Bidulata Sahoo

Tragedy

3  

Bidulata Sahoo

Tragedy

ମିତା

ମିତା

1 min
194


ଆମ ସାହିର ଗିରିବାବୁଙ୍କ ଝିଅ ମିତା । ନର୍ସିଙ୍ଗ ଟ୍ରେନିଂ ସରିବାପରେ ଏଇ ପାଖ ଡାକ୍ତରଖାନାରେ ପୋଷ୍ଟିଂ ହୋଇଛି । ଭାରି ଭଲ ଝିଅଟିଏ । ତା ବ୍ୟବହାରରେ ରୋଗୀଠାରୁ ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଖୁସି ।


 କେବଳ ସେତିକି ନୁହେଁ ସାହିରେ କୋଉପିଲା ଟିକା ନେବ,କିଏ ପୋଲିଓ ନେବ,କାହାର ଝାଡା କି ଜର ହେଲା ସତେ ଯେମିତି ସବୁ ଦାୟିତ୍ୱ ତାର ।


 ଦିନେ ସେ ଡାକ୍ତରଖାନାରୁ ଫୋନ କଲା ଘରକୁ । କହିଲା ବାପା ମୋ ଦେହ ଭଲ ଲାଗୁନି । ତା ଫୋନ୍ ପାଇ ତା ବାପା ଯାଇ ପହଞ୍ଚିଲେ । ଡାକ୍ତର କହିଲେ ତାକୁ କରୋନା ହୋଇଛି । ଭଲ ଚିକିତ୍ସାପାଇଁ ଆମେ ତାକୁ ଭୁବନେଶ୍ୱର ପଠାଇ ଦେଉଛୁ । ଆମ୍ବୁଲାନ୍ ସରେ ମିତା ଚାଲିଗଲା । ଗଲାବେଳେ କହିଲା ବାପା ,ତୁମେ ବ୍ୟସ୍ତ ହବନି । ମୁଁ ଶୀଘ୍ର ଫେରି ଆସିବି ।


ତା ପରଦିନ ମିତା ସେଠୁ ଜଣେ ନର୍ସଙ୍କ ଫୋନରୁ କହିଲା ବାପା,ମୋତେ ଏଠି ଭଲ ଲାଗୁନି । ମତେ ନେଇଯାଅ । ମିତାର ବାପା ସେଠାକାର ଡାକ୍ତରଙ୍କ ସହ କଥା ହେଲେ । ସେ କହିଲେ ବ୍ୟସ୍ତ ହୁଅନି । ସେ ଶୀଘ୍ର ଭଲହୋଇ ଫେରିବ ।


  ତା ପରଦିନ ଫୋନ୍ ଆସିଲା । ମିତା ଆଉ ନାହିଁ । ଏ କଥାରେ ତାଙ୍କ ଘରଲୋକେ ଯେତିକିବ୍ୟସ୍ତ ଡାକ୍ତରଖାନା ଷ୍ଟାଫ୍ ଓ ଆମ ସାହିଲୋକ ବି ସେତିକି ଦୁଃଖିତ ।


Rate this content
Log in

Similar oriya story from Tragedy