ମୁ ବି ଦିନେ ବହୁତବଡ ପିଅନ ହେବି ଭାଗ -4
ମୁ ବି ଦିନେ ବହୁତବଡ ପିଅନ ହେବି ଭାଗ -4
"ବିନୟ ଛୋଟବେଳେ ଏମିତି ଥରେ ତା ବାପାଙ୍କୁ ପଚାରିଦେଇଥିଲା ,ସତରେ କଣ ବାପା ମୃତ୍ୟୁ ଭୟ ଙ୍କର ହେଇଥାଏ ଏତେ ....???
ଟିକେ ହସିଦେଇ ତା ବାପା କହିଲେ -ମୃତ୍ୟୁ ଖୁସି ଦେଇଥାଏ ନା ଦୁଃଖ ...ଭୟଙ୍କର ହେଇଥାଏ ଅବା ଆନନ୍ଦଦାୟକ ...ଜଣାପଡିନଥାଏ ସେତେବେଳେ ...ଯେତେବେଳେ ମଣିଷ ବ୍ୟସ୍ତ ଥାଏ ନିଜ କର୍ତ୍ତବ୍ଯ ରେ ।
ଆଉ ଆଜି ବି ଠିକ୍ ସେମିତି ହେଇଥିଲା ବିନୟ ବାପାଙ୍କ ଜୀବନରେ ।ଭାବିବାକୁ ବି ସମୟ ଦେଇନଥିଲା ମୃତ୍ୟୁ ...ସେ କିପରି ।
ବାତ୍ୟା ର କରାଳ ରୂପରେ ସମସ୍ତେ ଘରକୁ ଫେରୁଥିବା ବେଳେ ସେ କିନ୍ତୁ ଥିଲେ ଦିନ ତମାମ୍ ବାହାରେ ,ଲୋକମାନଙ୍କୁ ସାହାଯ୍ଯ କରିବା ପାଇଁ ।
ଝଡ ତ ଆସିଥାଏ ସବୁକିଛି ଉଡେଇ ନେଇଯିବା ପାଇଁ ...।ମଣିଷ ଯେପରି ଭୁଲେନା ନିଜର କର୍ତ୍ତବ୍ଯ...ଭୁଲିବ କିପରି ସେ ପ୍ରଳୟ ।ହଁ ହଁ ଫରକ କେବଳ ଏତିକି ଥାଏ ...ଯଦି ଆସିଥାଏ 100 ଜୀବନ ନେଇଯିବା ପାଇଁ ...ହାରିଯାଏ ସେ ମଣିଷ ପାଖରେ... ଯେ ଏକା ଶହେ ଜଣଙ୍କ ସମାନ ଥାଏ ...।
ଯେପରି ପୂରା ଦେଶର ଜୀବନ ପ୍ରତିବଦଳେ ..କିଛି ସୈନିକଙ୍କ ଜୀବନ ସମାନ ହେଇଥାଏ ...ଆଉ ବିପଦ ସବୁବେଳେ ସୈନିକମାନଙ୍କୁ ବାଛିଥାଏ ପ୍ରଥମେ ।
ସେପରି କିଛି ଘଟିଥିଲା ବିନୟ ବାପାଙ୍କ ଜୀବନରେ ...ଏମିତି ଯାଇଛନ୍ତି ତାଙ୍କ ଗାଁର ଗୋଟେ ପରିବାରକୁ ଉଦ୍ଧାର କରି ନିଜର ଛାତ ଘର ଭିତରକୁ ଆଣିବାକୁ ...ଆଉ ଏହି ଭିତରେ ହଠାତ୍ ସେହି ଘର ର ଆଜବେଷ୍ଟସ୍ ଉଡି ଆସି ପଡିଥିଲା ବିନୟ ବାପାଙ୍କ ମୁଣ୍ଡ ଉପରେ ...ମୁଣ୍ଡ ରୁ ବହୁଛି ରକ୍ତ ଧାର ଧାର ...ତଥାପି ମଣିଷ ଛାଡୁନି କର୍ତ୍ତବ୍ଯ ର ଡୋର ।ସେ ନିଜକୁ ଭୁଲି ଲାଗିପଡିଥିଲେ ସେମାନଙ୍କ ରକ୍ଷା କରିବାରେ ।ଏହି ଭିତରେ କେତେବେଳେ ଯେ କେତେବେଳେ ଚାଲିଗଲା ଜୀବନ ...ନା ସେ ଜାଣିପାରିଲେ ନା ଆଉ କିଏ ...
ବାତ୍ୟା ଚାଲିଗଲା ...ଆଉ ତା ସହ ନେଇଗଲା ଗାଁର ସବୁକିଛି ...ଗଲା କେତେ ଘର ଭାଙ୍ଗି ...ପୁଣି ନେଲା ଉଡାଇ ଧାନ ଚାଉଳ ସବୁକିଛି ...
ଆଉ ନେଇଗଲା ସାଥିରେ କେବଳ ବିନୟ ଘର ର ନୁହେଁ ....ସେ ଗାଁ ର ସବୁଠୁ ମୂଲ୍ଯବାନ ମୋତି ....
ଲୋକମାନଙ୍କର ମନ ଦୁଃଖ ନଥିଲା ଘର ଭାଙ୍ଗିଯାଇଛି ଖାଇବାକୁ କିଛି ନାହିଁ ବୋଲି ଦୁଃଖିଥିଲା ରାମ ପିଅନ ଟା ଚାଲିଗଲା ବୋଲି ..
କାହିଁକି ନା ଯେତେ ବନ୍ୟା ଯେତେ ବାତ୍ୟା ଆସୁ ସବୁବେଳେ ସେ କୋଉ ନେତା ମନ୍ତ୍ରୀଙ୍କୁ ଧରି ଯେମିତି ହେଲେ ଖାଇବା ବ୍ୟବସ୍ଥା କରିଦେଉଥିଲେ ।କିନ୍ତୁ ଆଜି ବାତ୍ୟା ତାଙ୍କର ଜୀବନକୁ ହିଁ ଉଡାଇ ନେଇଯାଇଛି ।
କିଛି ବି ବାଟ ନଥିଲା ବିନୟ ପାଖକୁ ଖବର ଦେବାକୁ ...ଏଣୁ ନିଜେ ହିଁ ସଭିଏଁ ମିଶି ସବୁ କାମ ଶେଷ କରିଦେଇଥିଲେ ।
ଏପଟେ ବିନୟ ଆସୁଛି ସାଇକେଲ୍ ରେ ଗାଁକୁ ...କିଛି ବାଟ ଆସିବା ପରେ ଏକ ଗାଁରେ ସନ୍ଧ୍ୟା ହେବାରୁ ସେ ସେଠାରେ ହିଁ ରାତି ରହିବାକୁ ମନସ୍ଥ କଲା ।ଏମିତି ହଠାତ୍ ଗୋଟେ ମନ୍ଦିର ରୁ କିଛି ଲୋକ ପ୍ରାର୍ଥନା କଣ କରୁଥିବାର ଶବ୍ଦ ଶୁଣାଗଲା ।ନିଜର ଆଧ୍ୟାତ୍ମିକତା ପ୍ରତି ନିଜର ଇଛା ଯୋଗୁଁ ଯାଇଥିଲା ସେଠାକୁ ।
ସେ ସେମାନଙ୍କ ସହ ମଧ୍ୟ ସେଠାରେ ବସିଲା ...କିଛି ସମୟ ପରେ ପ୍ରାର୍ଥନା ସରିବା ପରେ କିଛି ଗୋଟେ ବହି ପଢାଗଲା ..ଯାହାର ନାମ ସତ୍ୟାନୁସରଣ ବୋଲି ପଢିବା ପୂର୍ବରୁ ସେ ଲୋକଟି ଏପରି କହି ପଢିଲେ -"ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ବହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ "
ସେ ପଢିଥିବା ବାଣୀ ଟା ଏମିତି ଥିଲା -" ସର୍ବପ୍ରଥମେ ଆମ୍ଭମାନଙ୍କୁ ସାହାସୀ ହେବାକୁ ହେବ ...ବୀର ହେବାକୁ ହେବ ପାପର ଜ୍ବଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା ...ତଡ ଯେତେ ଶୀଘ୍ର ପାର ଏହି ରକ୍ତ ଶୋଷଣ କାରୀ ଅବସାଦ ଉତ୍ପାଦକ vampire କୁ ...ସ୍ମରଣ କର ତୁମେ ସାହାସୀ ...ସ୍ମରଣ କର ତୁମେ ଶକ୍ତି ର ତନୟ ...ଆଗେ ସାହାସୀ ହୁଅ ବୀର ହୁଅ ତେବେ ଯାଇ ତୁମର ଧର୍ମ ରାଜ୍ୟରେ ପଶିବାର ଅଧିକାର ଜନ୍ମିଛି ..ନତୁବା ନାହିଁ ।"
ବିନୟ ମନକୁ ପାଇଯାଇଥିଲା କଥା ଟି ।ବିନୟ ସେଠାରେ ଜଣଙ୍କୁ ଜୀବନ୍ତ ଆଦର୍ଶ ଭାବେ ଜଣକୁ ଗ୍ରହଣ କରିବା ଓ ନକରିବା ଭିତରେ ଅସୁବିଧା କଣ ବୋଲି ପଚାରିଥିଲେ ।
ଉତ୍ତର ରେ ଟିକେ ହସି ସେ ବିନୟକୁ ପଚାରିଥିଲେ -ତୁମେ ମୋତେ ପ୍ରଥମେ କୁହ ...ତୁମ ଘରେ ତୁମ ସ୍ବର୍ଗତ ଜେଜେବାପା ଆଉ ତୁମର ବର୍ତ୍ତମାନ ତୁମ ବାପାଙ୍କ ଭିତରେ ଫରକ କଣ? ?
ବିନୟ କିଛି ବୁଝି ପାରିଲିନି ...
କଥାଟିକୁ ଟିକେ ସହଜ କରିବା ପାଇଁ କହିଲେ ...ତୁମେ ଛୋଟବେଳେ କେତେବେଳେ ଅଧିକ ଦୁଷ୍ଟାମି କର ..???
ବିନୟ କହିଲା -ଯେତେବେଳେ ବାପା ଘରେ ରହୁନଥିଲେ ।
ତା ପରେ ସେ ଭଦ୍ର ବ୍ୟକ୍ତି ପୁଣି ପଚାରିଲେ -ତୁମ ଘରେ ତୁମ ଜେଜେବାପାଙ୍କ ଫୋଟୋ ନିଶ୍ଚିତ ଥିବ...ଆଉ ତୁମକୁ ସବୁବେଳେ ତୁମ ମାଆ କହୁଥିବେ ଯେ ତୁମ ଜେଜେବାପାଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି ...,ତେବେ ତୁମ କିପରି ଦୁଷ୍ଟାମି କର? ??
କାରଣ ତୁମେ ତୁମର ଜେଜେବାପାଙ୍କୁ ସମ୍ମାନ ଦିଅ ସତ ମାନ ବି ମଧ୍ଯ କିନ୍ତୁ ଯେତେବେଳେ ଦୁଷ୍ଟାମି କରିବାକୁ ଈଛା ହୁଏ ...ମନକୁ ପ୍ରଥମେ ଏହା ଆସେ ଯେ ଜେଜେବାପା ତ ଏଠି ନାହାଁନ୍ତି ସତରେ କଣ ସେ ସବୁ ଦେଖୁଛନ୍ତି ।କଣ ଟା କରିଦେବେ ବ ସେ ....
କିନ୍ତୁ ସେ କଥା ଟା ଆସେନି ବାପା ଥିବାବେଳେ ...କାରଣ ତୁମେ ଜାଣିଛ ବାପା ଜୀବନ୍ତ ସେ ନିଜେ ଅଛନ୍ତି ...ଆଉ କିଛି ଭୂଲ କଲେ ସେ ରାଗିବେ ...ଖରାପ ଭାବିବେ ..।
ଆଉ ଏପରି ହିଁ ଘଟିଥାଏ ଆମ ଜୀବନରେ ...ଜୀବନ୍ତ ଆଦର୍ଶଙ୍କୁ ନଧରିଲେ ନିଜକୁ ଆମେ ନିୟନ୍ତ୍ରଣ କରିପାରୁନା ଭୁଲ୍ କରିବାବେଳେ ...ଜାଣି କି ବି ଭୁଲ୍ କରୁଛେ ।
ବିନୟ ରାତିରେ ସେଠାରେ ରହି ସକାଳୁ ବାହାରିଥିଲା ନିଜ ଗାଁକୁ ...ଗାଁରେ ପହଞ୍ଚି ଯେତେବେଳେ ଶୁଣିଥିଲା ଘଟିଥିବା ଦୁର୍ଘଟଣା ନିଜକୁ ରୋକିପାରିନଥିଲା ....ପାଗଳ ପ୍ରାଯ ହେଇଯାଇଥିଲା ।କିପରି ହତଭାଗ୍ବ ସେ ନିଜର ବାପା ଚାଲିଗଲେ ଅଥଚ ସେ କିଛି କରିପାରିଲାନି ...ଶେଷ ଥର ପାଇଁ ଦେଖିପାରିଲାନି ବି ...ଏପରି ନିଜକୁ ନିଜେ ଧିକ୍କାର କରୁଥିଲା ସେ ...।
ପାଗଳପ୍ରାୟ ଗାଆଁ ସାରା ବୁଲୁଥାଏ ...ଗାଁ ସାରା ଛୋଟ ଟୁ ବଡ ଯାଏଁ ସମସ୍ତେ କାନ୍ଦୁଛନ୍ତି ତାକୁ ଦେଖି ....କିଏ କହୁଥାଏ ଯଦି ରାମ ପିଅନ ଥାନ୍ତା ଆଜି କଣ ଆମେ ଏମିତି ଉପାସେ ଭୋକରେ ଥାନ୍ତୁ ...କିଛି ନା କିଛି ସେ କରିଥାନ୍ତା ନା ...ଏବେ ଭୋକରେ ମରିବା କଥା ...ଆଉ କିଏ ଆମକୁ ସାହା ହେବ ।
ବିନୟ ହଠାତ୍ ରହିଗଲା ...ଚିଲାଇବାକୁ ଲାଗିଲା ନା ନା ମୁ ମାରିବାକୁ ଦେବିନି ମୋ ବାପାଙ୍କୁ....ନା ନା
ଆଚ୍ଛା କକା ତୁମେ କହୁଥିଲ ନା ଏଇଲେ ଯଦି ବାପା ଥାଆନ୍ତେ ତାହାହେଲେ ତୁମେମାନେ ଭୋକରେ ନଥାନ୍ତ....ତାମାନେ ତୁମ ମାନଙ୍କୁ ଖାଇବାକୁ ଯଦି ମୁ କେଉଁଠୁ ଆଣି ଦେଇଥାଏ ..ଭାଙ୍ଗିଯାଇଥିବା ଯଦି ଘର ପୁଣି ନୂଆ କରିଦିଏ ...???
ହରି କକା କହିଲେ-ପୁଅରେ ଆମକୁ ଏମିତି ଲାଗିବ ଯେମିତି ପୁଣିଥରେ ଆମ ରାମ ପିଅନ(ବିନୟର ବାପା ) ଆମ ପାଖକୁ ଫେରିଆସିଛି ।
ବିନୟ କାନ୍ଦି କହିଲା -ଓଃ ସେଥିପାଇଁ ମୋ ବାପା ମୋ ଉପରେ ରାଗି ମୋ ଠୁ ଦୂର ରେ ଅଛନ୍ତି ...ମୁ ବି ତ ଗାଁର ପିଅନ ନା ...ଆଉ ସଭିଙ୍କୁ ଖାଇବା ପିଇବା ଦେବା ମୋର କର୍ତ୍ତବ୍ଯ ନା ...
ହଁ ହଁ ମୋ ବାପା ପୁଣି ଫେରିବେ ପୁଣି ଫେରିବେ ।
ବିନୟ ଦଉଡିଥିଲା ନିଜ ଅଞ୍ଚଳର ସବୁ ରାଜନେତାଙ୍କ ପାଖକୁ ...କିନ୍ତୁ ଫେରିଥିଲା ନିରାଶ ହୋଇ ।କାରଣ ଏବେ କିଛି ଦିନ ପୂର୍ବେ ନିର୍ବାଚନୀ ମତଦାନ ସରିଛି ...ଏପର୍ଯ୍ୟନ୍ତ ବି ଫଳାଫଳ ପ୍ରକାଶ ପାଇନି ।ଯେପର୍ଯ୍ୟନ୍ତ କିଏ ଜିତିବ ଜଣାନାହିଁ ସେପର୍ଯ୍ୟନ୍ତ ସାହାଯ୍ଯ କିଛି କରିପାରିବେନି ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ସଭିଏଁ ...
ବୁଝିପାରୁନଥିଲା ବିନୟ ...କଣ କରିବ ଏବେ? ??....
(କ୍ରମଶଃ )