Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Inspirational


3  

Pratap Chandra Mishra

Inspirational


ମୋ ଗାଁ ଆମ୍ବ ତୋଟା

ମୋ ଗାଁ ଆମ୍ବ ତୋଟା

8 mins 168 8 mins 168


ଆଧୁନିକ ଛାପରେ ସମସ୍ତେ କବଳିତ।ସବୁ ଯନ୍ତ୍ର ଦ୍ଵାରା ପରିଚାଳିତ।ପରିଶ୍ରମ ନ କରି ରାତାରାତି କୋଟି ପତି ହେବା ସ୍ବପ୍ନ ସମସ୍ତଙ୍କୁ ଅଧିର କରିପକାଇଛି।


ପ୍ରକୃତି ର ଗର୍ଭରେ ସବୁ ଭରପୁର। ସମସ୍ତ ପ୍ରାଣି ବଞ୍ଚିବା ପାଇଁ ସୃଷ୍ଟି କର୍ତ୍ତା ଯାହାକୁ ଯାହା ଆବଶ୍ୟକ ସବୁ ଖଞ୍ଜି ଦେଇଛନ୍ତି।ହେଲେ ସ୍ୱାର୍ଥି ମଣିଷ ଚାଲାକ୍ ବୋଲାଇ ପ୍ରକୃତି ଗନ୍ତା ଘରକୁ ବଳେ ଲୁଟି ଚାଲିଛି। ବାପା ମା ମାନେ ଛୁଆ ଜନ୍ମ ହେବା ପରେ ତାକୁ ଭବିଷ୍ୟତ ରେ ବଡ଼ ମଣିଷ ହେବାକୁ ସ୍ବପ୍ନ ଦେଖାଇ ଯନ୍ତ୍ର ଯୁଗ ସହ ସମାନ୍ତରାଳ ହୋଇବଞ୍ଚିବା ର ଆଭିମୁଖ୍ୟ ରେ ସ୍ଥାନ କାଳ ପାତ୍ର ବାଛ ବିଚାର ନ କରି ପ୍ରକୃତି କୁ ଅବକ୍ଷୟ ଆଡେ ନେଇ ଚାଲିଛନ୍ତି।ଯେମିତି ପାଠ ପଢା ପାଇଁ କାଗଜ,କଲମ,ଜୋତା,ଛତା,ବିଜୁଳି,ଇତ୍ୟାଦି ଯୋଗାଇ।ସୌଖିନ ରେ ବଢିବା ପାଇଁ ଶୀତତାପ ନିୟନ୍ତ୍ରଣ ପ୍ରକୋଷ୍ଠ,ଗାଡ଼ି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସବୁ କାମ ଭବିଷ୍ୟତରେ ଶିଶୁଟିକୁ ପ୍ରକୃତି କୁ ନଜର ଆଢ଼ୁଆଳେ ରଖି ବଢାଇ ଦିଅନ୍ତି ଯଦ୍ୱାରା ସେ ବଡ଼ ହୋଇ ବାପା ମାଙ୍କ ସ୍ବପ୍ନ ସାକାର କରିବା ପାଇଁ ସେ ସୌଖିନିଆ ଚାକିରୀ କରେ,ଅଥବା ବଡ଼ ବ୍ୟବସାୟୀ ହୁଏ ବା ବଡ଼ ଉଦ୍ୟୋଗ ପତି ହୁଏ ଇତ୍ୟାଦି ନତୁବା ସଫଳ ଚାଷୀ ବି ହୋଇଥାଏ। ଏଇ ଯେମିତି ବାବୁଲା ଆଜି ବିଶିଷ୍ଟ ଉଦ୍ୟାନ ବିତ୍ ହୋଇଛି। ସେ ଏଗ୍ରିକଲ୍ଚରରେ ସ୍ନାତକ ହାସଲ କଲା ପରେ ସରକାରୀ ଚାକିରୀଟିଏ ପାଇଥିଲା।କିନ୍ତୁ ସରକାରୀ ବନ୍ଧନରେ ଉପର ହାକିମ ମାନଙ୍କ ଗଞ୍ଜଣା ରେ ପେଶି ହୋଇପଡ଼ି ଥିଲା। ସେ ଚାଷୀ ପରିବାର ରୁ ଜୀବନ ଆରମ୍ଭ କରିଥିଲା। ତା ବାପାଙ୍କ ଜମି ବାଡ଼ି ବହୁତ୍।ତେଣୁ ତାର ଶରୀର ନିଜ ଫସଲ ରୁ ଆଦାୟ ହୋଇଥିବା ଖାଦ୍ୟ ସାର ନେଇ ଗଠିତ।ବାପାଙ୍କ ଆଗ୍ରହ ପ୍ରକାରେ ବାବୁଲା ଏଗରିକଲ୍ ଚର୍ ସମ୍ବନ୍ଧିତ ପାଠ ପଢ଼ି ଚାଷ କୁ ସମ୍ଭାଳିବା ଅଭିଳାଷ ରେ ବଢିଥିଲା। ଏ ସରକାରୀ କଳ ରେ ଅଣ ନିଶ୍ୱାସୀ ହୋଇ ଚାକିରୀ ଛାଡି ଗାଆଁ କୁ ଫେରି ଆସିଥିଲା। 

ବର୍ତମାନ ସେ ଜଣେ ସଫଳ ଉଦ୍ୟାନ ବିତ୍ତ୍ ପାଲଟି ଯାଇଛି। ତା ବଙ୍ଗଳା ସାମ୍ନା ରେ ବୈଠକ ହାଲ ରେ ଆଜି ସହର ରୁ ବଡ଼ ବଡ଼ ସମ୍ବାଦ ସରବରାହ ସଂସ୍ଥା ର ଲୋକ ମାନେ ରୁଣ୍ଡ ହୋଇଛନ୍ତି।ବାବୁଲା ର ସଫଳ କାହାଣୀ ଶୁଣି ବା ପାଇଁ।

ବାବୁଲା ନିରାଡମ୍ବର ଭାବେ କ୍ୟାମେରା ସାମ୍ନା ରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଉଥାଏ। 

ସେ କହୁଥାଏ ଚାକିରୀ ଛାଡ଼ି ଘରକୁ ଆସି ଲା ପର ଘଟଣା ଗୁଡ଼ାକ। ପୂର୍ବ ସ୍ମୃତି ମନେ ପକାଇ ସେ ଶିହରୀ ଉଠିଥିଲା। ଚାକିରୀ ଗଲା ବୋଲି ବାପା ବହୁତ୍ ଦୁଃଖ କଲେ , ସାହି ପଡିଶା ଙ୍କ ଟାହି ଟାପରା ର ଶିକାର ହୋଇ ଥିଲା।ବିଭିନ୍ନ ମହଲ ରୁ ବିଯୁକ୍ତାତ୍ମକ ଚିନ୍ତା ଧାରା ର ପ୍ରବାହ ରେ ସେ ଅତିଷ୍ଠ ହୋଇ ଯାଇଥିଲା। ଦିନେ ରାତି ରେ ନିଦ ହେଲା ନାହିଁ।ପୁଣି ଗାଆଁ ପରିବେଶ ମଶା ଙ୍କ ପ୍ରାଦୁର୍ଭାବ ସେ ରାତି ଠିଆ ଠିଆ ପାହି ଗଲା। ଏତିକି ବେଳେ ସେ ମୁଣ୍ଡ ରେ ଥିବା କ୍ଷତ ଚିହ୍ନ ଉପରେ ହାତ ବୁଲାଉ ବୁଲାଉ ମନେ ପଡ଼ି ଯାଇଥିଲା ପିଲା ଦିନ ର ଅଝଟିଆ ସଂଘର୍ଷ କଥା।ସେ ସଂଘର୍ଷ ଘଟି ଥିଲା ଗାଆଁ ର କାର୍ଜି ଙ୍କ ସହ। ଗାଆଁ ରେ ଅଙ୍କା ବଙ୍କା ସର୍ପିଳ ଗତି ରେ ଧାବମାନ ହେଉଥିବା ଧନେଇ ନଦୀ  କୁଳୁ କୁଳୁ ନାଦ ରେ ହାଲକା ହାଲକା ମଳୟ ଦେଇ କୋ ଅଜଣା ଦିଗ କୁ ଶୀଘ୍ର ଶୀଘ୍ର ଧାଉଁ ଥାଏ ସତେ ଯେମିତି କାହାକୁ ଏଇ ଏବେ ଏବେ ମିଶିବ ଏବଂ ତାକୁ କିଏ ଯେମିତି ଅନାଇ ବସିଛି ମିଳିବ ବୋଲି । ଧନେଇ ନଦୀ ର ଭ୍ରୁକ୍ଷେପ ନାହିଁ କାହାପ୍ରତି ତା ସାମ୍ନା ରେ ଯିଏ ବି ଆସୁ ତାକୁ ବି ନେଇଯାଏ ତା ସାଥିରେ ଦୂର କୁ ଦୂରକୁ ଓ କାହା କଥା ସେ କର୍ଣ୍ଣପାତ ବି କରେନା। ସେ ନଦୀ ପଠା ରେ ବାବୁଲା ର ବାପା ଚାଷ କରନ୍ତି।ସବୁ ପ୍ରକାର ପନିିପରିବା ଚାଷ ହୁଏ।ତଟକା ସବୁଜ ପରିବା,ଶାଗ,ମୁଗ ଖାଇବା ଯୋଗାଡ଼ କରି ଦିଅନ୍ତି ବାପା।ବାବୁଲା ବି ସହଯୋଗ କରିଥାଏ ବାପାଙ୍କୁ। ତାଙ୍କ ଜମି କୁ ଲାଗି ଗାଆଁ କାର୍ଜି ଙ୍କ ଆମ୍ବ ବଗିଚା ଥାଏ। ବିଭିନ୍ନ ପ୍ରକାର ର ରସାଳ ଆମ୍ବ ଫଳି ଥାଏ।ବାବୁଲା ଓ ତା ର ସାଙ୍ଗ ମାନେ ମିଶି ବଗିଚା ଜଗୁଆଳି କୁ ଚୁଗୁଲୀ କରି ତା ନଜର ଆଢ଼ୁଆଳରେ ବଗିଚାରେ ପଶି ଆମ୍ବତୋଳି ଖାଇବା ମଜା ବେଶ୍ ମନୋରମ ଓ ଜୀବନ ଚଳ ଚଞ୍ଚଳ କରି ଦେଇଥିଲା। ଗ୍ରୀଷ୍ମ ଦିନ ଖରା ବେଳେ କାର୍ଜୀ ବାପା ଙ୍କୁ ସେ ଜେଜେ ବୋଲି ଡାକେ ଓ ତାଙ୍କ ସଙ୍ଗେ ଆମ୍ବ ତୋଟା ରେ ଦୌଡ଼ିଆ ଖଟ ପାରି ଆମ୍ବ ଗଛ ର ଛାଇ ତଳେ ବିଶ୍ରାମ ନେବା ଓ ମଜା ମଜା ଗପ ଶୁଣିବା ସହ ବସନ୍ତ ଓ ବକୁଳ ମହକ, ସ୍ବର୍ଗ ସୁଖ ଠାରୁ ବି ବିରଳ ଲାଗୁଥିଲା । ତା ସହ ଧନେଇ ନଦୀ ର  ଚାଲି ତା କୁଳୁ କୂଳିଆ ଶବ୍ଦ ଏବଂ କୋକିଳ ଗାନ ଦୁନିଆ ର କୌଣସି ଆଧୁନିକ ସୁଖ ବି ଚମକ୍ ପ୍ରଦ ହୋଇ ପାରିବ ନାହିଁ ଓ ଏ ବିରଳ ସ୍ୱର, ନଦୀ ଓ କୋକିଳ ଏବଂ ସେ ପରିବେଶର ମଳୟ ସ୍ୱର ଲହରୀ, ଦୁନିଆ ର କୌଣସି ପୋଖତ ବାଦ୍ୟକାର୍ ଦୋହରାଇ ପାରିବ କ୍ଷମତା ରଖୁଥିବା ସକ୍ଷମ ମନେ ହୋଇ ନଥାଏ।

ପ୍ରାତଃ ବେଳେ ନୂଆଁ ବୋହୂ ମାନେ ହାତେ ଓଢଣା ଟାଣି ଲାଜୁଆ ଲାଜୁଆ ଚାଲି ରେ ସନ୍ତ ସନ୍ତିଆ ଓଦା ଲୁଗା ପିନ୍ଧି ସଅଳ ସଅଳ ଧାବ ମାନ ହେଇଥାନ୍ତି ଶାଶୂଙ୍କ ଗଞ୍ଜଣା ରୁ ନିଜକୁ ବଞ୍ଚାଇ ବା ଅଭିଳାଷ ଓ ସ୍ଵାମୀ ଙ୍କ ଅନୁଗାମୀ ନୀ ହେବାକୁ ତାଙ୍କ ରୁଚି ର ଖାଦ୍ୟ ବସନ ଯୋଗାଡ କରିବା ପାଇଁ ସେହି ଆମ୍ବ ତୋଟା କଡେ କଡେ ପୋଇ ପଡ଼ିଥିବା ପାଦ ଚଲା ରାସ୍ତା ଦେଇ,ନଦୀରେ ସ୍ନାନ ସାରି ଏବଂ ସେହି ସମୟ ରେ ଗାଆଁ ଦଣ୍ଡକାଳିଙ୍କ ପ୍ରାତଃ ଆଳତି , ଘଣ୍ଟ,ଖୋଳ ଓ ହରେ ରାମ୍ ହରେ କୃଷ୍ଣ ନାମ ମହା ମନ୍ତ୍ର ଧ୍ଵନୀ ସେହି ଆମ୍ବ ତୋଟା ସନ୍ନିକଟ ଥିବା ବାବୁଲା ର ଜମି ରେ ପରିବେଶ କୁ ବେଶ୍ ପବିତ୍ର କରି ଦେଇଥାଏ। ଓ ଯେବେ ବାବୁଲା ର ରାତ୍ର ଜଗୁଆଳ କାମ ପଡ଼ିଥାଏ ଜଙ୍ଗଲିଆ ପଶୁ ଙ୍କ କବଳ ରୁ ଫସଲ କୁ ରକ୍ଷା କରିବା ପାଇଁ। ସେଠି ସୂର୍ଯ୍ୟ ଦେବତା ପ୍ରାତଃ କିରଣ ବୁଣି ଦିଅନ୍ତି। ବାବୁଲା ନିଦ ମିଶା ମନରେ ସ୍କୁଲ ଯିବା ପାଇଁ ନୂଆଁ ଆଶା ନେଇ ଘରକୁ ଫେରୁଥାଏ ଏମିତି......। 

ଆମ୍ବ ତୋଟା ଥିବା ଯୋଗୁଁ ପରିବେଶ ସନ୍ତୁଳିତ ପାଇଁ ନା ନା ରକମ ର ରଙ୍ଗ ବେରଙ୍ଗ ର ବିହଙ୍ଗ ବସା ନେଇ ଥାନ୍ତି।ଶରତ କାଳ ରେ କାସତଣ୍ଡି ର ମନୋରମ ଦୃଶ୍ୟ ଏବଂ ମା ଦୂର୍ଗାଙ୍କ ଆଗମନ ହେତୁ କାସତଣ୍ଡି ଚାମର , ଖଣ୍ଡ ଖଣ୍ଡ ଭଷା ବାଦଲ ଏବଂ ନିର୍ମଳ ଗଗନ ନେଇ ନାଚି ଉଠି ମା ଙ୍କୁ ଆବାହନ କରୁଥାଏ। ଶୀତ ରାତି ରେ କାକର ବୁନ୍ଦା ବୁନ୍ଦା ଘାସ ଗାଲିଚାରେ ବିଛାଇ ହୋଇ ମୋତି ମାଣିକ୍ୟର ଭ୍ରମ ସୃଷ୍ଟି କରିଦେଇଥାଏ। ଫଗୁଣ ପହିଲିରେ ଦୋଳ ମେଳଣ ଓ ରଙ୍ଗ ଖେଳ ହୋଲି ପର୍ବ ଧନେଈ ନଦୀ କୁ କିଛି କ୍ଷଣ ଅଟକାଇ ଦିଏ ସେହି ଆମ୍ବ ତୋଟା ରେ ସବୁ ଜାତି ର ସବୁ ବର୍ଣ୍ଣ ର ଲୋକ ସାମିଲ ହୋଇ ଭାବ ପ୍ରେମ ର ଡୋରି ରେ ଏକାକାର ହୋଇ ମିଷ୍ଟାନ୍ନ , ପଣା ପିଇ ସ୍ନେହ ବନ୍ଧନ ରେ ଧନେଇକୁ ବାନ୍ଧି ପକାଉଥଲେ।

ହେଲେ , ଅର୍ଥ ଲୋଭି ମଣିଷ ଓ ପ୍ରଗତି କୁ ଆପଣେଇ ବିଭିନ୍ନ ବ୍ୟୁହ ରଚାନ୍ତି। ଯେମିତି ଗାଆଁ ର କାର୍ଯି ଙ୍କୁ ଆଧୁନିକତା ମୋହ ଗ୍ରାସିଥିଲା।ବିତ୍ତ ଶାଳୀ ଥିଲେ ସେ, ତେଣୁ କିଛି ବି ଅସମ୍ଭବ ନ ଥିଲା ତାଙ୍କ ସାମ୍ନା ରେ। ସେ ପାରମ୍ପରିକ ଚାଷ ,ଗଛ ବୃକ୍ଷ ସଂରକ୍ଷଣ ଇତ୍ୟାଦି ରେ ରୁଚି ବିମୁଖ ହୋଇଥିଲା ବେଳେ ସେ ସବୁ ନିର୍ମଳ କରି ଗୋଟିଏ କାରଖାନା କରିବା କୁ ନିଷ୍ପତ୍ତି ନେଇ ଥିଲେ। ତା ପୁଣି ସେହି ଆମ୍ବ ତୋଟା ଯେଉଁଠି ବାବୁଲା ର ଶସ୍ୟ ଶ୍ୟାମଳ ଖେତ ଲାଗି ରହିଥିଲା। ଗାଆଁ ର କାର୍ଜୀ ଆମ୍ବ ତୋଟା ର ସମସ୍ତ ଆମ୍ବ ଗଛ କାଟି ସେହି ବିଶାଳ ଜାଗା ରେ ନିଜ ମନ ପସନ୍ଦ ର ଲଘୁ ଉଦ୍ୟୋଗ କରିବାକୁ ସ୍ଥିର କରିଥିଲେ। ଏବଂ ଗଛ କଟା କାମ ଆରମ୍ଭ କରି ଦେଇଥିଲେ। ସେ ଦିନ ବାବୁଲା କଟାଯାଉଥିବା ପ୍ରଥମ ଗଛ କୁ ଜାବୁଡି ଧରି ନେହୁରା ହୋଇଥିଲା ଗଛ ନ କାଟିବା ପାଇଁ। କାରଜୀ ପ୍ରତିବାଦ କଲେ।ମୋ ଗଛ! ତୁ କାହିଁକି ଅଧିକାର ମୋ ଗଛ ରେ ଜମାଇ ବାରଣ କରୁଛୁ?

ବାବୁଲା କହି ବଖାଣି ଥିଲା , ସେତେବେଳେ ବାବୁଲା ମାଟ୍ରିକ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା। ନିଜ ଅର୍ଜିତ ଜ୍ଞାନ ରୁ ଯାହା ସାରାଂଶ କହୁଥିଲା ଉପସ୍ଥିତ ଥିବା କାରଜି ଓ ଗଛ କଟାଳି ଙ୍କୁ ଏବଂ ସେଠାରେ ଥିବା ଜନ ସମୁଦାୟ କୁ ଯଥା: ସେ ଆମ୍ବ ଗଛ ହେଉ କି ଅନ୍ୟ କେଉଁ ଗଛ ,ଗଛ ଆମର ପ୍ରାଣ ଦାତା କାରଣ ସେ ମଣିଷ ଙ୍କୁ ଅକ୍ସିଯେନ୍ ଛାଡି ଥାଏ ଯାହା ଆମ ଶ୍ୱାସ ପ୍ରଶ୍ୱାସ ରେ ନିହାତି ଦରକାର,ଗଛ ଜଳ ପାଦ୍ୟୁଷଣ ରୁ ରକ୍ଷା କରେ , ବନ୍ୟା ଦାଉରୁ ବି ତ୍ରାହି ଦେଇଥାଏ,ମୃତ୍ତିକା ସଂରକ୍ଷଣ କରିଥାଏ। ସମୟ କ୍ରମେ ବାସ ଉପଯୋଗୀ କାଠ ଯୋଗାଇଥାଏ,ବିଭିନ୍ନ ଔଷଧୀୟ ଗୁଣ ଯୁକ୍ତ ଗଛ ଲତା ଆମର ରୋଗ ପ୍ରତିହତ କରି ଆମକୁ ସୁସ୍ଥ କରିଥାନ୍ତି। ପ୍ରକୃତି କୋଳ ର ବିଭିନ୍ନ ପଶୁ ,ପକ୍ଷୀ ନିଜ ବସା କରି ବଞ୍ଚିଥାନ୍ତୀ, ବୃକ୍ଷ ର ଛାୟା କ୍ଳାନ୍ତ ପଥିକ କୁ ଆରାମ ଦେଇ ଥାଏ। ଏମିତି ଅନେକ କିଛି। ପୁଣି ବହୁ ପୁରାତନ କାଳ ରୁ ବିଶାଳ ଗଛ ଗୁଡ଼ାକ ଅଛନ୍ତି ଯିଏ କି ଆମ ପୁର୍ବଜ ଙ୍କ ସ୍ମୃତି,ତାକୁ କାଟି ସଫା କରିବା ଅପରାଧ ଅଟେ। ସେମାନେ କଥା କୁହନ୍ତି ନାହିଁ କିନ୍ତୁ ସଂସାରରେ ଖାଦ୍ୟ ପାନୀୟ ପାଇ ମୁଣ୍ଡ ଟେକି ଛନ୍ତି କେବଳ ମାନବ ସଭ୍ୟତା ଓ ପ୍ରକୃତି କୁ କାଳ ଜୟୀ କରିବା ପାଇଁ ।

ଏତେ ସବୁ କଥା ଲୋଭି କାର୍ଯୀ କୁ ବୁଝା ପଡୁ ନ ଥାଏ। ସେ ଉତ୍ୟକ୍ତ ହୋଇ ଧରି ଥିବା ଦାମୀ ଆଶ୍ରା ବାଡ଼ି ରେ ଠପ୍ କରି ମୁଣ୍ଡ ଟା କୁ ପିଟି ଦେଇଥିଲେ। ବାବୁଲା ବାପା ,ପୁଅକୁ ରୋକି ପାରି ନ ଥିଲେ କି କାର୍ଜୀ ର ମାଡ଼ କୁ। ବାବୁଲା ର ଦୃଢ ପ୍ରତିବାଦ ଗଛ ଗୁଡ଼ାକ ଜୀବନ ବଞ୍ଚାଇ ପାରି ନ ଥିଲା।ହସ୍ପିଟାଲ ରୁ ଭଲ ହୋଇ ଆସିଲା ବେଳକୁ ତା ମୁଣ୍ଡ ରେ ଅଲିଭା ଦାଗ ସହ ନିଜ ଜମି କୁ ଲାଗି ରହିଥିବା ଗାଆଁ ର ଆମ୍ବ ତୋଟା ଟି ସଫା ହୋଇଯାଇଥିଲା ଏବଂ ଅନେକ ବିହଙ୍ଗ ବେସାହାରା ହୋଇଯାଇଥିଲେ। ଧନେଈ ନଦୀର କୁଳୁ କୁଳୁ ତାନ ବେସୁରା ଲାଗୁଥିଲା। କୋଇଲି କେଉଁ ଅଜଣା ଜାଗାରେ କୁହୁ ରାବକୁ ବଞ୍ଚାଇବା ପାଇଁ ରାହା ଖୋଜି ବୁଲୁଥିଲା ବେଳେ ବାବୁଲା କିନ୍ତୁ ପଣ କରିଥିଲା ସେ ଦିନ ସେ ବଡ଼ ହେଲେ ଅସହାୟ ବୃକ୍ଷ ପାଇଁ ସହାୟକ ହେବ ଓ ପ୍ରକୃତି ରାଣୀ ପାଇଁ କିଛି କରି ଦେଖାଇବ ଓ ସେ ବିକଶିତ ସ୍ଵଳ୍ପ ବୟସ ବ୍ୟବଧାନ ରେ ଫଳୁ ଥିବା ଆମ୍ବ ଗଚ୍ଛ ରୋପଣ କରି ପୁନଃ ସେ ତା ନିଜ ଜମି ରେ ଆମ୍ର କାନନ ଗୋଟେ କରିବ । ଏ କଥା ମାଡ଼ ଦାଗ କୁ ଆଉଁସି ଆଉଁସି ଭାବୁ ଥିଲା।ଏବଂ ସେହି ତାଡନା ରାତିରେ ନୂଆ ଚେତନା ,ଏକାଗ୍ରତା କରି ନିଜ ପୁର୍ବଜଂକ ଭିଟା ମାଟି ରେ ନୂତନ ଜଙ୍ଗଲ ତିଆରି କରିବ ଓ ତା ସମ୍ମୁଖରେ ଲୋଟି ପଡ଼ିଥିବା ଆମ୍ବଗଛକୁ ନିଜ ଅର୍ଜିତ ଜ୍ଞାନ କୌଶଳ କୁ ବ୍ୟବହାର କରି ପୁଣି ଠିଆ କରିବ ବୋଲି ପଣ କରି ନେଇଥିଲା।


ପରବର୍ତ୍ତୀ ସମୟରେ ଆଧୁନିକ ଜ୍ଞାନକୁ ହାତେଇ ସରକାରୀ ପ୍ରୋତ୍ସାହନ ଯୋଗୁଁ ସେ ଆଜି ବିଭିନ୍ନ କିସମର ରସାଳ ଆମ୍ବ , ଗଛ ଲଗାଇ , ସ୍ଵଳ୍ପ ଦିନ ରେ ଫଳୁ ଥିବା ରସାଳ ଆମ୍ବ ବଗିଚା ରେ ହାତେଇବା ସମ୍ଭବ କରି ପାରି ଥିଲା ଓ ଉତ୍ପାଦିତ ଆମ୍ବ ବିଦେଶ କୁ ରପ୍ତାନି କରିବା ସମ୍ଭବ କରାଇ ପାରିଥିଲା, ବର୍ଷ ସାରା। 

ନା ନା ରକମର ଗେଣ୍ଡୁ ଫୁଲ , ଗୋଲାପ ଫୁଲ, ରଜନୀଗନ୍ଧା ଏବଂ ଅନ୍ୟାନ୍ୟ ସୁବାସିତ ପୁଷ୍ପ ତା ଉଦ୍ୟାନ ରେ ଫୁଟାଇ ପାରିଛି। ସେଥିରୁ ସେ ବେଶ୍ ଲାଭବାନ ବି ହୋଇଛି। ଯେଉଁ କାର୍ଯ୍ୟାଳୟ ରେ ଚାକିରି କରି କ୍ଷମତା ଚାପ୍ ରେ ଜର୍ଜରିତ ହୋଇ ଗାଆଁ କୁ ଫେରି ଆସିଥିଲା ସେହି କାର୍ଯ୍ୟାଳୟ ର ବାବୁ ମାନେ ବାବୁଲା ର ଉଦ୍ୟାନ କୁ ସେମାନଙ୍କ ପ୍ରୟୋଗ ଶାଳା କରି ନୂଆଁ ନୂଆଁ ପରିବେଶ ଓ ବୃକ୍ଷ ଲତା ସମ୍ବନ୍ଧୀୟ ବିକଶିତ ଉଦ୍ଭାବନ ମାନ କରୁଛନ୍ତି। 


ଏସବୁ ସୁନାମ ଦେଶ ବିଦେଶ ରେ ଗୁଞ୍ଜରଣ ହୋଇ ବାବୁଲା ଆଜି ଆଦର୍ଶ ପ୍ରଭାବ ଶାଳୀ ଉଦ୍ୟାନବିତ ହୋଇପାରିଛି। ସଂଘର୍ଷ ମୟ ଜୀବନ ର କ୍ରୀୟଦଂଶ ବ୍ୟାଖ୍ୟା କରୁ କରୂ ସମୟ ବହୁତ୍ ବିତି ଯାଇଥିବା ଯୋଗୁଁ ବୃଦ୍ଧ ବାପା ବିରକ୍ତ ହୋଇ ସଭା ମଧ୍ୟକୁ ପଶି ଆସିଥିଲେ। ତାଙ୍କ ଛାତି ଗର୍ବ ରେ କୁଣ୍ଢେମୋଟ ହୋଇଯାଇଥିଲା ପୁଅ ର ସଫଳତା ଦେଖି। ସେ ସମସ୍ତ ଉପସ୍ଥିତ ସଜ୍ଜନ ଙ୍କୁ ଅନୁରୋଧ କରିଥିଲେ ଆପଣ ମାନେ ପଣ କରି ଜିବ ଦଶା ଭିତରେ ଗୋଟିଏ ଗୋଟିଏ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏତିକି ବେଳେ ମାଡ଼ ମାରିଥିବା ଆମ୍ବ ତୋଟା ର ମାଲିକ ଏବେ ବୁଢ଼ା କା ର୍ଜି କଣ ହେଉଛି ଜାଣି ବା କୁ ବାବୁଲା ବୈଠକକୁ ପଶି ଆସିଥିଲେ। ବାବୁଲା ସ ସମ୍ମାନ ପୂର୍ବକ ପାଛୋଟି ନେଇଥିଲା ସାମ୍ବାଦିକ ମାନଙ୍କ ଗହଣକୁ। ପରିଚୟ ବି ଦେଇଥିଲା ତାଙ୍କର। 


କାର୍ଜି ମହାଶୟ ଗ୍ଲାନି ର ସହ କହୁଥିଲେ ମୋ ଗାଆଁ ଆମ୍ବ ତୋଟା କୁ ନଷ୍ଟ କରିଦେଇଥିଲି। କାରଖାନା କରିବା ଚକ୍କର ରେ ପରିବେଶ କୁ ନଷ୍ଟ କରିଦେଲି। ହେଲେ ସେ ପରିବେଶ ପ୍ରଦ୍ୟୁଷଣ ଯୋଗୁଁ ମୋର କାରଖାନା ଆଜି ସରକାର ବନ୍ଦ କରିଦେଇଛନ୍ତି।ମୁଁ ଅକ୍ଷମ ସେହି କାରଖାନା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ। ହୁଏତ ବାବୁଲା ର କଥା ଶୁଣି ମୋ ବଗିଚା ଗଛ ନ କାଟିଥିଲେ ଆଜି ଏ ଦୁର୍ଦ୍ଦିନ ଆସି ନ ଥାନ୍ତା। ବାବୁଲା ଯାହା କରି ଦେଖାଇଛି ସତରେ କାଳ ଜୟୀ କୃତି।

ଏତିକି ବେଳେ ବାବୁଲା କଥା ଛଡାଇ ସମୟ କୁ ମନେ ପକାଇ ସଭିଙ୍କୁ ଆୟୋଜିତ ଭୋଜନ କକ୍ଷ କୁ ନିମନ୍ତ୍ରଣ କରି ଥିଲା। 

 ସାମ୍ବାଦିକ କାର୍ଯ୍ୟକ୍ରମ ଓ ଖିଆ ପିଆ ସାରି ସାମ୍ବାଦିକ ମାନେ ଗଲା ପରେ ନିରବି ଯାଇ ଭାବ ବିହ୍ୱ ଳ ହୋଇ ମଜ୍ଜି ଯାଇଥିଲା ଆଜିର ମୋ ଗାଆଁ ଆମ୍ବ ତୋଟା କଣ ସତରେ ନୂଆ ପରିବର୍ତ୍ତନ ପରିବେଶ ପାଇଁ ଆଣି ଦେବ ? ବାପା ସମସ୍ତ ଙ୍କୁ ଗଛ ଲଗାଅ କହିଲେ, ସମସ୍ତେ କଣ ପ୍ରକୃତ ରେ ଗଛ ଟିଏ ଲଗାଇବେ ?

ଯେଉଁଠି ରୋବର୍ଟ ମଣିଷ କୁ ଆଉ ବସିବା ଜାଗା ରୁ ଉଠାଇ ଦେଉନି ଏବଂ ଚନ୍ଦ୍ର ପୃଷ୍ଟ ରେ ଘର ବସା ବାନ୍ଧିବା ସ୍ବପ୍ନ ରେ ବିଭୋର ଆଜିର ମଣିଷ !!!


Rate this content
Log in

More oriya story from Pratap Chandra Mishra

Similar oriya story from Inspirational