Pradipta Sundar Rath

Inspirational

3  

Pradipta Sundar Rath

Inspirational

ମୁ ବଡ ହେଲେ ବହୁତବଡ ପିଅନ ହେବି-8

ମୁ ବଡ ହେଲେ ବହୁତବଡ ପିଅନ ହେବି-8

3 mins
119


"ବାପା ମୁ ବଡ ହେଲେ ବହୁତ ବଡ ପିଅନ ହେବି "

     ଭାଗ -8

(ଆମେ କାହାଣୀର ଏହି ଯାଏଁ ପହଞ୍ଚିଥିଲେ ଯେ -" ବିନୟ ନିଜ ଗାଁର ଲୋକମାନଙ୍କୁ ବନ୍ୟା ଓ ପ୍ରଳୟରୁ ରକ୍ଷା କରିବା ପରେ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଙ୍ଗ୍ ନେବା ପାଇଁ ଦିଲ୍ଲୀ ଯାଇଥିଲା ...କାରଣ ତାର ଗାଁକୁ ସାହାଯ୍ୟ କରିବା ସମୟରେ ଏକ ଦୁର୍ନୀତିଭୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସେ ବହୁ ହଇରାଣ ହେଇଥିଲା ...।ଦିଲ୍ଲୀ ରେ ତାର ସସ୍ମିତା ସହ ଦେଖା ହେଇଥିଲା )


ବିନୟ ଅନେକ ଚେଷ୍ଟା କରିବା ସତ୍ବେ ବାରବାର ବିଫଳ ହେଉଥିଲା ।ବିଫଳତା ର କାରଣ ଭାଗ୍ୟ ବି ହେଇପାରେ .

.ଆଉ ସେ ନିଜେ ।ସେ ପରିଶ୍ରମ କରୁଥିଲା ସତ କିନ୍ତୁ ତାର ମନ ସଂପୂର୍ଣ୍ଣ ଭାବେ ଲାଗୁନଥିଲା ।ପ୍ରଥମତଃ ଛୋଟ ବେଳୁ ତାର mind business mind ହେଇଯାଇଥିଲା ।ଏଣୁ ତା ମୁଣ୍ଡ କୁ ହଠାତ୍ ଏକ ବୁଦ୍ଧି ଜୁଟିଲା ,ଯେ ମୋର ଲକ୍ଷ୍ୟ ହେଉଛି କିପରି ଭଲ ପ୍ରଶାସନିକ ଅଫିସର ତିଆରି କରିବା ...ଆଉ ମୁ ଏପରି କରିପାରିବି ପରୀକ୍ଷା ନଦେଇ ମଧ୍ଯ ।ମୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଙ୍ଗ୍ ସେଣ୍ଟର ଖୋଲିପାରେ, ବହୁତ ଭଲ ଭଲ ପିଲାମାନଙ୍କୁ କୋଚିଂ ବି ଦେଇପାରେ ।ସେ ଏହିପରି ଏକ ବିଜିନେସ୍ ମାଇଣ୍ଡ ନେଇ ଚାଲୁଥିଲା ...

  ନିଜର ଏହି ଯୋଜନା ବିଷୟରେ ସେ ସସ୍ମିତା କୁ ଜଣାଇଲା, ସସ୍ମିତା ଭଲଭାବେ ଜାଣିଥିଲା ସେ ଭୁଲ୍ କରୁଛି ...କିନ୍ତୁ ସେ ଏହା ବି ଭଲଭାବେ ଜାଣିଥିଲା ସେ ଯେ ବିନୟ ଶୁଣିବା ପିଲା ନୁହେଁ, ସେ ବିନୟକୁ ତା ଭାଷାରେ ବୁଝାଇବାକୁ ଚେଷ୍ଟା କଲା ।

 ସେ ବିନୟକୁ କହିଲା -ଦେଖ ଏମିତି ତୁମେ ଆରମ୍ଭ କଲେ ବହୁତ ସଂଘର୍ଷ କରିବାକୁ ପଡିବ ପିଲା ସଂଗ୍ରହ କରିବାକୁ ।କିନ୍ତୁ ତୁମେ ନିଜେ ଯଦି IAS clear କରିଦେବ ଏବଂ ତା ସହ ଆଉ ଅନ୍ୟ କିଛି top EXAM clear କରିବା ସହ ସେସବୁ ରେ ଯଦି top କରିବ ।ତେବେ ତୁମେ କୋଚିଙ୍ଗ୍ ଆରମ୍ଭ କରିବା ମାତ୍ରେ ପିଲା ଧାଇଁ ଆସିବେ ।

  ବିନୟକୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ମିଳିନଥିଲା ପଢିବା ପାଇଁ ...କିନ୍ତୁ ଏବେ ମନପସନ୍ଦ ର ଲକ୍ଷ୍ୟ ତାକୁ ମିଳିଯାଇଛି ।ଏବେ ସେ ନିଜର ଜାନ୍ ଦେଇଦେଲା ।ଏବେ ସେ ସଫଳତା ହାସଲ କଲା ...ପୂରା ଭାରତରେ ଟପ କରିଲା ଅନେକ ଟପ ପରୀକ୍ଷା ଗୁଡିକରେ ।

 କିନ୍ତୁ ସେ ନିଜର ଲକ୍ଷ୍ୟ ଭୁଲି ନଥିଲା ...ଚାକିରି ଛାଡି କୋଚିଙ୍ଗ୍ ଆରମ୍ଭ କରିଦେଇଥିଲା ।

  ବହୁତ ଜୋର୍ ସେ ତାର ବିଜିନେସ୍ ରେ ଅଗ୍ରସର ହେଉଥିଲା ।ବହୁତ ଖୁସି ଥିଲା ବିନୟ ...,ବିନୟ କିନ୍ତୁ ଏହି ଖୁସିରେ ନିଜର ଲକ୍ଷ୍ୟ କୁ ଭୁଲି ଯାଇଥିଲା ...ଭୁଲି ଯାଇଥିଲା ତାର ସ୍ବପ୍ନ ଥିଲା କିପରି ଏପରି ସରକାରୀ ଅଫିସର ବନେଇବ ଯେଉଁମାନେ କି ଦୁର୍ନୀତିଗ୍ରସ୍ତ ନଥିବେ । ହଠାତ୍ ସବୁକିଛି ବଦଳିଯାଇଥିଲା ଯେତେବେଳେ ତାର institute ର ଗୋଟେ branch ବନ୍ଦ ହେଇଗଲା କେବଳ ଖିଆଲି ମନୋବୃତ୍ତି ର ସରକାରୀ କର୍ମଚାରୀ ଟେ ପାଇଁ ।


  ବିନୟ ଭଲଭାବେ ଜାଣିଥିଲା ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ବନିବାର ଗୋଟେ କାରଣ ହେଉଛି ଅଧିକାଂଶ ବ୍ୟକ୍ତି ସରକାରୀ ଚାକିରୀ ଏଥିପାଇଁ କରିବାକୁ ଚାହାଁନ୍ତି କାରଣ ଏଥିରେ କମ୍ ପରିଶ୍ରମ ରେ ଅଧିକ ରୋଜଗାର କରିହୁଏ ।ପ୍ରଥମରୁ ଜଣେ ଠକିବାର ଏବଂ ବହୁ ସୁବିଧା ପାଇବାର ଆଶା ରେ ସରକାରୀ ଚାକିରୀ ଖୋଜୁଥାଏ ।

  କିନ୍ତୁ କେହି ନିଜର କର୍ତ୍ତବ୍ଯ ବିଷୟରେ ଭାବିନଥାଏ ।ଯେପରି କି ଜଣେ ଶ୍ରେଷ୍ଠ ସମାଜସେବକ ହିଁ ଆଇଏସ୍ ଅଫିସର ହେବାର ଯୋଗ୍ଯ ।ଆଇଏସ୍ ପରୀକ୍ଷା ଦେବା ପୂର୍ବରୁ ପ୍ରଥମେ ତା ମନରେ ଏହା ରହିବା ଉଚିତ୍ ଯେ ସେ ସମାଜ ସେବା କରିବାକୁ ହିଁ ଆଇଏସ୍ ବନିବାକୁ ଚାହେଁ ।

 ବିନୟ ଏଥିରେ ମଧ୍ଯ ସଫଳତା ହାସଲ କରିଲା ...ନିଜର ଛାତ୍ର ଛାତ୍ରୀ ମାନଙ୍କ ଚିନ୍ତାଧାରା ରେ ପରିବର୍ତ୍ତନ ଆଣିପାରିଥିଲା ।ଏବେ ଖୁସି ଥିଲା ସେ ...

  କିନ୍ତୁ ହଠାତ୍ ସବୁକିଛି ବଦଳିଯାଇଥିଲା ଯେତେବେଳେ ତାର ଗୋଟେ ପ୍ରିୟ ଛାତ୍ର ଆତ୍ମହତ୍ୟା କରିଦେଇଥିଲା ।ପଛରେ ସେ ଜାଣିବାକୁ ପାଇଲା ଯେ ସେ ଏକ ଦୁର୍ନୀତିଭୁକ୍ତ ନେତାର ସାଥ୍ ନଦେବାରୁ ତାକୁ ମାରିଦିଆଯାଇ ଏହାକୁ ଆତ୍ମହତ୍ୟା କେସ୍ ରେ ପରିଣତ କରିଦିଆଯାଇଛି ।

  ତାର ଅନେକ ଛାତ୍ରଛାତ୍ରୀ ମଧ୍ଯ ଚାକିରି ପାଇବା ପରେ ଏହି ଗୋଟିଏ ଅଭିଯୋଗ ଆଣି କି ଆସୁଥିଲେ କି ସେମାନେ ଯେତେ ଚେଷ୍ଟା କଲେ ମଧ୍ଯ ଏହି system ଏପରି ହେଇଯାଇଛି ଯେ ସମସ୍ତେ ଚାହାଁନ୍ତି ସେମାନେ ଦୁର୍ନୀତି କରନ୍ତୁ ।ଯେଉଁ ଜନତାଙ୍କ ସେବା କରିବା ପାଇଁ ଚାହୁଁଛନ୍ତି ସେ ଜନତା ଚାହାଁନ୍ତି କିପରି ସରକାରକୁ ଠକିବେ , ଆଉ ସରକାର ଚାହେଁ କିପରି ଜନତା କୁ ଠକିବ ।ଆଉ ଏହି ଦୁର୍ନୀତି ଭିତରେ ବିଚରା ଫସିଯାଆନ୍ତି ପ୍ରଶାସନିକ ଅଫିସର ।କାରଣ ସରକାର ଆଉ ଜନତା ଭିତରେ ଯୋଗସୂତ୍ର ରକ୍ଷା କେବଳ ଜଣେ ପ୍ରଶାସନିକ କର୍ମଚାରୀ କରେ ।

  ବିନୟ ଏବେ ବୁଝିପାରୁନଥିଲା ପୁଣି କଣ କରିବ ...???

 

ସସ୍ମିତା ବିନୟକୁ କହିଲା ଏବେ ତୁମକୁ ହିଁ ନିଜକୁ ମଇଦାନ ଉପରକୁ ଓହ୍ଲାଇ ବାକୁ ପଡିବ ।ଆଉ କିଛି ବାଟ ନାହିଁ ...

  (କ୍ରମଶଃ )


Rate this content
Log in

Similar oriya story from Inspirational