Lipsa Acharya

Inspirational Others

4.0  

Lipsa Acharya

Inspirational Others

ମୋ ପାଠାଗାରା

ମୋ ପାଠାଗାରା

4 mins
222


ସେ ଦିନ ଭାଷା ବିଭାଗରେ ପ୍ରଥମ କ୍ଲାସ୍ ଥାଏ। ସାର୍ ଜଣ ଜଣ କରି ପଚାରୁଥାନ୍ତି ;"ତୁମେ ଅପ୍ସନାଲ ରେ କାହିଁକି ଭାଷା ବାଚ୍ଥିଲ?" ଉତ୍ତରରେ କେହି କହୁଥାନ୍ତି ମୁଁ ରଖି ନାହିଁ ମୋତେ ମିଳିଲା; ଆଉ କେହି କହୁଥାନ୍ତି ମୋର ଭାଷା ପଢିବାକୁ ଇଚ୍ଚ୍ଥା ଥିଲା ତେଣୁ ରଖିଲି। ଶେଷରେ ପ୍ରଶ୍ନଟା ଲିପି ପାଖକୁ ଆସିଲା । ସେ କହିଲା ," ସାର୍ ମୋର ତ ଆଇନ୍ ଅପ୍ସନାଲ୍ ନେବାର ଥିଲା। ସେଇଟା ମିଳିଲା ନାହିଁ। ତେଣୁ ଭାଷା ରଖିଦେଲି। ଏମିତିରେ ବି ସାହିଁତ୍ଯର ଗୋଟିଏ ଭାଗ ଭାଷା। " ଲିପିର କଥା ଶୁଣି ସାର୍ କହିଲେ ,"ତୁମେ କଣ ହେବାକୁ ଚାହଁ ଭବିଷ୍ଯତରେ। " ଲିପି କିଚ୍ଥି କହିବା ପୂର୍ବରୁ ତା' ପାଖରେ ବସିଥିବା ସାଙ୍ଗଟି କହିଲା,"ସାର୍ ଏ ଲାଇବ୍ରେରୀ କରିବ। ଆଉ ସେ ଲାଇବ୍ରେରୀ ରୁମ୍ ରେ ସେ ଆଉ ତା' ବହି। ଦୁନିଆଁ ସହିତ କୌଣସି ସମ୍ପର୍କ ରହିବ ନାହିଁ। " ସବୁ ଶୁଣିସାରି ସାର୍ ଲିପିକୁ ଦେଖି ଇସାରା ରେ ପଚାରିଲେ। ଲିପି ମୁଣ୍ଡ ହଲାଇ କହିଲା," ହଁ, ସାର୍ ନିଜର ଗୋଟିଏ ଲାଇବ୍ରେରୀ କରିବି ।" ଏହି ସମୟରେ କ୍ଲାସ୍ ର ଆଉ ଜଣେ ପିଲା କହିଲା," ସାର୍ ! ଆମ କ୍ଲାସ୍ ର ସବୁ ପିଲା ମିଶି ଯେତେ ଟଙ୍କା ଲାଇବ୍ରେରୀକୁ ବାନ୍ଧିଥିବୁ ; ତାର ଚାରିଗୁଣା ଟଙ୍କା ଏ ବାହାର କରି ଦେଇଥିବ ବହି ପଢି ପଢି।" ଲିପି ଟିକିଏ ବିରକ୍ତ ହେଇ କହିଲା," ନାହିଁ ସାର୍ ସେମିତି କିଚ୍ଥି ନୁହେଁ।" 


ଲିପି ସହିତ ବହିର ପରିଚୟ କେବେ ହେଲା ସେ ଜାଣିନି। ହେତୁ ହେଲା ଦିନରୁ ସବୁଠାରୁ ପ୍ରିୟ ବହି। ବେଳେବେଳେ ମା' କୁହେ," ପିଲା ଯେତେବେଳେ ଅ, ଆ ଶିଖୁଥିଲେ ସେତେବେଳେ ତୁ ନିର୍ଭୁଲ ବାକ୍ଯ ଲେଖି ପାରୁଥିଲୁ। ସ୍କୁଲ୍ ରେ ଶିକ୍ଷିକ , ଶିକ୍ଷୟତ୍ରୀ କହିବାର ," ତୁମ ଝିଅ ନିଜ ବୟସ ଠାରୁ ଅଧିକ ପାଠ ଜାଣି ସାରିଲାଣି ଆଉ ତାକୁ ଘରେ ଅଧିକା କିଚ୍ଥି ଶିକ୍ଷାଅ ନାହିଁ।" ଆଜି ଏକଥାକୁ ଶୁଣି ଲିପି ବହୁତ ହସେ। ସତରେ କି ଭାବେ। ଲିପିର ଗୋଟିଏ କଥା ଆଜିଯାଏଁ ବି ଝାପ୍ସା ଝାପ୍ସା ମନେ ଅଚ୍ଥି। ଥରେ ଲିପି ସମ୍ବାଦର ଲାଲ୍ ମଲାଟ ଲାଗିଥିବା ସାପ୍ତାହିକ ବହିକୁ ବଡ଼ ଆଗ୍ରହର ସହିତ ପଢୁଥିଲା। ସେଥିରେ କଣ ଲେଖା ଥିଲା ଆଜି ଲିପିକୁ ମନେ ନାହିଁ। ମାତ୍ର ସାପ୍ତାହିକ ପଢୁଥିଲା କହି ବହୁତ ଗାଳି ଶୁଣିଥିଲା। ତା' ପର ମାସରୁ ଲିପି ସହିତ ପରିଚିତ ହେଲା ଜହ୍ନମାମୁଁ ଆଉ ମୀନାବଜାର ସହିତ। ଲିପି ସେତେବେଳେ ଜାଣି ନ ଥିଲା ଏଦୁଇଟା ପତ୍ରିକା କହି। ମାସକୁ ଥରେ ପତ୍ରିକା ବାହାରେ। ଲିପିକୁ ମାସର ପ୍ରଥମ ସପ୍ତାହରେ ଜହ୍ନମାମୁଁ ଆଉ ମୀନାବଜାର ମିଳିବା ମାତ୍ର ସେ ତାକୁ ୩,୪ ଦିନ ଭିତରେ ଲାଗି ପଡି ପଢୁଥିଲା। ସରିଗଲେ ଆଉ ଗୋଟିଏ ନୂଆ ଗଳ୍ପ ବହି ଆସିବ କହି। ଆଜି ବି ଲିପିର ଜହ୍ନମାମୁଁର "ଶାନ୍ତାର ଭିଷୁ ପର୍ବ" ,"କୁହୂକ ପଥରର ତରକାରୀ" ଆଉ ମୀନାବାଜର କାଉ ଆଉ ଟେଲିଫୋନ ମଧ୍ଯରେ ଥିବା ଫରକ , ଜିଦି କଲେ କଣ କ୍ଷତି ହୁଏ। ଏପରି ଅନେକ ଗଳ୍ପ ମନେ ଅଚ୍ଥି। ଧିରେ ଧିରେ ଲିପି ବଡ ହେଲା। ସ୍କୁଲ୍ ର ସାହିତ୍ଯ ବହିରେ ଲେଖକଙ୍କ ପରିଚୟ ଭିତରେ ଥିବା ଲେଖକଙ୍କ ବହିର ନାମ ସହିତ ପରିଚୟ ହେଲା। ଯେମିତିକି ଗୋଲକ ବିହାରୀ ଧଳଙ୍କ " ଲଣ୍ଡନର ଚିଠି", ଗୋଦାବେରୀଶ ଙ୍କ "ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ", ଅଖିଳମହୋନ ପଟ୍ଟନାୟଙ୍କ " ନଦୀର ନାମ ଗଣତନ୍ତ୍ର", ଏମିତି ଅନେକ କିଚ୍ଥି। ସେହି ସମୟରେ ଲିପି ମନରେ ଭାବିବାର ଖାସ୍ ଏସବୁ ବହିକୁ ମୋତେ ପଢିବାକୁ ସୁଯୋଗ ମିଳିଥାନ୍ତା କି ? ଯଦି ଭବିଷ୍ଯତରେ ମିଳିବ ତେବେ ନିଶ୍ଚତ ପଢିବି। କୁହା ଯାଏ ନା: ମନର ପ୍ରାର୍ଥନା ଭଗବାନ ଶୁଣନ୍ତି। ଲିପିର ବି ଶୁଣିଲେ। ଆଉ ଜଣଙ୍କ ଭୂଲ୍ ପାଇଁ ଲିପିକୁ କଲେଜରେ ଓଡିଆ ଅନର୍ସ ମିଳିଲା। ଲିପି ଏଥିରେ ଖୁସି ହେବା ବଦଳରେ ଅନ୍ଯମାନଙ୍କ କଥା ଶୁଣି ଦୁଃଖି ହେଇଗଲା। ଭାବିନେଲା ତା'ର କୌଣସି ଭବିଷ୍ଯତ ନାହିଁ। ସବୁ ମୁହଁରେ ଗୋଟିଏ ବାକ୍ଯଥିଲା," ତୋ ଭବିଷ୍ଯତ ନାହିଁ। ବାହା ହେଇ ଚ୍ଥୁଆ ପାଳିବା ଚ୍ଥଡା।" ଲିପି ବି ସମସ୍ତଙ୍କ କଥା ଶୁଣି ବହୁତ ଚିଡିଚିଡା ହେଇଗଲା। ନିଜକୁ ଏ ଭିଡ ଭିତରରୁ ବାହାର କରିବାକୁ ପଡିବ ଭାବିଲା। ଏମିତିରେ ୩ ସରିଗଲା। ଲିପି ପିଜିରେ ଆଡ ମିଶନ କଲା। 


ଯେଉଁଦିନ ପ୍ରଥମଥର ପାଇଁ ରଘୁନାଥ ପାଢୀ ଗ୍ରନ୍ଥାଗାର ଭିତରକୁ ଗଲା ତା' ହୃଦୟର ସ୍ପନ୍ଦନ ବଢ଼ିଗଲା। ସେତେ ଯେମିତି ଅନେକ ଅପେକ୍ଷା ପରେ ପ୍ରେମିକ ଟେ ପାଇଚ୍ଥି । ରୁମ୍ ରେ ରୁମ୍ ଟିଏ ଓଡିଆ ବହି। ଦଲକାଏ ପବନରେ ଲିପିର ବାଳ ଉଠିଗଲା। ମୁହଁରେ ଅଲଗା ପ୍ରକାରର ଗୋଟିଏ ଚମକ ଥିଲା। ଗୋଟିଏ ନିଶ୍ବାସ ଚ୍ଥାଡି ନିଜକୁ ନିଜେ କହିଲା," ତାକୁ ପିଜି ପ୍ରଥମ ଶ୍ରେଣୀ ମିଳିଗଲେ ଗଲା; ତା' ଠାରୁ ଅଧିକ କିଚ୍ଥି ମାର୍କ ଦରକାର ନାହିଁ। ଦୁଇବର୍ଷ ଭିତରେ ମୁଁ ଏସବୁ ବହି ପଢିବି।" ସବୁ ବହି କଣ ପଢିବା ସମ୍ଭବ ପର ଥିଲା, ନା ନ ଥିଲା। ଲିପି ୧୨୦ ଖଣ୍ଡ ବହି ସବୁ ପଢି ପାରିଲା। ଯେଉଁ ଯେଉଁ ବହି ପଢିବ କହି ଲିପି ସ୍କୁଲ୍ ରେ ଭାବୁଥିଲା ସେସବୁ ପଢିଲା। ଶେଷରେ ଗୋଟିଏ ଅବଶୋଷ ରହିଗଲା। "ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ", ପଢି ପାରିଲା ନାହିଁ। ଲାଇବ୍ରେରୀ କାର୍ଡ ଫେରାଇବାର ଶେଷଦିନ ବହିର ପ୍ରଥମ ସଂସ୍କରଣର ଗୋଟିଏ ଚ୍ଥିଣ୍ଡା ବହି ଟେ ପାଇଲା। ଯାହାକୁ ଦେଖି ତା' ଆଖିରେ ଲୁହ ଆସିଗଲା। ବହିଟା ପଢି ପାରିବା ଅବସ୍ଥାରେ ନ ଥିଲା।  ଆଖିରୁ ଲୁହ ପୋଚ୍ଥି ବହିକୁ ଆଉଁଷି ଫେରି ଆସୁଥିବା ସମୟରେ ତା'ର ବହିର ଗୋଟିଏ ନୂଆ ଚ୍ଥପା ବହି ପାଇଲା। ସେଦିନର ଖୁସି କହିଲେ ନ ସରେ। ସେଦିନ କାର୍ଡ ନ ଫେରାଇ କାଲି ଫେରାଇ ଦେବି କହି ବହିଟିକୁ ଆଣିଲା। ପୁରା ରାତି ଆଉ ସକାଳ ୧୦ଟା ଭିତରେ ତାକୁ ପଢି ସାରିଲା। ଲିପି କ୍ଲାସ୍ ରେ ଅନେକ ପିଲାଙ୍କ ନାମରେ ବହି ଆଣି ପଢିଚ୍ଥି। ଖଟ ଉପରେ ସବୁବେଳେ ମୁଣ୍ଡ ପାଖରେ ବହି ଥାଏ ମାନେ ଥାଏ ତା'ର। ଏବେ ବି ରାତିରେ ଶୋଇଲାବେଳେ ବହି ଖଣ୍ଡେ ଜାବୁଡି ଧରି ଶୁଏ। ସକାଳୁ ଉଠିଲେ ଆଗ ମୁହଁ ନ ଧୋଇ ରାତିରେ ଅଧାପଡା ବହିକୁ ଝିକିଆଣି ପଢେ। ଯେଉଁଥି ପାଇଁ ବହୁତ ସାରା ଗାଳି ଶୁଣିଚ୍ଥି। ଏ ବହି ପାଇଁ ଅନେକ ଥର ଭଜା କ୍ଷୀର ପୋଡି ଦେଇଚ୍ଥି।  


ଆଜି ଲିପି ପାଖରେ ତା' ନିଜର ଚ୍ଥୋଟ ପାଠାଗାରା ଅଚ୍ଥି। ଯେଉଁଠାରେ ପିଲା ଠାରୁ ଆରମ୍ଭ କରି ବୟସ୍କ ବର୍ଗ ପର୍ଯ୍ଯନ୍ତ ସବୁ କିଷମର ବହି ଅଚ୍ଥି। ଓଡିଆ, ଇଂରାଜୀ, ହିନ୍ଦି, ବଙ୍ଗାଳୀ, ତେଲୁଗୁ ଆଦି ଭାଷାର ବର୍ଣ୍ଣମାଳା, ୧୦ଟି ଓଡିଆ ସାହିତ୍ଯର ଇତିହାସ, ଭଞ୍ଜଙ୍କ କାବ୍ଯଭାଷା, ଓଡିଶାର ଆଦୀବାସୀ, ଧୂନି ବିଜ୍ଞାନ, କିଚ୍ଥି ଭ୍ରମଣ କାହାଣୀ, କବିତା, ଗଳ୍ପ, ଉପନ୍ଯାସ, ପୁରାତନ, ମଧ୍ଯ, ଆଧୁନିକ ଇତିହାସ ସହିତ ବହୁତ ଗୁଡିଏ ଜି. କେ. , ଅଭିଧାନ, କଥା, କାଦମ୍ଭନୀ ପରି କେତେକ ପତ୍ରିକା ଓ ଅନେକ ବହିର ଜେରକ୍ସ କପି ଅଚ୍ଥି। ତା' ସହିତ ବହୁତ ଗୁଡିଏ ପିଡ଼ିଫ.। 


ଏ ବହିର ମହଲ ଲିପି ପାଇଁ କେତୋଟି ପୃଷ୍ଠାର ସମାହରରେ ତିଆରି ବହି ଖଣ୍ଡ ନୁହେଁ। ଏ ବହି ଗୁଡିକ ଗୋଟିଏ ଗୋଟିଏ ଜୀବନ୍ତ ଅସ୍ତିତ୍ବ। ଯାହା ବିନା ଲିପି ବଞ୍ଚି ପାରିବ ନାହିଁ। ଅନେକ ଥର ନିଜ ପୋଷାକ ପାଇଁ ଦିଆ ହେଇଥିବା ଟଙ୍କାରୁ ଅଧାରୁ ଅଧିକ ବହି କିଣି ଆଣିଦିଏ। ସେଥିପାଇଁ ଗାଳି ବି ଶୁଣେ। ବହିର ବାସ୍ନା ଯେ ବାରିଚ୍ଥି ସେ ହିଁ ଜାଣିପାରିବ ବହିପାଗଳ କେମିତି ହୁଏ ଜଣେ। 


ଲିପି ପାଇଁ ତା'ର ଏଇ ଚ୍ଥୋଟିଆ ପାଠାଗରା ଟା; ତା'ର ପୁରା ଦୁନିଆଁ। 


Rate this content
Log in

Similar oriya story from Inspirational