Jyotirmayee Panda

Drama Crime Fantasy

4  

Jyotirmayee Panda

Drama Crime Fantasy

ମୋନିକା ଡାଏରୀ (ଭାଗ -୧୨)

ମୋନିକା ଡାଏରୀ (ଭାଗ -୧୨)

4 mins
276


ଜଣେ ବ୍ୟକ୍ତି ନିଜର ଲୋକ ମାନଙ୍କୁ ଲଗେଇ ଡ୍ରକ୍ସ କାରବାର ଚଲାନ୍ତି, ତାଙ୍କ ଲୋକ ସବୁ ବୁଲି ବୁଲି ଅନାଥ ଛୋଟ ପିଲାଙ୍କୁ ନେଇ ନିଜର ଅକ୍ତିଆରରେ କରନ୍ତି ଏବଂ ତାଙ୍କୁ ଡ୍ରକ୍ସ , ଚୋରି ଇତ୍ୟାଦିଠୁ ନେଇକି ଅନେକଗୁଡ଼ିଏ ନକରାତ୍ମକ କାର୍ଯ୍ୟରେ ଲାଗନ୍ତି । ହଠାତ୍ ଦିନେ ଆମ ଦୁଇ ଭାଇଙ୍କର ପାଳି ବି ପଡ଼ିଥିଲା ଆମକୁ ସେ ବ୍ୟକ୍ତି ଜଣଙ୍କର ଲୋକମାନେ ଆସି ଜବରଦସ୍ତି ଉଠେଇ ନେଉଥିଲେ , ଠିକ୍ ସେତିକିବେଳେ ମୋନିକା ଦିଦି ଆମକୁ ରକ୍ଷା କରିବାକୁ ଆସିଥିଲେ । ସେଦିନ ମୋନିକା ଦିଦି ସନ୍ଧ୍ୟାରେ କଲୋନୀରେ ଥିବା ନିଜ ଘରକୁ ଯାଉଥିବା ବାଟରେ ଆମ ଦୁଇ ଭାଇଙ୍କୁ ଜବରଦସ୍ତି ଉଠେଇ ନେଉଥିବାର ଦେଖିଥିଲେ , ଯେହେତୁ ସେ ଆମ ଦୁଇଜଣଙ୍କୁ ଏ ଢାବାରେ ପୂର୍ବରୁ କାର୍ଯ୍ୟରତ ଥିବାର ଦେଖିଥିଲେ ତଥା ଆମ ସହିତ ଢାବାରୁ ଖାଇବା ନେବା ସମୟରୁ ଜଣାଶୁଣା ମଧ୍ୟ ଥିଲେ , ତେଣୁ ସେ ସାହାଯ୍ୟ କରିବାକୁ ଯାଇ ବାରମ୍ବାର ସେ ଲୋକ ମାନଙ୍କଠାରୁ ଆମକୁ ଅଟକାଇଥିଲେ ।

ହେଲେ ପରିସ୍ଥିତି ସେତେବେଳେ ଏମିତି ଥିଲା ଯେ ସେ କିଛି ବି କରିପାରି ନଥିଲେ ଏବଂ ନିଜେ ସେଇ ନକରାତ୍ମକ ପ୍ରଭାବୀ ଲୋକଙ୍କ ହାତରୁ ମାଡ ଖାଇ ତଳେ ପଡ଼ିଯାଇଥିଲେ । ଶେଷରେ ସେ ପୋଲିସ୍ ର ସହାୟତା ନେଇଥିଲେ ଆଉ ଗୋଟେ ଫୋନ୍ ଟେ କରି ପୋଲିସ୍ ଙ୍କୁ ଡକେଇବା ସହିତ ବେଶ୍ ସାହସ ଧରି ଆମ ଦୁଇ ଭାଇଙ୍କୁ ଉଦ୍ଧାର କରିବା ପାଇଁ ପଡ଼ିଥିବା ସ୍ଥାନରୁ ଉଠି ସଙ୍ଗେ ସଙ୍ଗେ ପଛେ ପଛେ ଅନୁସରଣ କରିଥିଲେ । ହେଲେ ଅନୁସରଣ କରି ଯେହେତୁ ସେ ଆମ ପଛେ ପଛେ ଆସି ସେଇ ଲୋକଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ , ତେଣୁ ସେ କାଇଦାର ସହିତ ସେଠାକାର ମାହଲ୍ କୁ ନିଜର ଫୋନ୍ ମାଧ୍ୟମରେ ରେକଡ୍ କରିଥିଲେ । ସେ ନିଜେ ବୁଝି ପାରିଥିଲି ଯେ ଛୋଟ ଛୋଟ ଛୁଆ ଯିଏ କି କାଲିର ଭବିଷ୍ୟତ, ତାଙ୍କୁ କିପରି ଏପରି ଅବସ୍ଥାରେ ରଖି ଏଠି ନଷ୍ଟ କରାଯାଉଛି । ତେଣୁ ସେ ଏ ପରିସ୍ଥିତିରୁ ସବୁ ଛୁଆଙ୍କୁ ଉଦ୍ଧାର କରିବେ ବୋଲି ମନସ୍ଥ କରିଥିଲେ ।

ଧୀରେ ଧୀରେ ସେ ଛପି ଛପି ସମସ୍ତ ତଥ୍ୟକୁ ସଂଗ୍ରହ କରିବାରେ ଲାଗିଥିଲେ । ସବୁକିଛି ସଂଗ୍ରହ କରିବା ଭିତରେ ହଠାତ୍ ତାଙ୍କୁ ପଛ ପଟରୁ ଜଣେ ଲୋକ ଦେଖି ନେଇଥିଲା । ଯାହାଫଳରେ ଡକାଡକି ହେଇ ତାଙ୍କୁ ମାରିବା ପାଇଁ ସେଠି ଆକ୍ରମଣ କରାଯାଇଥିଲା । ଆକ୍ରମଣକୁ ନେଇ ସେ ଯଥା ସମ୍ଭବ ବଞ୍ଚିବାକୁ ଚେଷ୍ଟ ଚାଲେଇଥିଲେ ,କିନ୍ତୁ ସେ ଗନ୍ତବ୍ୟ ସ୍ଥଳଟି ଏମିତି ଥିଲା ଯେ ସେଠାରୁ ବାହାରକୁ ଯିବାର ମାର୍ଗ ସେ ପାଇ ପାରି ନଥିଲେ । ଶେଷରେ ସେ ଗୋଟେ ସ୍ଥାନରେ ଛପି ଯାଇଥିଲେ । ଆଉ ଏପଟେ ତାଙ୍କୁ ଚାରିଆଡେ ଖୋଜା ଯାଉଥିଲା । ତେବେ ସେ ସେଠି ଛପି ଛପି ସମସ୍ତ ତଥ୍ୟକୁ ପୋଲିସ୍ ନମ୍ବରରେ ପଠାଇଥିଲେ । କିନ୍ତୁ ପୋଲିସ୍ ସେହି ସ୍ଥାନକୁ ଆସିବା ପରେ ଯେତେବେଳେ ମୋନିକା ଦିଦି ତାଙ୍କୁ ଦେଖା କରିବାକୁ ବାହାରିଛନ୍ତି ତ ସେ ବୁଝି ପାରିଲେ ଯେ ପୋଲିସ୍ ବି ଏସବୁ ଭିତରେ ସାମିଲ୍ ଅଛନ୍ତି । ତେଣୁ ସେ ପୁଣି ଲୁଚିଗଲେ ଏବଂ ନିଜର ଫୋନ୍ ସ୍ୱିଚଅଫ୍ କରିଦେଲେ ।

ଫଳରେ ସେ ପୋଲିସ୍ ଜଣଙ୍କ ଆଉ ତାଙ୍କୁ ଖୋଜିବାକୁ ମନା କରିଥିଲେ ଏବଂ ସେଠାକାର ଲୋକଙ୍କୁ ସଚେତନ କରେଇ କହିଥିଲେ , ତୁମେ ଅନାଥ ପିଲାଙ୍କୁ ଆଣି ଏ ବ୍ୟବସାୟ କରୁଚ ବୋଲି କେହି ଟିକେ ସୁରାଗ୍ ପାଉ ନାହାଁନ୍ତି କି ବାଧା ବି ସୃଷ୍ଟି କରି ନାହାନ୍ତି । କିନ୍ତୁ ଆଜି ଯେଉଁ ଦୁଇ ପିଲାଙ୍କୁ ଆଣିଛ ସେ ବୋଧେ ଅନାଥ ନୁହଁନ୍ତି । ସେ ଦୁହେଁ ହୁଏତ ସେଇ ଝିଅର କେହି ସଂପର୍କୀୟ ହେଇଥିବ । ତେଣୁ ତାଙ୍କୁ ଯଥା ସମ୍ଭବ ଛାଡ଼ିଦିଅ । ନଚେତ୍ ତମର ଧନ୍ଦା ସେ ଝିଅ ବନ୍ଦ୍ କରିଦେବ ସୁନିଶ୍ଚିନ୍ତ । ତା ପାଖରେ ଏଠାକାର ସବୁ ଫୁଟେଜ୍ ,ସବୁ ଫଟୋ ଅଛି , ତାକୁ ସେ ମତେ ଫୋନ୍ ମାଧ୍ୟମରେ କିଛି ସମୟ ପୂର୍ବରୁ ହିଁ ପଠେଇଚି । ମୁଁ ତାକୁ ଏସବୁ କାହାକୁ ନ ପଠେଇବା ପାଇଁ ତ କହି ସାରିଛି । ହେଲେ ମୁଁ ପାଇବା ପୂର୍ବରୁ (ବା ମତେ ପଠେଇବା ପୂର୍ବରୁ) ଜଣା ନାହିଁ ସେ କେତେ ଜଣଙ୍କୁ ଏ ତଥ୍ୟ ସବୁ ଛାଡିଥିବ । ଯଦି ଭଲ ଚାହୁଁଛ ତେବେ ଏ ଦୁଇଜଣ ଛୁଆଙ୍କୁ ପ୍ରଥମେ ଛାଡ଼ିଦିଅ ।

ପୋଲିସ୍ ର ଏମିତି କଥା ଶୁଣି , ସେଠାକାର ନକରାତ୍ମକ ପବୃତ୍ତିର ଲୋକ ତାଙ୍କର ମୁଖ୍ୟ ବ୍ୟକ୍ତିଙ୍କୁ (ବସ୍) ଫୋନ୍ ମାଧ୍ୟମରେ ସବୁକିଛି ଜଣେଇଥିଲେ । ବସ୍ ଉତ୍ତ୍ୟକ୍ତ ହେଇ କହିଥିଲେ , ମତେ କିଛି ବି ଜଣା ନାହିଁ ଏ ଧନ୍ଦା ବିଷୟରେ ଯେମିତି କାହାକୁ ବି କାନକୁ କାନ ଖବର ନ ଯାଏ । ଯଦି ଦରକାର୍ ପଡ଼ୁଚି ତେବେ ସେ ଝିଅକୁ ହେଉ ପଛକେ ମାରିଦିଅ ଏବଂ ସେ ଦୁଇ ଛୁଆଙ୍କୁ ମଧ୍ୟ ରାସ୍ତାରୁ ହଟେଇ ଦିଅ । ଏ କାମରେ ଯିଏ ବାଧା ସୃଷ୍ଟି କରିବ ସିଏ ମରିବ । ସେ ଯେ କେହି ବି ହୁଅନ୍ତୁ ପଛକେ । ଦେଖ ବାହାର ଦରଜା ବନ୍ଦ୍ କରି ଖୋଜିବାରେ ଲାଗ ଯଦି ପାଇଲ ତେବେ ମାରିଦିଅ । ନଚେତ୍ ଏମିତି ବି ହେଇପାରେ ଯେ ସେ ଝିଅ ଫୁଟେଜ୍ ସବୁକୁ ନେଇ ସେଠାରୁ ଚାଲିଯାଇ ଥାଇ ପାରେ ଏବଂ ତାକୁ ଅନ୍ୟ କେଉଁଠି ଦେଖେଇ ଏ କାମକୁ ବନ୍ଦ୍ କରିବାର ବ୍ୟବସ୍ଥା ଚଲେଇ ଥାଇ ପାରେ । ବିଳମ୍ୱ ନକରି ତାକୁ ଖୋଜ , ଅତି କମ୍ ରେ ତାଠୁ ସେ ଫୁଟେଜ୍ ସବୁ ସଂଗ୍ରହ କର । ଯେମିତି ସେ କାହାକୁ ସେ ଫୁଟେଜ୍ କୁ ଦେଇ ନପାରେ।

ସବୁକିଛି ଶୁଣିବା ପରେ ଗୁଣ୍ଡାମାନେ (ବା ନକରାତ୍ମକ ପବୃତ୍ତି ଲୋକମାନେ ) ଖୋଜି ଚାଲିଛନ୍ତି ସେ ଗନ୍ତବ୍ୟ ସ୍ଥଳ ଭିତରେ । ଚାରିଆଡେ଼ ଖୋଜିବାପରେ ସେ ପାଇ ନାହାଁନ୍ତି ସେ ଝିଅଟିକୁ (ମୋନିକା ଦିଦିଙ୍କୁ ) ପୁଣି ଗୁଣ୍ଡାମାନେ ଦଳ ଦଳ ହେଇ ଚାଲି ଯାଆନ୍ତି ବାହାରକୁ , ହୁଏତ ବାହାରେ କିଛି ସନ୍ଧାନ ମିଳିପାରେ ସେଇ ଆଶାରେ । କିନ୍ତୁ ବାହାରେ ଯଥା ସମ୍ଭବ ଖୋଜନ୍ତି ତ କିଛି ଜାଣି ପାରନ୍ତି ନାହିଁ । ଶେଷରେ ଫେରି ଆସି ଦେଖନ୍ତି ତ ଯାହା ଦୃଶ୍ୟ ହୁଏ ତାହା ତାଙ୍କୁ ଥରହର କରିଦିଏ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama