Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୯

ମନ ମୟୂରୀ ଭାଗ-୯

7 mins
176



                            

ଜୀବନ ର ଯୁଦ୍ଧ ରେ କେତେବେଳେ ଦିନ ହୋଇ ରାତି ପୁଣି ପାହିଯାଉଥିଲା ଜଣା ପଡୁ ନ ଥିଲା । ଏହା ଭିତରେ ମୋ ନିଜର ଚେହେରା କୁ ଆଇନା ରେ ଦେଖିବାର ସତ ସାହସ ବି ନ ଥିଲା।

 କଲେଜରେ ରି ଆଡ଼ମିଶନ ଫି" ଡିପୋଜିଟ କରିବା କୁ ଯାଇଥାଏ । ସେଠାରେ ବୁଟୁ ଆଉ ଡ଼ନ ଦୁହେଁ ଦେଖା ହେଲେ ।

ବୁଟୁ:- ଆରେ ରାଜ ଏ କଣ ଦିନକୁ ଦିନ ଶୁଖି ଗଲୁଣି । ଆଗ ଭଳି ଆଉ ତୋ ଚେହେରା ଦିଶୁ ନାହିଁ । ହଷ୍ଟେଲ ଛାଡିବା ଦିନ ରୁ ନିଜେ ନିଜର ଯତ୍ନ ନେଉଛୁ ନା ନାହିଁ ।

ରାଜ:- କଣ କରିବି କହ । ହଷ୍ଟେଲ ଟଙ୍କା ଠିକ ସେ ଡିପୋଜିଟ କରି ପାରିବି ନାହିଁ ବୋଲି ହଷ୍ଟେଲ ଛାଡିବା କୁ ବାଧ୍ୟ ହେଲି । ଏବେ ଗ୍ୟାରେଜ ରେ ଭଲ ଦି ପଇସା ରୋଜଗାର ହେଇ ଯାଉଛି । କାମ ଟେନସନ ଆଉ ପାଠ ପଢା ଭିତରେ ଦେହର କଥା ବୁଝିବା କୁ ସମୟ ବା କାହିଁ।

 ଆଜି ଯଦି ଗ୍ୟାରେଜ ରେ କାମ ନ କରି ଥାଆନ୍ତି , ହୁଏତ ରି ଆଡ଼ମିଶନ ର ଫି" ଡ଼ିପୋଜିଟ କରି ପାରି ନ ଥାନ୍ତି ।

ଡ଼ନ:- ଆରେ ତୁ ଏବେ ରହୁଛୁ କେଉଁଠି !!! ସେଠି ସବୁ ସୁବିଧା ଅଛି ତ???

ରାଜ :- ହଁ , ସୁବିଧା ବା ଆଉ କଣ । ବ୍ୟାଚଲର ଜୀବନ ରେ ନିଜକୁ ଆଡ଼ଜେଷ୍ଟ କରେଇ ନେଉଛି । ଗ୍ୟାରେଜ ପାଖକୁ ଲାଗି ଗୋଟେ ବସ୍ତି ଅଛି । ସେଇଠାରେ ଏକ ଆଜବେଷ୍ଟ ଘର ଭଡା କୁ ନେଇଛି । ଲାଟିନ ବାଥରୁମ ସାଧାରଣ ରେ ବ୍ୟବହାର କରୁଛି । ସବୁ ଯାଇ ଭଡା ମାତ୍ର ହଜାରେ ଟଙ୍କା । ଯାହା ଯେମିତି କରି ଚଳି ଯାଉଛି ।

ବୁଟୁ :- ସତରେ ରାଜ , ତତେ ଦେଖିଲେ ଭାରି କଷ୍ଟ ଲାଗେ । ଗୋଟେ ସ୍କଲାର ପିଲା ହୋଇ ତୁ , ପାଠ ପଢ଼ାରେ ଅଧିକ ଧ୍ୟାନ ଦେବା ସହ ନିଜର ଜୀବନ ସହ ସଂଗ୍ରାମ କରୁଛୁ ଜାଣି ମତେ ଯେତିକି ଦୁଃଖ ଲାଗୁଚି , ସେତିକି ଅଧିକ ଗର୍ବ ମଧ୍ୟ ଲାଗୁୁୁଚି।

       ଆଇ ଆମ ରିଏଲି ପ୍ରାଉଡ଼ ଅଫ ୟୁ ୟାର।

ଆରେ ହଁ, ତତେ ଗୋଟେ କଥା କହିବା କୁ ଭୁଲିଯାଇଛି ।

ଆକାଶ ର ପ୍ରପୋଜ କୁ ମାୟା ରିଜେକ୍ଟ କରି ଦେଇଛି ।

ରାଜ:- କିନ୍ତୁ , ସେ ଦିନ ମାୟା ଙ୍କ ହାତରେ ଫୁଲ ଆଉ ତାଙ୍କର ନୀରବତା ର ସମ୍ମତି ଥିଲା ଭଳି ଲାଗୁଥିଲା ।

ବୁଟୁ:- କଣ ସବୁ ଘଟୁଥିଲା ଜାଣିବା ଆଗରୁ , ତୁ ତ ସେ ଜାଗା ଛାଡି ଚାଲିଗଲୁ । ତୁ ଗଲା ପରେ , ମାୟା ସିଧାସଳଖ ଆକାଶ କୁ ସମସ୍ତ ଙ୍କ ସମ୍ନା ରେ ରିଜେକ୍ଟ କରି ଦେଲା ।

ରାଜ:- ଆଉ ଆକାଶ କଣ କିଛି ନ କହି ଚୁପ ଚାପ ଫେରି ଆସିଲା !!!!

ବୁଟୁ:- ତାର ଦିୱାନା ପନ ଏ ଯାଏଁ ବି ଖସି ନାହିଁ । ସେ ଚେଷ୍ଟା ଜାରି ରଖିଛି ମାୟା କୁ ପଟେଇବା ପାଇଁ । ଏତେ ପିଲା ମାନଙ୍କ ସମ୍ନା ରେ ରୋମିଓ ହେବା କୁ ଯାଉଥିଲା କିନ୍ତୁ ଶେଷ ରେ ଶିଶୁପାଳ ହୋଇ ଫେରିଲା । ହା.... ହା.....

   (ବୁଟୁ ଆଉ ଡ଼ନ ଦୁହେଁ ହସୁଥିଲେ)

ରାଜ:-

            ମନେ ମନେ କେତେ ଝୁରି ମୁଁ ହୋଇଛି ,

            ତୁମକୁ ପାଇବା ପାଇଁ ।

            ଭାବିଥିଲି ତୁମକୁ ହରେଇ ମୁଁ ଦେଲି ,

            ଆଉ ଖୋଜିଲେ ପାଇବି ନାହିଁ ।।

            

ରାଜ:- ମାୟା କିନ୍ତୁ ଆକାଶ ପରି ପିଲା ଙ୍କୁ କେଉଁ କାରଣ ରେ ରିଜେକ୍ଟ କଲେ କିଛି ବୁଝା ପଡୁନି । ଆକାଶ ପରି ମୋଷ୍ଟ ଟ୍ୟାଲେଣ୍ଟ , ଗୁଡ଼ ଲୁକିଙ୍ଗ ,ଆଉ ଧନୀ ଘର ପିଲା ର ପ୍ରସ୍ତାବ ରେ ଯେ କେହି ବି ରାଜି ହୋଇ ଯିବେ। କିନ୍ତୁ ମାୟା.......!!! ମୁଁ କିଛି ବି ବୁଝି ପାରୁନି ?

ଡ଼ନ:- ତୁ ଆଉ ବେଶି ମୁଣ୍ଡ ଖେଳା ନା । ଆମେ ସମସ୍ତେ ଜାଣିଛୁ ,ମାୟା କେତେ ଭଲ ପାଏ ତତେ । ଆଉ ଆକାଶ କୁ କଣ ସେ ହଁ, କହି ଦେଇ ଥାନ୍ତା କି ? ଆକାଶ କୁ ରିଜେକ୍ଟ କରିବା ପଛର କାରଣ ହେଉଛୁ ତୁ । ଏବେ ବୁଝିଲୁ ତ ?

ରାଜ :- ମୋ ପାଇଁ , ଏତେ ଭଲ ପ୍ରସ୍ତାବ କୁ ମାୟା ମନା କରିଦେଲେ । ମୋ ନିଜକୁ ତ ଆଶ୍ଚର୍ଯ୍ୟ ଲାଗୁଚି । ସତ ଟା କଣ ହୁଏତ ମାୟା ଜାଣି ନାହାନ୍ତି , ସେଥିପାଇଁ ଅନ୍ଧାର ଭିତରେ ରହି ଏମିତି ଡିସିସନ ସବୁ ନେଉଛନ୍ତି ।

ବୁଟୁ:- ପକୃତ ଭଲ ପାଇବା କେବେ ଧନ ସମ୍ପତ୍ତି କିମ୍ବା ଶରୀର ଗଠନ କୁ ଦେଖେ ନାହିଁ । ହୃଦୟ ର ଭାଷା ଯେଉଁଠି ବୁଝି ହୁଏ , ସେ ପ୍ରେମ ରେ ଶାଶ୍ୱତ ଭଲ ପାଇବା ଥାଏ ।

ଡ଼ନ:- କଣ କହିଲୁ ରେ ସାଙ୍ଗ । ମତେ ତ ଏମିତି ଲାଗିଲାଣି , ତୁ ବୋଧ ହୁଏ ପ୍ରେମ ରେ ପଡି ଗଲୁଣି । ନ ହେଲେ ତୋ ମୁହଁ ରୁ କୃଷ୍ଣ ବାଣୀ !!!!!!

ବୁଟୁ :- ତୁ ଚୁପ କର । ବେଶି ବକ ବକ ହଅନା । ରାଜ, ତୁ " ନିଶ୍ଚିତ ରେ ରହ , ମାୟା କେବଳ ତୋ ଛଡା ଆଉ କାହାକୁ ଭଲ ପାଇବ ନାହିଁ । ମୁଁ ତ ହଣ୍ଡରେଡ଼ ପରସେଣ୍ଟ କହୁଚି । ତୁମ ଦୁହିଁଙ୍କ ର ଯୋଡି ପୁରା ପ୍ରଫେକ୍ଟ ।

ରାଜ:-

           ସ୍ୱପ୍ନରେ ବଂଚିବା ବହୁତ ସହଜ ,

            ବାସ୍ଥବତା କିନ୍ତୁ ଭିନ୍ନ ।।

           ମନ ହଜେଇଲେ , ଯନ୍ତ୍ରଣା ତ ମିଳେ ।

          କିନ୍ତୁ, ଧରା ଦିଏ ନାହିଁ ସେଇ ଜହ୍ନ ।।

           ଭାଗ୍ୟ ର ବିଧାତା କଣ ଲେଖିଛି ।

          ସବୁ କିଛି ଆଜି ବି ମୋ ପାଇଁ ଅସ୍ପଷ୍ଟ ।

          ଘର , ପରିବାର ଦାରୁଣ ଦୁଃଖ ମୁଁ ଦେଖିଛି ।

          ଇଛା ନାହିଁ , ପ୍ରେମ ରେ ସହିବା କୁ ଆଉ କଷ୍ଟ ।।

ମାୟା:- ଯାହା ହେଉ , ଶେଷ ରେ ବାବୁ ଙ୍କର ଦେଖା ତ ମିଳିଲା। ଆମକୁ ଆଉ କିଏ ବା ମନେ ରଖୁଛି । ଆମେ ତ ସାତ ପର ।( ମାୟା ର ପ୍ରବେଶ)

ବୁଟୁ:- ତୁମେ ଦୁହେଁ କଥା ହେଉଥାଅ । ଆମେ ଟଙ୍କା ଡିପୋଜିଟ କରି ଆସୁଛୁ । ଡ଼ନ, ଚାଲେ ଯିବା ।( ଦୁହେଁ ପ୍ରସ୍ଥାନ)

ରାଜ:- ସେମିତି କିଛି ନୁହେଁ । ଟିକେ ବ୍ୟସ୍ତତା ଭିତରେ କାହା ସହ ବି ଦେଖା କରି ପାରୁ ନ ଥିଲି ।

ମାୟା:- ଆଛା କାହା ସହ ମାନେ , ମୁଁ ଏବେ କଣ ବୁଝିବି । ଦୂର ରୁ ଦେଖି , ନ ଦେଖିଲା ଭଳି ଚାଲିଯିବ । ଆଖି ମିଶେଇ ଟିକେ ମୁହଁକୁ ବି ଦେଖିବ ନାହିଁ । ଏ ସବୁ କୁ କଣ ବୁଝିବି । ମୋ ମୁହଁ ଟା କଣ ଏତେ ଖରାପ କି ????

ରାଜ:- ମୁଁ ତ ସେମିତି କିଛି କହି ନାହିଁ । ତୁମେ ଏ କଲେଜ ର ସବୁଠାରୁ ସୁନ୍ଦର ଝିଅ । ତୁମକୁ କିଏ କଣ ଦେଖି ନ ଦେଖିଲା ପରି ଚାଲିଯାଇ ପାରେ କି ?

ମାୟା:- କିଏ କରୁଛି କି ନାହିଁ ଜାଣିନି କିନ୍ତୁ ତୁମେ ତ ନିଶ୍ଚତ କରୁଛି । ହଉ ଯାହା ତୁମର ଇଛା ।

ରାଜ:- ସମୟ ଆଉ ପରିସ୍ଥିତି କୁ ନେଇ ଏ ଜୀବନ ବିପର୍ଯ୍ୟସ୍ତ । ସେଥିପାଇଁ ନିଜ କୁ ଅନ୍ୟ ସମସ୍ତ ଙ୍କ ଠାରୁ ଦୂରେଇ ରଖିଛି ।

ମାୟା:- କଣ ଏମିତି ସବୁ ଘଟି ଗଲା ଯେ , ତୁମେ କିଛି ବି ମତେ ଜଣେଇବା କୁ ଠିକ ଭାବିଲ ନାହିଁ । ହଁ, ସତ କଥା ମୁଁ ବା ତୁମର କିଏ ?

ରାଜ:- ତୁମେ ଯେମିତି ଭାବୁଛ ଆରେ ସେମିତି କିଛି ନାହିଁ । ନିଜର ଦୁଃଖ କୁ ସମସ୍ତ ଙ୍କ ଆଗରେ କହି ବୁଲିବା କୁ ନିଜକୁ ଠିକ ଲାଗିଲା ନି ।

ମାୟା:- ତୁମେ ହୁଏତ ଭୂଲି ଯାଉଛ , ଦୁଃଖ ବାଣ୍ଟି ଲେ କମେ । ବହୁତ ଦିନ ହେଲା କଫି ପିଇନି କ୍ୟାଣ୍ଟିନ ରୁ , ଯିବା କି ?

ରାଜ :- ଟିକେ ରହି , ମୋର କାମ ଅଛି ମାୟା । ଆଉ କେବେ ?

ମାୟା:- କାମ ବାହାନା ନ କରି , ସିଧା ସିଧା କହି ଦିଅ ମୋ ସହ କଫି ପିଇବା କୁ ତୁମର ଇଛା ନାହିଁ ବୋଲି । ମୁଁ କିଛି ଖରାପ ଭାବିବି ନାହିଁ ?

ରାଜ:- ହଉ , ଚାଲ କିନ୍ତୁ ଗୋଟେ ସର୍ତ୍ତ ମୁଁ ପେମେଣ୍ଟ କରିବି ।

ମାୟା:- ଆଜ ୟୁଅର ହୁଇସ ।

   ଦୁହେଁ କଫି ପାଇଁ ଅପେକ୍ଷା କରିବା ସମୟର କଥାବାର୍ତ୍ତା ଭିତରେ ଆକାଶ ର ପ୍ରବେଶ ।

ଆକାଶ:- ପ୍ଲିଜ ମାୟା , ମତେ ଟିକେ ବୁଝିବା କୁ ଚେଷ୍ଟା କର । ମୁଁ ତୁମ ବିନା ଆଉ ବଂଚି ପାରିବି ନାହିଁ ।

      ଏ ରାଜ , ତୁ ଟିକେ ମାୟା ଙ୍କୁ ବୁଝା ନା । ତୋ କଥା ମୁଁ ଜାଣେ , ମାୟା ଜମା କାଟି ପାରିବେ ନାହିଁ ।

ରାଜ:- ,ମୁଁ କଣ କହିବି !!!!

ମାୟା:- ଆକାଶ ତୁମ ମୁଣ୍ଡ କାମ କରୁଛି ନା ନାହିଁ । ସେ ଦିନ ଏତେ କରି ବୁଝେଇ କହିଲା ପରେ ବି ? ଆଜି ଆଉ ଥରେ ଷ୍ଟାର୍ଟ ହୋଇ ଗଲ ।

      ଥରେ କହିଲି ନୋ ମିନ୍ସ ନୋ ।

ଏବେ ଯାଅ ଏଠୁ ।

ଆକାଶ:- ରାଜ , ତୁ ସାଙ୍ଗ ହୋଇ ଏମିତି ଚୁପ ବସିବା କଣ ଠିକ ହେଉଛି । ତୋ ଭରସା ରେ ଆସିଛି । ପ୍ଲିଜ ଭାଇ ..... ହେଲ୍ପ ମି !!!

ରାଜ:- ଆରେ ଭଲପାଇବାରେ , ମଧସ୍ତି କରିବା ଟା କଣ ଠିକ ।ମୁଁ ଏ ଯାଏଁ କିଛି ବି ବୁଝି ପାରୁନି । ମାୟା କଣ ପାଇଁ , ତତେ ରିଜେକ୍ଟ କରୁଛନ୍ତି । ସେ କଥା ମାୟା ହିଁ ବେଟର କହି ପାରିବେ !!

ମାୟା:- ଓଃ .... ଗଡ !!! ପ୍ଲିଜ ଆକାଶ ଏଠି ଆଉ ତାମସା କିଛି ନ କରି ଚାଲି ଯାଅ । ଏମିତି ତୁମେ ଯେତେ ଥର କହିଲେ ବି , ମୋ ଉତ୍ତର ନା" ହିଁ ହେବ । ଚେଞ୍ଜ ହେବା ର ପ୍ରଶ୍ନ ଉଠୁ ନାହିଁ ।

ଆକାଶ:- ତୁମ ଛଡା ଏ ଜୀବନ ରେ ମୁଁ ଆଉ କାହାକୁ ବି ଚାହିଁବି ନାହିଁ । ତୁମକୁ ନ ପାଇଲେ ଏ ଜୀବନ ଥାଇ ମୂଲ୍ୟ ବା କଣ ?

ରାଜ:- ପ୍ଲିଜ ଆକାଶ , ଏମିତି ନିରାଶା ହୋଇ ତୁ କିଛି ବି ଭୂଲ ଡିସିସନ ନେ ନାହିଁ ।

ଆକାଶ:- ଥାଉ , ତୋର ଆଉ କିଛି ମତେ କହିବା ଦରକାର ନାହିଁ । ଆଜି ଯଦି ମୁଁ ହାରୁ ଥାଏ ମାୟା ଙ୍କୁ ନ ପାଇ , ସେଥିପାଇଁ ତୁ ହିଁ ଦାୟୀ । ସାଙ୍ଗ ହୋଇ ବନ୍ଧୁତା କୁ ଭୂଲି ଯାଇ , ଆଜି ତୁ ପ୍ରମାଣ କରିଦେଲୁ ରାଜ , ପ୍ରେମ ଆଗରେ ବନ୍ଧୁତା ର ମୂଲ୍ୟ କିଛି ନାହିଁ ।

     ତତେ ଭରଷା ଆଦୌ କରିବାର ନ ଥିଲା । ଭାବିଥିଲି ତୋ ପରି ସାଙ୍ଗ ପାଇଁ ବହୁତ ଖୁସି ଥିଲି । କିନ୍ତୁ ତୁ ବି .......ଛି !!!

ତୋ ମନରେ ମାୟା ଙ୍କ ପ୍ରତି ଭଲପାଇବା ଅଛି ଆଜି ଜଣା ପଡିଗଲା । ତା' ନ ହୋଇଥିଲେ ତୋ ସାଙ୍ଗ ଯାହାକୁ ଭଲପାଉଛି ଜାଣିବା ପରେ ବି ତୁ କେମିତି ତା" ସାଙ୍ଗରେ କଫି ପିଇବା ପାଇଁ ଆସି ପାରିଲୁ ।

      ଆଜି ଠାରୁ ତୋ ସହ ମୋର ଆଉ କିଛି ବି ସମ୍ପର୍କ ନାହିଁ ।

ରାଜ:- ତୁ ମତେ ଭୂଲ ବୁଝିଛୁ ଆକାଶ ! ମୁଁ କେବେ ବି ତୋ ବାଟରେ ଆସି ନାହିଁ । ଆଉ ବନ୍ଧୁତା ପାଇଁ ଏ ରାଜ , ଜୀବନ ବି ଦେଇ ପାରେ ।ପ୍ଲିଜ ବେଶି ପାଟି କରି ଏଠି ତାମସା ଆଉ କର ନାହିଁ । ଅନ୍ୟ ମାନେ ଦେଖି ହସୁଛନ୍ତି । ତା' ଛଡା ମାୟା ଙ୍କୁ ତୋର ଏମିତି ବ୍ୟବହାର କଣ ଠିକ ଲାଗୁଥିବ । ବୁଝିବା କୁ ଚେଷ୍ଟା କର !!!

ଆକାଶ:- ଥାଉ ... ଥାଉ !!! ମୁଁ ଜାଣି ସାରିଲିଣି , ତୋ ମନରେ କଣ ଚାଲିଛି । ମତେ ଆଉ ବୁଝା ନାହିଁ ।

      ସାଙ୍ଗ କହି ଯଦି କିଏ ପଛରେ" ମାରି ପାରେ । ସେ କେବଳ ତୁ । ବିଶ୍ୱାସଘାତକ କେଉଁଠି କାର ।

ଏମିତି ଅପମାନ ପାଇଲା ପରେ ମାୟା ଙ୍କ ସମ୍ନା ରେ , ଆଉ ସେଠି ରହିବା ଟା ଠିକ ନୁହେଁ ଭାବି ଫେରି ଆସିଲି । ପଛରୁ ମାୟା ନାଁ, ଧରି ଡାକୁଥିଲେ ବି । ଶୁଣିକି ସେଠାରେ ଅଟକିବା ର ସତ ସାହସ ଆଉ ମୋର ନ ଥିଲା ।

    ଆକାଶ ବି ମୋ ପଛରେ ବଡ଼ ପାଟି ରେ ଖରାପ ଭାଷାରେ ମତେ ଗାଳି କରି ସବୁ ଦୋଷ ଦେଇ ଚାଲି ଥାଏ । ପରିସ୍ଥିତି କୁ ସେଠାରେ ରହି ନ ବିଗାଡିବା ପାଇଁ , ମତେ କଲେଜ ଛାଡି ଆସିବା କୁ ଠିକ ଭାବି ,ଚାଲି ଆସିଲି ।

    କେହି ବି ମତେ ଠିକ ସେ ବୁଝି ପାରୁ ନାହାନ୍ତି ଜାଣି ବହୁତ ଦୁଃଖ ଲାଗୁଥିଲା ।

   କ୍ରମଶଃ



Rate this content
Log in

Similar oriya story from Romance