Lalita Mohan Mishra

Classics

4  

Lalita Mohan Mishra

Classics

ମିଥ୍ଯା ପ୍ରତିଶ୍ରୁତି

ମିଥ୍ଯା ପ୍ରତିଶ୍ରୁତି

2 mins
267


ସମୟ ନିଜ ଭିତରେ ନିଜେ ଏକ ପ୍ରତିଶ୍ରୁତି। ଜୀବନରେ ଅନେକ ପରିସ୍ଥିତି ସୃଷ୍ଟି ହୋଇପାରେ । ଜଣେ ରାଜା ଶୀତଦିନେ ତାଙ୍କ ପ୍ରାସାଦରେ ପ୍ରବେଶ କରୁଥିଲେ । ହଠାତ୍ ନଜର ପଡିଲା ଦ୍ୱାରପାଳକୁ। ଦୂର୍ଗର ମୁଖ୍ୟ ଫାଟକର ଦ୍ୱାରପାଳ ବହୁତ ପୁରୁଣା ଏବଂ ଚିରା ୟୁନିଫର୍ମ ପିନ୍ଧି ଜଗି ରହିଛି । ରାଜା ପଚାରିଲେ - "ତୁମକୁ ଥଣ୍ଡା ହେଉନାହିଁ ଚିରା ପୋଷାକରେ ତୁମେ ରାତି କିପରି ବିତାଉଛ ?" ଦ୍ୱାରପାଳ କହିଲା କଣ କରିବି, ମୋର ଗରମ ପୋଷାକ ନାହିଁ । ବାଧ୍ୟ ହୋଇ ଶୀତ ସହ୍ୟ କରିବାକୁ ପଡୁଛି । ଏହାର କୌଣସି ବିକଳ୍ପ ନାହିଁ । ଏହା ଆମର ଦାୟିତ୍ବ କର୍ତ୍ତବ୍ୟ ନହେଲେ ଆମେ କିପରି ବଞ୍ଚିବୁ ରାଜାଙ୍କର ହୃଦୟ ତରଳିଗଲା । ସେ ଭାବିଲେ ବୃଦ୍ଧଙ୍କ ପାଇଁ କିଛି ଗୋଟେ କରିବାକୁ ପଡିବ ! ରାଜା କହିଲେ - "ତୁମେ ବ୍ୟସ୍ତ ହୁଅ ନାହିଁ ମୁଁ ପ୍ରାସାଦକୁ ଯାଉଛି । ତୁରନ୍ତ ତୁମ ପାଇଁ ଗରମ ପୋଷାକ ପଠାଉଛି । ଦ୍ୱାରପାଳ ବହୁତ ଖୁସି ହୋଇଗଲା । ରାଜାଙ୍କ ଦୟାର୍ଦ ହୃଦୟ ପ୍ରତି କୃତଜ୍ଞତା ଜଣାଇଲା । କିନ୍ତୁ ରାଜା ! ପ୍ରାସାଦରେ ପ୍ରବେଶ କଲା ପରେ, ସେ ତାଙ୍କ ରାଣୀ ଏବଂ ପିଲାମାନଙ୍କ ସହ ବାର୍ତ୍ତାଳାପରେ ବ୍ୟସ୍ତ ରହି ଦ୍ୱାରପାଳଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ । ଦ୍ୱାରପାଳ ଫାଟକ ପାଖରେ ଉତ୍ସାହର ସହିତ ଅପେକ୍ଷା କରିଥାଏ । ପ୍ରାସାଦ ଭିତରୁ କେହି ଆସୁଛନ୍ତି କି ଭାବି ସେ ବାରମ୍ବାର ରାଜ ପ୍ରାସାଦକୁ ଦେଖୁଥାଏ । ଏହିପରି ଭାବରେ ଦ୍ୱାରପାଳର ପୁରା ରାତି ପ୍ରତୀକ୍ଷାରେ ବିତିଗଲା । ସକାଳେ, ସେହି ଦ୍ୱାରପାଳର ମୃତଦେହ ରାଜପ୍ରାସାଦର ମୁଖ୍ୟ ଦ୍ୱାରରେ ପଡ଼ିଥିବାର ଦେଖିବାକୁ ମିଳିଲା । ଦ୍ୱାରପାଳର ଅସହାୟତାର କାହାଣୀ ଚିରଦିନ ପାଇଁ ରହିଗଲା । ସେ କହିଗଲା ବୋଧହୁଏ ହେ ରାଜନ୍ ! ସଲାମତ୍ ! ମୁଁ ବର୍ଷ ବର୍ଷ ଧରି ଏହି ଚିରା ୟୁନିଫର୍ମ ପିନ୍ଧି ଆସୁଥିଲି । କେବେ କିନ୍ତୁ ମୁଁ ବ୍ୟତିବ୍ୟସ୍ତ ନ ଥିଲି । କିନ୍ତୁ ଆପଣଙ୍କର ଉଷ୍ମ ପୋଷାକର ପ୍ରତିଜ୍ଞା ମୋତେ ମାରିଦେଲା ଭବିଷ୍ୟତରେ କାହାକୁ ମିଥ୍ୟା ପ୍ରତିଶୃତି ଦେବେ ନାହିଁ । ମୁଁ ସଂସାର ଛାଡି ଚାଲିଯାଉଛି । କୌଣସି ଅସହାୟ ଗରିବ ଲୋକକୁ ଆଶା ଦେବା, ଆଶା ହିଁ ତାକୁ ଅତ୍ୟନ୍ତ ଦୁର୍ବଳ କରିଦିଏ । ସମସ୍ତେ ନିଜ ଶକ୍ତି ଏବଂ ସହନଶୀଳତାର ଶକ୍ତି ଉପରେ ବଞ୍ଚିବା ଉଚିତ୍ । ଆମେ ଆମର ଯୋଗ୍ୟତା ଉପରେ ନିର୍ଭର କରିବା ଉଚିତ୍ । ଆମକୁ ସର୍ବଦା ମନେ ରଖିବାକୁ ହେବ ମନୁଷ୍ୟ ନିଜ ସାହାରାରେ ବଞ୍ଚିଥାଏ । ଅନ୍ୟମାନଙ୍କ କାନ୍ଧରେ କେବଳ ମୃତମାନଙ୍କୁ ଉଠା ଯାଇଥାଏ।


Rate this content
Log in

Similar oriya story from Classics