Baman Chandra Dixit

Inspirational

3  

Baman Chandra Dixit

Inspirational

ମୁଖ୍ୟବକ୍ତା

ମୁଖ୍ୟବକ୍ତା

1 min
193



       ବହୁତ କାମ ଆଜି । ଜଲଦି ଜଲଦି ନିତ୍ୟକର୍ମ ସାରି ବାହାରିବାକୁ ହେବ । ଦାଢ଼ି କମଉ କମଉ ନିଜେ ନିଜେ ବିଳିବିଳେଇ ହେଉଥାଆନ୍ତି ଅରିଦମନ ବାବୁ । ଶ୍ରୀମତୀ ଘର କାମରେ ବ୍ୟସ୍ତ । କିଏ ଶୁଣୁଛି ତାଙ୍କ କଥା । ଗାଧୁଆ ଘର ଭିତରକୁ ପଶୁ ପଶୁ ଶ୍ରୀମତୀଙ୍କ ଉଦ୍ଦେଶ୍ୟରେ ପୁଣି କହିଲେ, କାଲି ଯେଉଁ ଲୁଗାଟା ଆଣିଥିଲେ ସେଇଟିକୁ ବାହାର କରି ଦିଅ ତ । ଗୋଟେ ଅଲଗା ଜରିରେ ଭରି ଦିଅ । ସାୟା ଗୋଟେ ବି ରଖି ଦିଅ । ବ୍ଲାଉଜ ତ ଆଣି ନାହାନ୍ତି । ଛାଡ଼ ସେ ବ୍ଲାଉଜ ଫ୍ଲାଉଜ, ଟିକେ ଜଲଦି କର ।  


   ଦୁଇ ମିନିଟ ଭିତରେ ଗାଧୋଇ ପାଧୋଇ ରେଡି । ଡ୍ରାଇଭର ଗାଡି ବାହାର କରି କେତେ ବେଳୁ ଅପେକ୍ଷା କରିଛି । ଶ୍ରୀମତୀଙ୍କ ହାତରୁ ବେଗଟି ନେଇ ଗାଡ଼ିରେ ବସିଲେ । 


    ଆରେ ରହ....ରହ... । ଗାଡି ଅଟକେଇ ଚକରା ବାବୁଙ୍କ ଆଡକୁ ଚାହିଁଲା । ଗାଡି କାଚ ଖସେଇ ଅରିଦମନ ବାବୁ ଶ୍ରୀମତୀଙ୍କୁ କହୁ ଥାଆନ୍ତି....ଟେବୁଲ ଉପରେ ମୋ ଡାଇରିଟା ରହିଗଲା, ଆଣି ଦିଅନା ପ୍ଲିଜ ।  


   ଟ୍ରାଫିକ ଟିକେ ବେଶୀ ଆଜି । ବ୍ୟସ୍ତ ହୋଇ ଉଠିଲେ ଅରିଦମନ ବାବୁ । ଆରେ ଚକରା ଟିକେ ଜଲଦି କରନା, ଏଇଠୁ ଏତେ ଡେରି ହେଲାଣି କେତେ ବେଳେ ବୃଦ୍ଧାଶ୍ରମରେ ପହଞ୍ଚିବା । ହଁ ଶୁଣ, ମାଆକୁ ଲୁଗା ପ୍ୟାକେଟଟା ଦେଇ ଜୁହାର ହେଉଥିବା ବେଳେ ଚାରି ଛଅଟା ଫୋଟୋ ଉଠେଇବାକୁ ଭୁଲିବୁନି । 


    ବୃଦ୍ଧାଶ୍ରମରୁ ଟାଉନ ହଲ ଦଶ ମିନିଟର ରାସ୍ତା । ସେଠି ମାତୃ ଦିବସର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ମୁଁ । ସମୟରେ ପହଞ୍ଚିବାକୁ ହେବ ତ ।  

ଗାଡିର ଗତି ବି ବଢ଼ି ସାରିଥାଏ.....ଡାଇରିରେ ଲେଖା ଭାଷଣ ଉପରେ ନଜର ଦଉଡ଼ଉ ଥାଆନ୍ତି ଅରିଦମନ । 



Rate this content
Log in

Similar oriya story from Inspirational