STORYMIRROR

Sunanda Mohanty

Children Stories Inspirational Children

4  

Sunanda Mohanty

Children Stories Inspirational Children

ମଣିଷଘୋଡା

ମଣିଷଘୋଡା

2 mins
322


ନୀଳ ସମୁଦ୍ରର ଆକର୍ଷଣରେ ଥରକୁ ଥର ତା ବେଳାରେ ଉପବେଶନ କରିବାକୁ ଗାଁରୁ ପୁରୀକୁ ସେଇ ନୀଳସମୁଦ୍ର ବେଳାଭୂଇଁକୁ ଗଲେ ମଧ୍ୟ ପେଟ ପୁରେନା.ଏଥର ମଧ୍ୟ ନୀଳ ସମୁଦ୍ରର ଆକର୍ଷଣରେ ବାହାରିଯାଇଥିଲେ ସମସ୍ତେ . ଅଭିଭକ୍ତ ପୁରୀ ଜିଲ୍ଲାର କେତେ କୁଆଡେ ସମୁଦ୍ର ଅଛି ସତ ହେଲେ ପୁରୀ ସମୁଦ୍ରର ନୀଳ ଜଳ ରାଶିର ଆକର୍ଷଣ ଖୁବ ନିଆରା. ବିଶେଷ କରି ସନ୍ଧ୍ୟା କାଳୀନ ସୂର୍ଯ୍ୟୋଦୟ ପୂର୍ବରୁ ଫଟୋସବୁ ଖୁବ ସୁନ୍ଦର ହୁଏ. ଉଇଁ ଆସୁଥିବା ଜହ୍ନକୁ ନିଜ ହାତମୁଠାରେ ରଖି ଫୋଟୋ ଉଠେଇବା କୌଶଳ ଆପଣେଇ ଆଜିକାଲିର ଡିଜିଟାଲ ଯୁଗରେ ବାସ୍ତବିକ ଚମତ୍କାର ସୃଜନୀ କହିଲେ ଅତ୍ୟୁକ୍ତି ହେବନାହିଁ. ସାଙ୍ଗରେ ଥିଲେ ପୁଅ ବୋହୁ ଝିଅ ଜୋଇଁ ଓ ନାତି ନାତୁଣୀ. ବଡ଼ମାନେ ଫୋଟୋ ଉଠାଇବାର ମଜା ନେଲାବେଳେ ନାତି ନାତୁଣୀ ଦୁହେଁ ବାଲିଘର ତୋଳୁଥିଲେ. ଆଉ ସୁଭଦ୍ରା ଥରମୋଫ୍ଲାକ୍ସରୁ ଗରମ କ୍ଷୀର କାଢି କଫି ଓ ଚିନି ଫେଣ୍ଟି ପ୍ଲାଷ୍ଟିକ କପରେ ବାଣ୍ଟିଚାଲିଥିଲେ କଫି ଓ ସ୍ନାକ୍ସ.ସାଙ୍ଗରେ ମଧ୍ୟ ଥିଲେ ଝିଅର ଶାଶୁ ଶଶୁର ଓ ପୁଅର ଶାଶୁ ଶଶୁର ଅର୍ଥାତ ଶୁଭେନ୍ଦୁ ଓ ସୁଭଦ୍ରାଙ୍କର ଦୁଇ ଯୋଡ଼ା ସମୁଦୀ ସମୁଦୁଣୀ.ସମସ୍ତେ କଫି ପିଇସାରି ଜରି କପ ଏଣେତେଣେ ପକେଇଥିବା ଦେଖି ନାତୁଣୀଟି ଗୋଟେଇ ସବୁ ଜରିକୁ ଏକାଠି କରୁଥିଲା ଓ କହୁଥିଲା ନିଜ ଚତୁଃପାର୍ଶ୍ୱ ନିଜେ ପରିସ୍କାର ରଖିବା ଉଚିତ. ସୁଭଦ୍ରା

ଭାବୁଥିଲେ ପିଲା ଥିଲା ବେଳେ ଝିଅର ଝିଅ ଏଇ ନାତୁଣୀ ଡୁଗୁ ସମୁଦ୍ର କୂଳ ଆସିଥାଏ ଯେ ହେଇ ଘୋଡା ଦେଖେ ଓଟ ଦେଖେ କହିଲେ ସମ୍ପୂର୍ଣ୍ଣ ଘୋଡାଟିକୁ ବା ଓଟଟିକୁ ଦେଖିନପାରି ତାଙ୍କ ଲାଞ୍ଜକୁ ଚାହୁଁଥିଲା.ଆଜି ଏଲ କେଜିରେ ପଢୁ ପଢୁ ସ୍ୱଚ୍ଛତା ଶିକ୍ଷା ଗ୍ରହଣ କରି ଅନ୍ୟକୁ ସ୍ୱଚ୍ଛ ରହିବାର ଶିକ୍ଷା ସଚେତନତା ଦେଉଛି. 

   ସେତିକି ବେଳକୁ ଅଜା ଶୁଭେନ୍ଦୁ କହୁଥିଲେ ଆସ ଆସ ପିଲାମାନେ ଆମେ ବସିଥିବା ଏ ନିର୍ଜ୍ଜନ ବେଳାଭୂଇଁର ମଜ୍ଜା ନେବା.ଆମେ ତିନି ସମୁଦୀ ଘୋଡା ଓ ଓଟ ହେଉଛୁ ତୁମେ ଦୁହେଁ ଆମ ପିଠିରେ ବସି ମଜ୍ଜା ନେବ ଆସ ଆସ ତ ନାତି ବାବା କହୁଥିଲା ଘୋଡା ଓ ଓଟଙ୍କର ଜୀଵନ ଅଛି. ତାଙ୍କୁ କାଳେ କଷ୍ଟ ହେବ ବୋଲି ଆମେ ସେମାନଙ୍କ ପିଠିରେ ବସିଲୁ ନାହିଁ ଆଉ ତୁମେ ତ ସବୁ ମଣିଷ. ତୁମକୁ କଷ୍ଟ ଦେଇ କାହିଁକି ତୁମ ପିଠିରେ ବସିବୁ ଜେଜେ?ପିଲାଟିର କଥା ଶୁଣି ଭବିଷ୍ୟତ ପିଢ଼ି ଭିତରେ ନୂତନ ସୂର୍ଯ୍ୟଦୋୟ ଅନୁଭବ କରି ସମୁଦ୍ର ଦେଖାଯାଉଥିଲା ଅଧିକ ଗାଢ଼ ନୀଳ.ତଥାପି ଶୁଭେନ୍ଦୁ କହୁଥିଲେ ଆରେ ଜେଜେ ଅଜା ମାନେ ଘୋଡା ହାତୀ କି ଓଟ ହୋଇ ନାତି ନାତୁଣୀଙ୍କୁ ପିଠିରେ ବସେଇଲେ ଅଧିକା ଖୁସି ହୁଅନ୍ତି ପରା. ନୀଳ ଆକାଶ ଉପରେ ଓ ନୀଳ ସମୁଦ୍ର ବେଳାଭୂଇଁର ନିର୍ଜ୍ଜନ ପରିବେଶରେ ଏ ନିଆରା ମଜ୍ଜା ଆଉ ମିଳିବନି ଯେ ଆସ ଆସ.



Rate this content
Log in