Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୮

ମନ ମୟୂରୀ ଭାଗ-୮

3 mins
181



ଜୀବନର ସଂଗୀତରେ ଆଜି ନ ଥିଲା ବାକି ଆଉ କିଛି ସୁରିଲା ତାଳ ର ଛନ୍ଦ । ସବୁ କିଛି ବେସୁରା ହୋଇ ସାରିଥିଲା । ନିଜର ଜୀବନ ସହ ସଂଘର୍ଷ ଆରମ୍ଭ ହୋଇ ଯାଇଥାଏ । ସମସ୍ତ ଙ୍କର ଭଲପାଇବା ଠାରୁ ମୁଁ ଥିଲି ବହୁତ ଦୂର ରେ । ସମବେଦନା ଦେବା ପାଇଁ ବି କେହି ପାଖରେ ନ ଥିଲେ । ଦିନ ସାରା ର ଅକ୍ଲାନ୍ତ ପରିଶ୍ରମ ପରେ , ସେଜ ଉପରେ ନିଦ ଆସିବା ପୂର୍ବରୁ , ମାୟା ଙ୍କର ସ୍ମୃତିରେ ରାତି ବି ମୋ ପାଇଁ ଅଭିଶାପ ପାଲଟି ସାରିଥିଲା । ସେ ଦିନର ସ୍ମୃତି କୁ ମନ ରୁ ଭୂଲି ପାରୁ ନଥିଲି । କଲେଜ ଯାଇ ବି ଏଇ କିଛି ଦିନ ହେଲା କ୍ଲାସ କରିବା କୁ ସାହସ କରି ପାରୁ ନ ଥିଲି । ଯେଉଁ କଲେଜ ରେ ଦିନେ ସାଙ୍ଗ ମାନେ ସବୁ ମାୟା ଙ୍କ ସହ ମୋ ନାଁ ଯୋଡି କଥାବାର୍ତ୍ତା ହେଉଥିଲେ , ଆଜି ଯେତେବେଳେ ମତେ ଦେଖିବେ ନିଶ୍ଚିତ ଅନେକ କମେଣ୍ଟ ଶୁଣିବାକୁ ପଡିବ ।

     ଜୀବନର ଏ ଦୋଛକିରେ କେମିତି ମୁଁ ଫେରିବି ଜୀବନର ବାସ୍ତବ ଧାରା କୁ ଆଜି ବୁଝି ପାରୁ ନ ଥିଲି । ଭୋକ ଶୋଷ ଭୁଲି ଦିନ ରାତି ପରିଶ୍ରମ କରୁଥିଲି ଅଧିକରୁ ଅଧିକ ସମୟ । ନିଜ ପାଇଁ ଖର୍ଚ୍ଚ ଭାବଦ ଟଙ୍କା ରଖିଲା ପରେ , ଘର କୁ କିଛି ଟଙ୍କା ଦେବା ପାଇଁ , ନିଜର ପରିଶ୍ରମ କୁ ଗ୍ୟାରେଜ ରେ ଦ୍ଵଗୁଣିତ କରି ଦେଇଥିଲି ।

      ଏହା ଭିତରେ ଦେହ ବି ଆଗ ପରି ଆଉ ଭଲ ରହୁ ନାହିଁ । ଠିକ ସମୟରେ ଖାଇବା ପିଇବା ଭୂଲି ସାରିଥିଲି । ପାଠ ପଢ଼ାରେ ବି ଆଗ ଭଳି ଆଉ ମନ ଲାଗୁ ନାହିଁ । ତଥାପି ଯାହା ବି ହେଲେ ଭଲ ପାଠ ପଢିବା କୁ ପଡିବ ।

    ଜୀବନରେ ହାର ମାନିବା ପାଇଁ ପ୍ରସ୍ତୁତ ନ ଥିଲି । ଭଲପାଇବାରେ ହାରିଲା ପରେ , ଆଉ କେଉଁ ଯୁଦ୍ଧ ଏମିତି ନାହିଁ ଯାହା ମୁଁ ଲଢ଼ି ପାରିବି ନାହିଁ ବୋଲି ନ ଥିଲା । ସବୁ କିଛି ଆଜି ଛାତି ଭିତରେ ସହି ସହି ପଥର ହୋଇଯାଇଥିଲା । ଖାଲି ଯାହା ହାଡ଼ ଚାରିଖଣ୍ଡରେ ମୋ ଜୀବନର ଆଧାର ହୋଇ ରହିଥିଲା ।

   ତଥାପି ସଂଘର୍ଷ ମୋର ଜାରି ରହିଥିଲା ।

   ରାଜ:-

              ଏମିତି ଜୀବନ ଆଜି ଅଭିଶପ୍ତ

              ଝୁରି ମରୁଥାଏ ମୁଁ ନିତି ଅତୀତ ।

              ଭୟ ଆଜି ଲାଗେ ଆଖି ବୁଝିବାକୁ

              ସ୍ୱପ୍ନ ରେ କାଳେ ଦେଖିବି ପ୍ରିୟାକୁ ।

             ପ୍ରାନ୍ଥଶାଳା ର ହୃଦୟ ବୁକୁରେ ,

       କେତେ ସ୍ମୃତି ଛିଟା ଲାଗିଛି ଚଲା ବାଟରେ ।

             ସଭିଏଁ ଆଶ୍ରିତ , ପଥିକ ସଦୃଶ୍ୟ

             ଆପଣା ର ଭାବି ସ୍ପର୍ଶ ଟିକେ ପାଇଁ

  ଛୁଇଁବା ଆଗରୁ ସମସ୍ତେ ହୋଇଯାଆନ୍ତି ଅଦୃଶ୍ୟ ।

             

ଯେଉଁ ସ୍ୱପ୍ନ କୁ ଆଖିରେ ଧରି ବଞ୍ଚିବାର ପ୍ରୟାସ ରେ ସାଥି ଟି ମୁଁ ଖୋଜୁଥିଲି । ଆଜି ମୋ ଆଖି ସାମ୍ନାରେ ମନର ମୟୂରୀ , ଭାଙ୍ଗି ଦେଇ ଗଲା ମୋର ନିଡ଼ରେ ତିଆରି ଝାଟି ମାଟିର ଘରକୁ ତାରପାଦରେ ଆଡେଇ , ଇନ୍ଦ୍ରମହଲର ସ୍ୱପ୍ନ ର ପୁରୀକୁ ।

 ମୁଁ କାହିଁକି ବା ଆଉ ଝୁରି ହେବି । ମୋ ନିଜକୁ ଆଉ କେତେ କଷ୍ଟ ଦେବି । ଭଲପାଇବାର ମାନେ ନୁହେଁ ତ ସବୁବେଳେ ନିଜର ଅଧିକାର ଜାହିର କରିବା । ବେଳେବେଳେ ଭଲପାଇବା କୁ ସମ୍ମାନ ଦେଇ ପ୍ରିୟା ର ଖୁସି ପାଇଁ , ଶୁଭ ମନାସୀ ନିଜର ସର୍ବସ୍ୱ ଇଛା କୁ ତ୍ୟାଗ କରି ଦେବା ଉଚିତ ଅଟେ ।

ପକୃତ ଭଲ ପାଇବା ପାଇବାରେ ନ ଥାଏ । ଥାଏ ତ କେବଳ ତ୍ୟାଗ ରେ । ଏ ଆଖି ଲୁହରେ କାହିଁକି ବା ଆଉ ମାୟା ଙ୍କର ମନ ଆଉ ହୃଦୟ କୁ ଝୁରି ନିଜକୁ କ୍ଷତାକ୍ତ କରିବା ଉଚିତ ହେବ ନାହିଁ ।

     ରାଜ:-

   ଜାଳି ପାର ଯଦି ଜଳେଇ ଦିଅ ତୁମ ବିରହରେ ।

               ପ୍ରତି ଥର ବାଧ୍ୟ କର ନାହିଁ ,

             ତୁମକୁ ଲେଖିବା କୁ ମୋ କବିତା ରେ ।

   

 କାହିଁକି ଦଉଛ କଷ୍ଟ ବଂଚିବା କୁ ତୁମରି ସ୍ମୃତିରେ ।

            ମନେ ପକେଇବାକୁ ବାଧ୍ୟ କର ନାହିଁ ,

           ଜିଇଁ ବାକୁ ଝରୁଥିବା ସେ ଲୁହରେ ।।

    ପାଇବାକୁ ତୁମକୁ କରିଥିଲି ତପସ୍ୟା କେତେ ଜୀବନରେ।

       ହରେଇ କେମିତି ଖୁସି ହେବି କୁହ ମୋ ନିରବତାରେ

  ତଥାପି ତୁମେ ଝଡ଼ ପରି ବୋହି ଯାଅ,ମୋ ନିସଃଙ୍ଗତାରେ।

  ତୁମେ ଖୁସି ଥିବ ଆଶା କରେ ଅଫେରା ବାଟରେ

          ମୋ ନିଦ ଆଜି ବି ଭାଙ୍ଗି ଦେଇ ,

    ଛାଡି ଦେଇ ଯାଅ ବଞ୍ଚିବାକୁ ଅଧାଗଢା ସ୍ୱପ୍ନରେ

          ଶୋଇଯାଇଛି ମୁଁ ନିସ୍ତବ୍ଧ ପ୍ରହରେ ।

          ତୁମକୁ ଖୋଜି ଖୋଜି ସ୍ୱପ୍ନ ଇଲାକାରେ ।

          

          ପ୍ରତିଶ୍ରୁତି ଯାହା ତୁମେ ଦେଇଥିଲ ।

          ପ୍ରତାରଣା ସମୁଦ୍ରରେ ଶେଷେ ଭସେଇଲ

       ଶରୀର ମୋ ଜଳୁଅଛି ବିରହର ନିଆଁ ରେ ।

       ଯନ୍ତ୍ରଣା ର ହୃଦୟ କିନ୍ତୁ , ତୁମକୁ ସେ ଝୁରେ ।

           

ଶେଷ ହୋଇ ଆସୁଥାଏ ରଜନୀ ର ଆୟୁଷ । ପକ୍ଷୀ ରାବ ରେ ମନ ଆଜି ଅନେକ ବିଚଳିତ । ତଥାପି କର୍ମ ଭୂମିକୁ ଫେରିଯିବାକୁ ହେବ । ଜୀବନ ଯାତ୍ରାରେ ସବୁ ଅତୀତକୁ ଭୂଲି ଏକା ପାଦ ଥାପି ଏ ଜୀବନକୁ ସଂଘର୍ଷ ର ସହ ବଂଚିବାକୁ ହେବ ।

             କ୍ରମଶଃ

      

  

        



Rate this content
Log in

Similar oriya story from Romance