Sunanda Mohanty

Abstract Tragedy Action

3  

Sunanda Mohanty

Abstract Tragedy Action

ମଣିଷ ଓ ପଶୁ

ମଣିଷ ଓ ପଶୁ

2 mins
131


ରୁଟି ଅତି ବେଶୀରେ ପନ୍ଦର ପଟ ହୁଏ ଏଣିକି ଘରେ। କୁକୁରଙ୍କୁ ଦିପଟ ରୁଟି ଦେଉଥିଲି ଯେ ପଡିଶା ଘର ଦେଖେଇ ଶିଖେଇ କେତେ କଥା କହିବା ପରେ ଆଉ ଦେଇନି କିନ୍ତୁ ରୁଟି ଦିପଟ ସବୁବେଳେ ନିଅଣ୍ଟ ହେବାର କାରଣ ବୁଝି ହେଉନି। କୁକୁରଙ୍କୁ ଦେଉଥିବା ରୁଟି ଯୋଗୁଁ, କୁକୁର ଝାଡା ପରିସ୍ରା କରୁଛନ୍ତି, ରାତିସାରା ଭୋ ଭୋ ହୋଇ ଚିତ୍କାର କରୁଛନ୍ତି, ଶୁଆଇ ଦେଉନାହାଁନ୍ତି ର ଅଭିଯୋଗ ଶୁଣିଲା ପରେ, ରୁଟି ସିନା କୁକୁର ଙ୍କୁ ଦେଉନି ହେଲେ, ରୁଟି ଯାଉଛି କୁଆଡ଼େ ? ଆଜି କାଲି ତ କମ୍ପାକ୍ଟ ଘର ଯୋଗୁଁ କୋଉ ପଶୁ କି ପକ୍ଷୀଟିଏ ଘରକୁ ଆସୁନି। ମଣିଷ ଆସୁଛନ୍ତି ସତ ହେଲେ ତାଙ୍କ ସହ କଥା ବାର୍ତ୍ତା ଏତେ ବିପଦ ପୂର୍ଣ୍ଣ, ତାହା ଅଙ୍ଗେ ନିଭାଇନଥିଲେ ବୁଝିହେବନି। ତେଣୁ ପଡିଶା ଘରସବୁକୁ ଯିବା ଆସିବା ଏକଦମ ବନ୍ଦ।କାମକରିବାକୁ ଆସୁଥିବା ପୁଅ ଦିଟା ଅନେଇ ବସିଛନ୍ତି ମଜୁରୀ ବାଦେ ଭଲ ମନ୍ଦ/ଦୁଃଖ ସୁଖ କହି କେମିତି ଧାର ଉଦ୍ଧାର ନେବା, ନଚେତ ମଜୁରୀ ବଢେଇବା। ପୁଅ ଝିଅ ପାଖକୁ ପଳେଇଲୁ ଦୁହେଁ ଯେ, କାମକୁ ଆସୁଥିବା ମୂଲିଆ ମିସ୍ତ୍ରୀ ଦୁହେଁ ଆଗ ନଡ଼ିଆ ତୋଳେଇଲେ ଓ ବିକିଲେ। ବରଦା କାଠ ବାଉଁଶ ସଂଗ୍ରହ କରି ନେଉ ନେଉ ସାପ କାମୁଡ଼ିଲା କିନ୍ତୁ ସେକଥା ନକହି, ସାପ କାମୁଡିବାରେ ନଡ଼ିଆ ପଇସା ଖର୍ଚ୍ଚ ବାଦେ ପଇସା ଦରକାର ହେବାରୁ ଘରକୁ ତରତର ହୋଇ ଫେରିବାକୁ ପଡିଲା। ଘରର ଉପରକୁ ଯାଇ ତୁଳସୀ ଓ ଫୁଲଗଛରେ ପାଣି ଦେବାକୁ ଚାବି ଦିଆଯାଇଥିଲା ଦୁହିଁଙ୍କୁ କିନ୍ତୁ ନା ବଞ୍ଚିଥିଲେ ତୁଳସୀ, ନା କୋଉ ଫୁଲଗଛ। ଏଣେ ରୋଷେଇ ଘର ଖୋଲିଦେଇ ଦେଖିଲା ବେଳକୁ ରକ୍ତ ଟୋପା ଟୋପା। କେମିତି କୁଆଡୁ ଆସିଲା ଏ ରକ୍ତ ବୋଲି ଅନୁସନ୍ଧାନ କରିବାକୁ ପୁଣି ଛାତ କୁ ଦୌଡିଲି। କୁକୁର ଟିଏ ଶୋଇ ରହିଛି ଗୋଟେ କଣକୁ, ଯାହାକୁ ଖାଇବାକୁ ଦେବାକୁ ଯାଇ ପଡୋଶୀ ସହ ଶତ୍ରୁତା। ଆଉ ଗୋଟେ ପଟ ସ୍କାଇ ଲାଇଟ ପାଖରେ ଗୁଡ଼ିଏ ମଲା ମୂଷା। ବୁଝିବାକୁ ବାକି ନଥିଲା ରୁଟି କୁଆଡ଼େ କିଏ ନେଉଥିଲା। କି ବୁଝିବାକୁ ବାକି ନଥିଲା ମଣିଷ ଓ କୁକୁର ଭିତର ମାନବିକତା ଓ ପଶୁତ୍ଵର ମୂଲ୍ୟବୋଧ। ଆମ ଆସିବା ଖବର ଶୁଣି କାମକୁ ଆସୁଥିବା ଲୋକ/ପିଲା, ଦୁଇଟା ଏତିକି ଦିନ ଘର ଜଗିଥିଲୁ କହି ମଜୁରୀ ହିସାବରେ ଟଙ୍କା ସହ, ସାପ କାମୁଡ଼ାରେ ପଇସା ଦରକାର କହି ଅଧିକା କିଛି ମାଗିନେଲେ। ଦୁଃଖ ପ୍ରକାଶ କରି ନଦେବାର ଚାରା ନଥିଲା। ପ୍ରତି ରାତିରେ କୁକୁରକୁ ରୁଟି ଦୁଇଟି ଦେଇଆସୁଥିଲି ତ ତୃତୀୟ ରାତିରେ ପଡ଼ୋଶୀ ନିଧୁମ୍ ପିଟୁଥିଲା, କୁକୁର ଟିକୁ କାରଣ ତା ସିଡି ଦେଇ ସେ ଆମ ଛାତକୁ ଆସୁଥିଲା। ରାତିପାହି ସକାଳ ହେଲାବେଳକୁ ଆମ ଦୁଆରେ ପଡ଼ୋଶୀ ପାଟି ତୁଣ୍ଡ କରୁଥିଲା, ଯେ ତୁମ ଘର ବାଡିପଟ ଦୁଆର ଶୀଘ୍ର ବନ୍ଦ କର, ଆମେ କରିଛୁ ତ, ନା ମେଲା ଅଛି, ଆଉ ସେଇପଟେ କୁକୁର ପଶି ଆମ ସିଡ଼ିରେ ଝାଡା ପରିସ୍ରା କରୁଛି। ବାଡିପଟ କିଏ ଖୋଲିଲା ତେବେ ? ଜଣା ପଡିଲା ସେପଟେ ପଶି ପଣସ ଗଛରୁ ପଣସ ନେବା ଯୋଜନାରେ, ସେଇ କାମ ଲୋକ ଦୁହେଁ ଏପରି କରିଛନ୍ତି।

କୁକୁର କଣ ସତରେ ତାଙ୍କ ସିଡ଼ିରେ ଆସିବା ବେଳେ ଏମିତି କରୁଛି ? ଏ ଉତ୍ତର ଦେବାକୁ କୁକୁର ସକ୍ଷମ ନଥିଲା କି କିଏ ବା ପ୍ରମାଣ ଦେବ କିନ୍ତୁ କୁକୁର ଆଉ ଆସୁନଥିଲା କି ବାଡିପଟ ଦାଣ୍ଡପଟ କୋଉଠି ଦୃଷ୍ଟି ଗୋଚର ହେଉନଥିଲା। କିନ୍ତୁ ମୂଷାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସ୍କାଇଲାଇଟ ବନ୍ଦକରାଯାଇଥିଲା । ଏମିତି ଗୋଟେ ଜବର ଖବର ,ପାର୍ବଣ ଋତୁରେ, କେବଳ କେତେଜଣଙ୍କ ମନକୁ ଆନ୍ଦୋଳିତ କରୁଥିଲା।


Rate this content
Log in

Similar oriya story from Abstract