STORYMIRROR

Sunanda Mohanty

Thriller Others

4  

Sunanda Mohanty

Thriller Others

ମହାଶୟା ସୁଲୋଚନା

ମହାଶୟା ସୁଲୋଚନା

3 mins
16


ବ୍ଲକରେ ଆୟୋଜିତ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀରୁ ଫେରିବା ପରେ ମଧ୍ୟ ଆଉ ତିନିଦିନ ଏହି ଉତ୍ସବ ବଢିଥିବାରୁ ସୁଲୋଚନାଙ୍କୁ ସ୍ଥାନୀୟ ଅଞ୍ଚଳରୁ ଗେଷ୍ଟ କରି ଡାକିଥିଲେ ତ ଏଥର ସୁଲୋଚନା ଜୀବନ ସାହିତ୍ୟ ଦର୍ଶନର ଅନ୍ୟ ଏକ ଦିଗ କହିବାକୁ ଯାଇ କହୁଥିଲେ ମୁଦ୍ରାର ଦୁଇପାର୍ଶ୍ୱ ଭଳି ପ୍ରତ୍ୟକ ବ୍ୟକ୍ତି, ପଦାର୍ଥ ଓ ଜିନିଷର ଦୁଇଟି ଦିଗ ଥାଏ. ଭଲ ଓ ଖରାପ. ଭଲ ଗୁଣକୁ ଆଉ ଟିକେ ମାଜିମୁଜି ଚକ ଚକ କରିଦେଲେ ଜୀବନର ପତ୍ରଝଡା ସମୟରେ ଦୁଃଖ ପରିବର୍ତ୍ତେ ସୁଖର ଜୁଆର ଉଠିବ. ଯେମିତିକି ଥରେ ଜଣେ ଭାରବାହାକ ତା ବାହୁଙ୍ଗୀରେ ଦୁଇପଟେ ଦୁଇଟି ମାଠିଆ ରଖି ହୋଟେଲରେ ପାଣି ଯୋଗାଉ ଥିଲା ଓ ସେହି ପଇସାରେ ପରିବାର କୁଟୁମ୍ବ ପୋଷୁଥିଲା. ଦିନେ ଗୋଟିଏ ପଟ ମାଠିଆ ଫାଟି ଯିବାରୁ ତା ମନ ବହୁତ ଖରାପ ହେବା ସହିତ ସେ ନୂଆ ମାଠିଆଟିଏ କିଣି ନପାରି ସେହି ଫଟା ମାଠିଆରେ କାମ ଜାରି ରଖିଥିଲା. ଭାରବାହାକ ଏଥିପାଇଁ ତା ମାଲିକ ମାନଙ୍କଠାରୁ ବହୁ କଟୁ କଥା ଶୁଣୁଥିଲା କି ତୁ ପାଣି ଠିକ ସେ ଗୋଟେ ଥରକେ ଆଣିପାରୁନୁ. ଏକଥା ଭାରବାହକ ଭାଇ ସହିଯାଉଥିଲେ ମଧ୍ୟ ଫଟା ମାଠିଆକୁ କଷ୍ଟ ହେଉଥିଲା. ସେ କହୁଥିଲା ମୋ ପାଇଁ ମୋ ମାଲିକ ତାଙ୍କ ମାଲିକମାନଙ୍କଠାରୁ କେତେ ଗାଳି ଓ ଅପମାନ ସହୁଛନ୍ତି. ତାର ଏ ଭାଷା ବାହୁଙ୍ଗୀ ଓ ଆର ମାଠିଆ ଦୁହେଁ ଶୁଣୁଥିଲେ. ଭାଷା ତ ସାହିତ୍ୟର ଏକ ଅଙ୍ଗ ବା ଦିଗ ନା. ଦେଖନ୍ତୁ ନିଜ ଭାଷାଭାଷି କହୁଥିବା ବ୍ୟକ୍ତି କିପରି ଅନ୍ୟର ଧ୍ୱନି ସମୁହର ସଜ୍ଜିତ ପୂର୍ଣ୍ଣ ଭାବକୁ ବୁଝିପାରି ତାର ପ୍ରତିକାର କରିଥାଏ. ଗଳ୍ପ ମଧ୍ୟ ଭାଷା ଓ ସାହିତ୍ୟର ଏକ ଡ଼ାଳ ବା ଦିଗ କାରଣ ଗଳ୍ପ ମାଧ୍ୟମରେ ସମସ୍ତ ଜଡ଼ ପଦାର୍ଥକୁ କଥା କୁହାଇ ଲେଖକ, ଉପନ୍ୟାସିକ ଗାଳ୍ପିକ କିଛି ବାର୍ତ୍ତା ବାଢିଦିଏ ସମାଜକୁ ସାହିତ୍ୟ ଆକାରରେ ଭାଷା ମାଧ୍ୟମରେ.।

   ଏଥର ଦର୍ଶକ ମଣ୍ଡଳୀରୁ ସମସ୍ତେ କହି ଉଠିଲେ ତା ପରେ କଣ ହେଲା କୁହନ୍ତୁ ମହାଶୟା ତ ପୁଣି କହିବାକୁ ଲାଗିଲେ ସୁଲୋଚନା. ଫଟା ମାଠିଆର ଦୁଃଖ ଶୁଣି ବାହୁଙ୍ଗୀ କହିଲା କାଲି ଯେତେବେଳେ ମାଲିକ ବାହୁଙ୍ଗୀ

ବା ମୋ ସାହାଯ୍ୟରେ ତୁମ ଦୁହିଁଙ୍କୁ ପାଣି ଭରି ବୋହିନେବେ ତୁମେ ଦେଖିବ ତୁମ ପାର୍ଶ୍ୱରେ କଣ ସବୁ ରହିଛି. ସେୟା ହେଲା. ଫଟା ମାଠିଆ ଦେଖିଲା ତା ଭିତରୁ ପାଣି ଗଡି ରାସ୍ତା ସାରା ପାଦପମାନେ ପାଣିପାଇ କଅଁଳ ଛନ ଛନ ଓ ସବୁଜ ରଙ୍ଗ ଧାରଣ କଲାବେଳେ ଯୋଉପଟେ ପାଣି ନାହିଁ ସେପଟେ ଗଛ ଶୁଖି ପତ୍ରଝଡା ଦେବାକୁ ଆରମ୍ଭ କରିଛି. ଏଥର ବାହୁଙ୍ଗୀ ବୁଝେଇଦେଲା ଆମ ଭିତରେ ଥିବା ଭଲ ଗୁଣ ଆମେ ଦେଖିପାରୁନା. ତୁମେ ଫଟା ହୋଇଥିଲେ ମଧ୍ୟ ତୁମ ଦ୍ୱାରା ରାସ୍ତାର ଗୋଟିଏ ପାର୍ଶ୍ୱ ଜଳ ପାଇ କିପରି ଫୁଲଗଛ ସବୁ ଉଠି ଫୁଲ ଫୁଟି ସୁନ୍ଦର ପରିବେଶ ସୃଷ୍ଟି କରିଛି!ତା ସହ ଆଉ ଗୋଟେ କଥା କହିବି?ତୁମ ଭାର କମିଯିବାରୁ ମୋର ଗୋଟେ ପଟ ଉଶ୍ୱାସ ଲଭି ମାଲିକଙ୍କର ଗୋଟେ ପଟ କାନ୍ଧ ମଧ୍ୟ ରକ୍ଷା ପାଉଛି ନା ନାହିଁ? ଏକଥା ଶୁଣି ଫଟା ଓ ଭଲ ମାଠିଆ ଦୁହେଁ ଉପକାର କରୁଛନ୍ତି ଜାଣି ଖୁସି ହୋଇଥିଲେ. ଏ ଗଳ୍ପଟି ଲୋକମାନଙ୍କ ପାଇଁ ଭାଷା ଦ୍ୱାରା ଏକ ପ୍ରେରଣାର ଉତ୍ସ ହୋଇ ଭଲ ସାହିତ୍ୟ ସୃଷ୍ଟି କରିଥିଲା.ସମସ୍ତେ ସୁଲୋଚନାଙ୍କୁ ଖୁବ ପ୍ରଶଂସା କରିଥିଲେ.

   ନିଜ ଗପର ଉଦାହାରଣ ନିଜକୁ ଖୁବ ପ୍ରେରଣା ଦେଇଥିଲା ସୁଲୋଚନାଙ୍କୁ. ସେ ଏବେ କେବଳ ପଶୁ ପକ୍ଷୀ କାହିଁକି ମଣିଷ ପାଇଁ କିଛି କରିବାକୁ ଭାବି ଦିବ୍ୟାଙ୍ଗ ମାନଙ୍କୁ ଏକାଠି କରି ଗୋଟିଏ ସ୍କୁଲ ପରି ଆଶ୍ରମ ତିଆରି କରିଥିଲେ. ପ୍ରତ୍ୟେକଙ୍କ ଭିତରେ ଥିବା କିଛିନା କିଛି ସୃଜନୀକୁ ଭାଷା ମାଧ୍ୟମରେ ବୁଝି ତାଙ୍କ ଭିତରେ ଥିବା ବିଭିର୍ନ୍ନ କଳା ସବୁକୁ ଚିହ୍ନି କିଏ ନାଚ, କିଏ ଗୀତ, କିଏ ହସ୍ତଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ନକାରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହେବା ପରିବର୍ତ୍ତେ ସକାରାତ୍ମକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ନିଜକୁ ଦିବ୍ୟାଙ୍ଗ ବୋଲି ନଭାବି ଏକଶ୍ଵରରେ ଗାଇ ଉଠୁଥିଲେ ମାତୃଭୂମି ମାତୃଭାଷା ଉଭୟ ଜନନୀ... ସେବି ତାଙ୍କ ପଦ ଦିବସ ରଜନୀ... ଏ ମାନବ ଜନମ ସୁଫଳ ମୋହର... ଏ ଭିକ୍ଷା କରନ୍ତୁ ପୂର୍ଣ୍ଣ ମହେଶ୍ୱର. ସୁଲୋଚନା ତାଙ୍କ ଜୀବନରେ ପତ୍ରଝଡାର ସମୟ ଆସିବାକୁ ଦେଇନଥିଲେ କେବେ.।


Rate this content
Log in

Similar oriya story from Thriller