Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Sachidananda Kar

Fantasy


3  

Sachidananda Kar

Fantasy


ମିଠା ମିଛ

ମିଠା ମିଛ

2 mins 172 2 mins 172


       ସବୁବେଳେ ସେ ଏମିତି। 


       ଯେତେବେଳେ ଫୋନ୍ କରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଚାଲେ। 


       କେବେ ରିଟାୟାରମେଣ୍ଟ୍?ମାମୁନିର ବାହାଘର କରି ସାରିଲୁଣି?ଟୁଟୁନା ଏବେ କ'ଣ କରୁଛି?କୋଉଠି ଏନଗେଜ୍ ହୋଇଗଲାଣି ନା?ଘର କରି ସାରିଲୁଣି ନା ଭଡ଼ାଘରେ ରହୁଛୁ? - ଏମିତି କିଛି ସିଧା ସିଧା ପ୍ରଶ୍ନ। 


       ସେ ଏମିତି ପଚାରେ ଯେମିତି ମୋର ଜଣେ ହିତାକାଂକ୍ଷୀ।ତା' ସ୍ବରରେ ମଧ୍ୟ ଖୁବ୍ ଆପଣାର ଭାବ ଥାଏ।କିନ୍ତୁ ତାହା ନୁହେଁ।ଏସବୁ ତା'ର ଈର୍ଷା ଓ ଅନ୍ୟକୁ ଛୋଟ ମନେ କରିବାର ତରିକା।ମୋ ଆଗରେ ନିଜକୁ କାହିଁକି ସେ ବଡ଼ ଦେଖେଇହୁଏ କେଜାଣି! 


       ନିମ୍ନ ମଧ୍ୟବିତ୍ତର ଜୀବନ ମୋର।ଛୋଟ ଚାକିରୀ।ଯାହା ଦରମା ମିଳେ ସେଥିରେ ଆମେ ଚାରି ପ୍ରାଣୀ ଚଳୁ।ମାସ ଶେଷକୁ ପର୍ସ ଖାଲି ହୋଇ ଯାଇଥାଏ।ଭାଗ୍ୟ ଭଲ ସରକାର ରିଟାୟାରମେଣ୍ଟ୍ ବୟସ ଦୁଇ ବର୍ଷ ବୃଦ୍ଧି କରିଛନ୍ତି।ନ ହେଲେ ଏତେବେଳକୁ ପେନସନରେ ଚଳୁଥାନ୍ତା ଘର। 


       ମାମୁନିର ବାହାଘର ହୋଇପାରିନି।ତାକୁ ତିରିଶ ଚାଲିଲାଣି।ପଇସାପତ୍ରର ଅଭାବ।ଲକ୍ଷେ ଟଙ୍କା ଡିମାଣ୍ଡ ଦେଲେ ହୋଇପାରନ୍ତା।ସେତିକି ଯୋଗାଡ଼ କରିପାରୁନି। 


       ଟୁଟୁନା ଏମ୍ ଏ ପାଶ୍ କରି ଘରେ ବସିଛି।ଛୋଟ ମୋଟ ଚାକିରୀ ଖଣ୍ଡେ ମଧ୍ୟ ତାକୁ ମିଳିପାରିନି ଏଯାଏଁ।ଏବେ ଗୋଟେ ଇଣ୍ଡିଆନ୍ ଅଏଲ୍ ଫିଲିଂ ଷ୍ଟେସନରେ ଫିଲିଂ ବୟ ପାଇଁ ଆବେଦନ କରିଛି।ଭାବୁଛି ପାଇଯିବ। 


       ସହରରେ ଜାଗା ତ ଅମୂଲମୂଲ।ଜାଗା ନାହିଁ ଯେତେବେଳେ ଘର ତିଆରିର ପ୍ରଶ୍ନ ଆସୁଛି କୁଆଡୁ!ଭଡ଼ାଘରେ ବିତୁଛି ଜୀବନ।ଭଡ଼ା ପଇସା ଦେବାରେ ବିଳମ୍ବ ହେଲେ ମାଲିକ ଠାରୁ ଶୁଣିବାକୁ ପଡୁଛି। 


       ଏଇ ସବୁ କଥା ମୁଁ ତାକୁ କହିଦେବାକୁ ଚାହେଁ ମୋ ଉତ୍ତରରେ।ହେଲେ ମୁଁ ଉତ୍ତର ଦେବା ଆଗରୁ ସେ ତା'ର କହିବାର କଥା ଆରମ୍ଭ କରେ। 


       କହେ - ସାଇନାର ବାହାଘର ଭଲରେ ଭଲରେ ହେଇଗଲା।ଜ୍ବାଇଁ ବାଙ୍ଗାଲୋରରେ ଇଞ୍ଜିନିୟର ଅଛନ୍ତି।ଅଠର ଲକ୍ଷ ପ୍ୟାକେଜରେ।ଅମନ୍ ଟାଟା କମ୍ପାନୀରେ ଜଏନ୍ କରିଛି।ସେ ଆହୁରି ଭଲ କମ୍ପାନୀ ପାଇ ଫରେନ୍ ଯିବ ବୋଲି କହୁଛି।ତା'ର ପ୍ୟାକେଜ ଏବେ ବାର ଲକ୍ଷ ଅଛି।ଏବେ ଏବେ ଗୋଟେ ଦଶ ଲକ୍ଷବାଲା କାର୍ ସେ କିଣି ପକେଇଛି।ଡୁମୁଡୁମାରେ ଯେଉଁ ଦଶ ଡେସିମିଲର ପ୍ଲଟ୍ ରଖିଥିଲି ତା' ଉପରେ ଘରକାମ ଆରମ୍ଭ କରିଦେଇଛି।ଏକାସାଙ୍ଗରେ ଦୋତାଲା କାମ ସାରିଦେବି ଭାବିଛି।ସେଠାରେ ରହି ଏବେ ମୋର ଯେଉଁ ଫ୍ଲାଟରେ ମୁଁ ରହୁଛି ତାକୁ ଭଡ଼ାରେ ଲଗେଇଦେବି। 


       ବିରାମହୀନ ଗତିରେ ସେ ତା'ର ଏସବୁ କଥା କହି କଥାଶେଷରେ ଫୋନ୍ କାଟିଦିଏ।ତାକୁ ଫୋନ୍ କରି ମୁଁ ମୋର କହିବାର କଥା କହିବାକୁ ସାହସ ଜୁଟାଇପାରେନି।କ'ଣ ସୁଖର କଥା ଅଛି ଯେ କହିବି!ମୋତେ କଷ୍ଟ ଲାଗେ।କାହିଁକି ମୋର ଦୁଃଖ,ଅଭାବ ଓ ଦାରିଦ୍ର୍ୟକୁ ସେ ଉଖାରିଦିଏ ମୁଁ ଆଦୌ ବୁଝିପାରେନି। 


       ଦିନେ ସାହସ ବାନ୍ଧିଲି ମନରେ।ତାକୁ କିଛି କହିବି ଭାବିଲି।ତା'ର ପ୍ରଶ୍ନ ପରେ ପରେ ତାକୁ ଆଉ କୁହାଇ ନ ଦେଇ କହିଲି - ଏବେ ଏବେ ମାମୁନିର ବାହାଘର କଲି।ଜ୍ବାଇଁ ଓ ଏ ଏସ୍ ଅଫିସର।ଟୁଟୁନା ଗମମେଣ୍ଟ କଲେଜରେ ଲେକଚରର୍ ଜଏନ୍ କଲା।ତା'ର ବାହାଘର ସେଇ କଲେଜର ଜଣେ ଲେକଚରର୍ ଝିଅ ସହିତ ହେବାକୁ ଯାଉଛି।କଚେରୀ ପାଖରେ ବାର ଡେସିମିଲର ଜାଗା କିଣି ଘର ତିଆରି ଆରମ୍ଭ କରିଦେଇଛି।ଏକାବେଳକେ ତିନିତାଲା କରିଦେବି ଭାବିଛି।ମଝିତାଲାରେ ରହି ଉପର ତଳ ଭଡ଼ାରେ ଲଗେଇଦେବି। 


       - ହଉ,ମୁଁ ରଖୁଛି।ପରେ ପୁଣି କଥା ହେବା।ବଜାର ଯିବି ତ।ଘର ସଉଦା କିଣିବାର ଅଛି। 


       ମୋତେ ଆଉ ଅଧିକ କୁହାଇ ନ ଦେଇ ଏତିକି କହି ସେ ଫୋନ୍ କାଟିଦେଲା।ମୁଁ ନିଃଶ୍ବାସ ନେଲି। 


       ଏହାପରେ ସେ ଆଉ କେବେ ବି ମୋତେ ଥରଟେ ପାଇଁ ଫୋନ୍ କରି ନ ଥିଲା।ବୋଧହୁଏ ମୋତେ ପଚାରିବା ପାଇଁ ଆଉ କିଛି ବି ପ୍ରଶ୍ନ ତା' ପାଖରେ ନ ଥିଲା। 


       ମିଛ କହିବା ମହାପାପ।ହେଲେ ତାକୁ ଏତେ ସବୁ ବଡ଼ ବଡ଼ ମିଛ କହିଥିବାରୁ ପାପ କରିଛି ବୋଲି ମୁଁ ଆଦୌ ଭାବୁ ନ ଥିଲି।ମୋତେ ସେସବୁ ଖୁବ୍ ମିଠା ଲାଗୁଥିଲା। 


       ମିଠା ମିଛ!


Rate this content
Log in

More oriya story from Sachidananda Kar

Similar oriya story from Fantasy