Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୧୩

ମନ ମୟୂରୀ ଭାଗ-୧୩

8 mins
209



ଶାରୀରିକ ଯନ୍ତ୍ରଣା ସହ ମାନସିକ ଚିନ୍ତା ରେ ଆଜି ମୋ ଆଖିର ନିଦ ହଜି ଯାଇଥାଏ । ଆଜିର ଏ ରାତିରେ ଜୀବନ ର ଅନେକ ରଙ୍ଗ ବଦଳିବା କୁ ଲାଗିଛି । କିଛି ସାନ୍ତ୍ୱନା ଆଉ କିଛି ଭଲ ପାଇବାର ସ୍ନେହ ଭରା ଆଦର ମଧ୍ୟରେ ଜୀବନ କୁ କେଉଁ ମୋଡ଼ ଦେଇ ନେଇ ଯିବି କିଛି ବୁଝି ପାରୁ ନ ଥାଏ । ସବୁ ପରେ ମାୟା ଙ୍କର ମୋ ପ୍ରତି ଥିବା ଭଲ ପାଇବା ର ଶାଶ୍ୱତ ତାକୁ ବୁଝିଲା ପରେ , ତାଙ୍କୁ ଜୀବନର କଣ୍ଟକିତ ଯାତ୍ରା ରେ ଏକା ଚାଲିବାର ମୁଁ ଦେଖିବା କୁ ଚାହୁଁ ନ ଥିଲି । ପରିସ୍ଥିତି କୁ ବୁଝି ଉଚିତ ସମାଧାନ ନେବାର ସମୟ ଆସି ଯାଇଥାଏ । କଲେଜ ର ପରୀକ୍ଷା ଆଉ କିଛି ମାସ ବାକି ଆଛି । ଏହା ଭିତରେ ମୋ ଭଲ ପାଇବା ପାଇଁ କିଛି କରିବାର ସମୟ ଆସି ଯାଇଛି ।  ଏମିତି ଅନେକ ଭାବନା ଭିତରେ କେତେବେଳେ ଶୋଇ ପଡିଛି ଜାଣି ପାରି ନାହିଁ । ସକାଳୁ ସକାଳୁ ଘର ଭିତରେ ଧୂପ ଆଉ ଦୀପ ର ବସ୍ନାରେ ମୋ ନିଦ ଭାଙ୍ଗିଗଲା । ମାୟା ବଧୂ ଟି ପରି ଘରର ନିତି କାନ୍ତି ଓଡ଼ିଆ ଘର ର ବୋହୂ ପରି କରି ଚାଲିଥିଲେ । ସକାଳୁ କେବେ ବି ଏମିତି ଆଖି ଲାଖି ଗଲା ପରି ସୁନ୍ଦର ରୂପ କୁ ଆଗରୁ କେବେ ଦେଖିବାର ସୁଖ ପାଇ ନ ଥିଲି ।

    ଗହମ ରଙ୍ଗର ତାଙ୍କ ଗୋରା ଦେହ ରେ ଆଜି ଶ୍ରାବଣ ବାରି ଧାରା ପରି ଓଦା ଭିଜା ଦେହର ଭୂଗୋଳ ଯଥେଷ୍ଟ ଥିଲା ମୋ ପ୍ରେମିକ ପଣିଆକୁ ମତୁଆଲା କରିବା ପାଇଁ । କଳା ମେଘି କେଶର ରୂପରେ ଅପୂର୍ବ ସୁନ୍ଦରତା ଦେଖିଲେ ଲାଗୁଛି ଯେମିତି ମେଘାଛହ୍ନ ଆକାଶରେ ପୁନେଇଁ ଜହ୍ନ ର ଝଲକ । ବିମୋହି କରିଦେବ କାବ୍ୟକାରଙ୍କୁ ଭାବନାରେ ଵଶ କରି , ତାଙ୍କର ଚେତନାକୁ ଅୟୁଧ କରି ସୁନ୍ଦର କାବ୍ୟ ରଚନା କରିବା ପାଇଁ ।

    ହରିଣୀ ଆଖିରେ ଥିବା ନିଶାରେ ଯେ କେହି ପାଗଳ ଭଅଁର ବନ୍ଦୀ ହୋଇଯିବେ ସବୁ ଦିନ ତାଙ୍କର ହୃଦୟ ର ପଞ୍ଜୁରୀରେ ।

  ରାଜ:-

          ଦେହ ମନ ଭିଜି ଯାଏ ,

                 ଦେଖି ତୁମ ରୂପର ସମ୍ଭାର ।

            ଏମିତି ପାଗଳ ଆଜି ଏ ଭଅଁର ,

     ତୁମ ଦେଲେ ହାତେ ପିଇ ଦେବ ସେ ଜହର ।

    ଅପରୂପ ତୁମର ସୌନ୍ଦର୍ଯ୍ୟ ର ନାହିଁ ତୁଳନା ।କବିତାରେ ତୁମକୁ ଲେଖିବା ପାଇଁ , ମିଳେନି ଉପମା ।

         ଆଗୋ ହଁସନୀ ତୁମେ ମନର ମୟୂରୀ ।

    ତୁମ ପ୍ରୀତି ବାଣେ ଆଜି ମୁଁ ଘାଇଲା ଶିକାରୀ ।

         ଢଳ ଢଳ ତୁମ ଆଜି ଦେହ ର ଯୌବନ ।

   ପ୍ରୀତି ଜଳେ ଆଜି ଜଳି ଖୋଜେ ତୁମର ଚୁମ୍ବନ ।

 

     କଳା ମେଘି ବେଣୀ ତୁମ ,ଦେଖି ଗଜ ଚାଲି ।

  ମନରେ ମୋ ଖେଳି ଯାଏ ତୁମ ସାନିଧ୍ୟ ବିଜୁଳି ।

       ଅପେକ୍ଷା ର ଅନ୍ତ ହେବ କେଉଁ ଦିନ ।

       କେବେ ତୁମ ସାଥେ ହେବ ମଧୁର ମିଳନ ।

ମାୟା:-

ନିଦ ଭାଙ୍ଗି ଶୀଘ୍ର ରେଡି ହୋଇଯାଅ ,ରସିକ ଭଅଁର ।

ମନେ ମନେ କେତେ ଆଉ ମତେ କରିବ ଅଧିର ।

ତୁମର ହୋଇସାରିଛି , ଆଉ କେତେ ଭାଵ ।

ସମୟ ଆସିଲେ ନିଶ୍ଚେ , ପ୍ରୀତି ସାନିଧ୍ୟ ପାଇବ ।

ମୁଁ ଜାଣେ ତୁମ ପରି ପ୍ରେମିକ ମାନଙ୍କର ମନ ର ଭାଷା କୁ । ସକାଳୁ ଠିକେ ସେ ବି ନିଦ ଭାଙ୍ଗି ନି କିନ୍ତୁ ପାଖରେ ପ୍ରେମିକା କୁ ଦେଖି ସ୍ୱପ୍ନ ରାଇଜ ରେ ଭାସ । ସତରେ ତୁମ ପୁରୁଷ ଜାତି ବହୁତ ଦୁଷ୍ଟ । ଏମିତି ଚାହାଣି ରେ ଘାଇଲା କର ଆମ ଝିଅ ମାନଙ୍କୁ , ଆଖିରେ ଆଖିରେ ପୁରା ନିଶା ଶକ୍ତ କରି ଦିଅ । ତୁମର ଏ ଆଖିର ଭାଷା ରେ ଥିବା ମଧୁର ଜହର କୁ ଆମେ ପିଇଲା ପରେ , କେମିତି ଜାଣିବ କେତେ ଛଟ ପଟ ହେଉ ସାରା ରାତି ଆଉ ସାରା ଦିନ ।

ଆଛା ଆମ ପୁରୁଷ ଜାତିର ଏମିତି କରାମତି ଅଛି ମୁଁ ଆଜି ପ୍ରଥମ ଥର ପାଇଁ ଜାଣିଲି । ଜାଣିଛ ଭଅଁର ଯଦି ଦୁଷ୍ଟାମୀ କରିବ ନାହିଁ ତା ହେଲେ ଫୁଲ କୁ କଣ ଭଲ ଲାଗିବ । ଦୁଷ୍ଟାମୀ ରେ ତ ଭାରି ରହିଥାଏ ପ୍ରୀତି ର ଭୋକ । ଆଉ ତୁମେ କେମିତି ବୁଝିବ , ଏ ଦେହ ଆଉ ମନର କଷ୍ଟ !!

ଆଛା ଏମିତି କି ମୋ ରସିକ ଚୂଡ଼ା ମଣି ! ତା" ହେଲେ ଆଜି ବି ମୁଁ ଦେଖିବା କୁ ଚାହେଁ ତୁମେ କେତେ ଦୁଷ୍ଟ । ଖାଲି କଥାରେ ନା , କିଛି କଳା ଦୁଷ୍ଟାମୀ ରେ ବି ତୁମର ଅଛି !

   (ଏତକ କହିବା ଭିତରେ ମାୟା ଆସି ମୋ କୋଳରେ ବସି ଯାଇଥିଲେ )

  କଣ ଭାବୁଛ , ଏବେ ବି ଡ଼ରୁଛ ! ସାହସ କରି ପାରୁନ ! ଆରେ ଏତେ ଯଦି ପ୍ରେମ କରି ଡରିବ ,ତା ହେଲେ ପ୍ରେମ ରେ କେମିତି ବାଜି ଜିତି ପାରିବ । ପୁରୁଷ ପୁଅ ହେଇ ଏମିତି ପଛ ଘୁଞ୍ଚା ଦେବା ତୁମକୁ ଶୋଭା ଦେଉ ନାହିଁ । ଆଜି ମାୟା ଙ୍କର ଦେହର ଅତର ବସ୍ନା ରେ ମୋ ଦେହ ମନ ସବୁ ସମୋହିତ ହୋଇ ସାରିଥାଏ । ଦୁଇଟି ଆଖି ମିଶିଲା ପରେ ଦେହ ରେ କାମନା ତୃଷ୍ନାର ଅଗ୍ନି ସଂଯୋଗ ହୋଇ ସାରି ଥାଏ । ଝରକା ଫାଙ୍କା ମାଧ୍ୟମରେ ଶୀତଳ କୋହଲା ପାଗର ମୃଦୁ ମଳୟ ର ସ୍ପର୍ଶ ରେ ଦେହ ବି ଶୀତେଇ ଉଠୁଥିଲା। ପାଖରେ ଆଜି ପ୍ରାଣ ପ୍ରିୟା କୁ ପାଇଲା ପରେ , ଓଠ ଆଜି ଅଧିର ହେଉଥାଏ ଅନ୍ୟମନସ୍କ ଭିତରେ ଦୁଇ ଆଖି ବୁଝି ଯାଇଥାଏ । ମତୁଆଲା ନିଶାରେ ଦୁଇ ଟି ଓଠ ଆଜି ପିଆଲା ନିଶାରେ ମଧୁ ପାନ ରେ ବ୍ୟସ୍ତ । ସମୟ ଆଉ ପରିସ୍ଥିତି ଆଜି ସମ୍ପୂର୍ଣ୍ଣ ଅନୁକୂଳ ଥିଲା । ବହୁ ପ୍ରତିକ୍ଷିତ ଅପେକ୍ଷା ର ଆଜି ପୂର୍ଣ ଛେଦ ପଡି ଯାଇଛି ।

   ଧୀରେ ଧୀରେ ଅସ୍ଥିର ହୃଦୟ ଚେତନା କୁ ଫେରୁଥିଲା । ଲାଜରେ ମାୟା ଆଜି ମୁହଁ ତଳକୁ କରି ଦେଇଥିଲେ । ସତରେ ଯଦି ସବୁ ଦିନ ତୁମେ ଏମିତି ଆସି "ହଟ ବେଡ଼ ଟି" ଦେବ କେଉଁ ପ୍ରେମୀ କୁହ ଦୁଷ୍ଟ ନ ହେବ । ଛି, କେତେ ଦୁଷ୍ଟ ତୁମେ । ଉଠି ଯାଉଥିଲେ ମାୟା ।ତାଙ୍କର ହାତ କୁ ଭିଡ଼ିଧରି କୋଳ କୁ ଟାଣି ନେଇ ଆଲିଙ୍ଗନ କଲା ଭିତରେ , ମୋ ଠାରୁ ନିଜକୁ ଭିଡି ନେଇ ଉଠି ଗଲେ ।

କଣ ଟିକେ ଟି' ରେ ମନ ବୁଝିଯାଏ କି ତୁମର । ଆଉ ଟିକେ ପୂର୍ଵ ରୁ କହୁଥିଲ , ମତେ କଣ ସବୁ ଜଣା ଜାଣିବା ପାଇଁ ତୁମର ବେଶି ଆଗ୍ରହ ଥିଲା । ଆଉ ଏବେ ନିଜେ ପରାଜୟ ସ୍ୱୀକାର କରି ନେଲ ।ତୁମ ପୁଅ ମାନଙ୍କୁ ଲଜ୍ୟା କଣ ଜଣା ଅଛି କି ? ଆଜି କଣ ଥରକ ରେ ସବୁ ଯୁଦ୍ଧ ଲଢ଼ି ସାରି ଦେବ କି ! ଧର୍ଯ୍ୟ ଧର ରସିକ ନାଗର , ଆହୁରି ଅନେକ ସମୟ ଅଛି ତୁମ ଦୁଷ୍ଟାମୀ କେତେ ଜଣେଇବା ପାଇଁ । ଏତେ ହାଇ ଡୋଜ ଦେହ ପାଇଁ ଭଲ ନୁହେଁ । ବୁଝିଲ ତ !! ଏବେ ଯାଅ ଫ୍ରେସ ହୋଇ ଆସ । ତା" ପରେ ଯେଉଁ କଥା ।

ଯାହା ତୁମର ଆଜ୍ଞା ପ୍ରାଣ ପ୍ରିୟେ। ସବୁ ମାନିବା କୁ ପ୍ରସ୍ତୁତ ତୁମର ପ୍ରେମିକ । ମେଡ଼ିସିନ ଆଉ ମାୟା ଙ୍କର ସ୍ନେହଭରା କେୟାର ର ହାତ ସ୍ପର୍ଶ ରେ ଦେହର ଯନ୍ତ୍ରଣା ଟିକେ କମିଯାଇଥାଏ । ଆଗ ଅପେକ୍ଷା ବହୁତ ଭଲ ଲାଗୁଥାଏ । ଧୀରେ ଧୀରେ ଉଠି ଫ୍ରେସ ହେବା ପାଇଁ ବାହାରିଲି।

  ଫ୍ରେସ ହୋଇ ସାରିଲା ପରେ ମାୟା ଙ୍କ ହାତ ତିଆରି ପୁରୀ ଆଉ ଆଳୁଦମ ର ଟେଷ୍ଟ ଥିଲା ସମ୍ପୂର୍ଣ ନିଆରା ।

ରାଜ , କଣ ସ୍ଥିର କଲ । ଆଗକୁ କଣ କରିବ , କିଛି ଜଣେଇଲ ନାହିଁ ।

ଜଣେଇବାରେ କଣ ଅଛି ମାୟା । ଜୀବନର ବାସ୍ତବତା ବୁଝିବା ହିଁ ବୁଦ୍ଧି ମାନର କାମ ହୋଇଥାଏ । ଆଜି ତୁମେ ଯେଉଁ ଆଡ଼ଜେବେଷ୍ଟ ଘରେ ଅଛ , ତା ଠାରୁ ଆହୁରି ଦୁର୍ବଳ ମୋର ଗାଁ ର ଝାଟି ମାଟିର କୁଡ଼ିଆ ଘର । ସବୁ ପରେ ବି ମୁଁ ସେଇଠାରେ ବହୁତ ଶାନ୍ତି ପାଇ ଥାଏ । ମତେ ତୁମର ରାଜ ମହଲ ଲୋଡ଼ା ନାହିଁ । ଗରିବ ବାପା ର ପୁଅ ମୁଁ । ଧନ ଆଭିଜାତ୍ୟ ର ଲୋଭ ରେ ମୋ ଜୀବନର ମୂଳ ଲକ୍ଷ୍ୟ କୁ କେମିତି ବଦଳେଇ ଦେଇ ପାରିବି । ମାନୁଛି , ତୁମ ପ୍ରସ୍ତାବରେ ରାଜି ହୋଇଗଲେ , ମୋ ଜୀବନ ବିପର୍ଯ୍ୟସ୍ତ ରୁ ମୁକ୍ତି ପାଇଯିବ କିନ୍ତୁ ମୋ ମନ ଶାନ୍ତି ରେ ରହି ପାରିବ ନାହିଁ । ସ୍ୱ ଅର୍ଜିତ ସମ୍ପତି ରେ ଅନେକ ଶାନ୍ତି ଥାଏ।

ମୋ ଗାଁ, ଆଉ ମୋ ପରିବାର ହିଁ ମୋ ଜୀବନ । ସେଥିପାଇଁ ନିଜ ଗୋଡ଼ରେ ମୁଁ ଠିଆ ହେବା କୁ ଚାହେଁ । ଦୁନିଆରେ ଆତ୍ମୋ ନିର୍ଭରଶୀଳ ହେବାକୁ ଚାହେଁ। ଏହା ମୁଁ ତୁମର ମନ ଦୁଃଖ କରିବା ପାଇଁ କହୁ ନାହିଁ । ବରଂ ଯାହା ସତ ତା ହିଁ କହୁଛି ।ମାନୁଛି ତୁମକୁ ମୁଁ ଦାମୀ ଅଳଙ୍କାର , ଭଲ ଭଲ କଷ୍ଟଲି ଡ୍ରେସ , ବିୟୁଟି ପ୍ରଡକ୍ଟ ସବୁ ଦେଇ ନ ପାରେ କି ଉକେଣ୍ଡ ରେ ଡିନର କେଉଁ ଏକ ଭଲ ରେଷ୍ଟୁରାଣ୍ଟ ରେ ଖୁଆଇ ନ ପାରେ କିନ୍ତୁ ସବୁ ପରେ ବି ମୋ ଭଲପାଇବାରେ ତୁମକୁ ସାରା ଜୀବନ ଦି ମୁଠା ପଖାଳ ଆଉ ଦେହ ର ଲଜ୍ୟା ଘୋଡାଇ ବା ପାଇଁ ବସ୍ତ୍ର ଖଣ୍ଡେ ଦେଇ ପାରିବି । ତୁମ ଅଧର ର ହସ କୁ କେବେ ବି ଲିଭିବାକୁ ଦେବି ନାହିଁ ।

 ଏବେ ମୋର ପ୍ରଥମ କାମ ତୁମକୁ ନେଇ ଘରେ ଛାଡ଼ି ଆସିବାର । ତା' ପରେ ତୁମେ ସବୁ କିଛି ବୁଝି ପାରିବ । ମୁଁ ତୁମର ଧନ ସମ୍ପତ୍ତି କି ଆଭିଜାତ୍ୟ କୁ ଦେଖି ଭଲ ପାଇନି । ବରଂ ଭଲ ପାଇଛି ତ ତୁମ ହୃଦୟ ଆଉ ତୁମ ମନକୁ ପରଖି। ସେଥିରେ ଦେହିିକ କାମନାର ବସ୍ନା ବି ନାହିଁ ।

 ଏହା ମୋ ମନର କଥା , ବାକି ଯାହା ତୁମ ଇଛା ।

ତୁମ ଉପରେ ମୋର ବିଶ୍ୱାସ ଅଛି ରାଜ । ସେଥିପାଇଁ ତ ଗୋଟେ ରାତି ତୁମ ପାଖରେ ରହିଲା ପରେ ବି ତୁମେ ମୋର ସତିତ୍ୱ କୁ କେବେ ବି ଲୋଭା ଶକ୍ତ ନଜର ରେ ଦେଖି ନାହଁ । ତୁମର ଶାଶ୍ୱତ ଭଲ ପାଇବା ପାଖରେ ମୁଁ ଆଜି ଋଣୀ ହୋଇ ଗଲି । ହେଲେ ଆମର ଵିବାହ ପ୍ରସ୍ତାବ ପାଇଁ ତୁମକୁ ଆମ ଘରକୁ ଯାଇ ଜେଜେ ଙ୍କୁ ରାଜି କରେଇବା କୁ ହେବ । ବାକି ଆଉ ଯାହା ମୁଁ ସମ୍ଭାଳି ନେବି । ବାସ ,ଏତିକି କରି ପାରିବ ତ ?

ତୁମକୁ ପାଇବା ପାଇଁ ଦୁନିଆଁର ସବୁ ଯୁଦ୍ଧ ମୁଁ ଏକା ଲଢ଼ି ଦେଇ ପାରେ । ଭରସା ରଖ , ନିଶ୍ଚିତ ମୁଁ ତୁମ ସହ ସବୁ ସମୟ ରେ ଅଛି ।

କିଛି ସମୟ ପରେ ଘର ସାମ୍ନାରେ , ସ୍ମୃତି ଆସି ପହଞ୍ଚିଲା । ମାୟା ମୋ ଠାରୁ ବିଦାୟ ନେଇ ଜେଜେ ଙ୍କୁ ଜଣେଇବା ପାଇଁ ପ୍ରସ୍ତାବ ଦେଇ ଚାଲି ଗଲେ ।

ମାୟା ଗଲା ପରେ ତାଙ୍କର ଅନୁପସ୍ଥିତି ଆଜି ପ୍ରଥମ ଥର ମତେ ବେଶି ଯନ୍ତ୍ରଣା ଦେଉଥିଲା । ଗୋଟେ ରାତି ହେଉ ପଛେ , ମାୟା ହୃଦୟରେ ଯେଉଁ ପ୍ରେମ ର ମଞ୍ଜି ବୁଣି ଦେଇ ଗଲେ , ସେଇ ମଞ୍ଜି ରୁ ଆଜି ପ୍ରେମ ବୃକ୍ଷ ର ଜନ୍ମ ହୋଇ ସାରିଥିଲା । ହୃଦୟ ର ପୃଣ୍ୟତ୍ରୟା ନଦୀ ରେ ଆଜି ପ୍ରଥମ ଥର କୁଳୁ କୁଳୁ ପ୍ରେମ ର ଜଳ ରାଶି ଛାତି କୁ ଚହଲେଇ , ଆଖିରେ ଭୀଷଣ ବର୍ଷା ହେବା କୁ ଆରମ୍ଭ କରି ଦେଉ ଥାଏ ।

     କିଛି ସମୟ ପାଇଁ ନୀରବତାର ଝଡ଼ ବୋହିଗଲା , ବାହାରିଲି ଯନ୍ତ୍ରଣା ଶରୀର କୁ ନେଇ ଗ୍ୟାରେଜ ଆଡେ ।କାମ ନ କଲେ ଦି ପଇସା ମିଳିବ ନାହିଁ । କେମିତି ବଞ୍ଚିବି ,!

      କିଛି ପାଦ ଯାଇଛି କି ନାହିଁ ମୋବାଇଲ ରିଂ ହେବାରୁ ,

ହାଲୋ କିଏ କହୁଥିଲେ ?

ରାଜ ,ମୁଁ ବୋଉ କହୁଛି । ( କାନ୍ଦିବାର ସ୍ୱର)

ବୋଉ ତୋର କଣ ହେଇଛି ,? ତୁ କଣ ପାଇଁ କାନ୍ଦୁଛୁ !

ତୋ ବାପା (କାନ୍ଦିବାର)

ହଁ , କଣ ହୋଇଛି ବାପା ଙ୍କର !କହ ବୋଉ , ବାପା ଙ୍କର କଣ ହୋଇଛି ?

କାଲି ରାତିରୁ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବା ରୁ , ଗାଁ ପାଖ ମେଡିକାଲ ନେଇ ଯିବାରୁ , ସେମାନେ କିଛି ରୋଗ ନ ଜାଣିପାରିବାରୁ କଟକ ବଡ ମେଡିକାଲ ପଠେଇ ଦେଇ ଛନ୍ତି।ମୁଁ ତ ସହର ବିଷୟରେ କିଛି ଜାଣିନି । ଏଠି ତୋ ବାପା ଆଡ଼ମିଶନ ହୋଇ ଅଛନ୍ତି। ମୋ ପାଖରେ ମୋବାଇଲ ନ ଥିବାରୁ ହରିଆ ଗାଁ ରୁ ଖବର ପାଇ ଆସିବାରୁ , ତା ଫୋନ ରୁ ତତେ କଲ କରିଛି । ମୋ ବାଇଆଟା ପରା ତୁ ଟିକେ ଶୀଘ୍ର ଆସେ । ମତେ ଭାରି ଡର ଲାଗୁଚି । ଡାକ୍ତର ବାବୁ କଣ କହୁଛନ୍ତି,ମତେ କିଛି ବୁଝା ପଡୁନି । ଟଙ୍କା ପଇସା ବି କିଛି ଧରି ଏତେ ଆସିନି । ମାତ୍ର କୁମ୍ପି ଭାଙ୍ଗି ବାରୁ ପାଞ୍ଚସ ଟଙ୍କା ହୋଇଥିଲା । ସେତିକି ହି ମୋ ପାଖରେ ଅଛି ।

ହଉ ମୁଁ ଆସୁଛି ରହ । ତୁ ଜମା ବ୍ୟସ୍ତ ହଅନା । ବାପା ଙ୍କର କିଛି ବି ହେବ ନି ।

  ଫୋନ କାଟି ଆଉ ବିଳମ୍ବ ନ କରି ଘର ଭିତର କୁ ଯାଇ ପର୍ସ ଖୋଲି ଦେଖେ ତ ଦୁଇ ହଜାର ଟଙ୍କା ଅଛି । ଏ ମାସ ର ଘର ଭଡା ପାଇଁ ହଜାରେ ଆଉ ନିଜେ ଚଳିବା ପାଇଁ ବାକି ହଜାରେ ରଖି ଥିଲି ।

     ଏବେ ବାପା ଙ୍କର କଥା ପ୍ରଥମେ ଯାଇ ବୁଝିବା କୁ ହେବ। ତା" ପରେ ଘର ଭଡା ଆଉ ବାକି ଯାହା କଥା । ଗଲା ବେଳେ ବାପା ଙ୍କ ପାଖକୁ , ଗ୍ୟାରେଜ ରେ ମୁହଁ ମାରି ସବୁ କହି ଯିବି ।ଅସଲମ ଚାଚା ( ଗ୍ୟାରେଜ ମାଲିକ) ସେ ବହୁତ ଭଲ ଲୋକ । ନିଶ୍ଚିତ ମୋ ଦୁଃଖ ବୁଝି ପାରିବେ ।

   ଗ୍ୟାରେଜ ନିକଟରେ ପହଞ୍ଚି ଅସଲମ ଚାଚା ଙ୍କୁ ସବୁ କହିଲା ପରେ , ସେ ମତେ ବେଫିକର ହୋଇ ଯିବା ପାଇଁ କହିଲେ । ଆଲା ସବ କୁଛ ସେହି କର ଦେଗା , ବେଟା ।

ଏ ଲେ ଦଶ ହଜାର , ପାସ ମେ ରଖଲେ । ହସ୍ପିଟାଲ ମେ କୁଛ କାମ ଆଏଗା ।

କିନ୍ତୁ ଚାଚା !! ବେଟା କିନ୍ତୁ ପରନ୍ତୁ ବାଦ ମେ କର ଲେନା । ଇନସାନ ହି ତୋ ଇନସାନ କେ କାମ ଆତା ହେ । ଏ ରୂପୀୟା ବାଦ ମେ ମୁଝେ କାମ କର କେ ୟାପଶ କର ଦେ ନା ।

   

ଖୁଦା ହାପିସ ଚାଚା ।

ଖୁଦା ହାପିସ ବେଟା ।

    ଅସଲମ ଚାଚା ଙ୍କର ସାହାଯ୍ୟ ପାଇ ଆଜି ମୁଁ ବହୁତ ଖୁସି ଥିଲି । ଯିଏ ବିପଦ ବେଳେ ସାହାଯ୍ୟ କରେ , ସେ ହିଁ ପକୃତ ବନ୍ଧୁ । ଆଜି ଅସଲମ ଚାଚା ପ୍ରମାଣ କରି ଦେଲେ ।

    ଏ ଖୁନ ମେ କୋଇ ଭେଦ ଭାଵ ନେହିଁ ହେ । ଜୋ ବି ହେ ,ଇନସାନ କି ସୋଚ ମେ । ରାମ ରହିମ ସବ ଏକ ହେ ।

ଭଗବାନ ଙ୍କୁ ପାର୍ଥନା କରି କଟକ ବଡ଼ ମେଡିକାଲ ଅଭିମୁଖେ ବାହାରି ଗଲି ।

    କ୍ରମଶଃ


   



Rate this content
Log in

Similar oriya story from Romance