଭ କରିବା ସହ ଦିନେ ମେଣ୍ଢାଟିର ଆକସ୍ମିକ ମୃତ୍ୟୁରେ ଆକାଶ ଓ ଲିପି ଭାଙ୍ଗିପଡିଲେ ମଧ୍ୟ ମେଣ୍ଢାର ସ୍ୱାଭାବିକ ମୃତ୍ୟୁ କି ଅପମୃତ୍ୟୁ ହେଲା ଜାଣିନପାରି ଦୁଃଖରେ ଲେଖୁଥିଲେ କବିତା. ତାହା ଦେଖି ଭାଉଜ ଟିହାଇ କହିଲେ ତାର ଦେଖି.. ମୋର ଡେଉଁଛି ଡାହାଣ ଆଖି. ପୁଣି କହିଲେ ମାଗି ଆଣିଥିବା ତିଅଣ ହାପୁଡାଏ କିନ୍ତୁ ଦେଖାଗଲା ପ୍ରକାଶଙ୍କ ଦୋକାନରେ ଏବେ ଲେଖାହୋଇଛି କୁକୁର ପ୍ରତି ସାବଧାନ ତଥାପି ଲୋକଙ୍କ ଭିଡ଼ ଜମୁଛି. କି ଉଦ୍ଭଟ କଥା!ଲୋକେ ବୋଧହୁଏ ଭାବୁଥିଲେ ଦେଖିବା କେମିତିକା କାମୁଡା କୁକୁର! ସତକୁ ସତ କୁକୁରଟି ଗ୍ରାହକମାନଙ୍କ ଉପରେ ଚଢି ସ୍ୱାଗତ କରୁଥିଲା ଗ୍ରାହକଙ୍କୁ ତ ପ୍ରବଳ ଭିଡ଼ ଲାଗିରହୁଥିଲା. ଏସବୁ କଥା ଆକାଶ ଆଗରେ ଭଲ ବର୍ଣ୍ଣନା ଦେଇ ସେଇ ପ୍ରକାଶ ଦୋକାନରେ କାମ କରୁଥିବା ଲୋକ ହିଁ କହୁଥିଲେ ତ ଆକାଶ ବୁଝିଯାଇଥିଲା ଲୋକଙ୍କ ମାନସିକତା ଓ ଭାଲୁଟିଏ ପୋଷି ଲେଖିଥିଲା ଭାଲୁ ପ୍ରତି ସାବଧାନ. ତା ପରଦିନ ଦେଖାଗଲା ଭାଇ ଦୋକାନ ଆଗରେ ଲେଖାଯାଇଛି ବାଘ ପ୍ରତି ସାବଧାନ. ଏଣିକି ବାଘ ଓ ଭାଲୁଙ୍କ ଆକର୍ଷଣରେ ଦୁହିଁଙ୍କର ଭଲ ବ୍ୟବସାୟ ହେଉଥିବାରୁ ଦୁଇ ଭାଇ ଚିନ୍ତା କଲେ ଆଜିଯାଏଁ ଭାଇ ଭାଇ ଭିତରେ ପ୍ରତିଯୋଗିତାର କାରଣ ମଣିଷ. ମଣିଷ ରୂପୀ ହିଂସ୍ର ବାଘ ଭାଲୁଙ୍କ ପରି ଜନ୍ତୁଙ୍କୁ ତାଙ୍କ ଜୀବନରୁ ହଟେଇଲେ ଦୁଇ ଭାଇଙ୍କ ଭିତରେ ପୁଣି ସହୃଦୟତା ଓ ଆନ୍ତରିକତା ଫେରିଆସିବ. ସେୟା ହେଲା. ଦୁଇଭାଇଙ୍କ ଦୋକାନରେ କାମ କରୁଥିବା ଲୋକଙ୍କୁ ଅନ୍ୟ ପଟ ଦୋକାନକୁ ଗଲେ ଚାକିରୀରୁ ବହିସ୍କୃତ କରିବା ଧମକ ସହ କେତେଜଣଙ୍କୁ ଦୋକାନରୁ ବିଦା କଲା ପରେ ଜଗନ୍ନାଥଙ୍କ ଆଶୀର୍ବାଦରେ ଦୁଇଭାଇଙ୍କ ଦୋକାନ ଭଲ ଚାଲିବା ସହ ଦୁହେଁ କାଳିଆ ବଳିଆ ଠାକୁରଙ୍କ ପରି ଏକାଠି ହୋଇଯାଇଥିଲେ କାରଣ ସେମାନେ ଲକ୍ଷ କରିଥିଲେ ବାଘ ଓ ଭାଲୁ ଦୁହେଁ ନିକଟତର ହୋଇ ପରସ୍ପରକୁ ଶୁଙ୍ଘି ସହୃଦୟତାର ବାର୍ତ୍ତା ପ୍ରଚାର କରୁଛନ୍ତି. ଏଣିକି ଦୁଇଭାଇ ଭିର୍ନ୍ନ ଭିର୍ନ୍ନ ପୋଷାକ ଓ ଭିର୍ନ୍ନ ଭିର୍ନ୍ନ ଶାଢ଼ୀ ଓ ଡ୍ରେସ ରଖିବା ଦ୍ୱାରା ଭଲ ବିକ୍ରୀ ସାଙ୍ଗକୁ ଏକତା ବଢ଼ି ଚାଲିଲା. ଦୁଇଭାଇଙ୍କ ମନର ମିଳନ ପରେ ବାଘ ଓ ଭାଲୁ ଛୁଆ ଦୁହିଁଙ୍କୁ ଜଙ୍ଗଲରେ ଛାଡି ଦିଆଗଲା ପରେ ଦୁହେଁ ନିଜ ନିଜ ପୋଷାକ ବିଷୟରେ ଗୀତି କବିତା ଲେଖି ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟବସାୟର ଅଗ୍ରଗତି ସାଙ୍ଗକୁ ଘରର ବାଡ଼ ଉଠେଇ ଏକତ୍ରିତ ହୋଇ ଚଳି ଦୁନିଆଁ ପାଇଁ ଉଦାହରଣ ସାଜିଥିଲେ ତ ବର୍ଷା ମଧ୍ୟ ସ୍ୱାଗତ ଗୀତିକା ଗାଇ ଝରିପଡୁଥିଲା ଆକାଶରୁ ଟୋପା ଟୋପା ।